• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 04 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ସ୍ୱର୍ଣ୍ଣ ବିଜେତା ପ୍ରମୋଦଙ୍କ ସହ କଥା ହେଲେ ନବୀନ

ପ୍ରମୋଦ ଭଗତଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂରେ କଥା ହୋଇ 
ପ୍ରମୋଦଙ୍କ ସଫଳତାକୁ ସ୍ୱର୍ଣ୍ଣିମ ମୁହୂର୍ତ୍ତ କହିବା ସହ ତାଙ୍କ ସେ ସାରା ଦେଶକୁ ଗର୍ବିତ କରିଛନ୍ତି ବୋଲି କହିଛନ୍ତି। ପ୍ରମୋଦ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।  

  • Chandan Shishu
  • 3 years ago

ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ନିଆଁ, କମ୍ପ୍ୟୁଟର ଓ କାଗଜପତ୍ର ପୋଡି ପାଉଁଶ

ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ନିଆଁ। ଅଫିସର ଗ୍ରାମୀଣ ଗୃହ ପ୍ରକୋଷ୍ଠରେ ଅଗ୍ନିକାଣ୍ଡ ଘଟିଥିଲା। ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳେ  ଏହି ପ୍ରକୋଷ୍ଠ ଭିତରୁ ଧୁଆଁ ବାହାରିବା ଦେଖିବାକୁ ମିଳିଥିଲା। ଏହା ପରେ ସ୍ଥାନୀୟ ଲୋକେ ବିଡ଼ିଓଙ୍କୁ ଜଣାଇଥିଲେ। ବିଡ଼ିଓ ତୁରନ୍ତ ଅଗ୍ନିଶମ ବିଭାଗକୁ ଫୋନ କଲା ପରେ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଅଫିସର କିଛି କମ୍ପ୍ୟୁଟର ଓ କାଗଜପତ୍ର ପୋଡି ଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ବି ସର୍ଟ ସର୍କିଟ ଯୋଗୁ ଏହା ଘଟିଥିବା ଅନୁମାନ କରାଯାଉଛି।    

  • Chandan Shishu
  • 3 years ago

ନିଜେ ଲଣ୍ଡା ହୋଇ କ୍ୟାନସର ସୋସାଇଟିକୁ ଚୁଟି ଦାନ କଲେ ମହିଳା

ନିଜେ ଲଣ୍ଡା ହୋଇ କ୍ୟାନସର ସୋସାଇଟିକୁ ଚୁଟି ଦାନ କଲେ ମହିଳା। ସମ୍ବଲପୁର ସହର ଗୋପାଳମାଳର ଜଣେ ମହିଳା ପୁଷ୍ପକାନ୍ତି ମାହାନା ନିଜେ ଲଣ୍ଡା ହୋଇ ତାଙ୍କ ଲମ୍ବା କେଶକୁ ଭାରତୀୟ କ୍ୟାନସର ସୋସାଇଟିକୁ ଦାନ କରିଛନ୍ତି। କ୍ୟାନସରରେ ପୀଡ଼ିତ ମହିଳାମାନେ କେମୋଥେରାପି କାରଣରୁ ଚୁଟି ହରାଇଥାନ୍ତି। ସେମାନଙ୍କ ଲାଗି ମହିଳା ଜଣକ ଏହି ଚୁଟି ଦାନ କରିଥିବା ବେଳେ ଏଥିପାଇଁ ତାଙ୍କୁ ଇଣ୍ଡିଆନ୍ କ୍ୟାନସର ସୋସାଇଟି ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି।

  • Chandan Shishu
  • 3 years ago

ଓୟୋ ହୋଟେଲ୍‌ରେ ଚାଲିଥିଲା ସେକ୍ସ ରାକେଟ୍‌

ବିଶେଷ ସୂତ୍ରରୁ ଖବର ପାଇ ଭରତପୁର ପୋଲିସ ଏଠାରେ ରେଡ୍ କରିଥିଲା ଚଢାଉ ବେଳେ ଏଠାରୁ ମଦ ବୋତଲ, ଆପତ୍ତି ଜନକ ସାମଗ୍ରୀ ଜବତ କରାଯାଇଛି। ତେବେ ଏହି ରାକେଟର ମୁଖ୍ୟ କୁହାଯାଉଥିବା ହୋଟେଲ ମାଲିକ ଫେରାର ହୋଇଯାଇଛନ୍ତି। More

