• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Bidyabharati panda
ବିଦ୍ୟାଭାରତୀଙ୍କ ଗାଁରେ ପୋଲିସ୍, କୁଆଡେ ଗଲେ ଡ୍ରାଇଭର?

ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଭାରତୀଙ୍କ ଘରକୁ ଯାଇ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେଲାଣି ପଚରାଉଚରା କରିଛି। ପୋଲିସ କେବଳ ଅନ୍ଧାରରେ ବାଡି ବୁଲାଉଛି। ଏହି ମାମଲାରେ ଡିଏଫ୍‌ଓ ଆଗରୁ କ୍ଲିନ୍‌ଚିଟ୍ ପାଇଛନ୍ତି।     

rain
ବର୍ଷା ଅଭାବରୁ ଧାନ କ୍ଷେତ ଫାଟି ଆଁ : ଉଠା ଜଳ ସେଚନରୁ ଉଠୁନି ପାଣି, ଚିନ୍ତାରେ ଚାଷୀ

ମୌସୁମୀ ବର୍ଷାର ନାଁ ଗନ୍ଧ ନଥିବା ବେଳେ ବିଲକୁ କେନାଲ ପାଣି ଯୋଗାଇବାର ବ୍ୟବସ୍ଥା ବି ନାହିଁ । ଚାଷୀଙ୍କ ପାଇଁ କେବଳ ଏଲ ଆଇ ପଏଣ୍ଟ ସାହା ଭରସା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଣି ପଞ୍ଚାୟତ ପକ୍ଷରୁ ପାଞ୍ଚଟି ପଏଣ୍ଟ ଖୋଲା ଯାଇଛି, ହେଲେ ଗୋଟିଏରୁ ବି ପାଣି ବାହାରୁନି ।

banita das
ଉଲକା ପିଣ୍ଡ ଆବିଷ୍କାର କଲେ ନବରଙ୍ଗପୁର ଛାତ୍ରୀ

ଓଡ଼ିଶାର ଏକ ମାତ୍ର ଛାତ୍ରୀ ତଥା ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ନବରଙ୍ଗପୁର ସହରର ଗାଦବାଗୁଡା ସାହିର ଝିଅ ବନୀତା ଦାସ l

DMET Chief CBK Mohanty
କେରଳ, ମହାରାଷ୍ଟ୍ରରେ କରୋନା ଉପର ମୁହାଁ, ଏହା ତୃତୀୟ ଲହର ସଂକେତ: DMET

ଶିଶୁଙ୍କୁ ଅଧିକ ସଂକ୍ରମଣ ଭୟ ଥିବାରୁ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି। ଆମ ରାଜ୍ୟରେ ଡେଲ୍ଟା ଭାଇରସ୍ ସଂଖ୍ୟା ଅଧିକ ଥିଲେ ବି ସଂକ୍ରମଣ ହେଉନି ବୋଲି ସେ କହିଛନ୍ତି।

Nandankanan Zoological Park
ଖୋଲିଲା ନନ୍ଦନକାନନ, ୧୦ ନିୟମ ମାନନ୍ତୁ

ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ଗାଇଡଲାଇନ୍‌ ଅନୁମତି ଦେଇଛନ୍ତି। ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବାରୁ କେଉଁ ଆଧାରରେ ନନ୍ଦନକାନନ ଖୋଲାଯିବ ତାହାର ତର୍ଜମା କରିଥିଲେ ନିର୍ଦ୍ଦେଶକ ମନୋଜ ମହାପାତ୍ର। 

covid situation in odisha
ରାଜ୍ୟରୁ ଚିହ୍ନଟ ହେଲେ ପୁଣି ୧,୧୨୯ କରୋନା ରୋଗୀ, ଆଖି ବୁଜିଲେ ୬୯

ଆଜି ରାଜ୍ୟରୁ ୧,୧୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଅନ୍ୟପକ୍ଷେ ପୁଣି ୬୯ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬,୧୦୨ ରେ ପହଞ୍ଚିଛି। 

Loot Expose
ନିଜ ଘରୁ ଚୋରି ହୋଇଥିବା କହି ଫସିଗଲେ ନନା !

ଗତ ୩୧ ତାରିଖରେ ରାୟଗଡା ରୟତ କଲୋନୀରେ ରହୁଥିବା ବିଶ୍ୱ ଗଣପତି ଶର୍ମା ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଏବଂ ୧୦ ଭରି ସୂନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏଭଳି ଏକ ବଡ଼ଧରଣର ଚୋରି ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ପୋଲିସ।

Odisha High Court
ୟୁଟୁବ୍‌ରେ ଦେଖିପାରିବେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠର ଶୁଣାଣି ପ୍ରକ୍ରିୟାର ସିଧାପ୍ରସାରଣ

ଏହି ଲାଇଭ ଷ୍ଟ୍ରିମିଙ୍ଗ ଓଡ଼ିଶା ହାଇକୋର୍ଟର ଅଫିସିଆଲ୍ ୟୁଟୁବ ଚ୍ୟାନେଲରେ ଉପଲବ୍ଧ ହେଉଛି। ଏଥିସହ ଓଡ଼ିଶା ହାଇକୋର୍ଟ ମୋବାଇଲ ଆପ, ଅନଲାଇନ ଜରିଆରେ ନିମ୍ନ ଅଦାଲତରେ ଜୋରିମାନା ଆଦାୟ ବ୍ୟବସ୍ଥା, ଟ୍ୱିନ ସିଟିରେ ପରିବହନ ସମ୍ପର୍କିତ ଇ-ଚାଲାଣ ବିବାଦ ପାଇଁ ଭର୍ଚୁଆଲ କୋର୍ଟ ବ୍ୟବସ୍ଥା ଲୋକାର୍ପିତ କରାଯାଇଛି। 

soumya and Bidyabharti
ବିଦ୍ୟାଭାରତୀ ଗାଁକୁ ଯାଇ ଡ୍ରାଇଭରକୁ ପଚରାଉଚରା କରିବ ପୋଲିସ

ଅଦ୍ୟାବଧି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର। ପୋଲିସ ଉପରେ ପ୍ରଶ୍ନ ଉଠାଇ ସୌମ୍ୟଙ୍କ ଭାଇ ଦାବି କରିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବାପା, ମାଙ୍କୁ ନେଇଥିବା ଡ୍ରାଇଭରଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବା ଦରକାର।

Pradhan Mantri Awas Yojana
ଯେତେ ଖୋଳିଲେ ସେତେ ବାହାରୁଛି, କେତେ ବାଟ ଲମ୍ବିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ଚେର?

ଥିଲା ବାଲାଙ୍କୁ ସରକାରୀ ଘର, ନଥିଲା ବାଲାଙ୍କୁ ପର। ଏବେ ଯାହାକୁ ନେଇ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଫିସରେ କୁବେରା ପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ବିଜେପି କର୍ମୀ ଓ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଯାହା କରିଛନ୍ତି ତାହା ଏବେ ସମସ୍ତେ ଦେଖିଲେ

Biranchi Narayan Sahoo
ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ବିରଞ୍ଚିଙ୍କୁ ଭିଜିଲାନ୍ସ ଗିରଫ କରିଛି। ବିରଞ୍ଚିଙ୍କ ଠାରୁ ସାଢ଼େ ୩ କୋଟିର ସଂପତ୍ତି ଭିଜିଲାନ୍ସ ଠାବ କରିଛି। ଆଜି ବିରଞ୍ଚିଙ୍କୁ ଚାକିରିରୁ ସସପେଣ୍ଡ ମଧ୍ୟ କରାଯାଇଥିଲା। 

Arun dey
ପରଲୋକରେ ପୂର୍ବତନ ବିଧାୟକ ଅରୁଣ ଦେ

ବାଲେଶ୍ୱରରୁ ୫ ଥର ବିଧାୟକ ଭାବେ ଅରୁଣ ନିର୍ବାଚିତ ହୋଇଥିଲେ। ୩ଥର ଏନସିପିରୁ, ଥରେ ଓଜିପିରୁ ଓ ଥରେ ସ୍ୱାଧୀନ ଭାବେ ସେ ଜିତିଥିଲେ।

Biraja Temple
ଆସନ୍ତା ୪ରୁ ଖୋଲିବ ବିରଜା ମନ୍ଦିର: ଭକ୍ତଙ୍କ ମନରେ ବଢିଲା ଉତ୍ସାହ

ଆସନ୍ତା ଅଗଷ୍ଟ ୪ ତାରିଖ ବୁଧବାରଠାରୁ ଖୋଲିବ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲପାଳ ଚକ୍ରବର୍ତି ସିଂ ରାଠୋର। କୋଭିଡ କଟକଣାରେ ଶ୍ରଦ୍ଧାଳୁ ଦେବା ଦେବୀଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି । ଦ୍ୱୀତିୟ ଲହର କରୋନା କଟକଣାରେ ମନ୍ଦିର ବନ୍ଦ ଥିବାରୁ ଶ୍ରଦ୍ଧାଳୁ ଙ୍କୁ ମନ୍ଦିର ବାରଣ କରାଯାଇ ଥିବାରୁ ମନ୍ଦିର ମଧ୍ୟକୁ ଭକ୍ତମାନେ ପ୍ରବେଶ କରିପାରୁନଥିଲେ

congress Dengue awareness
ବସ୍ତିରେ ମଶାମରା ତେଲ, ବ୍ଲିଚିଂ ପାଉଡର ପକାଇଲା କଂଗ୍ରେସ

ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ବିଏମ୍‌ସି ଖାଲି ସଚେତନତା କାର୍ଯ୍ୟକ୍ରମରେ ସୀମିତ ଥିବା କଂଗ୍ରେସ ଅଭିଯୋଗ କରିଛି। ତେବେ କଂଗ୍ରେସର ଅଭିଯୋଗ ନେଇ ବିଏମ୍‌ସିର ପ୍ରତିକ୍ରିୟା ମିଳିପାରିନାହିଁ। 

CP Soumendra Priyadarshi
ଲକ୍‌ଡାଉନ୍‌ ପାଇଁ ବଢିଛି ସାଇବର କ୍ରାଇମ୍ !

କେବଳ ଜୁନ୍‌ରେ ଠକେଇ ନେଇ ୧୫ଟି ମାମଲା ରୁଜୁ ହୋଇଛି। ସାଇବର ଠକ ମୁଖ୍ୟତଃ UPI ମାଧ୍ୟମରେ ଅଧତ୍କ ଠକେଇ କରିଛନ୍ତି। ଏଥିସହ କ୍ରେଡିଟ୍ କାର୍ଡ, ଫୋନ କଲ୍‌ରେ ମଧ୍ୟ ଲୋକଙ୍କୁ ଠକିଛନ୍ତି। 

Dmet Chief CBK Mohanty
ଓଡ଼ିଶାରେ କାହିଁକି କମୁଛି ସଂକ୍ରମଣ? କାରଣ କହିଲେ DMET

ତେବେ ଏହା ବର୍ତ୍ତମାନର ସ୍ଥିତି ନୁହେଁ, ପୂର୍ବର ଲଗ୍‌କୁ କ୍ଲିୟର କରାଯାଉଛି। ଏବେ ପ୍ରକାଶିତ ହେଉଥିବା ମୃତ୍ୟୁ ସଂଖ୍ୟା ଅଡିଟେଡ୍ ଓଲ୍ଡ ରେକର୍ଡ। ଆଉ ୧୦ରୁ ୧୫ ଦିନ ଭିତରେ ଏହାର ଅଡିଟ ସରିଯିବ ବୋଲି ସେ କହିଛନ୍ତି।

PS BIRANCHI SAHOO
ନିଲମ୍ବିତ ହେଲେ କୁବେର OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ

୨୦୦୮ରେ OSSC ଦ୍ୱାରା ପୋଲିସ ଏସ୍ଆଇ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟଙ୍କ ସେ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଯେଉଁଥିରେ OSSCକୁ ନୋଟିସ ବି କରିଥିଲେ ଉଚ୍ଚ ନ୍ୟାୟାଳୟ। ଏମିତି ଏକାଧିକ ଥର ଅନିୟମିତତା ଅଭିଯୋଗ ଆଣିଛନ୍ତି ଚାକିରୀ ଆଶାୟୀ। ଏବେ ଭିଜିଲାନ୍ସ ଜାଲରେ ବିରଞ୍ଚି ଛନ୍ଦି ହେବା ପରେ ସମସ୍ତେ ଆଶା ରଖିଛନ୍ତି, ନିଯୁକ୍ତି ପ୍ରକ୍ରିୟାରେ କେଳେଙ୍କାରୀ ପଛର ସତ୍ୟ ସାମ୍ନାକୁ ଆସିବ।

Odia Labourers died
ମୋବାଇଲ କିଣି ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ଦାଦନ ଖଟିବାକୁ ଯାଇଥିଲେ, ହେଲେ ଶବ ହୋଇ ଫେରିଲେ

ମୋବାଇଲ କିଣି ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ଦାଦନ ଖଟିବାକୁ ଗଲେ। ହେଲେ ଅଧା ରହିଗଲା ମୋବାଇଲ କିଣା ଓ ଅଧୁରା ରହିଗଲା ଅନ୍‌ଲାଇନ୍‌ରେ ପାଠପଢା ସ୍ୱପ୍ନ। ଶେଷରେ ଶବ ହୋଇ ଫେରିଲେ।

Mo Bus Drivers Launch Strike
ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭରଙ୍କ ଆନ୍ଦୋଳନ, ‘ମାସକୁ ୧୮ ହଜାର ଟଙ୍କା ଦରମା କରାଯାଉ’

ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଆଜି ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ଦରମା ବୃଦ୍ଧିକୁ ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ କରୁନି। 

Subarnarekha river
ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା, ଗାଁରେ ପଶିଲା ପାଣି

ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍‌ର ୨୦ଟି ଗାଁରେ ବନ୍ୟା ପାଣି ପଶିଛି। ଗତକାଲି ରାତିରେ ବନ୍ୟା ପାଣି ଗାଁରେ ପଶିଥିବା ବେଳେ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

e bike
ପେଟ୍ରୋଲର ଆକାଶଛୁଆଁ ଦର ଚିନ୍ତାରେ ଇ-ବାଇକ ନିର୍ମାଣ କଲେ ବ୍ରହ୍ମପୁରର ଜଣେ ପିଜି ଛାତ୍ର

ଏବେ ତେଲ ଦର ଯେତେ ବଢିଲେ ବି ଚିନ୍ତା ନାହିଁ । ପେଟ୍ରୋଲରେ ନୁହେଁ ବ୍ୟାଟେରୀରେ ଚାଲୁଛି ପଲସର୍ ବାଇକ ।୧୫ବର୍ଷ ପୁରୁଣା ଏହି ପଲସର୍କୁ ଇ ବାଇକରେ ପରିଣତ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁରର ଅକ୍ଷୟ ଦାସ ।

attack on bjp leader
ବାଇକ୍‌ରେ ଯାଉଥିବାବେଳେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ବିଜେପିର ସାଧାରଣ ସଂପାଦକ ତଥା ବଙ୍ଗାଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଜେଶ ନାୟକଙ୍କୁ  ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଗତକାଲି ରାତିରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

corona virus
୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ, ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୩୪ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭କୁ ବୃଦ୍ଧି ପାଇଛି ।

konark sun temple
ଆଜିଠୁ ଖୋଲିଲା କୋଣାର୍କର ଐତିହାସିକ ସୂର୍ଯ୍ୟ ମନ୍ଦିର : ସ୍ୱତନ୍ତ୍ର SOPରେ ପର୍ଯ୍ୟଟକଙ୍କୁ ମନ୍ଦିର ପ୍ରବେଶ ଅନୁମତି

କରୋନା ମହାମାରୀ ପାଇଁ ଲକଡାଉନ ଯୋଗୁଁ ବନ୍ଦ ରହିଥିବା ବିଶ୍ୱ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ଖୋଲିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦୀର୍ଘଦିନ ପରେ ଚଳଚଞ୍ଚଳ ହୋଇ ଉଠିଛି କୋଣାର୍କ ଓ ଚନ୍ଦ୍ରଭାଗା ।