• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 02 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Thursday, 02 September 2021
Representational Image
୫୦% ରହିବ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା

ବିଶ୍ୱସ୍ତ ସୂତ୍ରରୁ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଥିବାବେଳେ ଚଳିତ ଅଧିବେଶନରେ ବି ଏ ସମ୍ପର୍କିତ ବିଲ୍ ଆସିବା ଅନୁମାନ କରାଯାଉଛି। ଏସବୁ ଆଇନ୍ ବିଧାନସଭାରେ ପାରିତ ହେଲା ପରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ରହିବ। 

Mysterious death
ରାତିରେ ଅଧା କଥାରୁ କଟିଗଲା ପୁଅର କଲ୍‌, ସକାଳେ ଆସିଲା ମୃତ୍ୟୁ ଖବର

ମୃତ ରାଜୁର ପିତାଙ୍କ କହିବା ଅନୁଯାୟୀ ରାତି ଗୋଟାଏ ବେଳେ ତାଙ୍କ ପୁଅର ମୋବାଇଲ‍୍‌ ଫୋନରୁ ତାଙ୍କୁ କଲ‍୍‌ ଯାଇଥିଲା। ପୁଅ କହିଥିଲା ଯେ କିଛି ଲୋକ ତାକୁ ମରାପିଟା କରୁଛନ୍ତି, ତିରିଶି ହଜାର ଟଙ୍କା ଦେଲେ ଛାଡିବେ ବୋଲି କହିବା ପରେ ଫୋନ କଟି ଯାଇଥିଲା। ସେ ସକାଳୁ ରାୟଗଡା ଆସିବା ବେଳେ ପୁଅର ମୃତ୍ୟୁ ଖବର ପାଇଥିଲେ।

Bank Loot
ବିଲ ମଝିରେ ଝୁଣ୍ଟିଲା ବ୍ୟାଙ୍କ୍‌ ଲୁଟେରା

ତେବେ ଏଠି ପ୍ରଶ୍ନ-ବ୍ୟାଙ୍କରେ ଲୁଟେରା ଦୀର୍ଘ ସମୟ ଧରି ବସିରହିଥିଲେ ବି କେମିତି ତା ଉପରେ ସନ୍ଦେହ ହୋଇନଥିଲା ? କାହିଁକି ବ୍ୟାଙ୍କରେ ସୁରକ୍ଷା ଗାର୍ଡ ନଥିଲେ ? ଆଲାରାମ୍‌ ବ୍ୟବସ୍ଥା ଥାଇ ବି କାହିଁକି କର୍ମଚାରୀମାନେ ତାକୁ ବ୍ୟବହାର କରିନଥିଲେ ? ଗତକାଲିର ଘଟଣା ପରେ ଉଙ୍କି ମାରିଛି ଏମିତି ଅନେକ ପ୍ରଶ୍ନ।

Accused Deepak Dehury
ଫେସବୁକ୍‌ରୁ ପ୍ରେମ ପରେ ଯୁବତୀଙ୍କ ଠାରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟିନେଲେ ପ୍ରେମିକ

ସମ୍ପୃକ୍ତ ଯୁବକ ବିବାହିତ ବୋଲି ଯୁବତୀ ଜଣକ ଜାଣିବା ପରେ ସେଠାରୁ ଖସିଆସି ଥାନାରେ ଅଭିଯୋଗ କରିଥିଲେ। ଆକାଉଣ୍ଟରେ ଥିବା ଟଙ୍କାକୁ ଉକ୍ତ ଯୁବକ କୌଶଳ କରି ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲା।

Shree Jagannatha Temple
ଶନି, ରବିରେ ଭକ୍ତଙ୍କୁ ମିଳିବ କି ଶ୍ରୀଜିଉଙ୍କ ଦର୍ଶନ?

ସେପ୍ଟେମ୍ବର ଶେଷ ଯାଏ ଶନି, ରବି ଦର୍ଶନ ବନ୍ଦ ଘୋଷଣା ହୋଇଥିଲା। ସରକାର ସଟଡାଉନ ହଟାଇବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।ତେବେ ଗଣେଶ ପୂଜା ଦିନ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ପୂର୍ବ ଘୋଷଣା ଅନୁସାରେ ୧୦ରେ ଦର୍ଶନ ମନା କରାଯାଇଥିବା ନେଇ ଉନ୍ନୟନ ପ୍ରଶାସକ କହିଛନ୍ତି।

Odisha Assembly
ରାଜ୍ୟରେ ଭୟଙ୍କର ମରୁଡ଼ି ସ୍ଥିତି: ମୋହନ ମାଝୀ

ବିଜେପି ଟିମ ପକ୍ଷରୁ ୪ଟିମ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖି ଆସିଛି। ରାଜ୍ୟରେ ଭୟଙ୍କର ମରୁଡ଼ି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ମୁଲତବି ପରେ ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା ଗୃହକାର୍ଯ୍ୟ। ମରୁଡି ସ୍ଥିତି ନେଇ ଗୃହରେ ଆଲୋଚନା ହୋଇଥିଲା। ବିରୋଧୀଙ୍କ ମୁତଲବି ନୋଟିସ ପରେ ଏହା ଉପରେ ଆଲୋଚନା ହୋଇଥିଲା।

Manas Das
ଏତେ ଅତ୍ୟାଚାରୀ ଥିଲା ମାନବବାଦଙ୍କ ସଂଗଠନ?

ପ୍ରତିଦିନ ଫିଟୁଛି ମାନବବାଦ ସଂଗଠନର କଳା କାରନାମାର ଗୁମର । ଲୋକଙ୍କୁ ସଂଗଠନରେ ମିଶିବାକୁ ବାଧ୍ୟ କରୁଥିଲେ, ଆଉ ଯଦି ଏଥିରେ ଅରାଜି ହୁଅନ୍ତି ତେବେ ତାଙ୍କୁ ଦିଆଯାଉଥିବା ଅକଥନୀୟ ଅତ୍ୟାଚାର ଆଜି ବି ସେ ଦିନର ଘଟଣାକୁ ଭୁଲି ନାହାନ୍ତି ଖୋର୍ଦ୍ଧା ହଳଦିଆ ପଞ୍ଚାୟତ ଦଣ୍ଡେଇ ସାହିର ୨ ପରିବାର। ୨୦୧୪ ମସିହାରେ ତାଙ୍କ ସହ ମାନବବାଦୀ ସଂଗଠନର ସମର୍ଥକ ଘରେ ପଶି ଭିଆଇଥିଲେ ଗୁଣ୍ଡରାଜ

ilshi fish curry
ଘରେ ପ୍ରସ୍ତୁତ କରନ୍ତୁ ‘ସିଝା ଇଲିଶି ମାଛ ବେସର’

ଆଜି ଆମେ ଇଲିଶି ମାଛର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘‘ସିଝା ଇଲିଶି ମାଛ ବେସର । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ACF Death Case
ଅଭିଯୁକ୍ତଙ୍କୁ ଗିରଫ ନ କରି ଘରେ କାହିଁକି ଜେରା ହେଉଛି ? ଅସନ୍ତୋଷ ପ୍ରକାଶ କଲେ ସୌମ୍ୟଙ୍କ ବାପା

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଯୁବ ACF ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତକୁ ପୁଣି ଜୋରଦାର କରଛି କ୍ରାଇମବ୍ରାଞ୍ଚ। 

Youth Attempt To Suicide
୪ ମହଲା ବିଲ୍ଡିଂରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ୨ ଘଣ୍ଟା ନାକେଦମ୍‌ ହେବା ପରେ ଉଦ୍ଧାର ହେଲେ

ମେଡିକାଲ୍‌ ପରିସରରେ ଥିବା ଏକ ୪ ମହଲା ବିଲ୍ଡିଂରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଭଳି ଘଟଣା ଘଟିଛି। ଏଠାରେ ଥିବା ୪ ମହଲା ବିଶିଷ୍ଟ ଏକ କୋଠାର ପଛପଟେ ଥିବା ପାଇପ ଲାଇନ ଦେଇ ସମ୍ପୃକ୍ତ ଯୁବକ ୬୦ ଫୁଟ ଉପରକୁ ଚଢ଼ି ଯାଇଥିଲେ।

