Advertisment

ଶ୍ରୀଜିଉଙ୍କ ଦର୍ଶନ ଲାଗି ଜାରି ହେଲା ନୂଆ ଗାଇଡ଼୍‌ଲାଇନ୍‌, ଜାଣନ୍ତୁ କ’ଣ ରହିଛି SOP

କେବଳ ଏତିକି ନୁହେଁ ବରଂ ବିନା ଟିକା ପ୍ରମାଣପତ୍ରରେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ଭକ୍ତ। କିନ୍ତୁ ଶ୍ରୀମନ୍ଦିରର ପରିସରରେ ଧୂପ, ଦୀପ ଜଳାଇବା ବାରଣ କରାଯାଇଛି। ଏହାସହ ଆନନ୍ଦ ବଜାରରେ ଶ୍ରଦ୍ଧାଳୁମାନେ ବସି ପ୍ରସାଦ ସେବନ ମଧ୍ୟ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

author-image
Sarbeswar
ଅଦ୍ୟତନ ହୋଇଛି
ଶ୍ରୀମନ୍ଦିର ଭିତରେ ହେବ ସମସ୍ତ ନୀତକାନ୍ତି

puri

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଜାରି ହେଲା ନୂଆ ଏସ୍‌ଓପି। ତେବେ ଏହି ଏସ୍‌ଓପି କେବଳ ପୁରୀବାସୀଙ୍କ ଲାଗି ହୋଇଛି। ପୁରୀ ପୌରଞ୍ଚଳର ୩୨ ୱାର୍ଡ଼ରେ ବଂଟନ ହେବ ଟୋକନ୍‌। ଟୋକନ୍ ସହ ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ। ପୂର୍ବଭଳି କିଓସ୍କ ମାଧ୍ୟମରେ ଟୋକନ୍ ଓ ଆଧାରକାର୍ଡ ଦେଖାଇବେ ଦର୍ଶକ। ଏହାସହ ଶ୍ରୀମନ୍ଦିରକୁ ଆସୁଥିବା ଦର୍ଶନକଙ୍କ ପାଇଁ ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ ବୋଲି ଜଣାପଡ଼ିଛି। କେବଳ ଏତିକି ନୁହେଁ ବରଂ ବିନା ଟିକା ପ୍ରମାଣପତ୍ରରେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ଭକ୍ତ। କିନ୍ତୁ ଶ୍ରୀମନ୍ଦିରର ପରିସରରେ ଧୂପ, ଦୀପ ଜଳାଇବା ବାରଣ କରାଯାଇଛି। ଏହାସହ ଆନନ୍ଦ ବଜାରରେ ଶ୍ରଦ୍ଧାଳୁମାନେ ବସି ପ୍ରସାଦ ସେବନ ମଧ୍ୟ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Advertisment

ତେବେ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଭକ୍ତଙ୍କୁ ପାଛୋଟିବା ପାଇଁ ଆରମ୍ଭ ହେଲାଣି ସଜବାଜ । ସଜେଇ ହେଲାଣି ବଡ଼ ଦାଣ୍ଡ । ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତ ମନରେ ଅନେକ ଖୁସି ଭରି ରହିଛି । ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୁରତୀଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ସେପଟେ ସେବାୟତଙ୍କ ମନ ବି ବହୁତ ଖୁସି । ଭକ୍ତ ଓ ଭଗବାନଙ୍କ ଭିତରେ ମିଳନ ଘଟିବ । ଭକ୍ତ ତାର ମନର କଥା କହିବ ମହାପ୍ରଭୁଙ୍କୁ । ତେବେ ଏହାରି ଭିତରେ ବଡ଼ ଦାଣ୍ଡରେ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହୋଇଛି ବ୍ୟାରିକେଡ୍ ନିର୍ମାଣ । ଖାଲି ସେତିକି ନୁହେଁ ବ୍ୟାରିକେଡ୍ ନିର୍ମାଣ ପାଇଁ ରଥ ଭାଂଗିବା କାମ ମଧ୍ୟ ଆରମ୍ଭ ହୋଇଛି । ଗତକାଲି ଦେବୀ ସୁଭଦ୍ରାଙ୍କ ରଥକୁ ଭଙ୍ଗାଯାଉଛି । ଏହା ପରେ ମହାପ୍ରଭୁ ଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ରଙ୍କ ରଥ ଭଙ୍ଗାଯିବ । ୧୬ ତାରିଖ ମଧ୍ୟରେ ୩ ରଥ ଭାଂଗିବାକୁ ବ୍ୟବସ୍ଥା କରାଯାଉଛି । ପ୍ରଶାସନର ନିଷ୍ପତ୍ତି ଅନୁସାରେ, ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ଭକ୍ତ।

Also Read

Advertisment

ସୂଚନା ଅନୁସାରେ, ମନ୍ଦିର ଖୋଲିବା ପରେ ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୨୧, ୨୨ ତାରିଖ ସଟଡାଉନ ଥିବାରୁ ଭକ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Odisha Puri
Advertisment
Advertisment