Advertisment

Vimal Pan Masala Ad: ବଢ଼ିଲା ଅଜୟ ଦେବଗନ,ଶାହରୁଖ ଏବଂ ଟାଇଗର ଶ୍ରଫଙ୍କ ଅଡ଼ୁଆ

ପାନ ମସଲା ବିଜ୍ଞାପନ ଯୋଗୁଁ ଆଇନଗତ ସମସ୍ୟା ଜାଲରେ ଫସିଛନ୍ତି ବଲିଉଡର ତିନିଜଣ ଲୋକପ୍ରିୟ ଅଭିନେତା। ପାନ ମସଲାର ଏକ ବିଜ୍ଞାପନରେ ଭ୍ରମ ସୃଷ୍ଟି କରୁଥିବା ନେଇ ଶାହରୁଖ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ଜୟପୁରର ଜିଲ୍ଲା ଉପଭୋକ୍ତା କମିଶନ ନୋଟିସ୍ ଜାରି କରିଛନ୍ତି।

author-image
Deviprasad Jena
ଅଦ୍ୟତନ ହୋଇଛି
Vimal Pan Masala Ad

Vimal Pan Masala Ad

ଲୋକପ୍ରିୟ ବଲିଉଡ୍ ତାରକାମାନେ ବିଜ୍ଞାପନ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରିଥା'ନ୍ତି । କିନ୍ତୁ, ଅନେକ ସମୟରେ ବଲିଉଡ୍ ତାରକା ନିଜ ପକେଟ୍ ଭରିବା ପାଇଁ ଅଜବ ଗଜବ ବିଜ୍ଞାପନ କରିବାକୁ ପଛାଉ ନଥିବା ଘଟଣା ସାମ୍ନାକୁ ଆସିଥାଏ । ରୋଜଗାର ନିଶାରେ ଏହି ବିଜ୍ଞାପନ ସମାଜ ଉପରେ ପକାଉଥିବା ପ୍ରଭାବ ସମ୍ପର୍କରେ ତାରକାମାନେ ଚିନ୍ତା କରନ୍ତି ନାହିଁ। ଯାହା ଫଳରେ ବଲିଉଡ୍ ତାରକାମାନେ ଅନେକ ସମୟରେ ବିବାଦ ଘେରକୁ ଆସିବା ସହ ଆଇନ ଜାଲରେ ଛନ୍ଦି ହୋଇଥା'ନ୍ତି।

Advertisment

ପାନ ମସଲା ବିଜ୍ଞାପନ ଯୋଗୁଁ ଆଇନଗତ ସମସ୍ୟା ଜାଲରେ ଫସିଛନ୍ତି ବଲିଉଡର ତିନିଜଣ ଲୋକପ୍ରିୟ ଅଭିନେତା। ପାନ ମସଲାର ଏକ ବିଜ୍ଞାପନରେ ଭ୍ରମ ସୃଷ୍ଟି କରୁଥିବା ନେଇ ଶାହରୁଖ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ଜୟପୁରର ଜିଲ୍ଲା ଉପଭୋକ୍ତା କମିଶନ ନୋଟିସ୍ ଜାରି କରିଛନ୍ତି।

‘ବୋଲୋ ଜୁବାନ କେଶରୀ’ ଏବଂ ‘ଦାନେ ଦାନେ ମୈ କେଶର କା ଦମ୍‌’ ଟ୍ୟାଗଲାଇନ୍ ସହିତ ଆସୁଥିବା ବିଜ୍ଞାପନ ପାଇଁ ଏହି ନୋଟିସ୍ ଜାରି କରାଯାଇଛି। ଏହି ବିଜ୍ଞାପନରେ ଶାହରୁଖ, ଟାଇଗର ଶ୍ରଫ ଏବଂ ଅଜୟ ଦେବଗନ ଅଭିନୟ କରିଛନ୍ତି । ତେବେ ଏହାକୁ କେନ୍ଦ୍ରକରି ଆବେଦନକାରୀ ଯୋଗେନ୍ଦ୍ର ସିଂହ ତିନି ଜଣ ଅଭିନେତାଙ୍କ ଉପରେ ଅଭିଯୋଗ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଆ ଯୁବକଙ୍କୁ ମାରିଦେଲେ, ସାଙ୍ଗରେ ଥିବା ବିଦେଶିନୀଙ୍କୁ ଗଣଦୁଷ୍କର୍ମ କଲେ

ଆବେଦନକାରୀ ପାନ ମସଲାରେ କେଶର ଥିବା ନେଇ ମିଛ ବିଜ୍ଞାପନ କରୁଥିବା ନେଇ ଅଭିଯୋଗ କରିଛନ୍ତି । ଆବେଦନକାରୀ କହିଛନ୍ତି ଯେ ଶାହରୁଖ ଖାନ, ଟାଇଗର ଶ୍ରଫ ଏବଂ ଅଜୟ ଦେବଗନ ବଡ ତାରକା। ତେଣୁ ଲକ୍ଷ ଲକ୍ଷ ସମର୍ଥକ ସେମାନଙ୍କୁ ଅନୁସରଣ କରନ୍ତି । ଏଭଳି ପରିସ୍ଥିତିରେ ଏଭଳି ମିଥ୍ୟା ପ୍ରଚାର କରିବା ଆଦୌ ଠିକ୍ ନୁହେଁ । ମାର୍ଚ୍ଚ ୧୯ରେ ଏହି ମାମଲାର ଶୁଣାଣି ହେବ । ଅପରପକ୍ଷେ ତିନି ଅଭିନେତାଙ୍କୁ ନିଜ ନିଜର ପକ୍ଷ ରଖିବା ପାଇଁ ୩୦ ଦିନ ସମୟ ଦିଆଯାଇଛି ।

ଆବେଦନକାରୀ ଆହୁରି କହିଛନ୍ତି ପାନ ମସଲା କିମ୍ବା ଗୁଟଖାର ପ୍ୟାକେଟର ମୂଲ୍ୟ ମାତ୍ର ୫ ଟଙ୍କା ହୋଇଥିବା ବେଳେ କେଶରର ମୂଲ୍ୟ କିଲୋ ପିଛା ୪ ଲକ୍ଷ ଟଙ୍କା। ଏଭଳି ପରିସ୍ଥିତିରେ ମାତ୍ର ୫ ଟଙ୍କାରେ କେସର କିପରି ମିଳିପାରିବ? ଯାହାକି ସମ୍ପୂର୍ଣ୍ଣ ମିଥ୍ୟା।

ଅଭିଯୋଗରେ ଆହୁରି କୁହାଯାଇଛି, ଏହି ବିଜ୍ଞାପନ ନିର୍ମାତା କମ୍ପାନୀ ତମାଖୁ ବିକ୍ରୟକରି କୋଟି କୋଟି ଟଙ୍କା ଉପାର୍ଜନ କରୁଛି । ଏଭଳି ଅଭିନେତାଙ୍କୁ ଅନୁସରଣ କରୁଥିବା ସାଧାରଣ ଲୋକେ ଗୁଟଖା ସେବନ କରି କ୍ୟାନ୍ସର ଭଳି ରୋଗ କବଳରେ କବଳିତ ହେଉଛନ୍ତି । ତେଣୁ ଏହି ବିଜ୍ଞାପନକୁ ତୁରନ୍ତ ବନ୍ଦ କରାଯାଉ । ତେବେ ଦେଖିବାକୁ ବାକି ରହିଲା କମିଶନଙ୍କ ନୋଟିସ୍ ସମ୍ପୃକ୍ତ ବଲିଉଡ ତାରକାଙ୍କ ଉପରେ କ'ଣ ପ୍ରଭାବ ପକାଉଛି?

ଅଧିକ ପଢ଼ନ୍ତୁ: କୋଲକାତା ଟ୍ରିପଲ୍ ମର୍ଡର୍ କେସର ପର୍ଦ୍ଦାଫାସ, ହତ୍ୟାକାରୀ ନିଜ ପରିବାରର

Shah Rukh Khan Ajay Devgn Bollywood Actor Tiger Shroff Pan Masala
Advertisment
Advertisment