/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741523976.jpg)
ସ୍ପିନ୍ ଜାଲରେ ଫସିଲା ନ୍ୟୁଜିଲାଣ୍ଡ
ସୁପର ସଣ୍ଡେରେ ସୁପର ସୋ’। ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଚାଲିଛି ହାଇଭୋଲଟେଜ୍ ମ୍ୟାଚ । ଆଜିର ଏହି ଫାଇନାଲ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତୀୟ ସ୍ପିନର ଜାଲରେ ଫସିଗଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ । ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ମାତ୍ର ୨୫୧ ରନ୍ କରିଥିଲା ନ୍ୟୁଜିଲାଣ୍ଡ । ଯାହାଫଳରେ ଏହି ମ୍ୟାଚ୍ରେ ବିଜୟ ସହ ଚମ୍ପିଆନ୍ସ ଟ୍ରଫି ହାତେଇବାକୁ ଭାରତକୁ ୫୦ ଓଭରରେ ୨୫୨ ରନ୍ ଆବଶ୍ୟକ ।
ଅଧିକ ପଢ଼ନ୍ତୁ: ରୋହିତଙ୍କ ନାମରେ ଅଜବ ରେକର୍ଡ, ଦିନିକିଆରେ ଲଗାତର ୧୨ ଥର ହାରିଲେଣି ଟସ୍
ସୂଚନା ଅନୁସାରେ ଆଜି ଫାଇନାଲ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ନ୍ୟୁଜିଲାଣ୍ଡ ପାଇଁ ଏହି ନିଷ୍ପତ୍ତି ଭୁଲ ସାବ୍ୟସ୍ତ ହୋଇଥିଲା । ଯଦିଓ ଆରମ୍ଭରୁ ନ୍ୟୁଜିଲାଣ୍ଡ ଆକ୍ରମଣାତ୍ମକ ଖେଳିଥିଲା । କିନ୍ତୁ ସ୍ପିନର ବୋଲିଂ କରିବାକୁ ଆସିବା ସହ ନ୍ୟୁଜିଲାଣ୍ଡ ରନ୍ ସ୍କୋରିଂରେ ବ୍ରେକ୍ ଲାଗିଥିଲା । ଅଷ୍ଟମ ଓଭରରେ ଭାରତକୁ ପ୍ରଥମ ୱିକେଟ୍ ଦେଇଥିଲେ ବରୁଣ ଚକ୍ରବର୍ତ୍ତୀ । ମାତ୍ର ୧୫ ରନ୍ରେ ବରୁଣ ଚକ୍ରବର୍ତ୍ତୀଙ୍କ ଚକ୍ରବିହ୍ୟୁରେ ଫସିଥିଲେ ୟଙ୍ଗ୍ । ଏହାପରେ ଭାରତୀୟ ସ୍ପିନର ନ୍ୟୁଜିଲାଣ୍ଡର ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ୍ଙ୍କୁ ପାଭିଲିୟନ୍ ପଠାଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ୍ ସର୍ବାଧିକ ୬୩ ରନ୍ କରିଥିଲେ ।
ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ତେବେ ୨୫୨ ରନ୍ ବିଜୟ ଲକ୍ଷ୍ୟକୁ ଭାରତ ହାସଲ କରି ପ୍ରଥମ ଦଳ ଭାବେ ତୃତୀୟ ଥର ଆଇସିସି ଚାମ୍ପିଆନ୍ସ ଟ୍ରଫି ଜିତିବାକୁ ଚେଷ୍ଟା କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)