/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628221860.jpg)
road accident
ବଲାଙ୍ଗିର: ଏମିତି ବି ଆସେ ମୃତ୍ୟୁ ! ମନ୍ଦିରରୁ ଫେରୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ପିକ୍ଅପ୍ ଭ୍ୟାନ୍। ଆଜି ସକାଳୁ ସକାଳୁ ବଲାଙ୍ଗିର ସହରରେ ଏହି ଦୁଃଖଦ ଘଟଣା ଘଟିଛି। ଦୁର୍ଗାମନ୍ଦିର ଛକ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ପ୍ରମିଳା ମହାପାତ୍ର। ଆହତଙ୍କ ନାଁ ଉଷା ସିଂ।
ପ୍ରମିଳା ଓ ଉଷା ଉଭୟେ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା ସାରି ଚାଲି ଚାଲି ଘରକୁ ଫେରୁଥିବା ବେଳେ ଏକ ଟମାଟୋ ବୋଝେଇ ପିକ୍ଅପ୍ ଭ୍ୟାନ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ପିକ୍ଅପ୍ ଧକ୍କାରେ ପ୍ରମିଳା ରାସ୍ତାକଡ଼ ନାଳରେ ପଡ଼ି ଯାଇଥିଲେ। ପିକ୍ଅପ୍ ଭ୍ୟାନ୍ ମଧ୍ୟ ନାଳ ଉପରେ ଚଢ଼ି ଯାଇଥିଲା ଓ ତା’ ତଳେ ପ୍ରମିଳା ଚାପି ହୋଇ ରହି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଉଷା ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଛିଟିକି ହୋଇ ରାସ୍ତାକଡ଼ରେ ପଡ଼ିଥିଲେ। ସେ ସାମାନ୍ୟ ଆହତ ହୋଇଛନ୍ତି।
ବଲାଙ୍ଗିର ଟାଉନ୍ ପୋଲିସ୍ କ୍ରେନ୍ ସାହାଯ୍ୟରେ ପିକ୍ଅପ୍ ଭ୍ୟାନ୍କୁ ଉଠାଇବା ପରେ ପ୍ରମିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ପୋଲିସ୍ ପିକ୍ଅପ୍ ଭ୍ୟାନ୍ଟିକୁ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)