• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

arun sahoo
ନାହାନ୍ତି ଗୁରୁ, ପିଲାଙ୍କୁ ପଢେଇବ କିଏ?

ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଶିକ୍ଷକ ପଦବୀ। ଆଜି ବିଧାନସଭାରେ ବିଧାୟକ ଅମର ପ୍ରସାଦ ଶତପଥୀ ପଚାରିଥିବା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

Odisha Assembly
ଶାସକ-ବିରୋଧୀ କଥା କଟାକଟି। ଚାଲିପାରୁନି ଗୃହ

ବିଧାନସଭା ଅଚଳ। ଆଜି କୌଣସି ଗୃହକାର୍ଯ୍ୟ ହୋଇପାରିନାହିଁ। ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଉ କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ। କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା ହୋଇଥିଲା।

Dmet Chief CBK Mohanty
ପିଲାଙ୍କ ନିକଟରେ ସଂକ୍ରମଣ ଓ ତୀବ୍ରତା କମ୍: DMET

କରୋନା ସଂକ୍ରମଣ ଏବେ ପ୍ରତିଶତରେ ନୁହେଁ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟା ଅଛି, ତାହା ଦେଖିବାକୁ ପଡ଼ିବ ବୋଲି କହିଛନ୍ତି, ଡିଏମ୍ଇଟି। ଦ୍ୱିତୀୟ ଲହରରେ ତୀବ୍ରତା ଅଧିକ ଥିଲା। ସେହି ସମୟର ସବୁ କୋଭିଡ ନିୟମ ପାଳନ କରିବାକୁ ପଡ଼ିବ। ଯେଉଁଠି ସଂକ୍ରମଣ ବଢ଼ିବ, ସେଠାରେ ତ୍ୱରିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।

Pramod Bhagat
ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ୬ କୋଟି

ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି। ୬ କୋଟି ଟଙ୍କା ଦିଆଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି। ୬ କୋଟି ସହ ଗ୍ରୁପ୍ A ସରକାରୀ ଚାକିରି ଦିଆଯିବା ଘୋଷଣା କରାଯାଇଛି

odisha assembly
ବିଧାନସଭା ନିକଟରେ ହାତ କାଟି ବିଷ ପିଇଦେଲେ ଯୁବକ

ଯାହାକୁ ଡରୁଥିଲେ ତାହା ହିଁ ଘଟିଲା। ବିଧାନସଭା ଆରମ୍ଭରୁ ପୋଲିସ ଓ ପ୍ରଶାସନକୁ ଘାରିଥିଲା ଆତ୍ମହତ୍ୟା ଉଦ୍ୟମ ଭୟ। କଡାକଡି ହୋଇଥିଲା କଟକଣା। ତଥାପି ଘଟିଲା। ବିଧାନସଭା ନିକଟରେ ପୁଣି ଅତ୍ମହତ୍ୟା ଉଦ୍ୟମ ହୋଇଛି।

chit fund scam
ଚିଟଫଣ୍ଡ ଟଙ୍କା ଲୁଟି ଫିଲ୍ମ ଜଗତରେ ବିନିଯୋଗ କରୁଥିଲେ ପୂର୍ବତନ ବିଧାୟକ

ଚିଟଫଣ୍ଡ ଠକେଇର ଗିରଫ ହୋଇଥିବା ବିଶାଖାପାଟଣାର ପୂର୍ବତନ ବିଧାୟକଙ୍କର ତେଲୁଗୁ ଫିଲ୍ମ ଲିଙ୍କ ଥିବା ଜଣାପଡ଼ିଛି। କୋଟି କୋଟି ଟଙ୍କା ଗ୍ରାହକଙ୍କଠାରୁ ଠକି ସେ ତିଆରି କରୁଥିଲେ ଫିଲ୍ମ। 

puri
ଏଣିକି ଶନିବାର ବି ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲା

କରୋନା ପାଇଁ ସୃଷ୍ଟି ହୋଇଥିବା ଭକ୍ତ ଭଗବାନଙ୍କ ମଧ୍ୟରେ ଦୂରତା ଧୀରେ ଧୀରେ ହ୍ରାସ ପାଉଛି । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଗାଇଡଲାଇନକୁ ସାମାନ୍ୟ କୋହଳ କରାଯାଇଛି । ଏହାସହ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ସାନି ଏସଓପି ଜାରି କରାଯାଇଛି । କେବଳ ସାନିଟାଇଜେସନ ପାଇଁ ରବିବାର ଦିନ ଦର୍ଶନ ବନ୍ଦ ରହିବ

aloo lachha paratha
ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ଆଳୁ ଲଚ୍ଛା ପରଟା’

ଘରେ ଆଳୁରେ ତିଆରି ହୋଇଥିବା ସ୍ନାକ୍ସ ଖାଇବା ପାଇଁ ବେଶୀ ସୁଆଦିଆ ଲାଗିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଆଳୁରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଆଳୁ ଲଚ୍ଛା ପରଟା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

odisha assembly
ବିରୋଧୀଙ୍କ ହଙ୍ଗାମା, ଗୃହ ଅଚଳ

କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା ହୋଇଥିଲା  । ଏ ନେଇ ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଇ କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ।  

durga puja idol
ମୂର୍ତ୍ତି ଉଚ୍ଚତା ନେଇ ନିଷ୍ପତ୍ତି ହୋଇପାରିଲାନି, ୨ ଦିନ ସମୟ ନେଲେ ସରକାର

ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତା କେତେ ରହିବ, ସେ ନେଇ କୌଣସି ନିଷ୍ପତ୍ତି ଆଜି ନିଆଯାଇ ପାରିଲା ନାହିଁ । ପୁଣି ୨ ଦିନ ସମୟ ନେଇଛନ୍ତି ରାଜ୍ୟ ସରକାର।

bat
ବାଦୁଡ଼ିଙ୍କ ଭୂସ୍ୱର୍ଗ ଲାପଟୁଆଁ-ବରାହିପୁର ଗାଁର ! ଲୁପ୍ତପ୍ରାୟ ପକ୍ଷୀଙ୍କୁ ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ

କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଲାପଟୁଆଁ-ବରାହିପୁର ଗାଁ । ପିଢ଼ି ପରେ ପିଢ଼ି ଏଠାରେ ସୁରକ୍ଷିତ ଜୀବନ ବିତାଉଛନ୍ତି ବାଦୁଡିମାନେ। ଗାଁର ଅନେକ ଗଛରେ ସେମାନେ ନିର୍ଭୟରେ ରୁହନ୍ତି । ଗାଁ ଲୋକଙ୍କ ବିଶ୍ଵାସ ଅନୁସାରେ ଗାଁରେ ବାଦୁଡ଼ିମାନେ ରହିବା ଦିନଠୁ ଗାଁ ଲୋକଙ୍କ ଉପରେ କାହାର କୁଦୃଷ୍ଟି ପଡୁନି ।

  • Wednesday, 08 September 2021
  • Cuttack
Covid Infection in school
ବଢିଲା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଚିନ୍ତା; ଗଠନ ହେଲା କୋଭିଡ ମନିଟରିଂ ସେଲ୍

ଶିକ୍ଷାର୍ଥୀ ମାସ୍କ ପିନ୍ଧି ସ୍କୁଲ୍ ଆସିବେ। ମାସ୍କ ପିନ୍ଧି ନ ଥିଲେ ପ୍ରବେଶ ମନା ରହିଛି  । ସ୍କୁଲର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜେସନ୍ ବାଧ୍ୟତାମୂଳକ କରାଯାଇଛି ।

bjp
କେନ୍ଦୁଝରରେ ନାବାଳିକାର ସନ୍ଦେହଜନକ ମୃତ୍ୟୁକୁ ମାମଲା : ଦୁଷ୍କର୍ମ ପରେ ହତ୍ୟା ଆଶଙ୍କା କରି ପ୍ରଶ୍ନ ଉଠାଇଲା ବିଜେପି

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ପାରିପାର୍ଶିକ ସ୍ଥିତିରୁ ଏହା ଦୁଷ୍କର୍ମ ଏବଂ ହତ୍ୟା ବୋଲି କହିଛି ବିଜେପି । ବରିଷ୍ଠ ବିଜେପି ନେତା ମୂରଲୀ ମନୋହର ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦୁଝର ଏସପିଙ୍କୁ ଭେଟି ଏହି ଦାବି କରିଛନ୍ତି

covid 19
୭୬୨ କରୋନା ସଂକ୍ରମିତଙ୍କ ମଧ୍ୟରୁ ପିଲା ବାହାରିଲେ ୧୦୨

ଗତକାଲି ତୁଳନାରେ ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମଣ। ଗତକାଲି ଦୈନିକ ସଂକ୍ରମଣ ୬୩୮ ଥିବାବେଳେ ଆଜି ୭୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Manda buffalo
ସ୍ୱତନ୍ତ୍ର ପ୍ରଜାତିର ମନ୍ଦା ମଇଁଷି; ଛୋଟ ହେଲେ ବି ଶକ୍ତିଶାଳୀ, କ୍ଷୀର ବି ଦିଅନ୍ତି ଅଧିକ

ଏମାନେ ଏକପ୍ରକାର ସ୍ୱତନ୍ତ୍ର ଧରଣର ମଇଁଷି। ଯେମିତି ଶକ୍ତିଶାଳୀ, ସେମିତି କାମିକା। ପାହାଡ଼ିଆ ଅଞ୍ଚଳରେ ଅଧିକ କାମ କରିପାରନ୍ତି। ଏମାନେ ହେଉଛନ୍ତି ମନ୍ଦା ମଇଁଷି। ଏମାନଙ୍କୁ ମିଳିଲା ଜାତୀୟ ମାନ୍ୟତା।

daily horoscope
କ’ଣ ରହିଛି ଆଜିର ରାଶିଫଳ, ଜାଣନ୍ତୁ

କେମିତି କଟିବ ଆଜିର ରାଶିଫଳ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ କ’ଣ ଅଛି ? ସମସ୍ୟାର ସମାଧାନ ପାଇଁ କ’ଣ ପ୍ରତିକାର କରିବେ ? ଜାଣିନିଅନ୍ତୁ।

10th exam
ଚଳିତ ବର୍ଷରୁ ନୂଆ ଢାଞ୍ଚାରେ ମାଟ୍ରିକ ପରୀକ୍ଷା, ଆସିଲା ଗାଇଡଲାଇନ

ଣିକି ନୂଆ ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା।  ଆଉ ଏଥିପାଇଁ ଆରମ୍ଭ ହୋଇଛି ମାନସ ମନ୍ଥନ।   ନୂଆ ଢାଞ୍ଚାରେ ପରୀକ୍ଷା ପାଇଁ ବୋର୍ଡ଼ ପକ୍ଷରୁ ପୂର୍ବରୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ମଙ୍ଗଳବାରଠାରୁ ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 08 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Wednesday, 08 September 2021
Dr Sanjya Panda
ବିଶିଷ୍ଟ କ୍ୟାନ୍‌ସର୍ ବିଶେଷଜ୍ଞ ଡାକ୍ତର ସଞ୍ଜୟ ପଣ୍ଡାଙ୍କ ପରଲୋକ

କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ସେ ଆସୋସିଏଟ ପ୍ରଫେସର ଭାବରେ କାର୍ଯ୍ୟରତ ଥିଲେ। ଆଇଏମଏ କଟକ ଶାଖାର ଆଜୀବନ ସଦସ୍ୟ ଥିଲେ ଡାକ୍ତର ପଣ୍ଡା। ତାଙ୍କ ପରଲୋକ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଵୋଲି ଆଇଏମଏ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

Festive Politics
ପୂଜା ଗାଇଡ୍‌ଲାଇନ୍‌ର ପୁନର୍ବିଚାର କରିବେ କି ସରକାର?

ଏହି କଟକଣା ପ୍ରତିବାଦରେ କଟକରେ ଆସନ୍ତା ୧୩ ତାରିଖ ଦିନ ବନ୍ଦ ଡାକରା ଦେଇଛି ବିଜେପି। ସେହିପରି ନିୟମର ପୁନର୍ବିଚାର ପାଇଁ ରାଜଧାନୀରେ ବି ବିଭିନ୍ନ ପୂଜା କମିଟି ଦାବି କଲେଣି। ଏମିତିକି ଆଜି କେତେକ ପୂଜା କମିଟିର ସଦସ୍ୟ ପୋଲିସ କମିଶନରଙ୍କୁ ଭେଟି ମଧ୍ୟ ଦାବି ଜଣାଇଛନ୍ତି। ନିୟମ ପରିବର୍ତ୍ତନ ନହେଲେ ସେମାନେ ମଧ୍ୟ ଭୁବନେଶ୍ୱର ବନ୍ଦ ଡାକରା ପାଇଁ ପ୍ରସ୍ତୁତ ହେଉଥିବା ଭସାଣ କମିଟି ପକ୍ଷରୁ କୁହାଯାଇଛି।

CM Naveen Pattnaik
ନିୟମ ନମାନିଲେ ହେବ ଲକ୍‌ଡାଉନ୍‌: ନବୀନ

ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ ସ୍ଥିତି ଚିନ୍ତାଜନକ ନଥିଲେବି ତୃତୀୟ ଲହର ନେଇ ବିଶେଷଜ୍ଞମାନେଆଶଙ୍କା କରୁଛନ୍ତି। ଏପରିକି ନିୟମ ମାନିବାକୁ ପରାମର୍ଶ ଦେଇଛି। ରାଜ୍ୟରେ ଏବେବି ୧୮ ବର୍ଷରୁ କମ୍ ବର୍ଗର ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। କେରଳରେ ସ୍ଥିତି ଉଦ୍‌ବେଗଜନକ ରହିଛି।   

Corona Infection
ପିଲାଙ୍କ ଭିତରେ ବଢ଼ୁଥିବା ସଂକ୍ରମଣ ପାଇଁ ଅଭିଭାବକ ଦାୟୀ: ସ୍ୱାସ୍ଥ୍ୟ ବିଭାଗ

ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ପିଲାଙ୍କ ଯତ୍ନ ନେବାର ପ୍ରଥମ ଦାୟିତ୍ୱ ଅଭିଭାବକମାନଙ୍କର। ପିଲାମାନେ ଟିକା ନେଇ ନ ଥିବାରୁ ବାପା ମାଆ  ସାବଧାନ ରୁହନ୍ତୁ। ସ୍କୁଲ ପିଲାଙ୍କ ଠାରେ କରୋନା ସଂକ୍ରମଣ ବଢ଼ିଲେ, ସ୍କୁଲ ବନ୍ଦ କରାଯିବ। ସ୍ବାସ୍ଥ୍ୟ ବିଭାଗ କହିଛି, କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ମାତ୍ର ୦.୨ ପ୍ରତିଶତ ପିଲା ଆଇସିୟୁରେ ଆଡ୍‌ମିଟ୍ ହୋଇଛନ୍ତି। କେହି ଭେଣ୍ଟିଲେଟରକୁ ଯାଇନାହାନ୍ତି।

Crab in Canal Competition
ନାଳରୁ କଙ୍କଡା ଧରିଲେ ମିଳିବ ୫ ହଜାର ପୁରସ୍କାର !

କଙ୍କଡା ଧର, ୫ ହଜାର ନିଅ। କଙ୍କଡ଼ା ଧରିବା ପାଇଁ ଏଭଳି ଅଭିନବ ପ୍ରତିଯୋଗିତା ଦେଖିବାକୁ ମିଳିଛି ସମ୍ବଲପୁର ଯୁଜୁମୁରା ବ୍ଲକ ଅନ୍ଧାରୀ ଗାଁରେ। ଏଥିରେ ୩୫ ଜଣ ପ୍ରତିଯୋଗୀ ଭାଗ ନେଇ ନିକଟସ୍ଥ ନାଳରୁ କଙ୍କଡ଼ା ଧରିଥିଲେ। ଅଧିକ କଙ୍କଡ଼ା ଧରିଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା। 

Election
ପୌର ନିର୍ବାଚନ ପାଇଁ ରାସ୍ତା ସଫା: ୫୦ ପ୍ରତିଶତ ମଧ୍ୟରେ ରହିବ ସଂରକ୍ଷଣ ସୀମା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ବ୍ୟବସ୍ଥାରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଏବେ ରାଜ୍ୟ ସରକାର ମ୍ୟୁନ୍‌ସିପାଲ ଆଇନ ସଂଶୋଧନ କରିବା ପରେ ନିର୍ବାଚନର ବାଟ ଫିଟିଛି, କିନ୍ତୁ ବିରୋଧୀଙ୍କ ପ୍ରଶ୍ନ ହେଲା, ସରକାର ତ ଆଗରୁ ହିଁ ଆଇନରେ ସଂଶୋଧନ କରି ନିର୍ବାଚନ କରାଇ ପାରିଥାନ୍ତେ। ଏତେ ଦିନ ଧରି ତାହା କାହିଁକି କରୁନଥିଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Sea Beach
ଲଘୁଚାପ, ଅମାବାସ୍ୟା ପାଇଁ ଫୁଲିଗଲା ସମୁଦ୍ର ! ମାଡ଼ିଆସିଲା ୮ ଫୁଟର ଜୁଆର ପାଣି

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି। କିନ୍ତୁ ସବୁଠୁ ଚିନ୍ତା ବଢାଇଛି ପାଣିପାଗ ବିଭାଗର ପୂର୍ବାନୁମାନ।  ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରେ ଆସନ୍ତା ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।