• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 06 August 2021

  • Chandan Shishu
  • 3 years ago

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ। କିଛି ସମୟ ତଳେ ଜେଇଇ ମେନ ତୃତୀୟ ସେସନ୍‌ର ଫଳ ପ୍ରକାଶିତ ହୋଇଛି। ଏହା ହେଉଛି ଏ ବର୍ଷର ତୃତୀୟ ପର୍ଯ୍ୟାୟ ଜେଇଇ ମେନ୍। ଏଥର ଶହେ ପର୍ସେଣ୍ଟାଇଲ୍ ସ୍କୋର କରିଛନ୍ତି ଦେଶର ୧୭ ଜଣ ଛାତ୍ରଛାତ୍ରୀ। ୯୯ ଦଶମିକ ନଅ ଏକ ପର୍ସେଣ୍ଟାଇଲ ନମ୍ବର ରଖି ଅମନ ପଣ୍ଡା ଓଡ଼ିଶାରୁ ଟପ୍ପର ହୋଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତରଫରୁ ପରୀକ୍ଷା କରାଯାଇଥିଲା।

  • Chandan Shishu
  • 3 years ago

ରାଜଧାନୀରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲିରେ ଆକ୍ରମଣ

ଏହି ଘଟଣାରେ ପ୍ରାୟ ୬ ଜଣ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅପରପକ୍ଷେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଉ ଏକ ଗୋଷ୍ଠୀ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ପଳାଶୁଣିରେ ଏନ୍ଏଚ୍ ଅବରୋଧ କରିଥିଲେ। ଦୀର୍ଘ ସମୟ ପରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।   More

  • Chandan Shishu
  • 3 years ago

ମ୍ୟାଚ୍ ହାରିଥିଲେ ବି ଦେଶବାସୀଙ୍କ ଦିଲ୍ ଜିତିଲା ମହିଳା ହକି ଟିମ୍

ମ୍ୟାଚ ହାରିବା ପରେ ନିରାଶ ହୋଇପଡିଥିଲେ ଭାରତୀୟ ଖେଳାଳି। ସେମାନଙ୍କ ମୁହଁରେ ହତାଶାର ଭାବ ସ୍ପଷ୍ଟ ବାରି ହୋଇପଡୁଥିଲା। ମେଡାଲ ଜିତିବାରୁ ସୁଯୋଗ ଅଳ୍ପକେ ହାତଛଡ଼ା ହେବା ପରେ ଖେଳାଲିମାନେ ମ୍ରିୟମାଣ ହୋଇପଡିଥିଲେ। ବ୍ରିଟିଶ ଖେଳାଳି ମଧ୍ୟ ଆସି ଏମାନଙ୍କୁ ସାନ୍ତ୍ୱନା ଦେଇଥିଲେ। More

  • Chandan Shishu
  • 3 years ago

ବହିଷ୍କୃତ ବିରଞ୍ଚି ସାହୁଙ୍କ ଫିଟିଲା ଆଉ ଏକ କଳା ଗୁମର

ପ୍ରାୟ ୪ କୋଟିର ଆୟବହିର୍ଭୂତ ସଂପତ୍ତିର ଉତ୍ସ, ବେଆଇନ ନିବେଶ ଏବଂ ଦୁର୍ନୀତିର ବ୍ଲୁ ପ୍ରିଣ୍ଟ ଆଦି ଦିଗକୁ ନେଇ ଖୋଳତାଡ଼ କରୁ କରୁ ଏବେ କୁବେର ବିରଞ୍ଚିଙ୍କ ଖୋଲୁଛି ଭାନୁମତି ପେଡ଼ି। ତାହେଲେ ଚାକିରି ପାଇବାକୁ ହେଲେ ପଲିସି କରିବାକୁ ପଡ଼ିବ ବୋଲି ପ୍ରବର୍ତ୍ତାଉଥିଲେ କି ବିରଞ୍ଚି ? More

  • Satyendu Shekher Mishra
  • 3 years ago

ବିରଞ୍ଚି ଏକା ନୁହନ୍ତି, କମିଶନ ଓ ସଦସ୍ୟ ସମପରିମାଣରେ ଦାୟୀ: ବିଜୟ ମହାପାତ୍ର

ସରିଲା ରିମାଣ୍ଡ । କଣ ନୂଆ ତଥ୍ୟ ପାଇଲା ଭିଜିଲାନ୍ସ ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କାରଣ OSSC ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହେବା ପରେ ଏବେ ସମସ୍ତଙ୍କ ନଜର ପିଏସ୍ ବିରଞ୍ଚି ସାହୁଙ୍କ ଉପରେ ।  More

  • Chandan Shishu
  • 3 years ago

ଉଭୟ ଡୋଜ୍ ଟିକା ନେଇ ବି କରୋନାରେ ସଂକ୍ରମିତ

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡବଲ୍ ଡୋଜ୍ ପରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୭ ହଜାର ୯୨୪ ଜଣ ଦ୍ୱିତୀୟ ଡୋଜ୍ ନେବାର ୧୪ ଦିନ ପରେ ପଜିଟିଭ ବାହାରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଡିଏମ୍ଇଟିଙ୍କ କହିବା କଥା- ଟିକା ଶତ ପ୍ରତିଶତ ସୁରକ୍ଷା ଦେଇପାରିବନି କିନ୍ତୁ ଟିକା ନେବା ପରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ନଗଣ୍ୟ ଓ ଖୁବ୍ କମ୍ ରୋଗୀ ଗୁରୁତର ହେଉଛନ୍ତି।  More

  • Satyendu Shekher Mishra
  • 3 years ago

କୋଟିଆ ଭିତରେ ପଶିଲେ ପିଟିବୁ କହିଲେ ବିଧାୟକ

‘କୋଟିଆ ଭିତରେ ପଶିଲେ ପିଟିବୁ’ । ଏଭଳି ଚେତାବନୀ ଦେଇଛନ୍ତି ପଟାଙ୍ଗି ବିଧାୟକ । ଆନ୍ଧ୍ର ଯଦି ଓଡ଼ିଶା ଭିତରେ ପଶି କୋଟିଆ ଉପରେ ନଜର ପକାଏ ତେବେ ସେମାନଙ୍କୁ ଉଚିତ୍‌ ସାସ୍ତି ସହ ପିଟିବେ ବୋଲି ଧମକ ଦେଇଛନ୍ତି ବିଧାୟକ । More

  • Sarbeswar
  • 3 years ago

ଦାଦାଗିରି କରୁଛି ଓମ୍‌ସି: ଜୋର ଜବରଦସ୍ତ ଆଦିବାସୀଙ୍କ ଜମି ଛଡ଼ାଇ ନେଇ କଲା ଡମ୍ପିଂ ୟାର୍ଡ଼

କେନ୍ଦୁଝର ବାଂଶପାଳ ବ୍ଳକ ଶୁଆକାଟୀ ସ୍ଥିତ ଓ ଏମସି ଖଣିରେ ଖଣି ଖନନ ଓ ଡମ୍ପିଙ୍ଗି ୟାର୍ଡ ହାତେଇବା ପାଇଁ ଗ୍ରାମସଭାରେ ବଡ ବଡ ସ୍ଵପ୍ନ ଦେଖାଇଥିଲା ଓଏମସି । ସ୍ଥାନୀୟ ଲୋକଙ୍କୁ ସେଠାରେ ନିଯୁକ୍ତି ଦେବାତ ଦୂରର କଥା । ନିଜର ଡମ୍ପିଙ୍ଗୟାର୍ଡ ପାଇଁ ଜୋର ଜବରଦସ୍ତ ହାତେଇ ନେଇଛି ଉପର କଇଁସାରୀ ଗ୍ରାମର ଗରିବ ଆଦିବାସୀଙ୍କ ଜମିକୁ । ଡାକ୍ତର ମୁଣ୍ଡା ଓ ଚରଣ ସିଂ ମୁଣ୍ଡାଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି More

  • Satyendu Shekher Mishra
  • 3 years ago

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଘରୋଇ କରଣକୁ ଯୁବ କଂଗ୍ରେସର ବିରୋଧ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଘରୋଇକରଣ ଯୋଜନାକୁ କଂଗ୍ରେସର ବିରୋଧ । ଓଡିଶା ଯୁବ କଂଗ୍ରେସର ପକ୍ଷରୁ ଏହାକୁ ବିରୋଧ କରି ଧାରଣା ଦିଆଯାଇଛି । More

  • Satyendu Shekher Mishra
  • 3 years ago

ମଣ୍ଡିରେ ଧାନ ବିକ୍ରି ନହେବାରୁ ଚାଷୀଙ୍କ ଆତ୍ମହତ୍ୟା

ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଘଟଣା । ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଧନକଉଡ଼ା ବ୍ଲକ୍‌ କୁଦଗୁଣ୍ଡେରପୁର ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । More

  • Sarbeswar
  • 3 years ago

ସରକାରୀ ସାହାଯ୍ୟକୁ ଅପେକ୍ଷା କରିଛନ୍ତି ଅଦୈତ

ଏମିତି ଘଟଣା ଘଟିଛି, ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗାଁରେ। ଭିନ୍ନକ୍ଷମ ଯୁବକ ଅଦୈତ ମଳିକଙ୍କ ଘର ଓ ପରିବାରର କରୁଣଭରା କାହାଣୀର ଚିତ୍ର ଯିଏ ଦେଖିବ ତା ଆଖିରେ ବି ଲୁହ ଆସିଯିବ। ବାପା ମାଙ୍କ ଏକମାତ୍ର ପୁଅ ଅଦୈତ କିନ୍ତୁ ସେ ଭିନ୍ନକ୍ଷମ। ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ସାଜି ବେସାହାରା ହୋଇପଡିଛନ୍ତି ଅଦୈତ୍ୟ । ଏହି ବୟସରେ ସେ ପରିବାର ବୋଝ ମୁଣ୍ଡାଇବା ପରିବର୍ତ୍ତେ ନିଜେ ପାଲିଟିଯାଇଛନ୍ତି ପରିବାର ପାଇଁ ବୋଝ More

  • Sarbeswar
  • 3 years ago

ଅନ୍ଧାରରେ ପିଲାଙ୍କ ଭବିଷ୍ୟତ: କାମ କରୁନାହିଁ ଇଣ୍ଟରନେଟ୍‌ ସେବା, ପିଲା ପାଠ ପଢିବେ କେମିତି?

ଚିତ୍ରକୋଣ୍ଡା ବ୍ଲକ ଅଂଚଳରେ ଇଣ୍ଟରନେଟ ଶିକ୍ଷା ଫେଲ ମାରିବାର ଦୁଇଟି ମୁଖ୍ୟ କାରଣ ରହିଛି। ପ୍ରଥମ ହେଉଛି ମୋବାଇଲ ସେବାଠାରୁ ଆରମ୍ଭ କରି ଇଣ୍ଟରନେଟ ସେବା ଏଠାରେ ପୂରା ବିଫଳ ରହିଛି । ଦ୍ୱିତୀୟଟି ହେଉଛି ଏହି ଅଂଚଳଟି ୮୦ଭାଗରୁ ଅଧିକ ଲୋକ ଗରିବ ଶ୍ରେଣୀର ଆଦିବାସୀ। ପରିବାର ଚଳାଇବା ପାଇଁ ପାଖରେ ଟଙ୍କା ନାହିଁ, ସେମାନେ ମୋବାଇଲ ବା ଆଣିବା କେଉଁଠୁ? More

  • Satyendu Shekher Mishra
  • 3 years ago

ଭାରତୀୟ ମହିଳା ହକି ଟିମ୍ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭାରତୀୟ ମହିଳା ହକି ଟିମ୍ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନସିଂ ଜରିଆରେ କଥା ହେଲେ ଓ ଅଭିନନ୍ଦନ ଜଣାଇଲେ ।  More

  • Chandan Shishu
  • 3 years ago

ନକଲି ଔଷଧ ଜବତ ଘଟଣାରେ ମାମଲା କଲା ଇଡି

ଭୁବନେଶ୍ୱର: ନକଲି ଔଷଧ ଜବତ ଘଟଣାରେ ମାମଲା କଲା ଇଡି। କଟକରୁ ନକଲି କୋଭିଡ୍ ଔଷଧ ଜବତ ଘଟଣାରେ ଇଡି ମାମଲା କରିଛି। ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବେଆଇନ ଅର୍ଥ କାରବାରର ତଦନ୍ତ କରିବ ଇଡି। ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂରେ ମାମଲା ରୁଜୁ କଲା ED। କରୋନାର ଦ୍ୱିତୀୟ ଲହର ଜୋର ଧରିଥିବାବେଳେ କଟକର ଏକ ଔଷଧ ଦୋକାନରୁ ବିପୁଳ ପରିମାଣର ନକଲି ଔଷଧ ଜବତ ହୋଇଥିଲା। ନକଲି କରୋନା ଔଷଧ ଜବତ ପରେ ସାରା ରାଜ୍ୟରେ ତନାଘନାର ଚାଲିଛି। କଟକ ଲିଙ୍କ୍‌ରେ ବଲାଙ୍ଗିରରେ ଏବଂ ଭୁବନେଶ୍ୱରରେ ମଧ୍ୟ କିଛି ସ୍ଥାନରେ ରେଡ୍ କରାଯାଇଥିଲା। କଟକରୁ ନକଲି କରୋନା ଔଷଧ ଜବତ ପରେ ସେସବୁକୁ ସେଣ୍ଟ୍ରାଲ ଲାବ୍ରୋଟାରୀକୁ ପରୀକ୍ଷା ପାଇଁ ପଠାଯାଇଥିଲା।

  • Satyendu Shekher Mishra
  • 3 years ago

ବିଧାନସଭା ଆଗରେ କାନ ଧରି ଆଣ୍ଠେଇଲେ ଶିକ୍ଷକ

ରାଜଧାନୀ ଗାନ୍ଧୀମାର୍ଗରେ ଶିକ୍ଷକଙ୍କ ଅଭିନବ ପ୍ରତିବାଦ । ରାସ୍ତାଉପରେ କାନଧରି ଆଣ୍ଠେଇ ବସିଲେ ଶିକ୍ଷକ । ଏହାସହ ସରକାରଙ୍କ ବିରୋଧରେ ନାରାବାଜି ମଧ୍ୟ କଲେ । More

  • Rajalaxmi Sahoo
  • 3 years ago

ଖୁବ୍ ଶୀଘ୍ର ଜୟପୁର ଓ ରଙ୍ଗେଇଲୁଣ୍ଡାରୁ ଉଡ଼ିବ ବିମାନ

ଖୁବ୍ ଶୀଘ୍ର ଜୟପୁର ଓ ରଙ୍ଗେଇଲୁଣ୍ଡାରୁ ଉଡ଼ିବ ବିମାନ। ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।  More

  • Sarbeswar
  • 3 years ago

ଶ୍ରୀଜିଉଙ୍କ ଦର୍ଶନ ଲାଗି ଜାରି ହେଲା ନୂଆ ଗାଇଡ଼୍‌ଲାଇନ୍‌, ଜାଣନ୍ତୁ କ’ଣ ରହିଛି SOP

କେବଳ ଏତିକି ନୁହେଁ ବରଂ ବିନା ଟିକା ପ୍ରମାଣପତ୍ରରେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ଭକ୍ତ। କିନ୍ତୁ ଶ୍ରୀମନ୍ଦିରର ପରିସରରେ ଧୂପ, ଦୀପ ଜଳାଇବା ବାରଣ କରାଯାଇଛି। ଏହାସହ ଆନନ୍ଦ ବଜାରରେ ଶ୍ରଦ୍ଧାଳୁମାନେ ବସି ପ୍ରସାଦ ସେବନ ମଧ୍ୟ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। More

  • Rajalaxmi Sahoo
  • 3 years ago

ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଧନକଉଡ଼ା କୁଦଗୁଣ୍ଡେରପୁର ଗାଁର କୈବଲ୍ୟ ରୋହିଦାସ।  More

  • Minati Mishra
  • 3 years ago

ଅଗଷ୍ଟ ୧୬ରୁ ଖୋଲିବ କଲେଜ ଏବଂ ୟୁନିଭର୍ସିଟି

ରୋନା ମହାମାରୀରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା ବ୍ୟବସ୍ଥା। ଦେଢବର୍ଷ ହେଲେ ବନ୍ଦ ରହିଛି ସ୍କୁଲ କଲେଜ। ଏବେ ରାଜ୍ୟରେ କରୋନାର ୨ୟ ଲହର ପ୍ରଭାବ କମିବା ପରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାର ଯୋଜନା କରୁଛନ୍ତି। More

  • Rajalaxmi Sahoo
  • 3 years ago

ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ୍‌, ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ ହେବନି କ୍ଲାସ୍‌

ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ୍‌। ସକାଳ ୯ଟାରୁ ସାଢ଼େ ୧୨ଟା ଯାଏ କ୍ଲାସ୍‌ରୁମ୍‌ରେ ପାଠ ପଢ଼ା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। More

  • Rajalaxmi Sahoo
  • 3 years ago

ଆନିକଟରୁ କଲେଜ ଛାତ୍ରଙ୍କ ମୃତଦେହ ଘଟଣାର ଖୋଳତାଡ଼ କରୁଛି ପୋଲିସ୍‌

କଟକ ମହାନଦୀ ଯୋବ୍ରା ଆନିକଟରୁ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ ଉଦ୍ଧାର ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ। ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି, ଏସବୁର ତଦନ୍ତ ଚାଲିଛି। ଯଦି ଏହା ହତ୍ୟାକାଣ୍ଡ ହୋଇଥାଏ, ତେବେ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ତାହାର ତଦନ୍ତ କରୁଛି କମିଶନରେଟ ପୋଲିସ। ଗତକାଲି ମହାନଦୀର ଯୋବ୍ରା ଆନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ତୁଷାରଙ୍କ ମୃତଦେହ ଉଦ୍ଧାର କରିଥିଲା। ୩ ତାରିଖ ରାତିରେ ତୁଷାରଙ୍କ ବାଇକ୍ ମହାନଦୀ ବ୍ରିଜ୍‌ରୁ ଠାବ ହୋଇଥିଲା। ପ୍ରେମ ବ୍ୟାପାରକୁ ନେଇ ତୁଷାରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ।

  • Rajalaxmi Sahoo
  • 3 years ago

ଭୁବନେଶ୍ୱରରୁ ଧରାପଡ଼ିଲେ ବଜ୍ରକାପ୍ତା ବେପାରୀ

ଭୁବନେଶ୍ୱରରୁ ଧରାପଡ଼ିଲେ ବଜ୍ରକାପ୍ତା ବେପାରୀ। ବଜ୍ରକାପ୍ତା ଚାଲାଣ କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। କଳିଙ୍ଗ ଷ୍ଟୁଡିଓ ଛକରୁ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଏସ୍‌ଟିଏଫ୍‌ ଟିମ୍‌। ଗିରଫ ୩ ଜଣଙ୍କ ମଧ୍ୟରୁ ଜଣେ କଟକ , ଭୁବନେଶ୍ୱର ଏବଂ ଗଂଜାମ ଜିଲ୍ଲାରୁ ରହିଛନ୍ତି। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜୀବନ୍ତ ଉଦ୍ଧାର ହୋଇଥିବା ବଜ୍ରକାପ୍ତାକୁ ଚନ୍ଦକା ବନ ବିଭାଗକୁ ହସ୍ତାନ୍ତର କରାଯିବ। ବର୍ଷକ ମଧ୍ୟରେ ବନ୍ୟପ୍ରାଣୀ ଚାଲାଣ ମାମଲାରେ ୧୫ଟି କଲରାପତରିଆ ବାଘ ଚମଡ଼ା, ୯ଟି ହାତୀ ଦାନ୍ତ, ୨ଟି ହରିଣ ଚମଡ଼ା, ୪ ଜୀବନ୍ତ ବଜ୍ରକାପ୍ତା ସହ ୧୩ କେଜି ବଜ୍ରକାପ୍ତା କାତି ଜବତ ହୋଇଛି। ଏହି ସବୁ ମାମଲାରେ ବର୍ଷକରେ ୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସ୍‌ଟିଏଫ୍।

  • Rajalaxmi Sahoo
  • 3 years ago

ଖୋଲିଲା ଜଗତସିଂହପୁରର ମା’ ଶାରଳା ମନ୍ଦିର

ଆଜିଠାରୁ ଖୋଲିଛି ଜଗତସିଂହପୁରର ମା’ ଶାରଳା ମନ୍ଦିର ଓ ଗୋରେଖନାଥ ମନ୍ଦିର। ସକାଳ ସାଢେ ୭ଟାରେ ମନ୍ଦିର ଖୋଲିଛି। ମନ୍ଦିର ଗର୍ଭଗୃହ ମଧ୍ୟକୁ କାହାକୁ ଛଡାଯାଉ ନାହିଁ। ମନ୍ଦିର ପରିସରରେ ଭୋଗ କିମ୍ବା ପ୍ରସାଦ ସେବନକୁ ବାରଣ କରାଯାଇଛି। ଥରକେ ମନ୍ଦିର ଭିତରକୁ ୧୫ ଜଣଙ୍କୁ ଛଡାଯାଉଛି।  

  • Rajalaxmi Sahoo
  • 3 years ago

ରେପୋରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା RBI

କୋଭିଡ୍ ଦ୍ୱିତୀୟ ଲହର ସତ୍ତ୍ୱେ ଦେଶରେ ସୁଧୁରିଛି ଆର୍ଥିକ ସ୍ଥିତି।  ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୯.୫ ପ୍ରତିଶତ ରହିବ ବୋଲି ଆକଳନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ।  ତେବେ RBI ରେପୋରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଏହାସହ ରିଭର୍ସ ରେପୋରେଟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ସେହିପରି ୨୦୨୧-୨୨ ବର୍ଷରେ ମୁଦ୍ରାସ୍ଫୀତି ୫.୭ ପ୍ରତିଶତ ରହିବ ବୋଲି ଆକଳନ କରିଛି RBI।

  • Rajalaxmi Sahoo
  • 3 years ago

ସୋମବାରଠାରୁ ଖୋଲିବ ଖୋର୍ଦ୍ଧା ଉପଖଣ୍ଡର ସମସ୍ତ ଧର୍ମାନୁଷ୍ଠାନ

ଆସନ୍ତା ସୋମବାରଠାରୁ ଖୋଲିବ ଖୋର୍ଦ୍ଧା ଉପଖଣ୍ଡର ସମସ୍ତ ଧର୍ମାନୁଷ୍ଠାନ। ଏହି ନିଷ୍ପତ୍ତି ନେଇଛି ଖୋର୍ଦ୍ଧା ପ୍ରଶାସନ। କୋଭିଡ୍ ନିୟମ ପାଳନ କରି ଭକ୍ତଙ୍କ ପାଇଁ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଛି। ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଧର୍ମାନୁଷ୍ଠାନ ଖୋଲି ପାରିବ। ତେବେ ସାଧାରଣ ଭକ୍ତଙ୍କୁ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିବ।  ଏହାପରେ ଅର୍ଥାତ ସଂଧ୍ୟା ୬ଟାରୁ ରାତି ୮ଟା ଯାଏ କେବଳ ପୂଜକ ମାନେ ନୀତିକାନ୍ତି କରି ମନ୍ଦିର ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଧର୍ମାନୁଷ୍ଠାନକୁ ସର୍ବସାଧାରଣ ଭକ୍ତ ଭୋଗ ନେଇପାରିବେ ନାହିଁ କି ମନ୍ଦିର ଭିତରେ ପ୍ରସାଦ ସେବନ ହୋଇପାରିବ ନାହିଁ। ତେବେ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମ୍‌ସି ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।  

  • Rajalaxmi Sahoo
  • 3 years ago

ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ କଟିିଗଲା ଖାଦ୍ୟ ନଳୀ

ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ କଟିିଗଲା ଖାଦ୍ୟ ନଳୀ। ଫଳରେ ମହିଳା ଜଣକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ଗାଁରୁ ଏଭଳି ଅଭିଯୋଗ ଆସିଛି। More

  • Rajalaxmi Sahoo
  • 3 years ago

ମନ୍ଦିରରୁ ଘରକୁ ଫେରୁଥିଲେ, ଚଢ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌

ଏମିତି ବି ଆସେ ମୃତ୍ୟୁ ! ମନ୍ଦିରରୁ ଫେରୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌। ଆଜି ସକାଳୁ ସକାଳୁ ବଲାଙ୍ଗିର ସହରରେ ଏହି ଦୁଃଖଦ ଘଟଣା ଘଟିଛି। More

  • Rajalaxmi Sahoo
  • 3 years ago

ରାଜ୍ୟରେ ଖସୁଛି କରୋନା ସଂକ୍ରମଣ, ୧୨୦୮ ନୂଆ ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଅଗଷ୍ଟ ୫ର ରିପୋର୍ଟ ଅନୁସାରେ ୧୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୭୦୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୫୦୬ ରହିଛି। More

  • Rajalaxmi Sahoo
  • 3 years ago

SCB କୋଭିଡ୍‌ ହସ୍ପିଟାଲ୍‌ର ଚାରି ମହଲାରୁ ଖସି ପଡ଼ିଲେ ରୋଗୀ

କଟକ SCB କୋଭିଡ୍ ହସ୍ପିଟାଲରେ ପୁଣି ଅଘଟଣ। SCB ମେଡିକାଲ୍‌ର କୋଭିଡ୍‌ ହସ୍ପିଟାଲ୍-୧ର ଚାରି ମହଲାରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। More

  • Chandan Shishu
  • 3 years ago

'ଜାତୀୟ ଦଳକୁ ଆସିବେ ଅଧିକ ଓଡ଼ିଆ ଖେଳାଳି'

ଭାରତୀୟ ହକି ଦଳର ଦୁଇ ଓଡିଆ ସଦସ୍ୟ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇବା ସହ ପଡ଼ିଆରେ ଅମିତ ରୋହିଦାସଙ୍କ ଶକ୍ତି ଓ ସାମର୍ଥ୍ୟକୁ  ପ୍ରଶଂସା କରିଛନ୍ତି ମୋଦି। More

  • Chandan Shishu
  • 3 years ago

ଏଯାଏଁ ଅଧା ଲୋକଙ୍କ ପାଖରେ ପହଞ୍ଚିନି ପ୍ରଥମ ଡୋଜ୍ ଟିକା  

ତେବେ ଆଜି ସୁଦ୍ଧା ଦିଆଯାଇଛି ୧ କୋଟି ୭୪ ଲକ୍ଷ ଡୋଜ୍ ଟିକା। ୧ କୋଟି ୩୩ ଲକ୍ଷ ପ୍ରଥମ ଡୋଜ୍ ଟୀକା ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ନେଇଛନ୍ତି ୪୦ ଲକ୍ଷ ୬୮ ହଜାର। ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ କହିବା କଥା, ସହରାଞ୍ଚଳରେ ପାଖାପାଖି ୮୦ ଭାଗ ଲୋକ ଟୀକା ନେଲେଣି। ଏବେ ଗ୍ରାମାଞ୍ଚାଳକୁ ଫୋକସ୍ ଦିଆଯାଉଛି। More

  • Chandan Shishu
  • 3 years ago

ପାରମିତା ଶତପଥୀଙ୍କୁ ମିଳିବ ଶାରଳା ପୁରସ୍କାର

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କୌଣସି ସମାରୋହ ଆୟୋଜନ କରାନଯାଇ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରାଯିବ। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ପକ୍ଷରୁ ଶାରଳା ପୁରସ୍କାର ପ୍ରଦାନ କରାଯାଉଛି।  More

  • Chandan Shishu
  • 3 years ago

ମୋ ପୁଅକୁ ହତ୍ୟା କରିଛି ତା' ବାନ୍ଧବୀ: ତୁଷାରଙ୍କ ବାପା

କଟକ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ବାଣିଜ୍ୟର ତୁଷାର ଛାତ୍ର ଥିଲେ। ସେହି କଲେଜର ଜଣେ ଛାତ୍ରୀଙ୍କ ସହିତ ତୁଷାରଙ୍କ ଭଲ ସଂପର୍କ ଥିଲା। ଏମିତିକି ଘର ପରିବାର ସହିତ ମଧ୍ୟ ଉଭୟ ଚିହ୍ନାଜଣା ବୋଲି ଜଣାପଡିଛି। ଏବେ ତୁଷାରଙ୍କ ପରିବାର କହୁଛନ୍ତି, ସେହି ଝିଅଟିର ତା ବୟଫ୍ରେଣ୍ଡ ସହିତ ବ୍ରେକ୍ଅପ ହୋଇଥିବାରୁ ଏଥିପାଇଁ ତୁଷାରକୁ ସେ ଦାୟୀ କରିଥିଲା। More

  • Sarbeswar
  • 3 years ago

ପଞ୍ଚାୟତ ଭୋଟ୍ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍: ଘରେ ଘରେ ବଣ୍ଟାହେବ ସ୍ମାର୍ଟ ହେଲ୍ଥ କାର୍ଡ

ପ୍ରତି ଘରକୁ ଦୁଇଟି କାର୍ଡ ଦିଆଯିବ ବୋଲି ଜଣାପଡ଼ିଛି। ତେଣୁ ରାଜ୍ୟର ୯୨ ଲକ୍ଷ ୫୦ ହଜାର ଘର ପାଇଁ ପ୍ରସ୍ତୁତ ହେବ କୋଟିଏ ୮୫ ଲକ୍ଷ କାର୍ଡ। କାର୍ଡ଼ରେ ବ୍ୟକ୍ତିର ନାଁ ଓ ୧୨ ଡିଜିଟ ୟୁନିକ ରେଜିଷ୍ଟ୍ରେସନ ନମ୍ବର ରହିବ। ସ୍ମାର୍ଟ ହେଲଥ କାର୍ଡ ବଣ୍ଟନବେଳେ ଦିଆଯିବାକୁ ଥିବା କିଟରେ ହସ୍ପିଟାଲର ତାଲିକା ବି ରହିଛି। ସିଲେଟେ୍ ଭେଣ୍ଡର ଜରିଆରେ ଅକ୍ଟୋବର ୨ ତାରିଖ ଭିତରେ ପ୍ରତି ପଞ୍ଚାୟତ ଅଫିସରେ କାର୍ଡ ଡେଲିଭରିର ବ୍ୟବସ୍ଥା ରହିଛି। More