Advertisment

କରୋନାର ତୃତୀୟ ଲହରିରେ ଶିଶୁମାନେ ଅଧିକ ସଂକ୍ରମିତ ହୋଇପାରନ୍ତି: DMET

‘ଶିଶୁମାନେ ତୃତୀୟ ଲହରିରେ ପ୍ରତିଶତ ହିସାବରେ ଅଧିକ ସଂକ୍ରମିତ ହୋଇପାରନ୍ତି। ୧୮ ବର୍ଷରୁ ଅଧିକାଂଶ ଲୋକଙ୍କ ଟିକାକରଣ ହୋଇସାରିଲାଣି। ତେଣୁ ଆନୁପାତିକ ଭାବେ ଶିଶୁ ସଂକ୍ରମଣ ହିଁ ଅଧିକ ରହିପାରେ।’

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

DMET Cbk Mohanty

ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ। ଏହି ସମୟରେ ଭିଡକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପିଲ୍‌ କରାଯାଇଛି। ଯଦି ଉତ୍ସବରେ ଯୋଗଦେବା ନିହାତି ଆବଶ୍ୟକ ପଡ଼େ, ଏଥିପାଇଁ କରୋନାର ଦୁଇଟି ଟିକା ନେବାକୁ ପଡିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। 

Advertisment

କରୋନାର ଦ୍ୱିତୀୟ ଲହର ଯାଇନି, ଦେଶରେ ମହାମାରୀର ସଙ୍କଟ ମଧ୍ୟ କମି ନାହିଁ। ତେଣୁ ଚଳିତ ବର୍ଷ ମଧ୍ୟ ଘରେ ରହି ପର୍ବ ପାଳିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ସରକାର। ଯେତେଦୂର ସମ୍ଭବ ଭିଡ଼ରୁ ଦୂରରେ ରହିବା ସହ ସତର୍କ ଏବଂ ସଚେତନ ରହିବାକୁ କୁହାଯାଇଛି। ଆଗକୁ ଗଣେଶ ପୂଜା, ଦଶହରା ଏବଂ ଦୀପାବଳି ଭଳି ବଡ଼ ବଡ଼ ପର୍ବ ଆସୁଥିବାରୁ ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ରାଜ୍ୟରେ ଚିହ୍ନଟ ହେଉଥିବା କରୋନ ଆକ୍ରାନ୍ତଙ୍କ ମଧ୍ୟରେ ଶିଶୁମାନେ ପଜିଟିଭ୍‌ ଚିହ୍ନଟ ନେଇ ଡିଏମ୍ଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଶିଶୁମାନେ ତୃତୀୟ ଲହରିରେ ପ୍ରତିଶତ ହିସାବରେ ଅଧିକ ସଂକ୍ରମିତ ହୋଇପାରନ୍ତି। ୧୮ ବର୍ଷରୁ ଅଧିକାଂଶ ଲୋକଙ୍କ ଟିକାକରଣ ହୋଇସାରିଲାଣି। ତେଣୁ ଆନୁପାତିକ ଭାବେ ଶିଶୁ ସଂକ୍ରମଣ ହିଁ ଅଧିକ ରହିପାରେ। ତୃତୀୟ ଲହର ଏବେବି ଆକଳନ ସ୍ତରରେ ଅଛି। ତେଣୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ।’

Advertisment

ଡବଲ୍ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ହିଁ ମେଳାକୁ ଯାଇପାରିବେ। ଏ ନେଇ କେନ୍ଦ୍ରର କୌଣସି ନିର୍ଦ୍ଦେଶନାମା ରାଜ୍ୟକୁ ଆସି ନାହିଁ। ସବୁ ଦିଗକୁ ଦୃଷ୍ଟିରେ ରଖି ସରକାର ସ୍ଥିର କରିବେ। କେତେ ଟିକା ଦିଆଯାଇଛି ଏହାକୁ ଦେଖି ସରକାର ନିର୍ଦ୍ଦେଶନାମା ଦେବେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।ରାଜ୍ୟରେ ମୃତ୍ୟୁ ହାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଯେତେବେଳେ ମହାମାରୀ ପିକ୍‌ରେ ଥିଲା ଅଡିଟ୍ ହୋଇ ପାରି ନଥିଲା। ଏବେ ଯାହା ଆସୁଛି ଦିଆ ହେଉଛି। ମୃତ୍ୟୁ ହାରକୁ ମଝିରେ ବିଶ୍ଳେଷଣ କରିବା କଥା ନୁହଁ। ଟିକାକରଣ ସହ ସେରୋ ସେର୍ଭେ ଚାଲିଛି। 

ରାଜ୍ୟରେ ୨୪ ଘଣ୍ଟାରେ ୮୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୨୦ ଆକ୍ରାନ୍ତ ଅଛନ୍ତି। ସେହିପରି ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। 

Odisha COVID19 Coronavirus Third Wave
Advertisment
Advertisment