/odishatv-khabar/media/post_attachments/uploadimage/library/16_9/16_9_0/puri-4_1627282941.jpg)
puri
ପୁରୀ: ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଭକ୍ତଙ୍କୁ ପାଛୋଟିବା ପାଇଁ ଆରମ୍ଭ ହେଲାଣି ସଜବାଜ । ସଜେଇ ହେଲାଣି ବଡ଼ ଦାଣ୍ଡ । ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତ ମନରେ ଅନେକ ଖୁସି । ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୁରତୀଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ସେପଟେ ସେବାୟତଙ୍କ ମନରେ ବି ବହୁତ ଖୁସି । ଭକ୍ତ ଓ ଭଗବାନଙ୍କ ଭିତରେ ମିଳନ ଘଟିବ । ଭକ୍ତ ତାର ମନର କଥା କହିବ ମହାପ୍ରଭୁଙ୍କୁ ।
ତେବେ ଏହାରି ଭିତରେ ବଡ଼ ଦାଣ୍ଡରେ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହୋଇଛି ବ୍ୟାରିକେଡ୍ ନିର୍ମାଣ । ଖାଲି ସେତିକି ନୁହେଁ ବ୍ୟାରିକେଡ୍ ନିର୍ମାଣ ପାଇଁ ରଥ ଭାଂଗିବା କାମ ମଧ୍ୟ ଆରମ୍ଭ ହୋଇଛି । ଆଜି ଦେବୀ ସୁଭଦ୍ରାଙ୍କ ରଥକୁ ଭଙ୍ଗାଯାଉଛି । ଏହା ପରେ ମହାପ୍ରଭୁ ଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ରଙ୍କ ରଥ ଭଙ୍ଗାଯିବ । ୧୬ ତାରିଖ ମଧ୍ୟରେ ୩ ରଥ ଭାଂଗିବାକୁ ବ୍ୟବସ୍ଥା କରାଯାଉଛି । କାରଣ ୧୬ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ।
Also Read
ମନ୍ଦିର ଖୋଲିବା ପରେ ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୨୧, ୨୨ ତାରିଖ ସଟଡାଉନ ଥିବାରୁ ଭକ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଶ୍ରୀମନ୍ଦିର ବ୍ୟତୀତ ପୁରୀ ସହରରେ ଅନ୍ୟ ସମସ୍ତ ଧର୍ମପୀଠ ଖୋଲିବା ଲାଗି ପୂର୍ବରୁ ନିଷ୍ପତ୍ତି ନେଇସାରିଛି ପୁରୀ ଜିଲ୍ଲା ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ଭିତରେ ସହରର ସମସ୍ତ ମଠ, ମନ୍ଦିର ସହ ଅନ୍ୟ ଧାର୍ମିକ ଅନୁଷ୍ଠାନ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାଯିବ ବୋଲି ପୁରୀ ପ୍ରଶାସନ ସୂଚନା ଦେଇଛି । ତେବେ ସପ୍ତାହନ୍ତ ସଟଡାଉନରେ ପୁରୀ ସହରକୁ ଭକ୍ତ, ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏପଟେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରକୁ ପର୍ଯ୍ୟଟକଙ୍କ ଲାଗି ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସେହିଭଳି ସମ୍ବଲପୁରରେ ଗତକାଲିଠାରୁ ଖୋଲିଛି ମାଆ ସମଲେଶ୍ୱରୀଙ୍କ ମନ୍ଦିର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)