Advertisment

ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ କଟିିଗଲା ଖାଦ୍ୟ ନଳୀ

ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ କଟିିଗଲା ଖାଦ୍ୟ ନଳୀ। ଫଳରେ ମହିଳା ଜଣକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ଗାଁରୁ ଏଭଳି ଅଭିଯୋଗ ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ କଟିିଗଲା ଖାଦ୍ୟ ନଳୀ

family planning surgery goes wrong

ଭଦ୍ରକ: ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ କଟିିଗଲା ଖାଦ୍ୟ ନଳୀ। ଫଳରେ ମହିଳା ଜଣକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ଗାଁରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଗାଁର କ୍ଷତିପ୍ରଭା ବାରିକ ଗତ ଜୁଲାଇ ୧୭ରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଗର୍ଭ ନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ଅସ୍ତ୍ରୋପଚାର କରାଇଥିଲେ। ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଅସ୍ତ୍ରୋପଚାର କରିବା ସହ ଆବଶ୍ୟକୀୟ ଚିକିତ୍ସା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। 

Advertisment

ପରେ ଖାଦ୍ୟ ଖାଇବା ବେଳେ କ୍ଷତିପ୍ରଭା ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ତାଙ୍କୁ ପ୍ରଥମେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।  ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରେଫର କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଦେଖି ଭଦ୍ରକ ଡାକ୍ତରଖାନାରୁ ପୁଣି କଟକ ଏସ୍‌ସିବିକୁ ସ୍ଥାନାନ୍ତର କରଯାଇଥିଲା। ସେଠାରେ ତାଙ୍କର ଖାଦ୍ୟ ନଳୀ କଟି ଯାଇଥିବା ଜଣା ପଡ଼ିବା ପରେ ପୁଣି ଅପରେସନ କରଯାଇଥିଲା। ଏସ୍‌ସିବିରେ ୧୦ ରହିବା ଦିନ ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। କିନ୍ତୁ ଘରକୁ ଆସିବା ପରେ ମଧ୍ୟ ସେହି ସମାନ ଅବସ୍ଥା। ଏଥିପାଇଁ କ୍ଷତିପ୍ରଭା ୨୯ ତାରିଖରୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ବୁଧବାର ଦିନ ତାଙ୍କୁ ଡାକ୍ତର ଘରକୁ ପଠାଇଥିଲେ ମଧ୍ୟ ରୋଗ ଉପଶମ ହୋଇ ନାହିଁ। ଘର ବିଛଣାରେ ପଡି ରହିଛନ୍ତି। ସେପଟେ ଅସହ୍ୟ ଯନ୍ତ୍ରଣା ହେଉଥିଲେ ମଧ୍ୟ କ୍ଷତିପ୍ରଭା ନିରୁପାୟ ହୋଇପଡ଼ିଛନ୍ତି। କ୍ଷତିପ୍ରଭାଙ୍କ ୨ଟି ସନ୍ତାନ ଅଛି।

Advertisment

ଏମିତି ଅବସ୍ଥା ପାଇଁ କ୍ଷତିପ୍ରଭା ମେଡିକାଲ ଦୌଡି ଦୌଡି ନୟାନ୍ତ ହେଲେଣି, ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ପରିଲକ୍ଷିତ ହେଉ ନାହିଁ। ଏଭଳି ପରିସ୍ଥିତିରେ ଆବଶ୍ୟକୀୟ ସାହାଯ୍ୟ ଯୋଗାଇଦେବା ପାଇଁ ସରପଞ୍ଚ କହିଛନ୍ତି। କିନ୍ତୁ ଅପରେସନ ଜନିତ କ୍ଷତି ପାଇଁ କୌଣସି ଯୋଜନା ନଥିବାରୁ ତାଙ୍କୁ ଅନ୍ୟାନ୍ୟ ଆନୁଷଙ୍ଗିକ ଯୋଜନାରେ ସାମିଲ କରିବା ନେଇ ଦାବି ହୋଇଛି। ସେପଟେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି ଯେ, ଖାଦ୍ୟନଳୀ କଟିବା ନେଇ ଅଭିଯୋଗ ନେଇ ଅସ୍ତ୍ରୋପ୍ରଚାର କରିଥିବା ଡାକ୍ତର ସ୍ପଷ୍ଟ କରିପାରିବେ। ଏ ନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛନ୍ତି। 

Family Planning Surgery
Advertisment
Advertisment