• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Manas Das

Guruji
ପୁଣି ସକ୍ରିୟ ହେଲେଣି କି ଗୁରୁଜୀ ?

ଖୋର୍ଦ୍ଧା ଜିଲ୍ଲାରେ ପୁଣି ସକ୍ରିୟ ମାନବବାଦ ସଙ୍ଗଠନ। ଉତ୍କଳ ଦିବସ ଅଭିନନ୍ଦନ ଆଳରେ ଜିଲ୍ଲାର ଖୋର୍ଦ୍ଧା ଓ ବେଗୁନିଆ ବ୍ଲକର ବିଭିନ୍ନ ଆଦିବାସୀ ଗାଁରେ ଲାଗିଲାଣି ସଂଗଠନର ମୁଖ୍ୟ ମାନସ ଦାସ ଫଟୋ ଲଗା ବ୍ୟାନର । ସ୍ଥାନୀୟ ଲୋକେ ମଧ୍ୟ ବର୍ତ୍ତମାନର ଶାସନ ଉପରୁ ଆସ୍ଥା ହରାଇବା କହିବା ସହିତ ସେମାନଙ୍କ ଅଭାବ ଅସୁବିଧାକୁ ନେଇ ବ୍ୟବସ୍ଥା ଉପରେ ବର୍ଷିଛନ୍ତି। ନିଜ ଅଧିକାର ପାଇଁ ନିଜେ ଲଢିବାକୁ ଦେଇଛନ୍ତି ଚେତାବନୀ। ସେପଟେ ଖୋର୍ଦ୍ଧାର ବିଧାୟକ କହିଛନ୍ତି ସରଳ ଆଦିବାସୀ ମାନଙ୍କୁ ସମ୍ବିଧାନ ବିରୋଧରେ ଉସୁକା ଯାଉଛି। ଏହା ବିରୋଧରେ ପଦକ୍ଷେପ ନିଆଯିବ।

Manas Das
ଏବେ ବି ସକ୍ରିୟ ମାନବାଦ ସଂଗଠନ ! ଜେଲରୁ ଅପରେଟ୍‌ କରୁଛନ୍ତି ମାନସ ଦାସ..

ଜେଲରେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜେଲରେ ଥାଇ ବି ସଂଗଠନ ଚଳାଉଛନ୍ତି ଏହି ତଥାତଥିତ ମାନବବାଦୀ । ଜାମିନରେ ଥିବା ପୁଅ ଜରିଆରେ ଲୋକଙ୍କୁ ଧମକ ଚମକ ଦେଇ ମାନସ ଦାସ ପୁଣି ସଂଗଠନ ବିସ୍ତାର କରୁଥିବା ଅଭିଯୋଗ ହୋଇଛି ।

Manas Das
ଜେଲ୍ ଗଲେ ମାନସ ଦାସ ଓ ପୁଅ ମନୋରଞ୍ଜନ

ଜେଲ୍ ଗଲେ ଗିରଫ ମାନସ ଦାସ ଓ ପୁଅ ମନୋରଞ୍ଜନ । ଅଧିକ ପଚରାଉଚରା ପାଇଁ ପୋଲିସ ରିମାଣ୍ଡରେ ନେଇପାରେ ।

Manas Das
ମାନସ ଦାସଙ୍କୁ ରିମାଣ୍ଡରେ ନେବାକୁ ଖୋର୍ଦ୍ଧା ପୋଲିସ କରୁଛି ଯୋଜନା

ମାନବବାଦ ସଂଗଠନର ମୁଖ୍ୟ ଓ ତାଙ୍କ ପୁଅ ଏବେ ଖୋର୍ଦ୍ଧା ଜେଲ୍‌ରେ । ସେମାନେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଉଭୟଙ୍କୁ ରିମାଣ୍ଡରେ ନେଇପାରେ ଖୋର୍ଦ୍ଧା ପୋଲିସ ।

Manas Das
ମାନସ ଦାସଙ୍କୁ ଉଠାଇ ନେଲା ପୋଲିସ

ମାନସ ଦାସଙ୍କୁ ଉଠାଇ ନେଲା ପୋଲିସ। ଗିରଫ ହେଲେ ଆତ୍ମଘୋଷିତ ଗୁରୁଜୀ ମାନସ ଦାସ। ଏକାଧିକ ଅଭିଯୋଗ ଆସିବା ପରେ ପୋଲିସ ସହିଦ ନଗର ସ୍ଥିତ ଘରୁ ତାଙ୍କୁ ଉଠାଇ ନେଇଛି।

‘Humanitarian Organisation’Chief
ମାନବବାଦୀ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଗିରଫ ଦାବି କଲା ବିଜେପି

’ମାନସ ଦାସଙ୍କୁ ଗିରଫ କରାଯାଉ’ । ଖୋର୍ଦ୍ଧା କଡ଼ବ ଗାଁରେ ବାପପୁଅଙ୍କୁ ଘରେ ପୂରାଇ ମାଡ଼ ଘଟଣାରେ ଫାକ୍ଟ ଫାଇଣ୍ଡିଂ ଟିମର ଘଟଣାସ୍ଥଳ ପରିଦର୍ଶନ ପରେ ବିଜେପିର ଏପରି ପ୍ରତିକ୍ରିୟା ରଖିଛି । ମାନବବାଦୀ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଗିରଫ ଦାବି କରିଛି ବିଜେପି । ମାନବବାଦୀ ସଂଗଠନ ମୁଖ୍ୟଙ୍କ ଗିରଫ ଦାବିରେ କାଲିଠୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଛି