ଘଟଣାରେ ରାଉରକେଲା ଏସ୍ପି ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି। ଏଥିସହ ତଦନ୍ତକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରିଛନ୍ତି। ପୂର୍ବରୁ ମଧ୍ୟ ରାଉରକେଲାରେ ପୋଲିସ ହେପାଜତରୁ ଅପରାଧୀ ଖସିଯିବା ଘଟଣା ନଜରକୁ ଆସିଥିଲା।
ଆଗକୁ ଆସୁଛି ବିଘ୍ନ ବିନାଶକଙ୍କ ପୂଜା। କରୋନା କଟକଣା ମଧ୍ୟରେ ଏଥର ପୂଜା ପାଇଁ ପୂର୍ବ ଭଳି ଉତ୍ସାହ ନାହିଁ । ଗତବର୍ଷ ବି କଟକଣା ପାଇଁ ପାର୍ବଣରେ ମୂର୍ତ୍ତି ବ୍ୟବସାୟ ମାନ୍ଦା ଥିଲା ଓ ଚଳିତବର୍ଷ ମଧ୍ୟ ବ୍ୟବସାୟକୁ ନେଇ ସନ୍ଦିହାନ ମୂର୍ତ୍ତି କାରିଗର । ସେପଟେ ମାଟି ମୂର୍ତ୍ତି ସ୍ଥାନରେ ଆନ୍ଧ୍ରରୁ ଆସୁଥିବା ପ୍ଲାଷ୍ଟର ଅଫ୍ ପ୍ୟାରିସରେ ପ୍ରସ୍ତୁତ ଗଣେଷ ମୂର୍ତ୍ତିର ଚାହିଦା ବଢ଼ିଛି ।
ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରିର ଆଉ ଏକ ନମୂନା ଦେଖିବାକୁ ମିଳିଛି। ଓଡିଶା ସୀମାରେ ପଶି ଆନ୍ଧ୍ର ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ର୍ନିମାଣ କରିବା ସହ ସେଠାରେ ପିଲାଙ୍କ ନାମ ମଧ୍ୟ ଲେଖାଇଥିବା ଖବର ମିଳିଛି
ବିଧାନସଭାରେ ଉଠିଲା ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ। ମାସାଧିକ କାଳ ତଦନ୍ତ ପରେ ବି ଏଏସିଏଫଙ୍କ ମୃତ୍ୟୁ କିପରି ହେଲା ସେ ସମ୍ପର୍କରେ ସ୍ପଷ୍ଟ ହୋଇପାରିନି।
ବହୁ ଚର୍ଚ୍ଚିତ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଗିରଫ ପରେ ପୋଲିସ ତାଙ୍କ ଘରେ ରେଡ୍ କରିଛି। ଖୋର୍ଦ୍ଧା ପୋଲିସ୍ ମାନସଙ୍କ ଭୁବନେଶ୍ୱର ଘରେ ଯାଞ୍ଚ କରୁଛି।
ଘୁଚାପ ଜନିତ ବର୍ଷା ଯୋଗୁ ଯାଇପାରେ ଗଣେଶ ପୂଜା ଓ ନୂଆଖାଇ । ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରେ ଆସନ୍ତା ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ତେବେ ମନ୍ତ୍ରୀଙ୍କ ଏହି ଉତ୍ତର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ କିଛି ଦିନ ତଳେ ମୋ ସାଇକେଲ୍ ଯୋଜନାରେ ରାଜଧାନୀର ଥିବା ଅନେକ ସାଇକେଲ କବାଡ଼ିଆଙ୍କୁ ବିକ୍ରି କରାଯାଇଥିଲା ବୋଲି ଖବର ଆସିଥିଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକେଲ ଟ୍ରାକ୍ ନିର୍ମାଣ ହୋଇଥିଲା, ଷ୍ଟାଣ୍ଡ ବସିଥିଲା
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ନିଯୁକ୍ତିରେ ଦୁର୍ନୀତିକୁ ନେଇ ଆଜି ରାଜଧାନୀ ପଡ଼ୁଛି ଉଠୁଛି। ଦୁର୍ନୀତିକୁ ବିରୋଧ କରି ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିଛି ।
ସାଧାରଣତଃ ଘରେ ପୋଟଳ ରସା,ପୋଟଳ ଭଜା ତିଆରି ହୋଇଥାଏ । ଆଜି ଆମେ ପୋଟଳର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ପୋଟଳ କୋଫ୍ତା’। ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ ,ଜାଣିବା ଏହାକୁ କଭଳି ପ୍ରସ୍ତୁତ କରାଯାଏ ।
ଶିଶୁଙ୍କ ସଂକ୍ରମଣ ଚିନ୍ତା ବଢାଇଛି। ଏ ନେଇ DMET ଡାକ୍ତର ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା ଦେଇ ପିଲାଙ୍କ ସଂକ୍ରମଣ ପାଇଁ ପରିବାରଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି।
କିଛି କିଛି ସ୍ଥାନରେ ସ୍କୁଲ ପିଲା କରୋନା ସଂକ୍ରମିତ ହୋଇଥିବା ଖବର ଆସିଛି । ସ୍କୁଲ ଖୋଲାବା ମାତ୍ରେ ପଶିଛି କରୋନା । ଢେଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲରେ ୩୪ ପିଲା ସଂକ୍ରମିତ ଚିହ୍ନଟ ହେବାପରେ କରୋନା କଟକଣା ପାଇଁ ଆହୁରି କଠୋର ହୋଇଛନ୍ତି ସରକାର। ଏ ସମ୍ପର୍କରେ ସୂଚନା ପାଇଥିବା କଥା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ
ନିପଟ ମଫସଲ ଗାଁ ଝିଅ ପାଇଁ ରୋଜଗାରର ମାଧ୍ୟମ ସାଜିଲା ସୋସିଆଲ ମିଡିଆ । ପାଠ ପଢି ଘରେ ବସିଥିବା ବେଳେ ୟୁଟ୍ୟୁବ ଅର୍ପିତା ପ୍ରିୟଦର୍ଶିନୀଙ୍କୁ ନୂତନ ପରିଚୟ ଦେଇଛି ଏବଂ ସେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି ।
ଚିଟଫଣ୍ଡ ଠକେଇର ଚେର ଓଡ଼ିଶାରୁ ଲମ୍ବିଛି ଆନ୍ଧ୍ର ଯାଏ। ଚିଣ୍ଡ ଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଆନ୍ଧ୍ର ପ୍ରଦେଶର ଜଣେ ପୂର୍ବତନ ବିଧାୟକ ।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଆମ୍ବଡହରା ପଥର ଖଣିରୁ ବେଆଇନ ଖନନ । ଲିଜ୍ ଅବଧି ସରିଥିଲେ ବି ଲିଜଧାରୀ ଏଠାରୁ କ୍ରସର ଉଠାଉ ନଥିବା ଅଭିଯୋଗ ହୋଇଛି।
ପରେ ଏଠାରେ କ୍ରସର ୟୁନିଟ୍ ସ୍ଥାପନ କରି ଲିଜଧାରୀ ପାଖାପାଖି ୧୫୦ ଫୁଟ୍ ଗଭୀରର ଏକ ପଥର ଖଣି କରି କୋଟି କୋଟି ଟଙ୍କାର ପଥର ବାହାର କରିଛନ୍ତି । କିନ୍ତୁ ଲିଜ୍ ଅବଧି ୨୦୨୧ ଫେବୃଆରୀ ୫ରେ ସରିଥିଲେ ବି ଲିଜଧାରୀ ଏଠାରୁ କ୍ରସର ଅନ୍ୟତ୍ର ସ୍ଥାନାନ୍ତର କରିନଥିବା ଅଭିଯୋଗ ହୋଇଛି
ଆଜି ବି ରାଜ୍ୟରୁ ୬୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି ୯୩ ଜଣ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୩୭୨ ଥିବାବେଳେ ଲୋକାଲ କେସ୍ ରହିଛି ୨୬୬ । ଏହି ତଥ୍ୟ ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
କଳକାରଖାନା ଯୋଗୁଁ ଆଜି ପ୍ରଦୂଷଣର ବିଷ ବଳୟରେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ । ମାତ୍ରାଧିକ ଜଳ ଓ ବାୟୁ ପ୍ରଦୂଷଣ ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । କାରଣ ସାରା ଅଞ୍ଚଳ ଏବେ ପ୍ରଦୂଷଣର ଶିକାର ହୋଇଛି । ପ୍ରଦୂଷଣ ଯୋଗୁଁ ଲୋକେ ବିଭିନ୍ନ ରୋଗରେ ଘାଣ୍ଟି ହେଉଛନ୍ତି । ଏମିତିକି ଗଣ୍ଡାନାଳରେ ପ୍ରବାହିତ କାରଖାନାର ବିଷାକ୍ତ ଜଳର ପ୍ରଭାବରେ ଫସଲ ମଧ୍ୟ ନଷ୍ଟ ହୋଇଯାଉଛି ।
ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି ।
କେମିତି କଟିବ ଆଜିର ଦିନ ? କ’ଣ ରହିଛି ଆଜିର ରାଶିଫଳ ? ଆସନ୍ତୁ ଜାଣିବା।
କୋରାପୁଟ ଭଳି ଉପାନ୍ତ, ଆଦିବାସୀ ବହୁଳ, ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଅନେକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ପାହାଡ଼ ପର୍ବତ ଘେରା କୋରାପୁଟର ବିଭିନ୍ନ ଅଞ୍ଚଳରୁ ରୋଗୀ ବୋହି ବୋହି ଖରାପ ହେବା ପରେ ଏବେ ଅଚଳ ହୋଇ ପଡ଼ି ରହିଛି ଅନେକ ଗାଡ଼ି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଆଜି ସ୍ୱାମୀ-ସ୍ତ୍ରୀ କୋର୍ଟରେ ପହଞ୍ଚି ଥିଲେ। ମାଜିଷ୍ଟ୍ରେଟ୍ ଉଭୟଙ୍କୁ ବୁଝାଉଥିଲେ। ଜୀବନକୁ ବିପଦ ରହିଛି ଦର୍ଶାଇ ସେ(ସିଦ୍ଧାର୍ଥ) ମାଜିଷ୍ଟ୍ରେଟ୍ଙ୍କ କୌଣସି କଥା ଶୁଣିବାର ନଥିଲେ। ତେବେ ଆଜି କୌଣସି ନିଷ୍କର୍ସ ବାହାରି ନପାରିବାରୁ ୨୯ ତାରିଖରେ ହାଜର ହେବାକୁ ମାଜିଷ୍ଟ୍ରେଟ୍ ପରାମର୍ଶ ଦେଇଥିଲେ। ପାରିବାରିକ ଅଦାଲତରୁ ବାହାରି ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ଆଉ କେତେ ସଫଳତା ପାଇଲେ ପାରା ଆଥ୍ଲେଟ୍ଙ୍କୁ ଦାବିକୁ ବିଚାରକୁ ନେବେ ରାଜ୍ୟ ସରକାର? ସାଧାରଣ ଆଥ୍ଲେଟ୍ଙ୍କ ଭଳି ସେମାନଙ୍କୁ କେବେ ମିଳିବ ସମାନ ସୁବିଧା ସୁଯୋଗ? ଏଥର ଟୋକିଓ ପାରାଲିମ୍ପିକ୍ସରେ ଭାରତର ଐତିହାସିକ ସଫଳତା ଏବଂ ଓଡ଼ିଆ ଆଥଲେଟ୍ ପ୍ରମୋଦ ଭଗତଙ୍କ ଗୋଲ୍ଡ ମେଡାଲ ହାସଲ ପରେ ଏ ଦାବିକୁ ପୁଣି ଦୋହରାଇଛି ରାଜ୍ୟ ପାରା ପ୍ଲେୟାର୍ସ ଫୋରମ୍
ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଓ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ସରକାରୀ ଦଳ ପକ୍ଷରୁ ଆଗତ ମୋସନ ଉପରେ ବିଧାନସଭାରେ ହୋଇଛି ସରଗରମ ଆଲୋଚନା। ବିରୋଧୀଦଳ ମୁଖ୍ୟ ସଚେତକ କହିଛନ୍ତି- ଓଡ଼ିଶା ବାରମ୍ବାର ମରୁଡ଼ି ସ୍ଥିତିର ସମ୍ମୁଖୀନ ହେଉଥିଲେ ବି ରାଜ୍ୟ ସରକାର ଏହାର ନିରାକରଣ ପାଇଁ କୌଣସି ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁନାହାନ୍ତି।
ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଘୋଷିତ ହୋଇଛି। ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଶାରଳା ପୁରସ୍କାର ପ୍ରଦାନ ଉତ୍ସବ। ଶାରଳା ପୁରସ୍କାର ପ୍ରଦାନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ଆନୁକୂଲ୍ୟରେ ୧୯୮୦ ମସିହାରୁ ପ୍ରତିବର୍ଷ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି।