Advertisment

ଅଗଷ୍ଟ ୧୬ରୁ ଖୋଲିବ କଲେଜ ଏବଂ ୟୁନିଭର୍ସିଟି

କରୋନା ମହାମାରୀରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା ବ୍ୟବସ୍ଥା। ଦେଢବର୍ଷ ହେଲେ ବନ୍ଦ ରହିଛି ସ୍କୁଲ କଲେଜ। ଏବେ ରାଜ୍ୟରେ କରୋନାର ୨ୟ ଲହର ପ୍ରଭାବ କମିବା ପରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାର ଯୋଜନା କରୁଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
ଅଗଷ୍ଟ ୧୬ରୁ ଖୋଲିବ କଲେଜ ଏବଂ ୟୁନିଭର୍ସିଟି

Collage and university will reopen

ଭୁବନେଶ୍ୱର:କରୋନା ମହାମାରୀରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା ବ୍ୟବସ୍ଥା। ଦେଢବର୍ଷ ହେଲେ ବନ୍ଦ ରହିଛି ସ୍କୁଲ କଲେଜ। ଏବେ ରାଜ୍ୟରେ କରୋନାର ୨ୟ ଲହର ପ୍ରଭାବ କମିବା ପରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାର ଯୋଜନା କରୁଛନ୍ତି। ପ୍ରଥମେ  ୧୦ମ ଓ ୧୨ଶ ଖୋଲିବା ପରେ ଆଜି ୯ମ ଶ୍ରେଣୀ କ୍ଲାସ ଅଗଷ୍ଟ ୧୬ରୁ ଖୋଲିବ ବୋଲି ଘୋଷଣା କରିଛନ୍ତି ସରକାର। ଏହା ପରେ ଆଜି କଲେଜ ଏବଂ ୟୁନିଭର୍ସିଟି ଖୋଲିବା ନେଇ ସୂଚନା ଦେଇଛନ୍ତି ସରକାର। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା କଲେଜ, ୟୁନିଭର୍ସିଟି ଅଗଷ୍ଟ ୧୬ ତାରିଖରେ ଖୋଲିବ। ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ହେବ ପାଠପଢ଼ା। ୧୬ରୁ ଉଭୟ ବର୍ଗରେ କ୍ଲାସ ରୁମ୍ ପାଠପଢ଼ା ନେଇ ବିଭାଗୀୟ ସୂଚନା ଦିଆଯାଇଛି। ତେବେ କୋଭିଡ କଟକଣା ଭିତରେ କଲେଜ ଖୋଲିବ। ମାସ୍କ, ସୋଶିଆଲ ଡିଷ୍ଟାନ୍ସିଂ ଏବଂ ସାନିଟାଇଜକୁ କଡାକଡି କରାଯାଇଛି। 

ସୂଚନାଥାଉ କି, ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ ଖୋଲି ସାରିଛି। ସ୍କୁଲ୍‌ ଖୋଲିବା ପୂର୍ବରୁ ଭଲ ଭାବରେ ଶ୍ରେଣୀଗୃହ ଗୁଡ଼ିକ ସାନିଟାଇଜ୍‌ କରାଯାଇଥିଲା। ସାନିଟାଇଜର ଦିଆଯାଇ ଓ ଥର୍ମାଲ୍‌ ସ୍କ୍ରିନିଂ କରାଯାଇ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ଭିତରକୁ ଛଡ଼ା ଯାଇଥିଲା। ସମସ୍ତ ସ୍କୁଲରେ ସାମାଜିକ ଦୂରତା ରଖି ସିଟିଂ ଆରେଞ୍ଜମେଣ୍ଟ ହୋଇଛି। ଗାଇଡ୍‌ଲାଇନ୍‌ ଅନୁଯାୟୀ, ଦିନ ସାଢେ ଗୋଟାଏ ଯାଏ କ୍ଲାସ ଚାଲିବ। 

Advertisment

ଅଗଷ୍ଟ ୬ ତାରିଖରେ ଆଉ ଏକ ସୂଚନା ଦେଇ  ଅଗଷ୍ଟ ୯ରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏହାଖୋଲିବ ବୋଲି କୁହାଯାଇଥିଲା । ଏଠି ମଧ୍ୟ କୋଭିଡ୍ ଗାଇଡ ଲାଇନ୍‌ ମଧ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନ  ଖୋଲିବ ବୋଲି ଘୋଷଣା କରିଛନ୍ତି ସରକାର।

ଆଜି ଅନ୍ୟ ଏକ ସୂଚନାରେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ କ୍ଲାସ୍‌ ଆରମ୍ଭ ହେବ ବୋଲି କୁହାଯାଇଛି । ସକାଳ ୯ଟାରୁ ସାଢ଼େ ୧୨ଟା ଯାଏ କ୍ଲାସ୍‌ରୁମ୍‌ରେ ପାଠ ପଢ଼ା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।  ଏ ନେଇ ବିଭାଗୀୟ ସଚିବ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ତେବେ ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ୍‌ ହେବ ନାହିଁ। କୋଭିଡ କଟକଣା ମଧ୍ୟରେ ପାଠପଢ଼ା ହେବ।

ପୂର୍ବରୁ ଯେଉଁ ଏସ୍ଓପି ଜାରି କରାଯାଇଥିଲା, ତାକୁ ପାଳନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ। କ୍ଲାସରୁମ୍ ପାଠପଢ଼ା ପାଇଁ କାହାକୁ ବାଧ୍ୟ କରାଯିବ ନାହିଁ।  ଅଭିଭାବକଙ୍କ ସହିତ ଆଲୋଚନା କରାଯାଇ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ରେ କ୍ଲାସ କରିପାରିବେ। ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ ୧୬ରୁ ହଷ୍ଟେଲ ମଧ୍ୟ ଖୋଲି ପାରିବ ବୋଲି କୁହାଯାଇଛି। -

Odisha Higher Education College Reopening
Advertisment
Advertisment