ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଆଜି ସ୍ୱାମୀ-ସ୍ତ୍ରୀ କୋର୍ଟରେ ପହଞ୍ଚି ଥିଲେ। ମାଜିଷ୍ଟ୍ରେଟ୍ ଉଭୟଙ୍କୁ ବୁଝାଉଥିଲେ। ଜୀବନକୁ ବିପଦ ରହିଛି ଦର୍ଶାଇ ସେ(ସିଦ୍ଧାର୍ଥ) ମାଜିଷ୍ଟ୍ରେଟ୍ଙ୍କ କୌଣସି କଥା ଶୁଣିବାର ନଥିଲେ। ତେବେ ଆଜି କୌଣସି ନିଷ୍କର୍ସ ବାହାରି ନପାରିବାରୁ ୨୯ ତାରିଖରେ ହାଜର ହେବାକୁ ମାଜିଷ୍ଟ୍ରେଟ୍ ପରାମର୍ଶ ଦେଇଥିଲେ। ପାରିବାରିକ ଅଦାଲତରୁ ବାହାରି ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ଆଉ କେତେ ସଫଳତା ପାଇଲେ ପାରା ଆଥ୍ଲେଟ୍ଙ୍କୁ ଦାବିକୁ ବିଚାରକୁ ନେବେ ରାଜ୍ୟ ସରକାର? ସାଧାରଣ ଆଥ୍ଲେଟ୍ଙ୍କ ଭଳି ସେମାନଙ୍କୁ କେବେ ମିଳିବ ସମାନ ସୁବିଧା ସୁଯୋଗ? ଏଥର ଟୋକିଓ ପାରାଲିମ୍ପିକ୍ସରେ ଭାରତର ଐତିହାସିକ ସଫଳତା ଏବଂ ଓଡ଼ିଆ ଆଥଲେଟ୍ ପ୍ରମୋଦ ଭଗତଙ୍କ ଗୋଲ୍ଡ ମେଡାଲ ହାସଲ ପରେ ଏ ଦାବିକୁ ପୁଣି ଦୋହରାଇଛି ରାଜ୍ୟ ପାରା ପ୍ଲେୟାର୍ସ ଫୋରମ୍
ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଓ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ସରକାରୀ ଦଳ ପକ୍ଷରୁ ଆଗତ ମୋସନ ଉପରେ ବିଧାନସଭାରେ ହୋଇଛି ସରଗରମ ଆଲୋଚନା। ବିରୋଧୀଦଳ ମୁଖ୍ୟ ସଚେତକ କହିଛନ୍ତି- ଓଡ଼ିଶା ବାରମ୍ବାର ମରୁଡ଼ି ସ୍ଥିତିର ସମ୍ମୁଖୀନ ହେଉଥିଲେ ବି ରାଜ୍ୟ ସରକାର ଏହାର ନିରାକରଣ ପାଇଁ କୌଣସି ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁନାହାନ୍ତି।
ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଘୋଷିତ ହୋଇଛି। ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଶାରଳା ପୁରସ୍କାର ପ୍ରଦାନ ଉତ୍ସବ। ଶାରଳା ପୁରସ୍କାର ପ୍ରଦାନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ଆନୁକୂଲ୍ୟରେ ୧୯୮୦ ମସିହାରୁ ପ୍ରତିବର୍ଷ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି।
ପ୍ରଶ୍ନକାଳରେ ସେ କହିଥିଲେ ରାଜ୍ୟରେ ଅଗଷ୍ଟ ପହିଲା ସୁଦ୍ଧା ୧୧ ହଜାର ୪୫୬ ପୋଲିସ ପଦବୀ ଖାଲି ରହିଛି। ସେଥିରୁ ୧୩ ଡିଆଇଜି, ୧୫ ଏସ୍ପି ଓ ୨୪୮ ଇନ୍ସପେକ୍ଟର ପଦବୀ ଖାଲି ରହିଛି। ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ୪୦ ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ଦେଇଛନ୍ତି।
ଆଜି ସକାଳେ ମାଆଙ୍କ ପାଇଁ ବିଭିନ୍ନ ସାମାଜିକ ସଂଗଠନ ଆଣ୍ଠେଇ ପ୍ରତିବାଦ କରିଥିଲେ। ବର୍ଷାରେ ଓଦା ହୋଇ ରାସ୍ତା ଉପରେ ଆଣ୍ଠୁ ମାଡି ବସି କଟକ ବାଦାମବାଡ଼ି ଛକରେ ସାମାଜିକ ସଂଗଠନର କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଶାସନକୁ ଗୁହାରି କରିଥିଲେ। ଆସନ୍ତା ଦୁର୍ଗାପୂଜାରେ ମାଆଙ୍କ ମୂର୍ତ୍ତି ୪ ଫୁଟ୍ରୁ ଅଧିକ କରିବାକୁ ସେମାନେ ଦାବି କରିଥିଲେ।
ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। କାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଜ୍ଞାପନରେ ଦର୍ଶାଇଛନ୍ତି ସ୍ଥାନୀୟ ଶିଳ୍ପୋଦ୍ୟୋଗୀଙ୍କ ପ୍ରତିବାଦ ସତ୍ତ୍ୱେ ଯେ ରାଜ୍ୟରେ ଉତ୍ପାଦିତ ୬୦ ପ୍ରତିଶତ ଲୁହା ପଥର ଅଲଗା ରାଜ୍ୟକୁ ପଠାଯାଉଛି। ରାଜ୍ୟରେ ଲୁହାପଥର ଦର ଆକାଶଛୁଆଁ ହୋଇଥିବାରୁ ଖଣି ବ୍ୟବସାୟୀ ଲାଭବାନ ହେଉଛନ୍ତି। ହେଲେ ଲୁହା ପଥର ଅଭାବରୁ ରାଜ୍ୟରେ ସ୍ପଞ୍ଜ ଆଇରନ ୟୁନିଟ ବନ୍ଦ ହୋଇଗଲାଣି।
କ’ଣ ରହିଛି ଏ ସପ୍ତାହର ରାଶି ଫଳ ? କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଫଳ ରହିଛି, କେଉଁ ରାଶିର ବ୍ୟକ୍ତି ଚାକିରି କ୍ଷେତ୍ରରେ ସୁଫଳ ପାଇବେ ଜାଣନ୍ତୁ।
ଆସନ୍ତା ବର୍ଷଠୁ ସୁନ୍ଦରଗଡ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ଏ ନେଇ ଗୃହରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ବିବୃତି ରଖିଛନ୍ତି। ସେ କହିଛନ୍ତି, ‘୨୦୨୨-୨୩ରୁ ଆଡମିଶନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି।
ପ୍ରାରମ୍ଭିକ ତଥ୍ୟ ଅନୁସାରେ ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧୦୪୩୧୨.୧୨ ଟଙ୍କା ଅଟା, ଯାହା ରାଜ୍ୟର ସମସ୍ତ ଘରୋଇ ଉତ୍ପାଦର (GSDP)ର ୧୭.୮୦ ପ୍ରତିଶତ । ସେହିପରି ଗତ ୧୦ ବର୍ଷ ଭିତରେ ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ଦୁଇ ଗୁଣାରୁ ଅଧିକ ବଢ଼ିଛି । ଚଳିତ ଆଥିକ ବର୍ଷ ଶେଷ ସୁଦ୍ଧା ମୋଟ ଋଣର ପରିମାଣ ୧ ଲକ୍ଷ ୨୨ ହଜାର ୯୧୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି ।
ଏହି ଗଣେଷ ପୂଜାରେ ଘରେ ଆପଣ ଅଳ୍ପ ଖର୍ଚ୍ଚରେ ମିଠା ବନେଇ ପାରିବେ । ଆଜି ଆମେ ଭଗବାନ ଗଣେଷଙ୍କ ଅତି ପ୍ରିୟ ଭୋଗ ବିଷୟରେ କହିବାକୁ ଯାଉଛୁ । ଏହି ମିଠା ରେସିପିର ନାଁ ହେଉଛି ‘ମୋଦକ’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।
ମହଙ୍ଗା ପଡ଼ିଲା ପ୍ରେମ ବିବାହ। ଭାଇ କଲା ପ୍ରେମ, ହେଲେ ଭଉଣୀର ଗଲା ଜୀବନ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଳ ଗାଁରେ ଏହି ଘଟଣା ଘଟିଛି।
ନୂଆପାଟଣା ଗାଁର କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁଅ ପ୍ରଭାତ । ବୟସ ୨୭ ବର୍ଷ । ଦେହରେ ବ୍ୟାପିଛି ଏକ ଭୟଙ୍କର ଘା । ପ୍ରଥମେ ଅଣ୍ଟା ତଳକୁ ଛୋଟିଆ ଘା ଟିଏ ହୋଇଥିଲା । ଏହାର ଆକାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କେଉଁ କାରଣରୁ ଘା ବଢୁଛି ତାହା ଏବେ ସୁଦ୍ଧା ଜଣାପଡ଼ି ନାହିଁ । ପ୍ରଭାତ ଏବେ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ
ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୩୬ ହଜାର ୯୦ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଓ ୩୨ ହଜାର ୬୧୪ ସ୍ୱାସ୍ଥ୍ୟକର୍ମୀ ଉଭୟ ଡୋଜ ଦ୍ୱିତୀୟ ଟିକା ଗ୍ରହଣ କରିସାରିଛନ୍ତି । ସେହିଭଳି ୫୬ ହଜାର ୩୨୫ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ଓ ୪୯ ହଜାର ୪୨୧ ଜଣ ଉଭୟ ଡୋଜ ନେଇ ସାରିଛନ୍ତି । ବିଏମସି ପକ୍ଷରୁ ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି
ରାଜ୍ୟରେ ନୂଆ ପୋଲିସ ଷ୍ଟେସନ ଖୋଲିବା ନେଇ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ୩ ଥାନାର ଅପ୍ଗ୍ରେଡ୍ କରିବା ପାଇଁ ୬୦ ଜଣ ବିଧାୟକ ପ୍ରସ୍ତାବ ଦେଇଥିଲେ।
ବ୍ଲାକ୍ମେଲିଂର ନୂଆ ତରିକା। ପ୍ରଥମେ ଶାରୀରିକ ସମ୍ପର୍କ ଓ ପରେ ଘଟଣାର ଭିଡିଓ କରି ବ୍ଲାକ୍ମେଲିଂ। ଜଣେ ବିଉଟି ପାର୍ଲର ମାଲିକ ଓ ତାଙ୍କ ସ୍ତ୍ରୀ ଏପରି ଷଡ଼ଯନ୍ତ୍ର ରଚିଥିଲେ।
ଦୁର୍ଗମ ଗାଁ ସାରେଇ। ସବୁ ସୁବିଧା ସୁଯୋଗରୁ ବଞ୍ଚିତ ଏଠିକାର ଲୋକେ। ଏଠି ନା ଅଛି ସ୍କୁଲ, ନା ଅଛି ଡାକ୍ତରଖାନା, ନାଁ ବଞ୍ଚିବାର ସ୍ୱପ୍ନ। ପୋଡ଼ୁଚାଷରୁ ମିଳୁଥିବା ଶସ୍ୟ, ଝରଣା ପାଣିରେ ଏଠି ଲୋକଙ୍କର ଭୋକ ଆଉ ଶୋଷ ମେଣ୍ଟିଥାଏ। ଏମିତି ଗଡ଼ିଚାଲେ ଜୀବନ...
OCAC ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣିଲା ବିଜେପି। ବିଭିନ୍ନ ଥାନାରେ ଲାଗିବା ପାଇଁ ସିସିଟିଭି ସେଟ୍ଅପ୍ କିଣିବାରେ ବଡ଼ ଧରଣର ଦୁର୍ନୀତି ହୋଇଛି ବୋଲି ବିଜେପି ଅଭିଯୋଗ କରିଛି।
ରାଜ୍ୟରେ କରୋନାର ୨ୟ ଲହର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୨୨ ଜଣ ଥିବା ଜଣାଯାଇଛି।
ଲୋକେ ବିକାଶର ରାଜନୀତି ଚାହୁଁଛନ୍ତି । ସମସ୍ତେ ସକାରାତ୍ମକ ରାଜନୀତି ଚାହୁଁଛନ୍ତି । ସମସ୍ତେ ଏବେ ମିଶି ବିକାଶର କଥା କହିବା ଆବଶ୍ୟକ । ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆସନ୍ତା ଫେବ୍ରୁଆରୀରେ ପଂଚାୟତ ଏବଂ ଏହାର ୨ ମାସ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି । ଏହାକୁ ସମୀକ୍ଷା କରି ରାଜନୈତିକ ଦଳଗୁଡ଼ିକ କାମ ଆରମ୍ଭ କରିଛନ୍ତି ।
ଜଗତସିଂହପୁର ଢିଙ୍କିଆରେ ସ୍ଥାନୀୟ ଲୋକଙ୍କ ବିରାଟ ମେଳି । ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ପୋସ୍କୋ ସମୟରୁ ଦାଏର ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଆଦି ୬ ଦଫା ଦାବି ନେଇ ଏକାଠି ହୋଇଥିଲେ ସେମାନେ । ୨୦୦୫ରୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏତେ ଦିନ ହେଲା ସରକାର ତାକୁ ଭୁଲି ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାର ଓ ହକି ଓଡ଼ିଶା ମଧ୍ୟରେ ବାଧକ ସାଜିଛି ହକି ଇଣ୍ଡିଆ। ହକି ଇଣ୍ଡିଆ ଚାହୁଁ ନାହିଁ ରାଜ୍ୟ ସରକାରଙ୍କ ସହ ହକି ଓଡ଼ିଶା ସମ୍ପର୍କ ରଖୁ। ଆଉ ଏଥିଲାଗି ରାଜ୍ୟ ସରକାର ହିଁ ଦାୟୀ ବୋଲି ହକି ଓଡ଼ିଶା ଅଭିଯୋଗ ଆଣିଛି।
ଆଜି ସୋମବାର । କ’ଣ ଅଛି ଆଜିର ରାଶିଫଳ ? ସମସ୍ୟାର ସମାଧାନ ପାଇଁ କ’ଣ ପ୍ରତିକାର କରିବେ ଜାଣନ୍ତୁ।