  • Chandan Shishu
  • 3 years ago

ଭଙ୍ଗା କୁଡ଼ିଆରେ ଭିନ୍ନକ୍ଷମ ଦମ୍ପତି, ଭାଗ୍ୟରେ ଜୁଟିନି ଆବାସ ଯୋଜନାରେ ଘର ଖଣ୍ଡେ

ଭିତରେ ଥରେ ଆଖି ବୁଲାଇ ଆଣିଲେ ଗରିବୀର ସଂଜ୍ଞା କଣ ତାହା ଆପେ ଆପେ ବୁଝି ହେବ। ହେଲେ ଦୁଃଖ ଓ ପରିତାପର ବିଷୟ ଯେ ବାଲେଶ୍ୱର ସହରର ୧୬ ନମ୍ବର ଓ୍ୱାର୍ଡରେ ରହୁଥିବା ସରୋଜ କୁମାର ମହାନ୍ତିଙ୍କ ଭାଗ୍ୟରେ ଆଜିଯାଏଁ ଜୁଟିନି ଆବାସ ଯୋଜନାରେ ଘର ଖଣ୍ଡେ। ଏଥିପାଇଁ ଯେ ସେ ଉଦ୍ୟମ କରି ନାହାନ୍ତି, ତା ନୁହେଁ ବ୍ଲକ୍, ମ୍ୟୁନିସିପାଲିଟିରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଏଁ ଦୌଡ଼ିଛନ୍ତି ହେଲେ ଫଳ ଶୂନ। More

  • Chandan Shishu
  • 3 years ago

ରାତି ଅଧରେ ସୌମ୍ୟଙ୍କ ଘରକୁ ଡିଏଫ୍‌ଓ ଯିବା ମୁଁ ଦେଖିଛି: ଜଗୁଆଳି

ଏଲିଫ୍ୟାଣ୍ଟ ଗାର୍ଡ ଭାବେ ପ୍ରଥମେ ନିଯୁକ୍ତ ହୋଇଥିଲେ ଗଙ୍ଗା। ପରବର୍ତ୍ତୀ ସମୟରେ ଡିଏଫ୍ଓଙ୍କ ଅଫିସ ସମେତ କ୍ୟାମ୍ପସରେ ଅସ୍ଥାୟୀ ରାତ୍ର ଜଗୁଆଳି ବନିଥିଲେ। ଏହି ସମୟରେ ସ୍ୱାମୀ ସୌମ୍ୟଙ୍କ ସହ ପତ୍ନୀ ବିଦ୍ୟାଭାରତୀ ଯେତେବେଳେ ମର୍ଣ୍ଣି ୱାର୍କରେ ଯାଆନ୍ତି, ସେତେବେଳେ ଡିଏଫ୍ଓ ଛାତ ଉପରୁ ଅନାନ୍ତି ବୋଲି ବି କହିଛନ୍ତି ଗଙ୍ଗା। ଏସବୁ ଦେଖିଥିବାରୁ ତାଙ୍କୁ କିଛି ମାସ ତଳେ ଚାକିରିରୁ ବାହାର କରିଦିଆଯାଇଥିବା ନେଇ ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ଗଙ୍ଗା।   More

  • Sarbeswar
  • 3 years ago

ଯାଜପୁରରେ ସ୍ୱାସ୍ଥ୍ୟ ସେବା ଢିଲା: ହାଡ଼ ରୋଗୀଙକୁ ଦେଖୁଛନ୍ତି ମେଡ଼ିସନ୍‌ ଡାକ୍ତର

ବର୍ଷ ବର୍ଷ ଧରି ଚିକିତ୍ସାଳୟରେ ଆବଶ୍ୟକୀୟ ଡାକ୍ତର ପଦବୀ ଖାଲି ପଡିଛି। ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ଡାକ୍ତର ଅଭାବୀ More

  • Chandan Shishu
  • 3 years ago

ସିଇଟିକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା

ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲରେ ସିଇଟି କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। ଏହି ଶିକ୍ଷାଅନୁଷ୍ଠାନରେ ଇଂଜିନିୟରିଂ ଏବଂ ବିଜ୍ଞାନ ଓ କାରିଗରୀ, ବୈଷୟିକ ଜ୍ଞାନ କୌଶଳ, ସ୍ଥପତି ଓ ମ୍ୟାନେଜମେଣ୍ଟ ଏବଂ ଗବେଷଣା କ୍ଷତ୍ରରେ ଅଧିକ ସହାୟକ ହୋଇପାରିବ। ତେବେ ଗୃହରେ ଆଜି ଏହିସବୁ ବିଲ ଉପସ୍ଥାପନ ବେଳେ କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ। More

  • Sarbeswar
  • 3 years ago

ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌: ହେଲେ ପିପିଲି ଆସନ ହାତେଇବ କିଏ?

ପିପିଲି ଉପନିର୍ବାଚନ ପାଇଁ ବାଜିଲା ସାନି ବିଗୁଲ୍। ସେପ୍ଟେମ୍ବର ୩୦ରେ ଭୋଟ୍, ଅକ୍ଟୋବର ୩ରେ ହେବ ଭୋଟ୍‌ ଗଣତି। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ହୋଇଥିବା ଆସନ ଲାଗି ହେବାକୁ ଯାଉଛି ଭୋଟ୍। ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ପାଇଁ ଘୁଞ୍ଚିଥିଲା ତେବେ ପୁଣି ଦ୍ୱିତୀୟ ଥର କୋଭିଡ୍ ଦ୍ୱିତୀୟ ଲହର ସ୍ଥିତି ପାଇଁ ସ୍ଥଗିତ ଥିଲା। More

  • Chandan Shishu
  • 3 years ago

ପର୍ଯ୍ୟଟନ ବିକାଶର ଅର୍ଥ କଣ ବେଳାଭୂମୀରେ ମଦ ଦୋକାନ?

ମାନବ ଅଧତ୍କାର ସୁରକ୍ଷା ମଞ୍ଚ ସଦସ୍ୟ ଅବନୀ ଗୟା କହିଛନ୍ତି ଯେ, ଗୋପାଳପୁର ଓ ସୋନପୁର ବେଳାଭୂମିର ପ୍ରତି ୫୦ ମିଟର ଦୂରରେ ଖୋଲାଖୋଲି ମଦ ଦୋକାନ କରିବାକୁ ଚାହୁଁଛନ୍ତି। ଏହା କେଉଁ ପ୍ରକାରର ଜନମଙ୍ଗଳ କାମ? ଏହା କି ପ୍ରକାର ପର୍ଯ୍ୟଟନର ବିକାଶ? ଗଂଜାମବାସୀ ଏଭଳି ନିଷ୍ପତ୍ତିକୁ ଦୃଢ ବିରୋଧ କରୁଛି। More

  • Sarbeswar
  • 3 years ago

ସାର ପାଇଁ ଲଙ୍କାକାଣ୍ଡ: ପଥର ମାଡ଼ ହେଲା, ଭଙ୍ଗାରୁଜା ବି ହେଲା

ସାର ପାଇଁ ଠେଲା ପେଲା, ପଥର ମାଡ଼, ଭଙ୍ଗା ରୁଜା ହୋଇଛି। ଏପରିକି ଲ୍ୟାମ୍ପ ଗେଟ ଓ ଲ୍ୟାମ୍ପ ଆଜବେଷ୍ଟେଜ ବି ଭଙ୍ଗାରୁଜା ହୋଇଛି । ଏମିତି ଚିତ୍ର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପରେ ଦେଖିବାକୁ ମିଳିଛି। ୟୁରିଆ ସାର ପାଇଁ ହାଉ ଜାଉ ହେଉଛନ୍ତି ଲୋକେ । ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସକୁ ନାକେଦାମ ହେବାକୁ ପଡିଛି More

  • Chandan Shishu
  • 3 years ago

ଇତିହାସ ରଚିଲେ ଓଡ଼ିଆ ପୁଅ, ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଆଣିଲେ ପ୍ରମୋଦ

ଓଡ଼ିଆ ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ ଫାଇନାଲରେ ଆରମ୍ଭରୁ ପ୍ରମୋଦଙ୍କ ପଲ୍ଲା ଭାରି ରହିଥିଲା। ପ୍ରଥମ ସେଟ୍‌ରେ ବ୍ରିଟେନ୍ ଖେଳାଳି ଡାନ୍ ବେଥେଲଙ୍କୁ ହରାଇ ଆଗୁଆ ରହିଥିଲେ ପ୍ରମୋଦ। ପ୍ରମୋଦ ଭଗତ ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି SL -3 ରେ ଫାଇନାଲରେ ପହଞ୍ଚିଥିଲେ। More

  • Rajalaxmi Sahoo
  • 3 years ago

ACF ସୌମ୍ୟଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ୍‌, ଚାଞ୍ଚଲ୍ୟକର ବୟାନ ଦେଲେ ଡିଏଫ୍‌ଙ୍କ ପୂର୍ବତନ ରାତ୍ରୀ ଜଗୁଆଳି

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍‌ ଆସିଛି। DFO ସଂଗ୍ରାମ ବେହେରାଙ୍କ ଅଫିସ୍‌ର ଜଣେ ପୂର୍ବତନ ରାତ୍ରୀ ଜଗୁଆଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।  More

  • Minati Mishra
  • 3 years ago

କରୋନାର ନୂଆ ଭାରିଆଣ୍ଟ ଅଧିକ ଗୁରୁତର କରିପାରେ-ଡିଏମଇଟି

ଏବେ ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା  । ଖୋର୍ଦ୍ଧା ଓ କଟକରେ ଲୋକଙ୍କ ସଂଖ୍ୟା ଅଧିକ।  ତେଣୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି । More

  • Rajalaxmi Sahoo
  • 3 years ago

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟି ପିଟି ମାରିଦେଲେ

ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ। ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। More

  • Minati Mishra
  • 3 years ago

ଚୋରି ସୁନା ବନ୍ଧକ ରଖି ଗିରଫ ହେଲେ ସୁନା ବନ୍ଧକ ସଂସ୍ଥାର ବ୍ରାଞ୍ଚ ମୁଖ୍ୟ

 ଚୋରି ସୁନା ବନ୍ଧକ  ରଖିବା ପଡିଲା ମହାଙ୍ଗା । ବିନା ଯାଞ୍ଚରେ ଚୋରି ସୁନାକୁ ବନ୍ଧକ ରଖି ଚୋରମାନଙ୍କୁ ଟଙ୍କା ଲୋନ ଦେଇ ଗିରଫ ହେଲେ ଘରୋଇ ସୁନା ବନ୍ଧକ ସଂସ୍ଥାର ବ୍ରାଞ୍ଚ ମୁଖ୍ୟ॥ ଏହାସହ ସୁନା ଚୋରି କରିଥିବା ଦୁଇ ଜଣ ଚୋର ବି ଗିରଫ ହୋଇଛନ୍ତି । ଗତ ୨୫ ତାରିଖରେ   ଜଣେ ମହିଳାଙ୍କଠାରୁ ଏହି ଦୁଇ ଲୁଟେରା ସୁନା ଚୋରି କରିନେଇଥିଲେ। ପରେ ଧରାପଡ଼ିବା ଭୟରେ ଚୋରି ସୁନା ଚନ୍ଦ୍ରଶେଖରପୁର ଥାନା  ଅଂଚଳରେ ଥିବା ଏକ ଘରୋଇ ସୁନା ବନ୍ଧକ ସଂସ୍ଥାରେ ରଖିଥିଲେ। ତେବେ ଉକ୍ତ ସଂସ୍ଥା କିଛି ଡକ୍ୟୁମେଣ୍ଟ ଯାଂଚ ନକରି ୨୯ ଗ୍ରାମ୍ ସୁନା ବଦଳରେ ସେମାନଙ୍କୁ ୮୦ ହଜାର ଟଙ୍କା ଲୋନ୍ ଦେଇଥିଲେ। ଏହି ଲୋନ୍ ଟଙ୍କାରେ ଜଣେ ଅଭିଯୁକ୍ତ ମାର୍ବଲ କିଣିଥିବାବେଳେ ଅନ୍ୟ ଜଣେ ଘର କାମରେ ଲଗାଇଥିଲ॥ ତେବେ ମହିଳାଙ୍କ ଅଭିଯୋଗ ଆଧାରରେ ସେମାନଙ୍କୁ ଗିରଫ କରିଛି ଖାରବେଳନଗର ପୋଲିସ।

  • Minati Mishra
  • 3 years ago

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ବିଇଓ, କିରାଣୀ

ଲାଞ୍ଚ ନେବାବେଳେ ଭିଜିିଲାନ୍ସ ଜାଲରେ ପଡ଼ିଲେ ଦୁଇ ସରକାରୀ କର୍ମଚାରୀ। ସେମାନେ ହେଲେ  ସୁନ୍ଦରଗଡ଼ ଜିଲ୍ଲା ହେମଗିରିର ବିଇଓ ସୁରେନ୍ଦ୍ର କୁମାର ସାହୁ ଓ କିରାଣୀ ବିରଞ୍ଚି ଖିଲେଇ।  More

  • Satyendu Shekher Mishra
  • 3 years ago

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଶନିବାର ମଧ୍ୟାହ୍ନରେ କମିଶନ ଏହି ଘୋଷଣା କରିଛନ୍ତି । More

  • Satyendu Shekher Mishra
  • 3 years ago

୩ ଦିନ ହଙ୍ଗାମା ପରେ ସ୍ୱାଭାବିକ ହେଲା ବିଧାନସଭା, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା

ଲଗାତର ୩ ଦିନର ହଙ୍ଗାମା ଓ ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ବିଧାନସଭା ସ୍ଥିତି । ଶାନ୍ତିଶୃଙ୍ଖଳାର ସହ ପ୍ରଶ୍ନକାଳ ଶେଷ ହୋଇଛି ।ନେତାଙ୍କ ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ । More

  • Minati Mishra
  • 3 years ago

ଡକାୟତି ଉଦ୍ୟମ ବେଳେ ୬ ଗିରଫ

ଡକାୟତି ଉଦ୍ୟମ ବେଳେ ୬ଜଣ ଡକାୟତଙ୍କୁ ଗିରଫ କରିଛି ଖୋର୍ଦ୍ଧା ଟାଉନ ଥାନା ପୋଲିସ । ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ମାରଣାସ୍ତ୍ର ସହ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ନେଇ ଖବର ପାଇଥିଲା ପୋଲିସ।  ଟାଉନଥାନା ପୋଲିସ ପହଞ୍ଚି ୫୭ ନମ୍ବର ଜାତୀୟ ରାଜପଥର ତରତୁଆ ସ୍କୁଲ ନିକଟରୁ ୬ଜଣଙ୍କୁ ଗିରଫ କରିଛି  । ହେଲେ ଘଟଣାସ୍ଥଳରୁ ୨ଜଣ ଫେରାର ହୋଇଯାଇଛନ୍ତି । ଅଭିଯୁକ୍ତଙ୍କଠାରୁୁ ଖଣ୍ଡା, ଭୁଜାଲି, ଲୁହାରଡ୍ ଆଦି ଜବତ କରିଛି ପୋଲିସ । ଫେରାର ୨ଜଣଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଖୋର୍ଦ୍ଧା ଟାଉନଥାନା ଅଧିକାରୀ ସୂଚନା ଦେଇଛନ୍ତି। 

  • Minati Mishra
  • 3 years ago

ଦୂତିଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ଅଭିଯୋଗ; ସମ୍ପାଦକଙ୍କ ପରେ ଗିରଫ ହେଲେ ରିପୋର୍ଟର

ଅପମାନଜନକ ଖବର ପ୍ରସାରଣ କରିଥିବା  ଅଭିଯୋଗରେ ଗତକାଲି ୱେବ ଚ୍ୟାନେଲର ସଂପାଦକ ସୁଧାଂଶୁ ରାଉତ ଓ ଆଜି ରିପୋର୍ଟର ସ୍ମୃତିରଂଜନ ବେହେରାଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ  । More

  • Satyendu Shekher Mishra
  • 3 years ago

ସାର ପାଇଁ ହାହାକାର, ସେପଟେ ତିନି ଟ୍ରକ୍‌ ସାର ଜବତ କଲେ କଂଗ୍ରେସ କର୍ମୀ

ସୋନପୁର ବିନିକାରୁ ତିନି ଟ୍ରକ୍ ୟୁରିଆ ସାର ଜବତ । ସନ୍ଧ୍ୟାରେ ବିନିକା ସହରର ନୂଆ ବଜାରରେ ଚୋରା ୟୁରିଆ ସାର ଯାଉଥିବା ସନ୍ଦେହ କରି କଂଗ୍ରେସ କର୍ମୀମାନେ ତିନିଟି ଟ୍ରକକୁ ଅଟକାଇ ଥିଲେ । More

  • Minati Mishra
  • 3 years ago

ସୋନପୁର ବିନିକାରୁ ତିନି ଟ୍ରକ୍ ୟୁରିଆ ସାର ଜବତ

 ସୋନପୁର-ସୋନପୁର ବିନିକାରୁ ତିନି ଟ୍ରକ୍ ୟୁରିଆ ସାର ଜବତ ହୋଇଛି। ବିନିକା ସହରର ନୂଆ ବଜାରରେ ଚୋରା ୟୁରିଆ ସାର ଯାଉଥିବା ସନ୍ଦେହ କରିଛି । କଂଗ୍ରେସ କର୍ମୀମାନେ ତିନିଟି ଟ୍ରକକୁ ଅଟକାଇଥିଲେ । ଏହି ତିନିଟି ଟ୍ରକରେ ୧ ହଜାର ବସ୍ତା ୟୁରିଆ ସାର ସମ୍ବଲପୁରରୁ ବୌଦ୍ଧ ଜିଲ୍ଲାର ବାଉଁଶୁଣିକୁ ଯାଉଥିଲା । ତେବେ ବିନିକା ବ୍ଲକ୍  ଯୁବ କଂଗ୍ରେସ କର୍ମୀ ପ୍ରଦୀପ ସେଠୀ ଓ ଅନ୍ୟମାନେ ଟ୍ରକକୁ ଅଟକ ରଖିଥିଲେ। ରାଜ୍ୟରେ ଚାଷୀଙ୍କ ପାଇଁ ସାର ଅଭାବକୁ ନେଇ ବିଧାନସଭାରେ ହ୍ଲଲାବୋଲ ହେଉଥିବା ବେଳେ ସେପେଟେ ୩ଟି ଟ୍ରକରେ ଏତେ ସାର ଚାଲାଣ ହେବା ଘଟଣା ନଜରକୁ ଆସିଥିଲା ।ତେବେ କଂଗ୍ରେସ କର୍ମୀଙ୍କ ଗାଡ଼ି ଅଟକ ପରେ ସାରବସ୍ତାକୁ ସ୍ଥାନୀୟ ଏକ ଡିଲରଙ୍କୁ ଦିଆଯାଇଥିବା ସୂଚନା ମିଳିଛି।

  • Minati Mishra
  • 3 years ago

ଚାଷୀଙ୍କ କାମରେ ଆସୁନି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଉଠା ଜଳସେଚନ

କୃଷି ଓ କୃଷକର ଉନ୍ନତି ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଉଛି।  ମାତ୍ର ବାସ୍ତବରେ ଏହି ଯୋଜନା କେତେ କାମରେ ଲାଗୁଛି, ତାକୁ ତଦାରଖ କରିବାପାଇଁ ପ୍ରଶାସନିକ ସ୍ତରରେ ଇଚ୍ଛାଶକ୍ତିର ଅଭାବ ରହୁଛି। ଚାଷୀଙ୍କ କ୍ଷେତକୁ ସହଜରେ ପାଣି ଯୋଗାଇଦେବା ପାଇଁ ବସା ଯାଇଥିବା ଉଠାଜଳସେଚନ ପଏଣ୍ଟ ଅକାମୀ ହୋଇ ପଡିଛି। More

  • Minati Mishra
  • 3 years ago

 ବାଲେଶ୍ୱର ଜିଲ୍ଲାରେ ଆଜିଠାରୁ ସେରୋ ସର୍ଭେ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଉଛି ସେରୋ ସର୍ଭେ  । ଏଥିପାଇଁ IMCR ର ୫ ଜଣିଆ ଟିମ୍ ବାଲେଶ୍ୱରରେ ପହଞ୍ଚିଛନ୍ତି । ୧୨ଟି ବ୍ଲକର ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ସାମ୍ପୁଲ ସଂଗ୍ରହ କରାଯିବ ।  ପ୍ରଥମ ପର୍ଯ୍ୟାୟରେ ଭୋଗରାଇ ଓ ବାଲିଆପାଳ ବ୍ଲକରୁ ନମୁନା ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି । ଆସନ୍ତା ୭ ତାରିଖ ଯାଏ ଜିଲ୍ଲାର ବିଭିନ୍ନ ବ୍ଲକରେ ସେରୋ ସର୍ଭେ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଲୋକଙ୍କ ଶରୀରରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି, ତାହା ଏଥିରୁ ଜଣାପଡ଼ିବ।   .

  • Minati Mishra
  • 3 years ago

ତଳି ପୋତିବାର ୮ ଦିନ ପରେ ବାହାରିଲା ଥୋଡ଼, ଚିନ୍ତାରେ ଚାଷୀ

ବାଲେଶ୍ୱର: ପ୍ରଥମେ ନିଅଣ୍ଟିଆ ବର୍ଷା । ଆଉ ଏବେ ତଳି ପୋତିବାର ୮ ଦିନ ପରେ ଥୋଡ଼ ବାହାରିବାରୁ ଚିନ୍ତାରେ ଚାଷୀ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ପାଖ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ॥ ଚାଷୀମାନେ କୃଷକ ସାଥୀଙ୍କଠାରୁ ୧୧ଶହ ୫୩ କିସମର ବିହନ କିଣି ତଳି ପକାଇଥିଲେ l ତଳି ପକାଇବାର ଠିକ ୨୨ ଦିନ ପରେ ତଳି ପୋତିଥିଲେ l ହେଲେ ତଳି ପୋତିବାର ମାତ୍ର ୭/୮ ଦିନ ପରେ ଥୋଡ଼ ବାହାରିବା ଦେଖି ବଢିଛି ଚିନ୍ତା। କିଛି ଚାଷୀ ଥୋଡ଼ ହେବା ଦେଖି ତଳିକୁ ଓପାଡ଼ି ଦେଇଛନ୍ତି l ଏହି ଅଞ୍ଚଳରେ ପାଖାପାଖି  ୩୦ ହେକ୍ଟରରୁ ଅଧିକ ଚାଷ ଜମିରେ ଚାଷୀ ବିହନ ପୋତିଥିବା ବେଳେ ଏନେଇ ଅଭିଯୋଗ ପରେ କୃଷି ଅଧିକାରୀ ଜମି ପରିଦର୍ଶନ କରିଥିଲେ l ଘଟଣା ନେଇ ବ୍ଲକ କୃଷି ଅଧିକାରୀ କହିଛନ୍ତି,ଟିମ ସହିତ କୃଷି ବିଶେଷଜ୍ଞ ଜମି ପରିଦର୍ଶନ କରି ପଦକ୍ଷେପ ନେବେ।ଅନ୍ୟପଟେ ଚାଷୀମାନେ ତୁରନ୍ତ  କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି l  

  • Minati Mishra
  • 3 years ago

‘ମୋ ବସ୍‌’ର ଦୁଇଟି ଡ଼ିପୋ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବସ୍‌ର ଦୁଇଟି ଡ଼ିପୋ ଉଦଘାଟନ କରିଛନ୍ତି। ପଟିଆରେ ନିର୍ମାଣ କରାଯାଇଥିବା ଡିପୋରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିଥିବାବେଳେ ଭଗବାନପୁରର ଡିପୋକୁ ଅନଲାଇନ୍ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ।ଏହି ଡିପୋରେ ରହିଛି ବସ୍ ଓ୍ୱର୍କସପ, ୧୨୦ଟି ବସ୍ ପାର୍କିଂ ବ୍ୟବସ୍ଥା, ପେଟ୍ରୋଲ୍ ପମ୍ପ୍, ଉନ୍ନତ ସର୍ଭିସିଙ୍ଗ୍ ସେଣ୍ଟର୍ ବ୍ୟବସ୍ଥା। ପଟିଆରେ ଡିପୋ ଆୟତନ 18,935 ବର୍ଗ ମିଟର୍ ହୋଇଥିବାବେଳେ ଭଗବାନପୁର ଡିପୋର ଆୟତନ 22 ହଜାର 411 ବର୍ଗ ମିଟର ।  ଏହି ଡପୋଯେ ଗୋଟିଏ ସ୍ଥାନରେ ବସ୍ ପାର୍କିଂଠାରୁ ବସର ମରାମତି ପର୍ଯ୍ୟନ୍ତ ସବୁ ପ୍ରକାରର ସମାଧାନ କରାଯାଇପାରିବ।

  • Minati Mishra
  • 3 years ago

ଓଟିଡିସି ପକ୍ଷରୁ ରେଷ୍ଟୁରାଣ୍ଟ ନିମନ୍ତ୍ରଣ

 ଓଡିଆ ପାରମ୍ପରିକ ଖାଦ୍ୟର ଲୋକପ୍ରିୟତା ବଢାଇବା ପାଇଁ ଓଟିଡିସି ପକ୍ଷରୁ ରେଷ୍ଟୁରାଣ୍ଟ ନିମନ୍ତ୍ରଣ ଆରମ୍ଭ ହୋଇଛି।   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଉଦଘାଟିତ  ହୋଇଥିବା ଏହି ରେଷ୍ଟୁରାଣ୍ଟରେ ପର୍ଯ୍ୟଟକମାନଙ୍କୁ ପାରମ୍ପରିକ ଖାଦ୍ୟ ପରଷାଯିବ । ଗତକାଲି ପ୍ରତିଷ୍ଠା ଦିବସ ଅବସରରେ ଓଟିଡିସି ପକ୍ଷରୁ ୧୧୩ କିଲୋଓଜନର ଓଡିଆ ପୋଡ ପିଠା ପ୍ରସ୍ତୁତ କରାଯାଇଥିଲା । ଏହି ରେଷ୍ଟୁରାଣ୍ଟ ପର୍ଯ୍ୟଟକଙ୍କୁ ସୁସ୍ୱାଦୁ ପାରମ୍ପରିକ ଖାଦ୍ୟ ପରସିବା ସହ ଓଡ଼ିଆ ଖାଦ୍ୟର ଲୋକପ୍ରିୟତାକୁ ବଢାଇବ । ଖୁବଶୀଘ୍ର ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଓ ସମ୍ବଲପୁରର ରାନୀବଖ୍ରୀ ଠାରେ ଏପରି ଦୁଇଟି ରେଷ୍ଟୁରାଣ୍ଟ ସ୍ଥାପନ କରାଯିବ   

  • Minati Mishra
  • 3 years ago

ଦିନ ଦ୍ୱିପହରରେ ଲୁଟ ହେଉଛି ମୂଲ୍ୟବାନ ଖଣିଜ ପଥର

ମାଲକାନଗିରି ମୋଟୁ ତହସିଲ୍‌ର କୁନନପାଲୀ ଗାଁ ନିକଟରେ ମୋରମ ଖାଦାନ ଭିତରେ ଥିବା ଧଳା କ୍ୱାର୍ଟଜ ପଥର ଉପରେ ଲୋଲୁପ ଦୃଷ୍ଟି ପଡିଛି ତେଲେଙ୍ଗାନା ମାଫିଆଙ୍କର । ଆଦିବାସୀ ଲୋକଙ୍କୁ ଅଳ୍ପ କିଛି ପ୍ରଲୋଭନ ଦେଖାଇ ମାଫିଆ ମୂଲ୍ୟବାନ ପଥରକୁ ଭାଙ୍ଗିବା ସହ ଟ୍ରକ ଯୋଗେ ବୋହି ନେଉଛନ୍ତି।  More

  • Minati Mishra
  • 3 years ago

ଦିନକରେ ୬୮୧ କରୋନା ଆକ୍ରାନ୍ତ ଚିହ୍ନଟ, ଏଥିରୁ ୧୧୮ ଆକ୍ରାନ୍ତ ପିଲା

ଗତକାଲି ତୁଳନାରେ ଆଜି ରାଜ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୮ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟରୁ ଜଣାଯାଇଛି । More

  • Rajalaxmi Sahoo
  • 3 years ago

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ଏହି ୨ ଦିନ ପ୍ରବଳ ବର୍ଷା ହୋଇପାରେ

ଆସନ୍ତା ୬ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୬ ତାରିଖରେ ଲଘୁଚାପ ସୃଷ୍ଟି ହେଲେ ୬ ଓ ୭ ଏହି ୨ ଦିନ ପ୍ରବଳ ବର୍ଷା ହୋଇପାରେ।  More

  • Minati Mishra
  • 3 years ago

କରୋନା ସହ ଲଢେଇ କରି ଶେଷରେ ହାରିଗଲେ ଅଭିଷେକ ମହାପାତ୍ର

କରୋନା ସହ ଲଢେଇ କରି ଶେଷରେ ହାରିଲେ ଅଭିଷେକ ମହାପାତ୍ର।   ଇକ୍‌ମୋ  ଚିକିତ୍ସାଧୀନ ଥିବା  ଅଭିଷେକ ମହାପାତ୍ରଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଲେ ଅଭିଷେକଙ୍କ ମାମୁ ପୁଅ ଭାଇ ରୋଶନ ମହାନ୍ତି। କରୋନା ଆକ୍ରାନ୍ତ ହେବା ପରେ  ମାସାଧିକ କାଳ କୋଲକାତାରେ ଚିକିତ୍ସାଧୀନ ଥିଲେ ଅଭିଷେକ। More

  • Satyendu Shekher Mishra
  • 3 years ago

ସକାଳୁ ସଞ୍ଜ ଯାଏଁ ଟିକାକରଣ କେନ୍ଦ୍ରରେ ଧାଡ଼ି ବାନ୍ଧି ଠିଆ ହେଉଛନ୍ତି, ତଥାପି ନିରାଶ

ଗୋଟିଏ ପଟେ ସରକାର ଦ୍ରୁତ ଗତିରେ ଟିକାକରଣ ଚାଲିଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ କଥା କହୁଛି । ଏବେ ବି ରାଜ୍ୟର ଅନେକ ଟିକା କରଣ କେନ୍ଦ୍ରରେ ଲୋକେ ସକାଳୁ ସଞ୍ଜ ଯାଏଁ ଧାଡ଼ି ବନ୍ଦି ଟିକା ନେବାକୁ ଅପେକ୍ଷା କରି ରହୁଛନ୍ତି । More

  • Satyendu Shekher Mishra
  • 3 years ago

ମରୁଡ଼ିର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡ ଜିରୋରେ BJP

ରାଜ୍ୟରେ ବର୍ଷା ଅଭାବ । ଜମି ଫାଟି ଆଁ କଲାଣି । ଚାଷୀ ମୁଣ୍ଡରେ ହାତ ଦେଲେଣି । ମରୁଡ଼ି ଭୟରେ ଚାଷୀଙ୍କ ଆଖିରୁ ଲୁହ ଶୁଖୁନି । ସେପଟେ ଏମିତି ବି ଖବର ରହିଛି ଚାଷୀ ଚାଷରେ କ୍ଷତି ଯୋଗୁଁ ଜୀବନ ହାରିଲେଣି । More

  • Satyendu Shekher Mishra
  • 3 years ago

ବସ୍ ଡ୍ରାଇଭରଙ୍କ ମାନବିକତା, ଦୁର୍ଘଟଣାସ୍ଥଳରୁ ଚମ୍ପଟ ନମାରି ରକ୍ଷା କଲେ ଯାତ୍ରୀଙ୍କ ଜୀବନ

ବସ୍ ଡ୍ରାଇଭରଙ୍କ ମାନବିକତା । ସାଧାରଣତଃ ବସ୍‌ ଦୁର୍ଘଟଣା ହେବା ମାତ୍ରେ, ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥାଏ । କାରଣ ତା ମନରେ ଭୟ ଥାଏ, ଦୁର୍ଘଟଣା ଯୋଗୁଁ ବସ୍ ଯାତ୍ରୀ ହୁଅନ୍ତୁ କିମ୍ବା ସ୍ଥାନୀୟ ଲୋକ, ପ୍ରଥମେ ଚାଳକକୁ ହିଁ ଦୋଷ ଦେଇଥାନ୍ତି । More

  • Satyendu Shekher Mishra
  • 3 years ago

ରାଜ୍ୟରେ ଶ୍ରମିକ ଅଭାବ, ବନ୍ଦ ହୋଇଗଲା ୭ଟି ଶିଳ୍ପ ସଂସ୍ଥା

ଶ୍ରମିକ ଅଭାବ ଯୋଗୁଁ ବନ୍ଦ ହୋଇଛି ରାଜ୍ୟର ୭ଟି ଶିଳ୍ପ ସଂସ୍ଥା । ଏନେଇ ଆଜି ବିଧାନସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍‌ ଦିବ୍ୟଶଙ୍କର ମିଶ୍ର । ରାଜ୍ୟର ବୃହତ ଶିଳ୍ପରେ ଶ୍ରମିକ ସମସ୍ୟା ଥିବାରୁ ଉତ୍ପାଦନ ବନ୍ଦ କରାଯାଇଥିବା ସେ କହିଛନ୍ତି ା  More

  • Satyendu Shekher Mishra
  • 3 years ago

ଥମିନି ଦ୍ୱିତୀୟ ଲହର, ଟଳିନି ମହାମାରୀ ଡର ! ପାଖେଇ ଆସୁଛି ପାର୍ବଣ, ଭିଡ଼ କରିବାକୁ ବାରଣ

ଥମିନି ଦ୍ୱିତୀୟ ଲହର, ଟଳିନି ମହାମାରୀ ଡର । ପାଖେଇ ଆସୁଛି ପାର୍ବଣ, ଭିଡ଼ କରିବାକୁ ବାରଣ ।  ଆଗକୁ ଆସୁଛି ଗଣେଶ ପୂଜା, ଦଶହରା ଏବଂ ଦୀପାବଳି ଭଳି ପର୍ବ । ତେଣୁ ପୂଜା ଋତୁରେ କରୋନାର ଦୃତ ସଂକ୍ରମଣ ରୋକିବାକୁ ଦେଶବାସୀଙ୍କୁ ଆଗୁଆ ସତର୍କ କରାଇଛି କେନ୍ଦ୍ର ସରକାର । More

  • Satyendu Shekher Mishra
  • 3 years ago

ନିଅଣ୍ଟିଆ ବର୍ଷା ଦାଉରେ ମାଟି ଫାଟି ଆଁ, ଚାଷୀର ଭାତହାଣ୍ଡି ଶୁଖିଲା ପଡ଼ିଛି

ନିଅଣ୍ଟିଆ ବର୍ଷା ଦାଉରେ ମାଟି ଫାଟି ଆଁ । ଚାଷୀର ଭାତହାଣ୍ଡି ଆଜି ଶୁଖିଲା ପଡ଼ିଛି । କେଉଁଠି ଧାନଗଛ ହଳଦିଆ ପଡ଼ିଗଲାଣି ତ ଆଉ କେଉଁଠି ଗୋରୁ ଚରିଲେଣି ଧାନ କ୍ଷେତରେ । ଆସନ୍ନ ମରୁଡ଼ିର ଚିତ୍ର ବୟାନ କରୁଛି ବଲାଙ୍ଗିର ଜିଲ୍ଲାର ଅନେକ ଚାଷ ଜମି । More