Newborn Found Abandoned
ବ୍ରିଜ୍‌ ତଳୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବ୍ରିଜ୍‌ ତଳୁ ନବଜାତ ଶିଶୁପୁତ୍ର ଉଦ୍ଧାର। ବଲାଙ୍ଗିର ସହର ରେଲ୍‌ୱେ ଷ୍ଟେସନ ରାସ୍ତାରେ ଥିବା ୱେର୍‌ ହାଉସ ନିକଟସ୍ଥ ଏକ ବ୍ରିଜ ତଳୁ ଜଣେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।

Odisha Monsoon Session
ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେଉ ହେଉ ଗୃହରେ ହୋହାଲ୍ଲା 

କୋଭିଡ୍ କଟକଣା ମଧ୍ୟରେ ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ହଟ୍ଟଗୋଳ ଆରମ୍ଭ ହୋଇ ଯାଇଥିଲା। ହଟ୍ଟଗୋ, ଲାଗି ରହିବାରୁ ଗୃହକୁ ଅପରାହ୍ନ ୧୨ଟା ୩୪ ମିନିଟ ପର୍ଯ୍ୟନ୍ତ ମୁଲତବି କରିଥିଲେ ବାଚସ୍ପତି। 

Technical Institutions
ଆସନ୍ତା ୬ରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ 

ଆସନ୍ତା ୬ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ସବୁ ସେମିଷ୍ଟର ପାଇଁ କ୍ଲାସ୍‌ ରୁମ୍‌ ଶିକ୍ଷାଦାନ ଆରମ୍ଭ ହେବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସବୁ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛନ୍ତି। ଏହାସହ SOP ମଧ୍ୟ ଜାରି ହୋଇଛି।

Village Guard Shot Dead By Maoists
ପୁଣି ମୁଣ୍ଡ ନେଲେ ମାଓବାଦୀ, ଘରୁ ଡାକି ଗାଁ ଦାଣ୍ଡରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ପୁଣି ମୁଣ୍ଡ ନେଲେ ମାଓବାଦୀ। ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡ଼ା ଗାଁର ଜଣେ ଗ୍ରାମରକ୍ଷୀଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି।ମାଓମାଦୀମାନେ ତାଙ୍କୁ ମାଡ଼ ମାରିବା ସହ ଗୁଳି କରି ଗାଁ ଦାଣ୍ଡରେ ହତ୍ୟା କରିଥିଲେ। 

corona virus
୨୪ ଘଂଟାରେ ରାଜ୍ୟରେ ୭୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣଙ୍କ ପ୍ରାଣ ନେଲା ମହାମାରୀ

ଏହାସହ ଏହାରି ମଧ୍ୟରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ଟପିଛି। ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮,୦୨୨କୁ ବୃଦ୍ଧି ପାଇଛି।

 corruption in appointment of teachers
ଶିକ୍ଷକଙ୍କ ନିଯୁକ୍ତିରେ ଘୋଟାଲା, ୨୪ ବର୍ଷ ପରେ ଫିଟିଲା ଗୁମର

ଶିକ୍ଷକ, ଶିକ୍ଷୟତ୍ରୀ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗୋଟେ କି ଦୁଇଟି ନୁହେଁ ଶହ ଶହ ଶିିକ୍ଷକଙ୍କ ନିଯୁକ୍ତି ବେଆଇନ୍‌ ଭାବେ ହୋଇଛି। ପ୍ରାୟ ୨୪ ବର୍ଷ ପୂର୍ବେ ସମ୍ବଲପୁର ଜିଲ୍ଲାରେ ହୋଇଥିବା ଏହି ଅନିୟମିତତାର ଗୁମର ଏବେ ଫିଟୁଛି।

Covid Unlock Guidelines For Sept
ଆଜିଠୁ ରାଜ୍ୟରେ କରୋନା କଟକଣା କୋହଳ; ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌, ରାତି ୧୦ ଯାଏ ଖୋଲା ରହିବ ଦୋକାନ

ଆଜିଠୁ ଲାଗୁ ହୋଇଛି ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍ ଗାଇଡଲାଇନ୍। ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ଅପେକ୍ଷା ସେପ୍ଟେମ୍ବର ମାସରେ କଟକଣା କୋହଳ କରିଛନ୍ତି। 

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 01 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Wednesday, 01 September 2021
cm-naveen
୭ଦିନ ଭିତର ସବୁ ଉଠା ଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନସିଂରେ ବିଭିନ୍ନ ବିଭାଗ ସହ ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

web journalist
ବଦ୍‌ନାମ ହେଉଛନ୍ତି ସାମ୍ବାଦିକ, କେତେବେଳେ ବଟି ଆଦୟ ତ କେତେବେଳେ ଗଞ୍ଜେଇ ଚାଲାଣ !

ସାମ୍ବାଦିକ ନାଁରେ କେତେବେଳେ ଅପହରଣ ଓ ଦାଦାବଟି ଆଦାୟ ତ ଆଉ କେତେବେଳେ ବେଆଇନ୍ କାମ ଧରାଇ ଦେବାକୁ ଧମକ ଦେଇ ବିଭିନ୍ନ କମ୍ପାନୀ ମାଲିକଙ୍କ ଠାରୁ ଟଙ୍କା ଆଦାୟ ଘଟଣା ।

Manas Das
ମାନସଙ୍କ ପଛରେ ଅଦୃଶ୍ୟ ଶକ୍ତି, ଏତେ ଅଭିଯୋଗ ପରେ ବି ତୋଢ଼ କମିନି

ମାନବାଧିକାରକୁ କ୍ଷୁର୍ଣ୍ଣ କରି ଆଦିବାସୀଙ୍କ ଉପରେ ଜୁଲୁମ୍ ଚଳାଇଥିବା ଗୁରୁଜୀ ମାନସ ଦାସ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ? ମାନସ ଓ ମାନବବାଦ ସଂଗଠନ ବିରୋଧରେ ଏକାଧିକ ଏତଲା ପରେ ବି ଗିରଫଦାରୀ ତ ଦୂରର କଥା, ଥରୁଟିଏ ବି ପଚରାଉଚରା କରୁନି ପୋଲିସ ।

JP Nadda
ଟିକାକରଣରେ ଆଗରେ ହିମାଚଳ ପ୍ରଦେଶ

ହିମାଚଳ ପ୍ରଦେଶରେ ଟିକାକରଣ ପ୍ରକ୍ରିୟାର ସଫଳତା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ହିମାଚଳ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହୋଇଛି ଯେଉଁଠାରେ ୧୮ ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକଙ୍କୁ କରୋନା ଭାଇରସ୍‌ରୁ ସୁରକ୍ଷା ପାଇଁ ଅତି କମରେ ଗୋଟିଏ ଡୋଜ୍‌ ଟିକା ଦିଆଯାଇଛି।

NewGuideline
ଏଣିକି ସକାଳ ୫ଟା ରୁ ରାତି ୧୦ ପର୍ଯ୍ୟନ୍ତ ଖୋଲିବ ଦୋକାନ

ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି କୋହଳ ହେଲା କରୋନା କଟକଣା। କହିବାକୁ ଗଲେ ସେପଟେମ୍ବରରେ ଅନଲକ୍‌ ପ୍ରକ୍ରିୟାକୁ ଯାଇଛନ୍ତି ସରକାର। ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଲାଗୁ ସପ୍ତାହନ୍ତ ସଟଡାଉନ୍‌ ଆଉ ରହିବ ନାହିଁ। ଦୋକାନବଜାର ଖୋଲିବା ସମୟକୁ ବି ବଢାଯାଇଛି । ଏଣିକି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନବାଜର ଖୋଲା ରହିବ

Vaccination Center
ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ, ଦେଖିଲେ ଆଶ୍ଚର୍ଯ୍ୟ ହେବେ

NTPC ମେଡିକାଲ କଲେଜ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ । ବିଶେଷ କରି ସୁନ୍ଦରଗଡ ସହର ଓ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଏଠାରେ ଟିକାକରଣର ବ୍ୟବସ୍ଥା କରାଯାଇଥିଲା ।