ଆସନ୍ତା ୬ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୬ ତାରିଖରେ ଲଘୁଚାପ ସୃଷ୍ଟି ହେଲେ ୬ ଓ ୭ ଏହି ୨ ଦିନ ପ୍ରବଳ ବର୍ଷା ହୋଇପାରେ।
କରୋନା ସହ ଲଢେଇ କରି ଶେଷରେ ହାରିଲେ ଅଭିଷେକ ମହାପାତ୍ର। ଇକ୍ମୋ ଚିକିତ୍ସାଧୀନ ଥିବା ଅଭିଷେକ ମହାପାତ୍ରଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଲେ ଅଭିଷେକଙ୍କ ମାମୁ ପୁଅ ଭାଇ ରୋଶନ ମହାନ୍ତି। କରୋନା ଆକ୍ରାନ୍ତ ହେବା ପରେ ମାସାଧିକ କାଳ କୋଲକାତାରେ ଚିକିତ୍ସାଧୀନ ଥିଲେ ଅଭିଷେକ।
ଗୋଟିଏ ପଟେ ସରକାର ଦ୍ରୁତ ଗତିରେ ଟିକାକରଣ ଚାଲିଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ କଥା କହୁଛି । ଏବେ ବି ରାଜ୍ୟର ଅନେକ ଟିକା କରଣ କେନ୍ଦ୍ରରେ ଲୋକେ ସକାଳୁ ସଞ୍ଜ ଯାଏଁ ଧାଡ଼ି ବନ୍ଦି ଟିକା ନେବାକୁ ଅପେକ୍ଷା କରି ରହୁଛନ୍ତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ରାଜ୍ୟରେ ବର୍ଷା ଅଭାବ । ଜମି ଫାଟି ଆଁ କଲାଣି । ଚାଷୀ ମୁଣ୍ଡରେ ହାତ ଦେଲେଣି । ମରୁଡ଼ି ଭୟରେ ଚାଷୀଙ୍କ ଆଖିରୁ ଲୁହ ଶୁଖୁନି । ସେପଟେ ଏମିତି ବି ଖବର ରହିଛି ଚାଷୀ ଚାଷରେ କ୍ଷତି ଯୋଗୁଁ ଜୀବନ ହାରିଲେଣି ।
ବସ୍ ଡ୍ରାଇଭରଙ୍କ ମାନବିକତା । ସାଧାରଣତଃ ବସ୍ ଦୁର୍ଘଟଣା ହେବା ମାତ୍ରେ, ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥାଏ । କାରଣ ତା ମନରେ ଭୟ ଥାଏ, ଦୁର୍ଘଟଣା ଯୋଗୁଁ ବସ୍ ଯାତ୍ରୀ ହୁଅନ୍ତୁ କିମ୍ବା ସ୍ଥାନୀୟ ଲୋକ, ପ୍ରଥମେ ଚାଳକକୁ ହିଁ ଦୋଷ ଦେଇଥାନ୍ତି ।
ଶ୍ରମିକ ଅଭାବ ଯୋଗୁଁ ବନ୍ଦ ହୋଇଛି ରାଜ୍ୟର ୭ଟି ଶିଳ୍ପ ସଂସ୍ଥା । ଏନେଇ ଆଜି ବିଧାନସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର । ରାଜ୍ୟର ବୃହତ ଶିଳ୍ପରେ ଶ୍ରମିକ ସମସ୍ୟା ଥିବାରୁ ଉତ୍ପାଦନ ବନ୍ଦ କରାଯାଇଥିବା ସେ କହିଛନ୍ତି ା
ଥମିନି ଦ୍ୱିତୀୟ ଲହର, ଟଳିନି ମହାମାରୀ ଡର । ପାଖେଇ ଆସୁଛି ପାର୍ବଣ, ଭିଡ଼ କରିବାକୁ ବାରଣ । ଆଗକୁ ଆସୁଛି ଗଣେଶ ପୂଜା, ଦଶହରା ଏବଂ ଦୀପାବଳି ଭଳି ପର୍ବ । ତେଣୁ ପୂଜା ଋତୁରେ କରୋନାର ଦୃତ ସଂକ୍ରମଣ ରୋକିବାକୁ ଦେଶବାସୀଙ୍କୁ ଆଗୁଆ ସତର୍କ କରାଇଛି କେନ୍ଦ୍ର ସରକାର ।
ନିଅଣ୍ଟିଆ ବର୍ଷା ଦାଉରେ ମାଟି ଫାଟି ଆଁ । ଚାଷୀର ଭାତହାଣ୍ଡି ଆଜି ଶୁଖିଲା ପଡ଼ିଛି । କେଉଁଠି ଧାନଗଛ ହଳଦିଆ ପଡ଼ିଗଲାଣି ତ ଆଉ କେଉଁଠି ଗୋରୁ ଚରିଲେଣି ଧାନ କ୍ଷେତରେ । ଆସନ୍ନ ମରୁଡ଼ିର ଚିତ୍ର ବୟାନ କରୁଛି ବଲାଙ୍ଗିର ଜିଲ୍ଲାର ଅନେକ ଚାଷ ଜମି ।
