Advertisment

India vs New Zealand: ଏହି କାରଣରୁ ପାକିସ୍ତାନର ହେଲା କୋଟି କୋଟି ଟଙ୍କା କ୍ଷତି...

ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରାୟ ୫୮୬ କୋଟିର ବଜେଟ୍ ଅନୁମୋଦନ କରିଛି। ଗୋଟିଏ ମ୍ୟାଚ୍ ପାଇଁ ବଜେଟ୍ ପ୍ରାୟ ୩୯ କୋଟି ଟଙ୍କା ରହିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ୍ ଖେଳା ଯାଇଥିଲା । ଏଥିମଧ୍ୟରୁ ଭାରତ ତିନୋଟି ଗ୍ରୁପ୍ ମ୍ୟାଚ୍ ଏବଂ ଗୋଟିଏ ସେମିଫାଇନାଲ ଦୁବାଇରେ ଖେଳିଥିଲା । ଆଉ ଆଜି ଫାଇନାଲ ମ୍ୟାଚ୍ ମଧ୍ୟ ଦୁବାଇରେ ଖେଳାଯାଉଛି ।

author-image
Deviprasad Jena
Pakistan In Tear

Pakistan In Tear

ପାକିସ୍ତାନର କୋଟି କୋଟି ଟଙ୍କାର କ୍ଷତି କଲା ଚାମ୍ପିୟନ୍ସ୍ ଟ୍ରଫି ଫାଇନାଲ । ଆଜି ଦୁବାଇରେ ଚାଲିଛି ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ଚ୍ୟାମ୍ପିୟନ୍ସ୍ ଟ୍ରଫି ଫାଇନାଲ ମ୍ୟାଚ୍ । ହେଲେ ଭାରତ ଫାଇନାଲ ଖେଳିବାରୁ ପାକିସ୍ତାନକୁ ହୋଇଛି ବଡ଼ ଧରଣର କ୍ଷତି ।

Advertisment

ଏହା ପଛରେ ରହିଛି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲର ଭେନ୍ୟୁ ପରିବର୍ତ୍ତନ । ଅର୍ଥାତ୍ ଫାଇନାଲ ମ୍ୟାଚର ଭେନ୍ୟୁ ପାକିସ୍ତାନର ଲାହୋରରେ ଥିବା ନବନିର୍ମିତ ଗଦ୍ଦାଫି ଷ୍ଟାଡିୟମ ଥିଲା । ହେଲେ ଯେହେତୁ ଭାରତ ଫାଇନାଲରେ ପହଞ୍ଚିଥିଲା ସୁରକ୍ଷା ଦୃଷ୍ଟି କୋଣରୁ ଫାଇନାଲ ମ୍ୟାଚକୁ ପାକିସ୍ତାନରୁ ଦୁବାଇକୁ ସ୍ଥାନାନ୍ତରିତ କରାଯାଇଥିଲା । କାରଣ ସୁରକ୍ଷା କାରଣରୁ ବିସିସିଆଇ ପୂର୍ବରୁ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ମନା କରିଥିଲା ।

ତେଣୁ ଆଇସିସି ହାଇବ୍ରିଡ୍ ମଡେଲ ଅନୁଯାଇ ଚାମ୍ପିୟନ୍ସ୍ ଟ୍ରଫିର ଆୟୋଜନ କରିଥିଲା । ଅର୍ଥାତ୍ ଭାରତ ଖେଳୁଥିବା ସବୁ ମ୍ୟାଚ୍ ପାକିସ୍ତାନ ବଦଳରେ ଦୁବାଇରେ ଖେଳାଯିବ । ତେଣୁ ଫାଇନାଲର ମଧ୍ୟ ସ୍ଥାନ ପରିବର୍ତ୍ତନ କରାଯ।ଇଥିଲା ।

Advertisment

ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରାୟ ୫୮୬ କୋଟିର ବଜେଟ୍ ଅନୁମୋଦନ କରିଛି। ଗୋଟିଏ ମ୍ୟାଚ୍ ପାଇଁ ବଜେଟ୍ ପ୍ରାୟ ୩୯ କୋଟି ଟଙ୍କା ରହିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ୍ ଖେଳା ଯାଇଥିଲା । ଏଥିମଧ୍ୟରୁ ଭାରତ ତିନୋଟି ଗ୍ରୁପ୍ ମ୍ୟାଚ୍ ଏବଂ ଗୋଟିଏ ସେମିଫାଇନାଲ ଦୁବାଇରେ ଖେଳିଥିଲା । ଆଉ ଆଜି ଫାଇନାଲ ମ୍ୟାଚ୍ ମଧ୍ୟ ଦୁବାଇରେ ଖେଳାଯାଉଛି ।

ଏପରି ପରିସ୍ଥିତିରେ, ପାକିସ୍ତାନ ୪ଟି ମ୍ୟାଚ୍ ପାଇଁ ୧୫୬ କୋଟି ଟଙ୍କାର କ୍ଷତି ସହିସାରିଛି । ଏବେ ଫାଇନାଲ୍ ଦୁବାଇରେ ହେବା ଯୋଗୁଁ ପାକିସ୍ତାନକୁ ଆହୁରି ୩୯ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ତେଣୁ ଆମେ ସିଧା ସିଧା କହିପାରିବା ଫାଇନାଲରେ ଭାରତ ଖେଳିବା ପାକିସ୍ତାନକୁ ଭାରି ପଡିଛି ଆଉ ପଡୋଶୀଙ୍କୁ ଭାରି ବାଧିଛି ।

ଅଧିକ ପଢ଼ନ୍ତୁ: ରୋହିତଙ୍କ ନାମରେ ଅଜବ ରେକର୍ଡ, ଦିନିକିଆରେ ଲଗାତର ୧୨ ଥର ହାରିଲେଣି ଟସ୍

India ICC Pakistan Indian Cricket Team India Vs New Zealand
Advertisment
Advertisment