ଏନ୍ଏଚ୍ରୁ ୨ ଜଣ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଟୋଲ୍ଗେଟ୍ ସୋତି ନିକଟରୁ ଆଜି ସକାଳେ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଏହି ଟିମ୍ ଦିନ ୨ଟାରୁ ଜେରା ଆରମ୍ଭ କରିଥିଲା। ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା, ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ କାହିକି ଭଲ ନଥିଲା, ସୌମ୍ୟଙ୍କ ମୃତ୍ୟୁ ପୂର୍ବରୁ ଏଗ୍ରିମେଣ୍ଟ କାହିଁକି କରାଯାଇଥିଲା, କେଉଁ କାରଣ ପାଇଁ ଝଗଡ଼ା କରି ବିଦ୍ୟାଭାରତୀ ଡିଏଫଓଙ୍କ ଘରକୁ ପଳାଇଥିଲେ ଆଦି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଥିବା ସୂଚନା ମିଳିଛି।
ଟୋକିଓ ଅଲିମ୍ପିକସ ଚାଲିଥିବା ବେଳେ ଦୂତି ଚାନ୍ଦଙ୍କ ଚରିତ୍ର ଓ ଫଳାଫଳକୁ ନେଇ ୱେବ ଚାନେଲମାନେ ବିଭିନ୍ନ ପ୍ରକାର ଖବର ପ୍ରସାରଣ କରି ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୁତି ଚାନ୍ଦ ଅଭିଯୋଗ କରିଛନ୍ତି। ସମ୍ମାନରେ ଆଞ୍ଚ ଆସିଛି, ଖେଳରେ ପ୍ରଭାବିତ ହୋଇଥିବା ସେ କହିଛନ୍ତି।
ମାହାଙ୍ଗା ଡବଲ୍ ମର୍ଡର ମାମଲାରେ କମ୍ପୁଛି ଗୃହ । ଦ୍ୱିତୀୟ ଦିନରେ ହୁଲସ୍ତୁଲ୍ ମୌସୁମୀ ଅଧିବେଶନ। ଗୃହ ଆରମ୍ଭ ହେବା କ୍ଷଣି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଗର୍ଜିଥିଲା ବିଜେପି। ବାଚସ୍ପତିଙ୍କ ପୋଡ଼ିୟମ୍ ଆଗରେ ପୋଷ୍ଟର ଧରି କରିଥିଲା ହୋହଲ୍ଲା ।ଏଣେ ଗୃହ ବାହାରେ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଂଗ୍ରେସର ଟାର୍ଗେଟ୍
କେବଳ ଡିଜିଟାଲ ମୋଡରେ ଅନଲାଇନ୍ ପାଠପଢାକୁ ବିକଳ୍ପ ଭାବେ ନେଇ ମୋବାଇଲ ଓ କମ୍ପ୍ୟୁଟରକୁ ଛାତ୍ରଛାତ୍ରୀ ଆପଣାଇଛନ୍ତି। ତେବେ ଏହି ବ୍ୟବସ୍ଥାରେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିବା ଚାହୁଁଛନ୍ତି ଉଭୟ ପିଲା ଓ ଅଭିଭାବକ। ତେବେ ତୃତୀୟ ଲହର ଆଶଙ୍କା ମନରେ ଭୟ ବି ସୃଷ୍ଟି କରୁଛି।
ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ ମୋହର ପରେ ଫିଟିଲା ର୍ନିବାଚନ ଲାଗି ବାଟ। ଆଇନ କାର୍ଯ୍ୟକାରୀ ହେଲେ ୫୦ ପ୍ରତିଶତରେ ସୀମିତ ରହିବ ସବୁ ସଂରକ୍ଷଣ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ଅନ୍ତର୍ଗତ ଏହା କରାଯିବ। ତେବେ କେଉଁ ବର୍ଗକୁ ମିଳିବ କେତେ ପ୍ରତିଶତ ସଂରକ୍ଷଣ?