୧୨୧ ସିଟି ବସ୍କୁ ବିକି ଦେଲା କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ବା କ୍ରୁଟ୍ । ଏସବୁ ବସ୍କୁ ଏକ ସ୍କ୍ରାପେଜ୍ ସଂସ୍ଥାକୁ ବିକ୍ରି କରି ଦେଇଥିବା ଜଣାପଡିଛି । ଭୁବନେଶ୍ୱର-ପୁରୀ ସିଟି ବସ୍ ସେବା ପାଇଁ ୨୦୧୦ ମସିହାରେ JNNURM ଅଧୀନରେ ଏହି ବସ କିଣାଯାଇଥିଲା ।
ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା । ଚାଷରେ କ୍ଷତି ପାଇଁ ଜୀବନ ହାରିଲେ ଚାଷୀ । ବଲାଙ୍ଗିର ତୁରେଇକେଲା ବ୍ଲକ କାଦୋବେରା ଗାଁରୁ ଆସିଛି ଏଭଳି ଖବର । ଏହି ଗାଁର ଚାଷୀ ରେଚକା ବନ୍ଛୋର ଗତକାଲି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ରାଜ୍ୟରେ ଗତ ୪ ବର୍ଷରେ ବଜ୍ରପାତ ଯୋଗୁଁ ୧୬୨୧ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତଜନିତ ମୃତ୍ୟୁ ନେଇ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଏପରି ଉତ୍ତର ରଖିଛନ୍ତି। ୨୦୧୮ରୁ ଏଯାଏଁ ମୋଟ ୧୬୨୧ଟି ବଜ୍ରପାତ ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ।
ମାନବବାଦ ସଂଗଠନର ମୁଖ୍ୟ ଓ ତାଙ୍କ ପୁଅ ଏବେ ଖୋର୍ଦ୍ଧା ଜେଲ୍ରେ । ସେମାନେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଉଭୟଙ୍କୁ ରିମାଣ୍ଡରେ ନେଇପାରେ ଖୋର୍ଦ୍ଧା ପୋଲିସ ।
ବିଦ୍ୟୁତ ବିଲ ଅହେତୁକ ଆସୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଲୋକେ। ତେବେ ଅଭିଯୋଗକୁ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିବାବେଳେ ବିଜେପି ନେତା ଗୌତମ ସାମନ୍ତରାୟଙ୍କ ସମେତ ଦଳୀୟକର୍ମୀ କାଯର୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟରେ ତାଲା ପକେଇଥିବା ଅଭିଯୋଗ ହୋଇଛି।
ମୋହନ ମାଝୀ କହିଛନ୍ତି, ମାହାଙ୍ଗା ମର୍ଡର ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ସରକାର ଅଡୁଆରେ ପଡ଼ିଥାନ୍ତେ। ତେଣୁ କଂଗ୍ରେସ ଷ୍ଟାଫ୍ ସିଲେକ୍ସନ ପ୍ରସଙ୍ଗ ଉଠାଇ ସରକାରଙ୍କ ସହଯୋଗରେ ହାଉସ୍ ବନ୍ଦ କରିଛି। ସରକାରଙ୍କୁ ଘଣ୍ଟ ଘୋଡ଼ାଇବାକୁ ବାଚସ୍ପତି ପକ୍ଷପାତିତା କରିଥିବା ଅଭିଯୋଗ କରିଛନ୍ତି ମୋହନ ମାଝୀ।
ନିଅଣ୍ଟିଆ ବର୍ଷା ପାଇଁ କେଉଁଠି ମରୁଡ଼ି ପରିସ୍ଥିତି ତ ଆଉ କେଉଁଠି ତଳି ନଷ୍ଟ ହେବାକୁ ବସିଲାଣି। ଯଦି ଆଗକୁ ବର୍ଷା ପରିମାଣ ନ ବଢ଼େ, ତା’ହେଲେ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କା କରିଛନ୍ତି ଚାଷୀ।
