Advertisment

କାଳ ହେଉଛି ବଜ୍ରପାତ: ୪ ବର୍ଷରେ ୧୬୨୧ ନେଲାଣି ପ୍ରାଣ

ରାଜ୍ୟରେ ଗତ ୪ ବର୍ଷରେ ବଜ୍ରପାତ ଯୋଗୁଁ ୧୬୨୧ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତଜନିତ ମୃତ୍ୟୁ ନେଇ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଏପରି ଉତ୍ତର ରଖିଛନ୍ତି। ୨୦୧୮ରୁ ଏଯାଏଁ ମୋଟ ୧୬୨୧ଟି ବଜ୍ରପାତ ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ।

author-image
Sarbeswar
ଅଦ୍ୟତନ ହୋଇଛି
Lightning strike

Lightning strike

ଭୁବନେଶ୍ୱର: ରାଜ୍ୟରେ ଗତ ୪ ବର୍ଷରେ ବଜ୍ରପାତ ଯୋଗୁଁ ୧୬୨୧ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତଜନିତ ମୃତ୍ୟୁ ନେଇ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଏପରି ଉତ୍ତର ରଖିଛନ୍ତି। ୨୦୧୮ରୁ ଏଯାଏଁ ମୋଟ ୧୬୨୧ଟି ବଜ୍ରପାତ ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ। ବଜ୍ରପାତରେ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। ଏହାସହ ବଜ୍ରପାତର ଆଗୁଆ ସୂଚନା ଜାଣିବାକୁ ଆର୍ଥ ନେଟୱାର୍କ ସହ MOU ମଧ୍ୟ ହୋଇଛି। ରାଜ୍ୟର ୮ଟି ସ୍ଥାନରେ ଲାଇଟନିଂ ଡିଟେକ୍ସନ୍ ସେନ୍ସର ବସାଯାଇଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି।

Advertisment

ମୋଟ୍‌ ଉପରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ବଢିବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି। ତେବେ ନଜର ପକାନ୍ତୁ କିଛି ବଡ଼ ବଜ୍ରପାତ ଜନିତ ମୃତ୍ୟୁ ଉପରେ…

୨୮ ଜୁଲାଇ ୨୦୨୦ରେ ବଲାଙ୍ଗିରରେ ବଜ୍ରପାତ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ତିନିଜଣ ମହିଳା ଥିଲେ। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ ୨ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଚାଷ କାମ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ତେବେ ସୌଭାଗ୍ୟବଶତଃ ଅନ୍ୟ ୧୦ ଜଣ ଅଳ୍ପକେ ବର୍ତ୍ତିଯାଇଥିଲେ। ବଲାଙ୍ଗିର ସଦର ବ୍ଲକ ବଡ଼ତେଲେନପାଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଥିଲା।

Advertisment

୮ ଜୁନ୍‌ ୨୦୨୦ ରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୮ ଜଣଙ୍କ ଜୀବନ ଯାଇଥିଲା। ଗଜପତି ମୋହନାରେ ଜଣେ, ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକରେ ଜଣେ ନାବାଳକ, କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଜଣେ ଯୁବକ, କେନ୍ଦ୍ରାପଡ଼ା ମହାକାଳପଡ଼ା, ଜଗତସିଂହପୁର ବାଲିକୁଦା ବ୍ଲକରେ ଜଣେ ଲେଖାଏଁ ପ୍ରାଣ ହରାଇଥିଲେ। ସେହିଭଳି ଢେଙ୍କାନାଳରେ ୨ ଜଣ ମହିଳା ଓ କଟକ ଟାଙ୍ଗୀ ବ୍ଲକରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା

୭ ଜୁନ୍‌ ୨୦୨୧ରେ ଝାଡ଼ଖଣ୍ଡ ଦୁମକା ତଥା ରାମଗଡ଼ ଜିଲ୍ଲାରେ ବଜ୍ରପାତରେ ଜଣେ ନାବାଳକ ସମେତ ପାଞ୍ଚ ଜଣ ପ୍ରାଣ ହରାଇଥିଲେ । ସେହିପରି ବଜ୍ରପାତରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଥିଲା। ମସଲିନା ଥାନା ଅଞ୍ଚଳ ଅନ୍ତର୍ଗତ କୁଞ୍ଜବନ ଗାଁରେ ବଜ୍ରପାତ ଯୋଗୁଁ ଶିବଶଙ୍କର ମୁର୍ମୁ ନାମକ ୧୦ ବର୍ଷିୟ ନାବାଳକର ମୃତ୍ୟୁ ହୋଥିଲା । ସନ୍ଧ୍ୟା ସମୟରେ ନିଜର ଦୁଇ ବନ୍ଧୁଙ୍କ ସହ ପଡ଼ିଆରୁ ଘେରାଏ ବୁଲି ବାହାରିଥିବା ସମୟରେ ଏପରି ଦୁଃଖଦ ଘଟଣା ଘଟିଥିଲା । ସେହିପରି ଶିବଶଙ୍କର ଅନ୍ୟ ଦୁଇ ବନ୍ଧୁ ବଜ୍ରାଘାତ ଯୋଗୁଁ ବେହାସ ହୋଇ ଯାଇଥିଲେ ।

ଅନ୍ୟପଟେ କାଠକୁଣ୍ଡ ଥାନା ଅଞ୍ଚଳର କୋଡ଼ିଆ ଗାଁରେ ୨୮ ବର୍ଷିୟ ପ୍ରବୀଣ ଚିକୁ ନାକମ ବ୍ୟକ୍ତି ଘର ଅଗଣାରେ ଥିବାବେଳେ ବଜ୍ରପାତରେ ଜୀବନ ହାରିଥିଲେ । ସେହିପରି ରାମଗଡ଼ର ମୋଡୁ ବ୍ଲକର ଗୋସୀଗାଁରେ ଦ୍ୱିପହର ସମୟରେ ବଜ୍ରପାତରେ ତିନି ଜଣ ଯୁବକ ମୃତ୍ୟ ହୋଇଥିଲା।

ତେବେ ବାରମ୍ବାର ବଜ୍ରପାତ ହୋଇ ଲୋକମାନେ ପ୍ରାଣ ହରାଉଛନ୍ତି। ଯାହାକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି।

Odisha Lightning Strike Death In Odisha
Advertisment
Advertisment