ହତ୍ୟା ସ୍ଥଳରେ ନଥିଲେ ବି ପରୋକ୍ଷରେ ମାନସ ଅପରାଧ ଘଟାଇଥିଲେ। ମାନସଙ୍କ ନାଁରେ ଅପହରଣ, ହତ୍ୟା, ପୋଡ଼ି ପ୍ରମାଣ ନଷ୍ଟ ଦଫା ଲାଗିଛି। ମାନସଙ୍କ ନାଁରେ ଆଉ ଯାହା ଅଭିଯୋଗ ଅଛି, ତଦନ୍ତ ଚାଲିଛି ବୋଲି IG କହିଛନ୍ତି। ମାନସ ଦାସଙ୍କ ନାଁରେ ସଂଗୀନ ଦଫା ପୋଲିସ ଲଗାଇଛି।
ଗତକାଲି ସୌମ୍ୟଙ୍କ ପୈତୃକ ଘରକୁ ଯାଇ ତାଙ୍କ ପରିବାରକୁ କ୍ରାଇମବ୍ରାଞ୍ଚ ପଚରା ଉଚରା କରିଛି। ସୌମ୍ୟଙ୍କ ମୃତ୍ୟୁ ପ୍ରାୟ ଦେଢ଼ ମାସ ପରେ ମଧ୍ୟ ସସପେନ୍ସରେ ରହିଛି। ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ଫିଟି ପାରିନି। ଆଗରୁ ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଛି।
ଜାତି ଜାତି ମଧ୍ୟରେ ଭେଦଭାବ ସୃଷ୍ଟି କରୁଥିବା ଏକ ଲିଫ୍ଲେଟ୍ ସାମନାକୁ ଆସିଛି। ଏଥିରେ ଗୋଟିଏ ଧର୍ମର ବିଭିନ୍ନ ଜାତି ମଧ୍ୟରେ ଭେଦଭାବ ସୃଷ୍ଟି କଲାଭଳି ହିଂସା ଉଦ୍ରେକକାରୀ ବାର୍ତ୍ତା ରହିଛି। ନିର୍ଦ୍ଦିଷ୍ଟ ଏକ ଜାତିକୁ ନେଇ ଏକାଠି ହେବାକୁ ଦିଆଯାଇଛି। ବାର୍ତ୍ତା ଅନ୍ୟ ଏକ ଜାତିକୁ ନେଇ ଶତ୍ରୁର ସଜ୍ଞା ବର୍ଣ୍ଣନା କରାଯାଇଛି।
ଚିଙ୍ଗୁଡିରେରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ରେଷ୍ଟୁରେଣ୍ଟ ଷ୍ଚାଇଲରେ ଚିଙ୍ଗୁଡିର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଶେଜୱାନ୍ ଚିଙ୍ଗୁଡ଼ି’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ଗୁଣି ଗାରେଡ଼ି ସନ୍ଦେହରୁ ଗୋଟିଏ ପରିବାର ଲୋକଙ୍କୁ ମାଡ଼ ମାରିବା ସହ ଗ୍ରାମବାସୀମାନେ ସେମାନଙ୍କୁ ବାସନ୍ଦ କରି ଦେଇଥିବା ସୂଚନା ମିଳିଛି। ଫଳରେ ଭୟରେ ଉକ୍ତ ପରିବାର ଅନ୍ୟତ୍ର ରହୁଥିବା ବେଳେ ନିଜ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
’ମାନସ ଦାସଙ୍କୁ ଗିରଫ କରାଯାଉ’ । ଖୋର୍ଦ୍ଧା କଡ଼ବ ଗାଁରେ ବାପପୁଅଙ୍କୁ ଘରେ ପୂରାଇ ମାଡ଼ ଘଟଣାରେ ଫାକ୍ଟ ଫାଇଣ୍ଡିଂ ଟିମର ଘଟଣାସ୍ଥଳ ପରିଦର୍ଶନ ପରେ ବିଜେପିର ଏପରି ପ୍ରତିକ୍ରିୟା ରଖିଛି । ମାନବବାଦୀ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଗିରଫ ଦାବି କରିଛି ବିଜେପି । ମାନବବାଦୀ ସଂଗଠନ ମୁଖ୍ୟଙ୍କ ଗିରଫ ଦାବିରେ କାଲିଠୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଛି
ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ମାରିପାରିବ ? ଏହି କଥାର ସତ୍ୟତା ଆଜି ଦେଖିବାକୁ ମିଳିଛି ଟାଟା ଷ୍ଟେଶନରେ।
ନନ୍ଦନକାନନରେ ବାଘ ଆତଙ୍କ । ସଫାରି ଭିତରେ ଜାଲି ଛିଣ୍ଡାଇ ପଳାଇ ଗଲା ବାଘ । ଏହି ଖବର ପ୍ରଚାର ହେବା ପରେ ଆତଙ୍କ ଖେଳି ଯାଇଥିଲା। ହେଲେ ଶେଷରେ ବାଘ ଧରାପଡ଼ିଥିବା ସୂଚନା ମିଳିଛି।
ନିଆରା ଫୁଟବଲ୍ ମ୍ୟାଚ୍ , ଜିତିଲେ ଛେଳି, ହାରିଲେ କୁକୁଡ଼ା । ପଡ଼ିଆ ଭିତରେ ଚାଲିଥାଏ ଫୁଟବଲ୍ ଲଢ଼େଇ ଆଉ ସେପାଖେ ପଡ଼ିଆ ବାହାରେ ବନ୍ଧା ହୋଇଛି ଛେଳି ଆଉ କୁକଡ଼ା । କୋରାପୁଟ ସହର ନିକଟସ୍ଥ ରେଲିକୁମ୍ଭାରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ଏପରି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା
ଖାଇବାକୁ ନ ପାଇ ଭୋକ ଉପାସରେ ଛଟପଟ ହୋଇ ଏକ ଭଙ୍ଗା କୁଡ଼ିଆରେ ପଡ଼ି ରହିଥିଲେ ମା’ପୁଅ। ପଡୋଶୀଙ୍କ କିଞ୍ଚିତ ସହାୟତରେ ଚଳି ଯାଉଥିଲେ ମା’ପୁଅ। ହେଲେ ଧୀରେ ଧୀରେ ମା’ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବା ପରେ ନଖାଇ ନପିଇ ଗୋଟିଏ ଘରେ ଦୁହେଁ ପଡ଼ି ରହିଥିଲେ।
ପୁରାଣରେ ବର୍ଣ୍ଣିତ ଅଛି ବିଶଲ୍ୟକରଣୀ ପାଇଁ ପବନ ପୁତ୍ର ହନୁମାନ ଗନ୍ଧମାର୍ଦ୍ଦନ ପର୍ବତକୁ ଟେକି ଆଣିଥିଲେ । କାରଣ ଏହି ପର୍ବତରେ ରହିଥିଲା ନାନାଦି ଔଷଧୀୟ ଗୁଣଯୁକ୍ତ ବୃକ୍ଷ, ଯାହାକି ବର୍ତ୍ତମାନ ଯାଏଁ ତାର ଅସ୍ତିତ୍ୱ ବଂଚାଇ ରଖିଛି । ଆଉ ଏବେ ସେହି ଗନ୍ଧମାର୍ଦ୍ଦନ ବୃକ୍ଷର ବିଭିନ୍ନ ରାସାୟନିକ ଗୁଣକୁ ବୈଷୟିକ ପଦ୍ଧତିରେ ବ୍ୟବହାର କରି କ୍ୟାନସର ଭଳି ଗୁରୁତକ ରୋଗକୁ ପ୍ରତିହତ କରିବା ପାଇଁ ଚାଲିଛି ଚେଷ୍ଟା
ରାଜ୍ୟରେ ୨୪ ଘଣ୍ଟାରେ ୭୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୩୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩୧୬ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କଟକ ମ୍ୟୁନିସିପାଲ୍ କର୍ପୋରେସନ(CMC) ପରେ ଏବେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ(BMC) ଗଶେଶ ପୂଜା ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କରିଛି। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ପାଇଁ ଅନୁମତି ମିଳିଛି।
ଚଳିତ ବର୍ଷ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ରେଜଲ୍ଟରେ ଯେଉଁ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନାହାନ୍ତି ସେମାନେ ଅଫ୍ଲାଇନ୍ରେ ପରୀକ୍ଷା ଦେଇ ପାରିବେ।ସେପ୍ଟେମ୍ବର ୩ରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଅନ୍ଲାଇନ୍ ଯୋଗେ ଆବେଦନ କରିପାରିବେ। ସେପ୍ଟେମ୍ବର ୭ ହେଉଛି ଆବେଦନର ଶେଷ ତାରିଖ।
ରାଜ୍ୟରେ ଇ-ଭେଇକିଲ୍ ନୀତି ୨୦୨୧କୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ସପ୍ତାହରେ ରାଜ୍ୟ ଇ-ଭେଇକିଲ୍ ନୀତିକୁ ରାଜ୍ୟ ସରକାର କ୍ୟାବିନେଟରେ ମଞ୍ଜୁରୀ ଦେଇଥିଲେ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ବିଶ୍ୱସ୍ତ ସୂତ୍ରରୁ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଥିବାବେଳେ ଚଳିତ ଅଧିବେଶନରେ ବି ଏ ସମ୍ପର୍କିତ ବିଲ୍ ଆସିବା ଅନୁମାନ କରାଯାଉଛି। ଏସବୁ ଆଇନ୍ ବିଧାନସଭାରେ ପାରିତ ହେଲା ପରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ରହିବ।
ମୃତ ରାଜୁର ପିତାଙ୍କ କହିବା ଅନୁଯାୟୀ ରାତି ଗୋଟାଏ ବେଳେ ତାଙ୍କ ପୁଅର ମୋବାଇଲ୍ ଫୋନରୁ ତାଙ୍କୁ କଲ୍ ଯାଇଥିଲା। ପୁଅ କହିଥିଲା ଯେ କିଛି ଲୋକ ତାକୁ ମରାପିଟା କରୁଛନ୍ତି, ତିରିଶି ହଜାର ଟଙ୍କା ଦେଲେ ଛାଡିବେ ବୋଲି କହିବା ପରେ ଫୋନ କଟି ଯାଇଥିଲା। ସେ ସକାଳୁ ରାୟଗଡା ଆସିବା ବେଳେ ପୁଅର ମୃତ୍ୟୁ ଖବର ପାଇଥିଲେ।