Advertisment

ଏଯାଏଁ ଅଧା ଲୋକଙ୍କ ପାଖରେ ପହଞ୍ଚିନି ପ୍ରଥମ ଡୋଜ୍ ଟିକା

ତେବେ ଆଜି ସୁଦ୍ଧା ଦିଆଯାଇଛି ୧ କୋଟି ୭୪ ଲକ୍ଷ ଡୋଜ୍ ଟିକା। ୧ କୋଟି ୩୩ ଲକ୍ଷ ପ୍ରଥମ ଡୋଜ୍ ଟୀକା ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ନେଇଛନ୍ତି ୪୦ ଲକ୍ଷ ୬୮ ହଜାର। ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ କହିବା କଥା, ସହରାଞ୍ଚଳରେ ପାଖାପାଖି ୮୦ ଭାଗ ଲୋକ ଟୀକା ନେଲେଣି। ଏବେ ଗ୍ରାମାଞ୍ଚାଳକୁ ଫୋକସ୍ ଦିଆଯାଉଛି।

author-image
Chandan Shishu
ଏଯାଏଁ ଅଧା ଲୋକଙ୍କ ପାଖରେ ପହଞ୍ଚିନି ପ୍ରଥମ ଡୋଜ୍ ଟିକା  

vaccination focus in village

ଭୁବନେଶ୍ୱର: ସଂକ୍ରମଣ ବଢ଼ିବା ସହ ଧିରେ ଧିରେ ବଢୁଛି ତୃତୀୟ ଲହର ଆଶଙ୍କା। ହେଲେ ଏଯାଏଁ ରାଜ୍ୟର ଅଧା ଲୋକଙ୍କ ପାଖରେ ବି ପହଞ୍ଚି ପାରିନି ଟିକା। ମାତ୍ର ୪୨.୫ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି। ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ତ ନ କହିବା ଭଲ। ମାତ୍ର ୧୩ ପ୍ରତିଶତ ହିଁ ଏଯାଏଁ ଡବଲ୍ ଡୋଜ୍ ନେଇଛନ୍ତି ଯାହା ଏବେ ସରକାରଙ୍କ ଚିନ୍ତା ବଢ଼ାଇ ଦେଲାଣି। ସ୍ୱାସ୍ଥ୍ୟ ବିଭାଗ କହୁଛି, ଓଡ଼ିଶାର ପାଖାପାଖି ୩ କୋଟି ୧୦ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।

Advertisment

ତେବେ ଆଜି ସୁଦ୍ଧା ଦିଆଯାଇଛି ୧ କୋଟି ୭୪ ଲକ୍ଷ ଡୋଜ୍ ଟିକା। ୧ କୋଟି ୩୩ ଲକ୍ଷ ପ୍ରଥମ ଡୋଜ୍ ଟୀକା ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ନେଇଛନ୍ତି ୪୦ ଲକ୍ଷ ୬୮ ହଜାର। ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ କହିବା କଥା, ସହରାଞ୍ଚଳରେ ପାଖାପାଖି ୮୦ ଭାଗ ଲୋକ ଟୀକା ନେଲେଣି। ଏବେ ଗ୍ରାମାଞ୍ଚାଳକୁ ଫୋକସ୍ ଦିଆଯାଉଛି।

ସେଥିପାଇଁ ଗ୍ରାମାଞ୍ଚଳରେ ଅଧିକ ଟିକାକରଣ କେନ୍ଦ୍ର ଖୋଲାଯାଉଛି। ଫ୍ରଣ୍ଟଲାଇନ୍ ୱାର୍କରଙ୍କ ଜରିଆରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ଚାଲିଛି ପ୍ରୟାସ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ତୃତୀୟ ଲହର ମୁକାବିଲା ଲାଗି ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣରେ ସାମିଲ କରାଯିବା ଉଚିତ। ଏଥିପାଇଁ ସରକାର ଗାଁ ଗଣ୍ଡାରେ ମୋବାଇଲ ଭ୍ୟାନ୍ ବା ଅନ୍ୟ ବିକଳ୍ପ ଆପଣେଇ ଟିକାକରଣ ତ୍ୱରାନ୍ୱିତ କରାନ୍ତୁ।

Advertisment

କିନ୍ତୁ ଗ୍ରାମାଞ୍ଚଳରେ ଟିକାକରଣର ବାସ୍ତବ ଚିତ୍ର ଭିନ୍ନ କଥା କହୁଛି। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ କଲୋନୀ ପ୍ରାଥମିକ ବିଦ୍ୟାଳୟ ଟିକାକରଣ କେନ୍ଦ୍ରର ଏଠାରେ ଲୋକଙ୍କୁ ଉଭୟ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ଦିଆଯାଉଥିଲା। ହେଲେ ୧୫ ଦିନ ହେଲା ଟିକାକରଣ କେନ୍ଦ୍ରକୁ ଆସୁନି କୋଭାକ୍ସିନ୍। ଫଳରେ ଦ୍ୱିତୀୟ ଡୋଜ୍ ଅବଧି ହୋଇଥିଲେ ବି କୋଭାକ୍ସିନ୍ ନେଇଥିବା ଅନେକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ଆଉ ଦିନକ ତଳେ ଆନନ୍ଦପୁର ଉପଖଣ୍ଡ ବେଲବାହାଳି ଟିକାକରଣ କେନ୍ଦ୍ରକୁ ଆସିଥିଲା ମାତ୍ର ୩ ଶହ ଡୋଜ୍।

ହେଲେ ଟିକା ନେବାକୁ ଭିଡ଼ ଜମାଇଥିଲେ ଢେର୍ ଅଧିକ, ଫଳରେ ଉପୁଜିଥିଲା ଧସ୍ତାଧସ୍ତି ପରିସ୍ଥିତି। ଆଠଗଡ଼ ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଟୀକା ନେବାକୁ ସକାଳୁ ଆସି ଲାଇନ୍ ଲଗାଇ ଅପେକ୍ଷା କରିଛନ୍ତି ଲୋକେ। ହେଲେ କର୍ମଚାରୀଙ୍କ ଅଭାବରୁ ବନ୍ଦ ରହୁଛି ଟିକାକରଣ। କେବଳ ସୋରଡ଼ା, ଆନନ୍ଦପୁର କିମ୍ବା ଆଠଗଡ଼ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ସମାନ ସ୍ଥିତି।

କେବଳ ଗ୍ରାମାଞ୍ଚଳରେ ଯେ ଟିକାକରଣ ଧିମେଇଛି ତାହା ନୁହେଁ, ଭୁବନେଶ୍ୱରକୁ ଛାଡ଼ିଦେଲେ ଅନ୍ୟ ମହାନଗରଗୁଡ଼ିକର ଅବସ୍ଥା ଶୋଚନୀୟ। କଟକ ମହାନଗରର ମାତ୍ର ୧୯ ଭାଗ ଲୋକ ଉଭୟ ଡୋଜ୍ ଟୀକା ନେଇଥିବା ବେଳେ ବ୍ରହ୍ମପୁରର ୧୭%, ସମ୍ବଲପୁରର ୧୪% ଓ ରାଉରକେଲାର ମାତ୍ର ୧୨% ଲୋକେ ଦୁଇ ଡୋଜ୍ ଟିକା ପାଇଛନ୍ତି।

ରିପୋର୍ଟ: ରାଜେଶ ପଣ୍ଡା, ନୀଳକଣ୍ଠ ଦୋରା, ମୁନା ସିଂହ, କପିଳେନ୍ଦ୍ର ପ୍ରଧାନ

Odisha News Odisha Government Covid Appropriate Behaviour
Advertisment
Advertisment