ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଭକ୍ତଙ୍କୁ ପାଛୋଟିବା ପାଇଁ ଆରମ୍ଭ ହେଲାଣି ସଜବାଜ । ସଜେଇ ହେଲାଣି ବଡ଼ ଦାଣ୍ଡ । ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତ ମନରେ ଅନେକ ଖୁସି ।
କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଏମିତି ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୫ କିଲୋମିଟର ଦୂର ସଦାଶିବପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଗାଁରେ ପାଇପ୍ ଲାଇନ୍ ପଡ଼ିଛି, ମାତ୍ର ସେଥିରୁ ଯେଉଁ ପାଣି ବାହାରୁଛି ତାହା ପିଇବା ଯୋଗ୍ୟ ନୁହେଁ। ବାଧ୍ୟ ହୋଇ ମାଇଲ ମାଇଲ୍ ବାଟ ଚାଲିଚାଲି ଯାଇ ନଈ ମଝିରେ ଚୂଆ ଖୋଳି ପାଣି ଆଣୁଛନ୍ତି ଲୋକେ। ପଞ୍ଚାୟତ ଅଧିନରେ ଥିବା ପ୍ରାୟ ୫ ଖଣ୍ଡ ଗାଁର ୬ ହଜାରରୁ ଅଧିକ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସହରର ହାର୍ଟ କୁହାଯାଉଥିବା ଷ୍ଟେସନରୋଡ ଏବଂ ଓଟି ରୋଡକୁ ସଂଯୋଗ କରୁଛି ଏହି ରାସ୍ତା। ଏହି ରାସ୍ତାରେ ଗଲେ ଘରୋଇ ନର୍ସିଂହୋମ, ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ସହ କିଛି ପ୍ରତିଷ୍ଠିତ ଲୋକଙ୍କ ଘର ବି ରହିଛି। ହେଲେ ସାମାନ୍ୟ ବର୍ଷା ହେଲେ ରାସ୍ତା ହୋଇପଡେ ଜଳାର୍ଣ୍ଣବ। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ହୋଲଡିଂ ଟ୍ୟାକ୍ସ ଦେବା ସତ୍ତ୍ୱେ ସମସ୍ୟାରୁ ମୁକୁଳି ପାରୁନୁ।
ଧୋକା ଦେଲା ସାତ ଜନମର ସାଥୀ । ରୀତି ନୀତିରେ ହୋଇଥିଲା ବାହାଘର । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥି ହେବା ପାଇଁ ଉଭୟେ ଶପଥ ନେଇଥିଲେ । କିନ୍ତୁ ସାତଜନମର ସାଥି ହେବା ପାଇଁ ଶପଥ କରିଥିବା ସ୍ୱାମୀ, ଦଶ ବର୍ଷରେ ସ୍ତ୍ରୀକୁ ଦେଲା ଧୋକ୍କା ।
ପୁଣି ଉଠିଲା ଆବାସ କେଳେଙ୍କାରୀ କଥା । ରାଜ୍ୟରେ ଆବାସ କେଳେଙ୍କାରୀ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିବା ପରେ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।
୩ ତାରିଖ ସିବିଏସଇ ରେଜଲ୍ଟ ବାହାରିଥିବା ବେଳେ ଏହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ରେଜଲ୍ଟ ଭଲ ହୋଇନାହିଁ ବୋଲି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଅଭିଯୋଗ କରିଛନ୍ତି । ଯେଉଁ ମାନେ ଅଷ୍ଟମ ଏବଂ ନବମରେ ୯୦ ପ୍ରତିଶତ ନମ୍ବର ରଖୁଥିଲେ, ସେମାନଙ୍କୁ ୪୦ ପ୍ରତିଶତରୁ କମ୍ ନମ୍ବର ମିଳିଛି
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ଏଥିପାଇଁ ସାରା ଭାରତରେ ଉତ୍ସବର ମାହୋଲ । ଭାରତୀୟ ପୁରୁଷ ହକି ଟିମ୍ର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।
ସରିଲା ମାଟ୍ରିକ୍ ଅଫଲାଇନ ପରୀକ୍ଷା। ଆସନ୍ତା ୧୨ରୁ ଖାତା ଦେଖା ହେବ। ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି।
କଟକ ମହାନଦୀ ଜୋବ୍ରା ଆନିକଟରୁ ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ମିଳିଛି। କିଛି ଦିନ ପୂର୍ବେ ଛାତ୍ର ଜଣକ ନିଖୋଜ ଥିବାବେଳେ ଆଜି ତାଙ୍କ ମୃତଦେହକୁ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ଆନିକଟରୁ ଉଦ୍ଧାର କରିଛନ୍ତି।
ସରକାରୀ ସହାୟତା ଆକାଶ କଇଁୟା ଚିଲିକା ମାଛ ପରି । ବୟସର ଅପରାହ୍ନରେ ବୃଦ୍ଧ ମହିଳାଙ୍କ ଉପରେ ପରିବାର ବୋଝ । ବଳବୟସ ଗଲାଣି, ଚମ ଧୁଡ଼ୁ ଧୁଡ଼ୁ କରୁଛି, ତଥାପି ଘର କାମ କରୁଛନ୍ତି । ପୁଅ କାମ କରିପାରୁନି, ପରିବାର ଚଳାଉଛନ୍ତି । ଏମିତି ସମସ୍ୟାରେ ଜୀବନ ଜିଉଁଛନ୍ତି ଅସହାୟ ଦୂର ମାଝି ।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଗୋପାଳପୁର ଗାଁର କ୍ଷତିପ୍ରଭା ବାରିକ । ଦୁଇ ସନ୍ତାନ ଥିବାରୁ ଜୁଲାଇ ମାସ ୧୭ ତାରିଖରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଗର୍ଭନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ଅସ୍ତ୍ରୋପଚାର କରାଇଥିଲେ। ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ଅସ୍ତ୍ରୋପଚାର କରିବା ସହ ଆବଶ୍ୟକୀୟ ଚିକିତ୍ସା ପରେ ଘରକୁ ପଠାଇଥିଲେ
ନେତା ହେବା ପରେ ବି ବଦଳି ନାହାନ୍ତି । ଚାରିଥର ସରପଞ୍ଚ, ଥରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଥରେ ଜିଲ୍ଲା ପରିଷଦ ସଦସ୍ୟ ଆଉ ଏବେ ବିଧାୟକ । ବିଧାୟକଙ୍କୁ ଛୁଇଁପାରିନି ଭିଆଇପି କଲଚର୍ । ପଦବୀ ପାଇବାର ପରେ ବି ତାଙ୍କର ଚାଲିଚଳନ, ଆଚାର ବ୍ୟବହାରରେ କିଛି ପରିବର୍ତ୍ତନ ଆସିନି । ଆଜିକାଲି ନେତା ମାନେ ପଦ ପଦବୀ ପାଇଗଲା ସେମାନଙ୍କ ଢାଞ୍ଚା ବଦଳି ଯାଉଥିବା ଦେଖାଯାଉଛି ।
ମିଥ୍ୟା ଦୁର୍ଘଟଣା ବୀମା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କ୍ଷତି ପୂରଣ ବାବଦରେ ଦିଆଯାଇଥିବା ଟଙ୍କା ସୁଧ ସହିତ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ରାଜ୍ୟରେ ୧୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୭୭୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୫୬୭ରହିଛି।
ନିଲମ୍ବିତ ହେଲେ ୪ ପୋଲିସ୍ କର୍ମଚାରୀ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ଜଣ ପୋଲିସ୍ଙ୍କୁ ନିଲମ୍ବନ କରାଯାଇଛି।
ପାୱାରଫୁଲ୍ ଫାଇଭ୍-ଟି ସଚିବକୁଙ୍କୁ ବିରୋଧ । ସ୍ଥିତି ସମୀକ୍ଷା ବେଳେ ସଚିବଙ୍କୁ ବିରୋଧ କଲେ ଛଟେଇ ନର୍ସିଂ ଷ୍ଟାଫ୍ । ରାଜ୍ୟ ସରକାରଙ୍କ ସଚିବ ସ୍ତରୀୟ ହାଇଲେଭେଲ୍ ଟିମ୍ ଆଜି ବଲାଙ୍ଗୀର ଗସ୍ତ କରି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଓ ଭିତ୍ତିଭୂମିର ତଦାରଖ କରିଛନ୍ତି ।
ନୟାଗଡ଼ ନାବାଳିକା ପରୀ ଦୁଷ୍କର୍ମ ଓ ହତ୍ୟା, ସମ୍ବଲପୁର ବଡ଼ମାଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ନୟାଗଡ଼ରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ସହ ଭିଡିଓ ଭାଇରାଲ୍ ଘଟଣା ରାଜ୍ୟରେ ବଢିଚାଲିଥିବା ଶିଶୁ ଯୌନ ଉତ୍ପୀଡ଼ନର ଗୋଟିଏ ଗୋଟିଏ ନଗ୍ନ ଚିତ୍ର।
ଜୁଲାଇ ଶେଷ ସୁଦ୍ଧା ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ୍ ଟିକାକରଣ ଲକ୍ଷ୍ୟ ହାସଲ ହୋଇଥିବା ନେଇ ଦାବି କରୁଛି ବିଏମ୍ସି । ଏମିତିକି ବିଭିନ୍ନ ଆଞ୍ଚଳିକ ତଥା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କିତ ଖୁବ୍ ପ୍ରଚାର ଦେଖିବାକୁ ମିଳୁଛି ।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଦରଡ଼ା ପଞ୍ଚାୟତର ୨ଟି ଘର ଦେଖିବାକୁ ମିଳିଛି। ସରକାରଙ୍କ ଆଖିରେ ୨ ମହଲା କୋଠା ତୋଳୁଥିବା ସୁଜୟ ପଟ୍ଟନାୟକ ଆବାସ ଯୋଜନା ପାଇଁ ଯୋଗ୍ୟ, ହେଲେ ଆଜବେଷ୍ଟସ୍ ଓ ଜରିପାଲ ତଳେ ଥିବା କାଶୀନାଥ ରାଉଳ ଅଯୋଗ୍ୟ ହୋଇଛନ୍ତି। ପଲସିଆ ଗାଁର ସୁଜୟଙ୍କର ଆନୁମାନିକ ୫୦ ଲକ୍ଷ ଟଙ୍କାର ସଂପତ୍ତି ଥିଲେ ବି ୨୦୧୯-୨୦ରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ଅଭିଯୋଗ ହୋଇଛି। ଏବେ ସେ ୧୬ଶହ ବର୍ଗଫୁଟର ୨ମହଲା କୋଠା ତୋଳୁଛନ୍ତି। ହେଲେ ବିଡ଼ମ୍ବନା, ବାରମ୍ବାର ଆବେଦନ ପରେ ବି କାଶୀନାଥଙ୍କ ଭାଗ୍ୟ ଫିଟୁନି। ସେପଟେ ଏନେଇ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ବସ୍ତା ବିଡିଓ।
ଷ୍ଟାଫ୍ ସିଲେକ୍ସନ୍ କମିଶନ୍ରେ ନିଯୁକ୍ତି କେଳେଙ୍କାରୀକୁ ନେଇ ତେଜୁଛି ଅସନ୍ତୋଷ । କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ତଡ଼ା ଖାଇଥିବା କରିତକର୍ମା କୋଟିପତି ବିରଞ୍ଚି ସାହୁ କେବଳ ଜଣେ ନୁହଁନ୍ତି, ଦୀର୍ଘଦିନ ଧରି ଅନେକ ଲୋକଙ୍କ ସଂପୃକ୍ତିରେ ଏ ଦୁର୍ନୀତି ଚାଲିଥିବା ଅଭିଯୋଗ ଉଠିଛି ।
ରାଜ୍ୟବାସୀଙ୍କୁ ପୁଣି ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟମ ନମାନିଲେ ପୁଣି ଲକଡାଉନ କରାଯିବ ବୋଲି ସତର୍କ କଲେ । ଦେଶର ଅନ୍ୟ ରାଜ୍ୟରେ କୋଭିଡ଼ କେସ୍ ବଢୁଛି । ଭୁବନେଶ୍ୱରରେ କୋଭିଡ୍ କେସ୍ ସ୍ଥିର ରହିଛି ।
ଆସନ୍ତା ୧୬ ତାରିଖ ଅର୍ଥାତ୍ ସୋମବାରରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ସୂଚନା ଅନୁସାରେ, ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୨୧, ୨୨ ତାରିଖ ସଟଡାଉନ ଥିବାରୁ ଭକ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଶେଷରେ ବିଶାଳ ବ୍ରିଟିଶ ବାହିନୀ ବିଦ୍ରୋହ ଦମନ କରିବାରେ ସଫଳ ହୋଇଥିଲେ ବି ବିଦ୍ରୋହୀ ନେତାମାନଙ୍କ ସହ ସନ୍ଧି କରିବାକୁ ବାଧ୍ୟ ହୋଇଥିଲେ। ତାହା ଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ, ଯାହା ଭାରତର ବିଭିନ୍ନ ପ୍ରାନ୍ତରେ ବ୍ରିଟିଶ ବିରୋଧୀ ସଶସ୍ତ୍ର ସଂଗ୍ରାମ ଚଳାଇବାକୁ ବିଦ୍ରୋହୀମାନଙ୍କୁ ଦେଇଥିଲା ଅଗ୍ନିବର୍ଷୀ ପ୍ରେରଣା।
ଭିଜିଲାନ୍ସ ଜାଲରେ ଯାଜପୁର ଡ୍ରେନେଜ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ । ଲାଞ୍ଚ ନେଇ ଧରାପଡ଼ିଲେ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର । ଜଣେ ଗାଡ଼ି ମାଲିକଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି ।