• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Web Channel Journalists Arrested
ମହଙ୍ଗା ପଡ଼ିଲା ଶିକ୍ଷକଙ୍କୁ ଟଙ୍କା ମାଗିବା ଓ ଧମକ; ୨ ୱେବ୍‌ ସାମ୍ବାଦିକ ଗିରଫ

ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ୨ ଜଣ ୱେବ୍‌ ଚ୍ୟାନେଲ୍ ପ୍ରତିନିଧିଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି ଥିବାବେଳେ ଆଉ ଜଣେ ଫେରାର ଥିବା ସୂଚନା ମିଳିଛି।

closing ceremony
ପ୍ରମୋଦ ଭଗତଙ୍କ ନାଁରେ ହେଲା ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ

ଭୁବନେଶ୍ୱରରେ ଥିବା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ‘ଉଡ଼ାନ୍‌’ ତାର ଏକ କୋର୍ଟଙ୍କୁ ପ୍ରମୋଦ ଭଗତ ନାଁରେ ନାମିତ କରିବ। ଏଥିସହିତ ଏହି କୋର୍ଟକୁ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ଉତ୍ସର୍ଗ କରିବ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 06 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Monday, 06 September 2021
Arun Sahoo
ମନ୍ତ୍ରୀଙ୍କ ନିର୍ଦ୍ଦେଶ: ମୋବାଇଲ ସୁଇଚ୍‌ ଅଫ୍ କରିବେନି କୌଣସି ଅଫିସର୍‌

ଅଧିକାରୀମାନେ ନିଜର ମୁଖ୍ୟାଳୟ ଛାଡି ପାରିବେ ନାହିଁ। କୌଣସି ଅଧିକାରୀ ନିଜ ମୋବାଇଲ ବନ୍ଦ ନରଖିବାକୁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପଞ୍ଚାୟତ ଓ ବ୍ଲକସ୍ତରରେ କ୍ଷୁଦ୍ର, ମଧ୍ୟମ ଜଳସେଚନର ଡାଟାବେସ୍ ପ୍ରସ୍ତୁତ କରିବେ କ୍ଷେତ୍ର ଅଧିକାରୀ। ନିଜ ଅଞ୍ଚଳର ଅନାବୃଷ୍ଟି ଓ ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ପାଇଁ ଯୋଜନା କରିବେ। 

Clouds over Odisha
୨ ଦିନ ପ୍ରବଳ ବର୍ଷିବ, ୨୨ ଜିଲ୍ଲାକୁ ୱାର୍ଣ୍ଣିଂ

ସମୁଦ୍ର ଅଶାନ୍ତ ହେବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଜୁନ୍ ୧ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୩୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି।

Pipili
ସରଗରମ ପିପିଲି ରାଜନୈତିକ ବଜାର: ଚା’ ଖଟିରେ ଚାଲିଛି ନିର୍ବାଚନ ପ୍ରଚାର

କାଲି ତାରିଖ ଘୋଷଣା ପରେ ଆଜିଠୁ ଗରମ ହେଲାଣି ପିପିଲିର ନିର୍ବାଚନୀ ପାଣିପାଗ। ଚା ଖଟିରେ ପୁଣି ଜମିଲାଣି ଭୋଟ୍ ଚର୍ଚ୍ଚା। ଭୋଟରଙ୍କୁ ଭଳେଇବାକୁ କାଳ ବିଳମ୍ବ ନକରି କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି। କିନ୍ତୁ ଗତଥର ଭଳି ଏଥର ବି ବ୍ୟାକ ଫୁଟ୍‌ରେ କଂଗ୍ରେସ। ହେଲେ ୪ ମାସ ତଳେ ନିର୍ବାଚନୀ ପ୍ରଚାର ବେଳର ସମାନ ପ୍ରସଙ୍ଗକୁ ନେଇ ପିପିଲିବାସୀଙ୍କ ମନରେ ଏଥର ବି ସେଇ ସମାନ ଅସନ୍ତୋଷ।

Pramod Bhagat
ଅଭାବ ଯୋଗୁଁ ଅଧାରୁ ପାଠପଢା ଛାଡ଼ିଦେଇଥିଲେ ପ୍ରମୋଦ

ସାନ ଭାଇ ଶେଖରଙ୍କ ସହ ମିଶି ପଙ୍ଖା ସଜାଡ଼ିବାଠୁ ଆରମ୍ଭ କରି ମୋଟର ବାଇଣ୍ଡିଂ କରି ପେଟ ପୋଷୁଥିଲେ। ଏତେ ଆର୍ଥିକ ଅନଟନ ଭିତରେ ଥାଇ ବି ବ୍ୟାଡମିଣ୍ଟନ୍ ମୋହରୁ କିନ୍ତୁ ସେ ମୁକୁଳି ପାରିନଥିଲେ। ପ୍ରମୋଦ ୟା ଭିତରେ ଟୋକିଓରେ ଇତିହାସର ରଚନା କରିଥିଲେ ବି ଏପଟେ ଅତାବିରାରେ ଆଜି ବି ଉଜ୍ଜିବୀତ ରହିଛି ତାଙ୍କ ଜୀବନଜୀବିକାର ପୁରୁଣା ସ୍ମୃତି ଇଲେକ୍ଟ୍ରିକ୍‌ ମରାମତି ଦୋକାନ।

School Students
ରାଜ୍ୟର ଟପ୍‌ ୧୦୦୦ ମେଧାବୀଙ୍କୁ ଦିଆଯିବ ସର୍ବୋତ୍କୃଷ୍ଟ ଶିକ୍ଷା

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ରରେ ଆକର୍ଷଣୀୟ କ୍ଲାସରୁମ, ବିଶ୍ୱସ୍ତରୀୟ ବିଜ୍ଞାନଗାର, ଗ୍ରନ୍ଥାଗାର, ଗଣିତ ଓ ଭାଷା ବିଜ୍ଞାନଗାର, ଉନ୍ନତ କମ୍ପ୍ୟୁଟର ଲାବୋରାଟୋରୀ ଆଦିର ନିର୍ମାଣ କରିବା ପାଇଁ ଯୋଜନା ରହିଛି। ଶହେ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ OB & CC ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୧୮ ମାସ ମଧ୍ୟରେ ନିର୍ମାଣ କାମ ଶେଷ ହେବ। 

LATRINE SCAM
ଢୋକିଦେଲେ ପାଇଖାନା ! ଯେତେ ଖୋଳିଲେ ସେତେ ବାହାରୁଛି

ନିୟମ କହୁଛି, ସ୍ଥିତି ଅନୁଧ୍ୟାନ ପରେ ମୋଟିଭେଟର, ଯନ୍ତ୍ରୀ ଓ ବିଆର୍‌ସି ଫାଇନାଲ୍ ବିଲ୍ କରିବା କଥା। କିନ୍ତୁ ନିର୍ମାଣାଧିନ ପାଇଖାନା ନାଁରେ ଏବଂ ହିତାଧିକାରୀଙ୍କ ଅଗୋଚରରେ ଫାଇନାଲ୍ ବିଲ୍ କରି ଉଠାଣ ହୋଇଛି ଲକ୍ଷ ଲକ୍ଷ ଟଙ୍କା। କେବଳ ଭଦ୍ରକ ଓ ରାୟଗଡ଼ା ନୁହେଁ, ରାଜ୍ୟର ଏକାଧିକ ଜିଲ୍ଲାରେ ଏଭଳି ଦୁର୍ନୀତି ହୋଇଥିବା ଆଶଙ୍କା କରାଯାଉଛି।

Durga Puja During Covid time
'ଶ୍ରୀମନ୍ଦିର ପରି ଦୁର୍ଗାପୂଜାରେ ବି ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳୁ'

ପୂଜା କମିଟି ଗୁଡିକର ଦାବି- ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ସରକାର ଲାଗୁ କରିଥିବା କଟକଣା ଯଥାର୍ଥ ନୁହେଁ। ଶ୍ରୀମନ୍ଦିର ସମେତ ଅନ୍ୟ ସବୁ ମନ୍ଦିରରେ ଯେଭଳି ଭକ୍ତଙ୍କୁ ଦର୍ଶନର ସୁବିଧା ଦିଆଯାଇଛି, ଦୁର୍ଗାପୂଜାରେ ମଧ୍ୟ ସମାନ ସୁବିଧା ମିଳିବାକୁ ସେମାନେ ଦାବି କରିଛନ୍ତି। ଏହାଛଡ଼ା ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ସାଧାରଣ ଭାବେ ଉଚ୍ଚ ମୂର୍ତ୍ତି ନିର୍ମାଣ ଲାଗି ସରକାର ଅନୁମତି ଦିଅନ୍ତୁ ବୋଲି ଦାବି ହୋଇଛି।

Sex Racket
ଦେହ ବେପାରକୁ ଧରିବା ପାଇଁ ଗ୍ରାହକ ସାଜି ହୋଟେଲ୍‌ ଗଲେ ଆଇଆଇସି

ପ୍ରତି ଯୁବତୀଙ୍କ ରହିବା ଖାଇବାକୁ ଛାଡ଼ି ମାସକୁ ମୋଟା ଅଙ୍କର ଟଙ୍କା ମଧ୍ୟ ପାଉଥିଲେ ଯୁବତୀ । ସବୁ ଦିନ ଗ୍ରାହକଙ୍କ ଭିଡ଼ ଲାଗି ରହୁଥିଲା । ତେବେ ଓୟୋ ହୋଟେଲ୍ ଥିବାରୁ ସ୍ଥାନୀୟ ଲୋକ କିଛି ଟେର ପାଉନଥିଲେ। ଏମାନେ ପ୍ରତି ଗ୍ରାହକ ପିଛା ଘଣ୍ଟାକୁ ୩ରୁ ୪ ହଜାର ଟଙ୍କା ଲେଖାଏଁ ନେଉଥିଲେ।

OMC
ଦାଦାଗିରି କରୁଛି OMC। ନିରୀହ ଆଦିବାସୀଙ୍କ ଜମିକୁ ଛଡ଼େଇ ନେବାର ଆସିଲା ସଙ୍ଗୀନ ଅଭିଯୋଗ

ଆମ ଜାଗାକୁ ଓମ୍‌ସି ବାଲା ସବୁ ଖାଇଦେଲା, ବିଲରେ ନାଲିପାଣି ଚରିଗଲା। ଆମେ ଖାଇବୁ କଣ? ରହିବୁ କେମିତି? ଆମ ଜାଗା ନେବା ପରେ ଆମେ ସମସ୍ତଙ୍କୁ ଅଭିଯୋଗ କରୁଛି କିନ୍ତୁ କେହି ଶୁଣିଲେ ନାହିଁ। ତହସିଲଦାରଙ୍କଠାରୁ ଆରମ୍ଭ କରି ଆରଆଇ ଅଫିସ ସବୁଠିକୁ ଦୌଡ଼ିଛୁ କିନ୍ତୁ କିଛି ଲାଭ ହେଲା ନାହିଁ। ଆଗରୁ ଚାଷ କରି ଚଳୁଥିଲୁ

Bhadrak
ଦୁନିଆ କଣ ଦେଖି ପାରୁନଥିଲେ ବି ଅନ୍ୟକୁ ଦେଖାଉଛନ୍ତି ଶିକ୍ଷାର ଆଲୋକ

ଦୃଷ୍ଟି ଶକ୍ତି ନାହିଁ । ହେଲେ ସେ ଶିକ୍ଷାର ବିନ୍ଧାଣି । ଦୁନିଆ କଣ ଦେଖି ପାରୁନଥିଲେ ବି ଅନ୍ୟକୁ ଦେଖାଉଛନ୍ତି ଶିକ୍ଷାର ଆଲୋକ । ଗଣିତ ହେଉ କି ସାହିତ୍ୟ ଅବା ଇଂରାଜୀ ସବୁ ବିଷୟକୁ ସେ ର୍ନିଭୁଲ ଭାବେ ପଢାଇନ୍ତି । ଶିକ୍ଷକତା ତାଲିମ ନଥିଲେ ବି ପିଲାଙ୍କ ଠାରୁ ପାଠ ଶୁଣିବା ପରେ ସହଜ ଓ ସରଳ ପ୍ରଣାଳୀରେ ବୁଝାଇ ଦେଇଥାନ୍ତି

Three Arrested In Photographer’s Death Case
ଫଟୋଗ୍ରାଫରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ପର୍ଦ୍ଦାଫାସ ହେଲା ମୃତ୍ୟୁ ରହସ୍ୟ

ଫଟୋଗ୍ରାଫର ବି.ରାଜକୁମାରଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପରକୀୟା ପ୍ରୀତିକୁ ନେଇ ରାଜକୁମାରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି।

Five Years Of Jio
ଜିଓକୁ ପୂରିଲା ୫ ବର୍ଷ, ଭାରତରେ ଡିଜିଟାଲ କ୍ରାନ୍ତିର ଯାତ୍ରା

ଜିଓ ୫ ବର୍ଷ ଭିତରେ ଭାରତରେ ଡାଟା ବ୍ୟବହାର କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ୨୦୧୬ ସେପ୍ଟେମ୍ବରରେ ଜିଓ ଦେଶରେ ବ୍ୟବସାୟିକ ଭାବରେ ୪ଜି ସେବା ଆରମ୍ଭ କରିବା ପରେ ସୁଲଭ ହାଇସ୍ପିଡ୍ ଇଣ୍ଟରନେଟ୍‌ରେ ଏକ ପ୍ରକାର ବୈପ୍ଲବିକ ପ୍ରାରମ୍ଭ ହୋଇଥିଲା।  

Farmers Allegedly Commits Suicide
ବିଷ ପିଇ ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା !

ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଚାଷୀ ହେଲେ ରାଜକନିକା ଥାନା ଅନ୍ତର୍ଗତ ହାଟସାହି ଗାଁର ଅମର ଜେନା। ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Couple Found Dead
ଖଟ ଉପରେ ପଡ଼ିଛି ସ୍ତ୍ରୀର ମୃତଦେହ, ଝୁଲନ୍ତା ଅବସ୍ଥାରେ ମିଳିଲା ସ୍ୱାମୀର ମୃତଦେହ

ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ସ୍ତ୍ରୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସୋଡ଼କ ପଞ୍ଚାୟତ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି।

Mushroom Stuffed Paratha
ଘରେ ବନାନ୍ତୁ ସୁଆଦିଆ ‘ମସ୍‌ରୁମ୍ ପରଟା’

ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସ୍ୱାଦିଷ୍ଟ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମସ୍‌ରୁମ୍ ପରଟା’। ଏହି ରେସିପିଟିକୁ ଆପଣ ମାନେ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ, ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

National Awards To Teachers
ଓଡ଼ିଶାର ୨ ଶିକ୍ଷକ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ

ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି। ଦେଶର ୪୪ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର- ୨୦୨୧ ସମ୍ମାନିତ କରାଯାଇଛି।

Teacher Show Way Greener Environment
ଶିକ୍ଷକଙ୍କ ପରିବେଶ ସୁରକ୍ଷା ଚିନ୍ତା: ବୃକ୍ଷରୋପଣ ପାଇଁ ଛାତ୍ରଛାତ୍ରୀଙ୍କୁ କରୁଛନ୍ତି ଉତ୍ସାହିତ

ଦିନକୁ ଦିନ ପରିବେଶ ସୁରକ୍ଷା ଚିନ୍ତା ବଢୁ ଥିବାବେଳେ ବ୍ୟାପକ ମାତ୍ରାରେ ବୃକ୍ଷରୋପଣ ପାଇଁ ବାର୍ତ୍ତା ଦିଆଯାଉଛି। ନିଜର କର୍ମଜୀବନ ଭିତରେ ପରିବେଶ ପ୍ରତି ଥିବା ଦାୟିତ୍ୱକୁ ନିର୍ବାହ କରୁଛନ୍ତି ପ୍ରକୃତି ବନ୍ଧୁ ତଥା ଆଦର୍ଶ ଶିକ୍ଷକ ନିରଞ୍ଜନ ସାହୁ ଓ ଅବସରପ୍ରାପ୍ତ ଡାକ୍ତର ନିମାଇଁ ଚରଣ ସାହୁ। 

Low Pressure Area Likely To Form
ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଉତ୍ତର-ପୂର୍ବ ଓ ଏହାର ତତ୍‌ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଏହାର ତତ୍‌ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

People Wear Mask
ଚିନ୍ତା ବଢ଼ାଉଛି ଖୋର୍ଦ୍ଧା: ଥମୁନି ସଂକ୍ରମଣ, ୨୪ ଘଣ୍ଟାରେ ୩୪୬ କରୋନା ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୮୦୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୬୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୩୩୮ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୧୮ ବର୍ଷରୁ କମ୍ ବର୍ଗର ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

bhaskar sir
ଗୁରୁଙ୍କ ପରି ଗୁରୁ ଦୃଷ୍ଟିବାଧିତ ଭାସ୍କର ସାର୍ : ଶିକ୍ଷାର ଆଲୋକ ବାଣ୍ଟି ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ କରୁଛନ୍ତି

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଂଚାୟତ ନୂଆସାହିର ଭାସ୍କର ସାର୍ । ବୟସ ୬୦ ପାରି ହେଲାଣି । ଦୃଷ୍ଟିଶକ୍ତିକୁ ନାହିଁ ସତ, ହେଲେ ମେଧାଶକ୍ତି ବଳରେ ସେ ବହୁ ମେଧାବୀ ଛାତ୍ର ତିଆରୀ କରି ଚାଲିଛନ୍ତି । ସକାଳ ସନ୍ଧ୍ୟା ଦୁଇ ବେଳା ତାଙ୍କ ଘର ପାଖରେ ପିଲାମାନଙ୍କ ଭିଡ ଲାଗୁଛି । ପିଲାଟି ବେଳୁ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ ଭାଷ୍କର ସାର୍ ।

Car Accident
ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ କନଷ୍ଟେବଲ୍‌ଙ୍କ ଉପରେ ମାଡ଼ିଗଲା କାର୍‌

କନଷ୍ଟେବଲ୍‌ଙ୍କ ଉପରେ ମାଡ଼ିଗଲା କାର୍‌। ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ଜଣେ କନଷ୍ଟେବଲ୍‌ଙ୍କୁ କାର୍‌ ଧକ୍କା ଦେଇଥିବା ଜଣାପଡ଼ିଛି। ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆ ଛକ ଠାରେ ଏହି ଦୁର୍ଘଟଣା ଘଟିଛି।

Teacher's Day
ଆଜି ଗୁରୁ ଦିବସ : ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକାକୁ ମନେ ପକାଉଛି ପୂରା ଦେଶ

ରାଷ୍ଟ୍ରପତି ଥିବା ସମୟରେ ତାଙ୍କ ଜନ୍ମଦିନ ପାଳନ ଲାଗି ବହୁ ଛାତ୍ର ଅନୁମତି ମାଗିବାରୁ ତାଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳିବା ପାଇଁ ରାଧାକ୍ରିଷ୍ଣନ ପରାମର୍ଶ ଦେଇଥିଲେ । ୧୯୬୨ ମସିହାଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଏହି ବରେଣ୍ୟ ଗୁରୁଙ୍କ ଜନ୍ମ ଦିବସକୁ ଆମ ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି