• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାସ୍ତାରେ ଆଣ୍ଠେଇଲେ ଶିକ୍ଷକ-ଶିକ୍ଷୟତ୍ରୀ ।

  • ଗାନ୍ଧୀମାର୍ଗରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

  • ୭ ବର୍ଷ ହେଲା ବାହାରିନି ନିଯୁକ୍ତି ବିଜ୍ଞାପନ ।

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ କାନ ଧରି ଆଣ୍ଠେଇଲେ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ । ଏଭଳି ଏକ ଘଟଣା ସମସ୍ତଙ୍କୁ ଚକିତ ଏବଂ ଦୁଃଖିତ କରିଛି । କାରଣ ଯିଏ ଦେଶର ଭବିଷ୍ୟତ ଗଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ଆଜି ତା’ର ଏମିତି ଅବସ୍ଥା । ଆଖିକୁ ବିଶ୍ୱାସ ହେଉନଥିଲେ ମଧ୍ୟ ସତ, ଆଶାୟୀ ଶିକ୍ଷକମାନେ ହିଁ ରାସ୍ତା ଉପରେ କାନ ଧରି ଆଣ୍ଠେଇଛନ୍ତି । ଆଉ ସରକାରଙ୍କ ଆଗରେ ଗୁହାରୀ କରୁଛନ୍ତି ।

ରାଜଧାନୀର ଲୋୟର ପିଏମ୍‌ଜି ତଥା ଗାନ୍ଧୀମାର୍ଗରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏଭଳି ଏକ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଆମ ରାଜ୍ୟର ଆଶାୟୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ । ରାସ୍ତା ଉପରେ କାନଧରି ଆଣ୍ଠେଇବା ସହ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି ।

ତେବେ ଏହା ପଛର ମୁଖ୍ୟ କାରଣ ହେଉଛି, ନିଯୁକ୍ତି । ରାଜ୍ୟରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୁରଣ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରୁନି । କିମ୍ବା ଶିକ୍ଷକଙ୍କୁ ନିଯୁକ୍ତି ମିଳୁନି । ଯାହାକି ଏହି ଆଶାୟୀ ଶିକ୍ଷକମାନଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ସରକାରଙ୍କ ନିୟମ ଅନୁଯାୟୀ ଜଣେ ଶିକ୍ଷକଙ୍କ ପାଖରେ ଯେଉଁ ସବୁ ଦକ୍ଷତା ରହିବା କଥା ସେହି ସବୁ ଦକ୍ଷତା ଏମାନଙ୍କ ପାଖରେ ରହିଛି । ହେଲେ ତଥାପି ସରକାର ସେମାନଙ୍କୁ ନିଯୁକ୍ତି ଦେଉ ନାହାନ୍ତି । ଯାହାକି ସେମାନଙ୍କ ଦୁଃଖ ଦ୍ୱିଗୁଣିତ କରିଛି । ଜଣେ ଶିକ୍ଷକ ହେବା ପାଇଁ ଏମାନେ ସ୍ୱତନ୍ତ୍ର ଭାବେ ପାଠ ମଧ୍ୟ ପଢ଼ିଛନ୍ତି ।

ସୂଚନାଯୋଗ୍ୟ, ଓଏସଏସଟିଇଟି କ୍ୱାଲିଫାଏଡ୍ ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକଙ୍କ ନିଯୁକ୍ତି ଦାବିରେ ଏଭଳି ଅଭିନବ ପ୍ରତିବାଦ । ୨୦୧୪ରୁ ୨୦୨୧ ମସିହା ମଧ୍ୟରେ ନିଯୁକ୍ତି ବିଜ୍ଞାପନ ନବାହାରିବାକୁ ନେଇ ବିରୋଧ କରିଛି ସଂଘ । ଖାଲି ପଡିଥିବା ସ୍ଥାନରେ ସେମାନଙ୍କୁ ତୁରନ୍ତ ନିଯୁକ୍ତି ପାଇଁ ଦାବି ହୋଇଛି ।

ଏହାସହ ମୋଟ ୫ ଦଫା ଦାବି ରଖି ଏହି ଆନ୍ଦୋଳନ କରାଯାଇଛି । ଦାବି ଗୁଡ଼ିକ ହେଲା, ସଂରକ୍ଷଣ ଜନିତ ସିଟ୍‌ ଗୁଡିକ ଖାଲି ପଡିଲେ କିମ୍ବା ଅପୂରଣ ରହିଲେ ତାହା ସବର୍ଣ୍ଣମାନଙ୍କ ଦ୍ୱାରା ପୂର୍ଣ୍ଣ କରାଯାଉ । ଅନ୍ୟ ପ୍ରତିଯୋଗିତା ପରୀକ୍ଷାର ପ୍ରଶ୍ନପତ୍ର ଭଳି ଓଡିଆ, ଇଂରାଜୀ ଓ ହିନ୍ଦୀ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉ । ପରୀକ୍ଷାର ମୂଲ୍ୟାୟନ ଦୁଇ ଭାଗରେ ବିଭକ୍ତ ନକରି ସମ୍ପୁର୍ଣ୍ଣ ମାର୍କକୁ ନେଇ ପାସ ମାର୍କ ନିର୍ଦ୍ଧାରଣ କରାଯାଉ । କେବଳ ପାଠ୍ୟ ଖସଡା ଅନ୍ତର୍ଭୁକ୍ତ ପ୍ରଶ୍ନ ହିଁ ପରୀକ୍ଷାରେ ଦିଆଯାଉ । ଏଭଳି ଦାବି ସମୂହକୁ ନେଇ ସଂଘ ପକ୍ଷରୁ ଏହି ବିକ୍ଷୋଭ କରାଯାଇଛି ।.