ଭୁୁବନେଶ୍ୱରରେ ଜଣେ ୱେବ ଚ୍ୟାନେଲର ସମ୍ପାଦକଙ୍କୁ ଉଠାଇ ନେଇଛି ପୋଲିସ । ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ଆଧାରରେ ୱେବ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ରାଉତଙ୍କୁ ପୋଲିସ ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି ।
‘ଶିଶୁମାନେ ତୃତୀୟ ଲହରିରେ ପ୍ରତିଶତ ହିସାବରେ ଅଧିକ ସଂକ୍ରମିତ ହୋଇପାରନ୍ତି। ୧୮ ବର୍ଷରୁ ଅଧିକାଂଶ ଲୋକଙ୍କ ଟିକାକରଣ ହୋଇସାରିଲାଣି। ତେଣୁ ଆନୁପାତିକ ଭାବେ ଶିଶୁ ସଂକ୍ରମଣ ହିଁ ଅଧିକ ରହିପାରେ।’
ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବର୍ଷା ଅଭାବ ଜନିତ ଚାଷ କ୍ଷତି ପାଇଁ ବିଷ ପିଇଥିବା ନେଇ ମୃତ ଚାଷୀଙ୍କ ପୁଅ କହିଛନ୍ତି।
ଆସନ୍ତା ୬ ତାରିଖରୁ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଆଗକୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇପାରନ୍ତି। ତେବେ ପୂର୍ଣ୍ଣ ମାତ୍ରାରେ କ୍ୟାମ୍ପସ ଖୋଲିବା ପୂର୍ବରୁ ରାଜନୈତିକ ଉଷ୍ମତା ଆସ୍ତେ ଆସ୍ତେ ବଢିବାକୁ ଲାଗିଲାଣି।
ଆୟୁକାଳର ପାଖାପାଖି ୧୯୪୫ ଦିନ(୫ ବର୍ଷ ୪ମାସ) ପୂର୍ବରୁ ଜୀବନ ସରିଯିବ ଅର୍ଥାତ୍ ଜୀବନ ଥାଉ ଥାଉ ଆମେ ମୃତ୍ୟୁକୁ ନିମନ୍ତ୍ରଣ କରିବା। କ୍ୱାଲିଟି ଲାଇଫ୍ ଇଣ୍ଡେକ୍ସକୁ ନେଇ ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ଆମେରିକାର ଚିକାଗୋ ବିଶ୍ୱବିଦୟାଳୟ।
ଜେଲ୍ ଭିତରେ କଏଦୀଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ସବ୍ ଜେଲ୍ରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି।
ବହୁଚର୍ଚ୍ଚିତ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ଗୁରୁବାର ଗିରଫ କରିଥିଲା ଖୋର୍ଦ୍ଧା ପୋଲିସ। ଗିରଫ ପରେ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ବାପପୁଅଙ୍କୁ ଖୋର୍ଦ୍ଧା ସବଜେଲ ପଠାଇ ଦିଆଯାଇଛି।
ଏଥର ବି ଫିକା ପଡ଼ିବ ପାର୍ବଣ ମଉଜ। ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ। ଗଣେଶ ପୂଜା ହେଉ କି ଦୁର୍ଗାପୂଜା ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ।
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା କମିଛି। ଗତକାଲି ରାଜ୍ୟରେ ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଥିଲା।