• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

odia pitha
କେମିତି ତିଆରି କରିବେ ଗରମାଗରମ କଞ୍ଚା କଦଳୀ କାକରା ? ଜାଣି ନିଅନ୍ତୁ ପ୍ରସ୍ତୁତି ପ୍ରଣାଳୀ

କଥାରେ ଅଛି ଓଡିଶାର ବାର ମାସରେ ତେର ପରବ । ବିଶେଷ କରି ଆମ ଓଡ଼ିଶାର ସୁଆଦିଆ ପିଠା ପାଇଁ ସାରା ଦେଶରେ ବହୁତ ପ୍ରସିଦ୍ଧ ଲାଭ କରିଛି । ପର୍ବପର୍ବାଣୀରେ ଆମ ଓଡ଼ିଆ ଘରେ ତିଆରି ହୁଏ ଭଳି କି ଭଳି ପିଠା । କେତେବେଳେ ମଣ୍ଡା ପିଠା ତ କେବେ ଆରିଷା ପିଠା,ଏହି ଭଳି ଭିନ୍ନ ଭିନ୍ନ ପିଠା ତିଆରି ହୁଏ ଆମ ଓଡ଼ିଆ ଘରେ । ତେବେ ଆମେ ଆପଣ ମାନଙ୍କୁ ଏକ ଭିନ୍ନ ଓ ନିଆରା କାକରା ପିଠା ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନା ହେଉଛି ‘କଞ୍ଚା କଦଳୀ କାକରା’ । ଏହି ରେସିପିଟି ଆପଣମାନେ ଦେଶୀ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

protest
କଲବଲ କରୁଛି ମହାମାରୀ : ପେଟପାଟଣା ପାଇଁ ରାଜଧାନୀରେ ବିକ୍ଷୋଭ

କେନ୍ଦୁଝରରେ ମଧ୍ୟ ଜିମ୍ ମାଲିକ, ଟେଣ୍ଟ ହାଉସ ଏବଂ ଲାଇଟ ଆଣ୍ଡ ସାଉଣ୍ଡ ସଂଘର ସଦସ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା କାଯର୍ୟରେ ୩ଶହ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦେବାକୁ ସଂଘ ଦାବି କରିଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

kranti divas
କାହିଁକି ଓ କେବେଠାରୁ ପାଳନ ହେଉଛି କ୍ରାନ୍ତି ଦିବସ?

ଅଗଷ୍ଟ ୯ ତାରିଖ ଭାରତବାସୀଙ୍କ ଲାଗି ଏକ ଅବିସ୍ମରଣୀୟ ଦିବସ। ୧୯୪୨ରୁ ଆଜିର ଦିନକୁ କ୍ରାନ୍ତି ଦିବସ ଭାବରେ ପାଳନ କରାଯାଉଛି। ଆଜିର ଦିନରୁ ହିଁ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦିଆଯାଇଥିଲା। ତେଣୁ ଆଜିର ଦିନ ପ୍ରତ୍ୟେକ ଭାରତୀୟଙ୍କ ଲାଗି ବେଶ୍‌ ଗୁରୁତ୍ୱ ବହନ କରୁଛି।

elephant
ଯେତିକି ଖାଉଛନ୍ତି, ତାଠୁ ଅଧିକ ନଷ୍ଟ କରୁଛନ୍ତି : ହାତୀ ଉପଦ୍ରବରେ ତ୍ରାହି ତ୍ରାହି ଡାକିଲେଣି ଲୋକେ

ଦିନ ଦିନ ଧରି ହାତୀ ଉପଦ୍ରବରେ ନାକେଦମ୍ ହେଲେଣି ମୟୂରଭଂଜ ଜିଲ୍ଲାର କରଞ୍ଜିଆ ଓ ଦୁଧିଆଣି ରେଞ୍ଜର ଶିରମଣିପୁର, କୁଂଜିଆମ, ମତା, ବଡଦେଉଳି, ସାନ ଦେଉଳି, ବାଲିପୋଷି, ନୂଆଗାଁ, ନେଡଡ଼ୁଆପାଳ ଭଳି ଗାଁ ଗୁଡିକ । ଗଲା ୩୦ ଦିନ ମଧ୍ୟରେ ପ୍ରାୟ ୩୫ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରୁଛନ୍ତି

NEW GUIDELINE
ପାର୍ବଣ ଋତୁରେ କେମିତି ହେବ ପୂଜା? ଗାଇଡ୍‌ଲାଇନ ଜାରି କଲେ ସରକାର

ପୂଜା ପାଇଁ ନୂଆ ଗାଇଡ଼୍‌ଲାଇନ୍ ଆଣିଲେ ସରକାର। ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଆଣିଛନ୍ତି। ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଗାଇଡଲାଇନ କରାଯାଇଛି। କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି। ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ଜରୁରୀ ଥିବା କହିଛନ୍ତି ସରକାର।

CYCLONE Relief
ଆଜି ଯାଏଁ ବଣ୍ଟା ଯାଇପାରିନି ବାତ୍ୟା ୟାସର ରିଲିଫ୍ ଚାଉଳ : ପଞ୍ଚାୟତ ଗୋଦାମରେ ପୋକ ସାଲୁବାଲୁ ହୋଇ ସଢୁଛି

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକକୁ ବାତ୍ୟା ୟାସ ପାଇଁ ଆସିଥିବା ରିଲିଫ୍ ସାମଗ୍ରୀ ଆଜିଯାଏ ବଣ୍ଟା ଯାଇ ପାରିନାହିଁ । ପଂଚାୟତ କାର୍ଯ୍ୟାଳୟରେ ପଡି ପଡି ନଷ୍ଟ ହେବାକୁ ବସିଲାଣି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାଇ ବାତ୍ୟା ପ୍ରଭାବିତ ଅଂଚଳ ପାଇଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଥିଲା ।

youth found dead
ନାଳରୁ ମିଳିଲା ଯୁବକଙ୍କ ମୃତଦେହ, ପାଖରେ ପଡ଼ିଛି ବୁଲେଟ୍‌

ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରୁ ଏକ ବୁଲେଟ୍‌ ମିଳିଛି। ଗତକାଲି ସକାଳ ୯ଟାରେ ବସନ୍ତ ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ ଯାଇଥିଲେ।

Malkangiri
ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ମାମଲା : ରଦ୍ଦ ହେଲା ଆନ୍ଧ୍ର କମ୍ପାନୀର ସଲଭେନ୍ସି ସାର୍ଟିଫିକେଟ୍

ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ମାମଲାରେ ରଦ୍ଦ ହେଲା । ଆନ୍ଧ୍ର କଂପାନୀର ସଲଭେନ୍ସି ସାର୍ଟିଫିକେଟ୍ କିଛି ମାସ ତଳେ ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ବେଳେ ଜିଲ୍ଲା ପ୍ରଶାସନ ଅନିୟମିତତା କରିଥିବା ନେଇ ଅଭିଯୋଗ ଆସିଥିଲା । ଆନ୍ଧ୍ରର ଜଣେ ଠିକାଦାର ଭୁଲ ତଥ୍ୟ ଦେଇ କୋଟିଏ ଟଙ୍କାର ସଲଭେନ୍ସିଂ ହାତେଇ ଥିବା ଅଭିଯୋଗ ହୋଇଥିଲା

deadbody on bullock cart
ମୃତଦେହ ପାଖ ମାଡିଲେନି ସମ୍ପର୍କୀୟ, ଶଗଡ଼ରେ ବାପାର ଶବକୁ ମଶାଣି ନେଲା ପୁଅ

ମୃତ୍ୟୁ ପରେ ବି ଶବକୁ ମିଳିଲାନି ସମ୍ମାନ। ଏପରିକି ଚାରି କାନ୍ଧ ଦେବାକୁ କେହି ନଥିଲେ। ଅନ୍ୟ ଜାତିର ହୋଇଥିବାରୁ ସମ୍ପର୍କୀୟ ମୃତଦେହ ପାଖ ମାଡ଼ିଲେନି। ଶେଷରେ ଶଗଡ଼ରେ ବାପାଙ୍କ ଶବକୁ ଶ୍ମଶାନ ନେଲା ନାବାଳକ ପୁଅ। 

technical institutions
ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

ସ୍କୁଲ୍ ଓ କଲେଜ ପରେ ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଏଥିପାଇଁ କ୍ୟାମ୍ପସ୍‌କୁ ସାନିଟାଇଜ୍‌ କରାଯିବା ସହ ଛାତ୍ରଛାତ୍ରୀ ଯେଭଳି କରୋନାରେ ସଂକ୍ରମିତ ନହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

clash over past enmity
ଖୁଡ଼ିକୁ ଖଣ୍ଡା ଓ ଭୁଜାଲି ହାଣିଲା ପୁତୁରା

ପୁତୁରାର ଖଣ୍ଡା, ଭୁଜାଲି ଆକ୍ରମଣରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଦାଦା ଓ ଦାଦା ପୁଅ ଭାଇ ଗୁରୁତର ଆହତ ହୋଇଛନ୍ତି। ଠିକାଦାରୀ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥିବା ଜଣାପଡ଼ିଛି। 

corona virus
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌। ୨୪ ଘଣ୍ଟାରେ ୮୮୬ ଆକ୍ରାନ୍ତ ଚିହ୍ନଟ, ୬୬ ମୃତ

ରାଜ୍ୟରେ କ୍ରମାଗତ ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ୍‌ କେସର ସଂଖ୍ୟା ୩୭୪ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

khallikote university
ମାନ୍ୟତା ପରେ ମିଳୁଛି ମାନ୍ୟତା, ହେଲେ ବଦଳୁନି ଭିତ୍ତିଭୂମି

ମାନ୍ୟତା ପରେ ମିଳୁଛି ମାନ୍ୟତା। ହେଲେ ବଦଳୁନି ଭିତ୍ତିଭୂମି। ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନା ଆରମ୍ଭ ହୋଇପାରୁଛି ଦ୍ୱିତୀୟ କ୍ୟାମ୍ପସ।ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟରେ ଏଭଳି ଅସୁବିଧା ଦେଖିବାକୁ ମିଳିଛି।

College
୬ ମାସ ପରେ କ୍ୟାମ୍ପସ୍‌ରେ ପାଦ ପଡ଼ିବ, ହଷ୍ଟେଲରେ ପହଞ୍ଚିଲେଣି ଛାତ୍ରଛାତ୍ରୀ

ସ୍କୁଲ୍ ଓ କଲେଜ ପରେ କାଲିଠୁ ଖୋଲୁଛି ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ । ଏଥିପାଇଁ କ୍ୟାମ୍ପସ୍‌କୁ ବିଶୋଧନ ସହ ଛାତ୍ରଛାତ୍ରୀଙ୍କୁ ସଂକ୍ରମଣମୁକ୍ତ ପରିବେଶରେ ରଖିବାକୁ ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି ସମସ୍ତ ଶିକ୍ଷାନୁଷ୍ଠାନ ।

PMAY SCAM
ଆବାସ ଯୋଜନା ହିତାଧିକାରୀଙ୍କ ଘର ଦେଖିଲେ ଓ କଥା ଶୁଣିଲେ ଆଖିରୁ ଲୁହ ଆସିବ

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ଜାରି ରହିଛି ରାଜନୈତିକ ଘମାସାନ । ଯୋଜନାରେ ଘୋଟାଲାକୁ ନେଇ ବିରୋଧୀ ଖଡ୍ଗହସ୍ତ ।

jajpur pmay
ଥିଲା ବାଲାଙ୍କୁ ମିଳୁଛି, ନଥିଲା ବାଲାଙ୍କୁ ମିଳୁଛି ଫମ୍ପା ପ୍ରତିଶ୍ରୁତି

ଆବାସ ଯୋଜନାରେ ପୁଣି ଦୁର୍ନୀତି ହୋଇଥିବା ନେଇ ଆସିଲା ଅଭିଯୋଗ। ଯୋଜନାରୁ ବଂଚିତ ହୋଇଛନ୍ତି ବହୁ ଯୋଗ୍ୟ ହିତାଧିକାରୀ। କେବଳ ଏତିକି ନୁହେଁ ବରଂ ଆବାସ ଗୃହ ଯୋଗାଇ ଦେବା ଲାଗି ହିତାଧିକାରୀମାନଙ୍କୁ ଲାଂଚ ମଗାଯାଉଥିବା ପରି ଅଭିଯୋଗ ବି ହୋଇଛି । ହାତଗୁଞ୍ଜା ନଦେଲେ ଆବାସ ଗୃହ ମିଳୁ ନଥିବା ଲୋକେ ସିଧାସଳଖ ଅଭିଯୋଗ କରିଛନ୍ତି

Four baby Born
ଅତିଥି ହୋଇ ମା କୋଳକୁ ଆସିଥିଲେ ୪, ଚାଲିଗଲେ ୨

୪ ଛୁଆଙ୍କ ଜନ୍ମ ଖବର ଜାଣିବା ପରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ସେ ଲେଖିଛନ୍ତି ଯେ ଓଡ଼ିଶାରେ ଘଟିଲା ଭାରତୀୟ ଚିକିତ୍ସା ଇତିହାସର ଏକ ବିରଳ ମୁହୂର୍ତ୍ତ। ଏକାଥରେ ଜନ୍ମନେଲେ ୪ଟି ଲକ୍ଷ୍ମୀ ଆଉ ମୁଁ ହେଲି ମାମୁଁ ।

OIL Hike
ଖାଇବା ତେଲ ଦରରେ ଏବେ ଖାଉଟି କଲବଲ !

କେବଳ ରାଜ୍ୟ ନୁହେଁ, ଦେଶବ୍ୟାପୀ ଖାଇବା ତେଲର ଦାମ୍ ବଢ଼ିଥିବା ସ୍ୱୀକାର କରିଛନ୍ତି କେନ୍ଦ୍ର ଖାଦ୍ୟ ଓ ଖାଉଟୀ ବ୍ୟାପାର ମନ୍ତ୍ରୀ ପିୟୁଷ ଗୋୟଲ। ସଂସଦରେ ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୨୦୧୬ରୁ ଦେଖିଲେ ଚଳିତ ବର୍ଷ ଖାଇବା ତେଲ ଦର ସବୁଠାରୁ ଅଧିକ ବଢ଼ିଛି।

covid vaccine
ଭଲ କାମ କରୁଛି ଭ୍ୟାକ୍ସିନ୍ କକଟେଲ

ଜଣେ ବ୍ୟକ୍ତି ଭିନ୍ନ ଭିନ୍ନ ଭ୍ୟାକ୍ସିନ୍‌ର ଦୁଇଟି ଡୋଜ୍ ନେଲେ ଏହାର ପରିଣାମ କିଭଳି ରହୁଛି ଜାଣିବା ପାଇଁ ଆଇସିଏମ୍ଆର୍ ପକ୍ଷରୁ ଏଭଳି ଗବେଷଣା କରାଯାଇଥିଲା ଏହି ଗବେଷଣାରେ ୯୮ ଜଣଙ୍କୁ ସାମିଲ କରାଯାଇଥିଲା ସେଭିତରୁ ୪୦ ଜଣଙ୍କୁ କୋଭିସିଲ୍ଡର ଦୁଇଟି ଡୋଜ୍, ୪୦ ଜଣଙ୍କୁ କୋଭାକ୍ସିନର ଦୁଇଟି ଡୋଜ୍ ଏବଂ ଅନ୍ୟ ୧୮ ଜଣଙ୍କୁ ପ୍ରଥମେ କୋଭିସିଲ୍ଡ ଓ ପରେ କୋଭାକ୍ସିନ୍ ଟିକା ଦିଆଯାଇଥିଲା।

Four Baby Birth
ଏକାଥରକେ ୪ ଛୁଆଙ୍କୁ ଜନ୍ମ ଦେଲେ ମା', ମାମୁ ହେଲେ ସବ୍ୟ !

ଓଡ଼ିଶାରେ ଘଟିଲା ଭାରତୀୟ ଚିକିତ୍ସା ଇତିହାସର ଏକ ବିରଳ ମୁହୂର୍ତ୍ତ। ଏକାଥରେ ଜନ୍ମନେଲେ ୪ଟି ଲକ୍ଷ୍ମୀ ଆଉ ମୁଁ ହେଲି ମାମୁଁ । କିଛି ଦିନ ତଳେ ଭଂଜନଗର ଅଞ୍ଚଳର ଜଣେ ମହିଳା ଗର୍ଭବତୀ ଥିଲେ କିନ୍ତୁ ତାଙ୍କର ଗର୍ଭାଶୟରେ ୪ଟି ଶିଶୁ ଥିବା ଜଣାପଡିଥିଲା।

copper glass and plate
ତମ୍ବାପାତ୍ରରେ ରହିଛି ଔଷଧୀୟ ଗୁଣ, ଆସନ୍ତୁ ଜାଣିବା

ଘରେ ନିତିଦିନିଆ ଜୀବନରେ ଆମେ ଖାଦ୍ୟ ଖାଇବା ପାଇଁ ବିଭିନ୍ନ ଧାତୁର ବାସନକୁସନ ବ୍ୟବହାର କରିଥାଉ । ସାଧାରଣତଃ ଘରେ ଘରେ ଷ୍ଟିଲ୍ ବାସନର ବ୍ୟବହାର ବେଶୀ ହୋଇଥାଏ । କିନ୍ତୁ ତମ୍ବା ପାତ୍ରରେ ବହୁ ଔଷଧୀୟ ଗୁଣ ରହିଥାଏ ବୋଲି ବହୁତ କମ୍ ଲୋକ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ତମ୍ବା ପାତ୍ରର ଔଷଧୀୟ ଗୁଣ ବିଷୟରେ ।

Sarat Pujari
ଅମଳିନ ଶରତ ପୂଜାରୀ

ଓଡ଼ିଆ ସିନେମା ଜଗତରେ ଶରତ ଯେବେ ଆବିର୍ଭାବ ହେଲେ, ରୂପେଲି ପରଦା ଇନ୍ଦ୍ରଧନୁର ସାତ ରଙ୍ଗରେ ରଙ୍ଗୀନ ହୋଇଗଲା। ତାଙ୍କ ଆଗମନ ପରେ ଲାଇଟ୍ କ୍ୟାମେରା ଆକ୍ସନ ଦୁନିଆ ଚମକି ଉଠିଲା। ଚିକିମିକି ସିତାରା ହୋଇ ସିନେମାରେ ସେ ନିଜେ ଚମକିଲେ, ଆଉ ତାଙ୍କ ଚମକ ଦେଖି ବିମୁଗ୍ଧ ହୋଇଗଲେ ଅଗଣିତ ସିନେପ୍ରେମୀ । ଟିକେଟ୍‌ କାଉଣ୍ଟରରେ ଜମିଗଲା ଭିଡ଼। ରୂପେଲି ପରଦାରେ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ କାହିଁ କେତେ ଦୂରରୁ ଦଉଡିଆସି ସିନେମା ହଲ୍ ଆଗରେ ଧାଡି ଲଗାଇଲେ ସିନେମାପ୍ରେମୀ। ଯାହାଙ୍କ ପାଇଁ ଏତେ ଉପମା ଆଉ ଏତେ ଅଳଙ୍କାର ସିଏ ହେଉଛନ୍ତି ଓଡିଆ ସିନେମାର ସର୍ବକାଳୀନ ରୋମାଣ୍ଟିକ ହିରୋ ଶରତ ପୂଜାରୀ।

fake note
୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କଲା ପୋଲିସ୍‌

ସେମାନଙ୍କଠାରୁ ଟଙ୍କା ଛାପିବା ମେସିନ, କାଗଜ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଘର ବରଗଡ଼ ଜିଲ୍ଲାରେ ହୋଇଥିବାବେଳେ ମୁଖ୍ୟ ୨ ଅଭିଯୁକ୍ତଙ୍କ ଘର ଛତିଶଗଡ଼ର ରାୟଗଡ଼ାରେ ବୋଲି ସୂଚନା ମିଳିଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି, ଏହା ସହିତ ଅନ୍ୟ କେଉଁ ଅଞ୍ଚଳକୁ ଏମାନେ ଜାଲ୍ ନୋଟ୍ ପଠାଉଥିଲେ କି ତାର ମଧ୍ୟ ତଦନ୍ତ କରାଯାଇଛି।

soyabin kabab
ବର୍ଷାଦିନରେ ବନାନ୍ତୁ 'ସୋୟାବିନ୍ କବାବ୍'

ବର୍ଷାଦିନରେ ସାଧାରଣତଃ ଘରେ ଘରେ ସକାଳ ଓ ସଂଧ୍ୟା ସମୟରେ ଘରେ ଘରେ ସ୍ନାକ୍ସ ତିଆରି କରାଯାଏ । ସଂଧ୍ୟା ସମୟରେ ଚା’ ସହ କିଛି ସ୍ନାକ୍ସ ହୋଇଗଲେ ଖାଇବାର ମଜା ଦୁଇ ଦୁଣ ବଢିଯାଏ । ଘରେ ଛୋଟପିଲାମାନେ ମଧ୍ୟ ସ୍ନାକ୍ସ ଖାଇବା ପାଇଁ ବେଶୀ ପସନ୍ଦ କରନ୍ତି । ତେବେ ଆଜି ଆମେ ଆପଣମାନଙ୍କୁ ସୋୟାବିନର ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ସୋୟାବିନ୍ କବାବ୍’।