/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628175102.jpg)
Bijay Panigrahi
ଭୁବନେଶ୍ୱର: ଟିକାକରଣରେ ଏବେ ଗ୍ରାମାଞ୍ଚଳକୁ ଫୋକସ୍ । ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଯେତେଶୀଘ୍ର ସମ୍ଭବ ଟିକାକରଣ ସାରିବାକୁ ଚେଷ୍ଟା କରୁଛୁ । ଏଯାଏଁ ରାଜ୍ୟରେ ୧. ୭୧ କୋଟି ଡୋଜ୍ ଟିକାକରଣ ହୋଇଛି । ପ୍ରଥମ ଡୋଜ ୪୨.୫%, ଉଭୟ ଡୋଜ୍ ୧୩% ଟିକାକରଣ ହୋଇଛି ।
ସହରାଞ୍ଚଳରେ ୮୦% ଟିକାକରଣ ସରିଛି, ଏବେ ଗ୍ରାମାଞ୍ଚଳକୁ ଗୁରୁତ୍ୱ ଦିଆଯାଉଛି । ରାଜ୍ୟରେ ମୋଟ ୩ କୋଟି ୧୦ ଲକ୍ଷ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ରହିଛି । ୪ ମାସରେ ଟିକାକରଣ ଶେଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିନି । ଯଦି ପର୍ଯ୍ୟାପ୍ତ ପରିମାଣର ଟିକା ଆସିବ, ଶୀଘ୍ର ଟିକାକରଣ ସରିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।
Also Read
ସେପଟେ ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣ ଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ସେ କହିଛନ୍ତି, ବର୍ତ୍ତମାନ ଭୁବନେଶ୍ୱର ଏବଂ କଟକରେ ଡେଙ୍ଗୁ ମାମଲା ଟିକେ ଅଧିକ ରହିଛି । ଗତ ଦୁଇ ତିନି ଦିନ ତଳେ ଯେମିତି ବଢୁଥିଲା ତାହା ଏବେ କମିଛି । ହସ୍ପିଟାଲରେ ୧୦୦ ରୋଗୀ ରହିବାର ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ୬୦ ରୋଗୀ ଅଛନ୍ତି । ରୋଗୀଙ୍କୁ ବ୍ଲଡ୍, ପ୍ଲେଟଲେଟ ଦିଆଯାଉଛି,କାହାର ମୃତ୍ୟୁ ହୋଇନି । ତେଣୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ଅନ୍ୟପଟେ ଗତ ୨୪ ଘଣ୍ଟାରେ କ୍ୟାପିଟାଲ ହସ୍ପିଟାଲରେ ୧୧୫ ରୋଗୀଙ୍କ ନମୁନା ଟେଷ୍ଟ ହୋଇଥିଲା, ୫୦ ଜଣ ଡେଙ୍ଗୁ ଚିହ୍ନଟ ହୋଇଥବା ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)