• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବ୍ରହ୍ମପୁର: ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ ।

  • ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୃତ୍ତଙ୍କ ଭଂଗାରୁଜା ।

  • ସମର୍ଥକଙ୍କୁ ବୋମା ମାଡ଼ ।

ବ୍ରହ୍ମପୁର: ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୃତ୍ତଙ୍କ ଭଂଗାରୁଜା । ଘରେ କେହି ନଥିବା ବେଳେ ବାହାରେ ଭଂଗାରୁଜା କରିଛନ୍ତି ଦୁର୍ବୃତ୍ତ । ଖଲ୍ଲିକୋଟ ନିର୍ମଳଝର ନିକଟ ଭଡ଼ାଘରେ ଭଂଗାରୁଜା ହୋଇଥିବା ଜଣାପଡ଼ିଛି ।

khalikote MLA House

ଘରେ ଲାଗିଥିବା କାଚ ଭାଙ୍ଗିବା ସହ ୨ଟି ବାଇକ ଭାଙ୍ଗିଦେଲେ । ଏମିତିକି ବାଇକ୍‌କୁ ଖଣ୍ଡାରେ ହାଣି ନଷ୍ଟଭ୍ରଷ୍ଟ କରିଦେଲେ ଦୁର୍ବୃତ୍ତ । ଦେଖିଲେ ଲାଗୁଛି ବିଧାୟକଙ୍କ ଉପରେ ଥିବା ରାଗକୁ ଦୁର୍ବୃତ୍ତମାନେ ବାଇକ୍‌ ଉପରେ ସୁଝାଇଛନ୍ତି । ତେବେ ଦୁର୍ବୃତ୍ତଙ୍କ ଏଭଳି କାରନାମ ଦେଖି ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ଲୋକଙ୍କ ମନରେ ଭୟ ଉପୁଜିଛି ।

ଖାଲି ସେତିକି ନୁହେଁ ବିଧାୟକଙ୍କ ନିଜ ଗାଁ କେଶପୁର ପାଟଣାସାହିରେ ତାଙ୍କ ସମର୍ଥକଙ୍କ ପରକୁ ବୋମା ମାଡ଼ ମଧ୍ୟ କରାଯାଇଥିବା ସୂଚନା ରହିଛି । ବିଧାୟକଙ୍କ ସମର୍ଥକଙ୍କ ଉପରକୁ ଏକାଧିକ ବୋମା ଫିଙ୍ଗିଥିବା ସୂଚନା । ବୋମାମାଡ଼ରେ ୪ ଗୁରୁତର । ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି । ତେବେ ତାଙ୍କ ଗାଁରେ ମଧ୍ୟ ଲୋକଙ୍କ ମନରେ ଛନକା ପଶିଛି ।

ତେବେ ଏହି ଆକ୍ରମଣ ବା ଭଙ୍ଗାରୁଜାର ସଠିକ୍‌ କାରଣ ଜଣାପଡ଼ି ନାହିଁ । କିଏ ଏଭଳି ଆକ୍ରମଣ କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ନୁହେଁ । କିନ୍ତୁ ପୂର୍ବ ଶତ୍ରୁତାକୁ ନେଇ ଭଙ୍ଗାରୁଜା, ବୋମା ମାଡ଼ କରାଯାଇଥିବା ଆନୁମାନ କରାଯାଉଛି ।