ପ୍ରାୟ ୩ ମାସ ଧରି ଇକ୍ମୋ ଚିକିତ୍ସା ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରି ଯାଇଥିବା ଅଭିଷେକ ମହାପାତ୍ରଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହେବ। ଗାଁରେ ଅଭିଷେକଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ବିଶେଷ ସୂତ୍ରରୁ ଖବର ପାଇ ଭରତପୁର ପୋଲିସ ଏଠାରେ ରେଡ୍ କରିଥିଲା ଚଢାଉ ବେଳେ ଏଠାରୁ ମଦ ବୋତଲ, ଆପତ୍ତି ଜନକ ସାମଗ୍ରୀ ଜବତ କରାଯାଇଛି। ତେବେ ଏହି ରାକେଟର ମୁଖ୍ୟ କୁହାଯାଉଥିବା ହୋଟେଲ ମାଲିକ ଫେରାର ହୋଇଯାଇଛନ୍ତି।
ଭିତରେ ଥରେ ଆଖି ବୁଲାଇ ଆଣିଲେ ଗରିବୀର ସଂଜ୍ଞା କଣ ତାହା ଆପେ ଆପେ ବୁଝି ହେବ। ହେଲେ ଦୁଃଖ ଓ ପରିତାପର ବିଷୟ ଯେ ବାଲେଶ୍ୱର ସହରର ୧୬ ନମ୍ବର ଓ୍ୱାର୍ଡରେ ରହୁଥିବା ସରୋଜ କୁମାର ମହାନ୍ତିଙ୍କ ଭାଗ୍ୟରେ ଆଜିଯାଏଁ ଜୁଟିନି ଆବାସ ଯୋଜନାରେ ଘର ଖଣ୍ଡେ। ଏଥିପାଇଁ ଯେ ସେ ଉଦ୍ୟମ କରି ନାହାନ୍ତି, ତା ନୁହେଁ ବ୍ଲକ୍, ମ୍ୟୁନିସିପାଲିଟିରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଏଁ ଦୌଡ଼ିଛନ୍ତି ହେଲେ ଫଳ ଶୂନ।
ଏଲିଫ୍ୟାଣ୍ଟ ଗାର୍ଡ ଭାବେ ପ୍ରଥମେ ନିଯୁକ୍ତ ହୋଇଥିଲେ ଗଙ୍ଗା। ପରବର୍ତ୍ତୀ ସମୟରେ ଡିଏଫ୍ଓଙ୍କ ଅଫିସ ସମେତ କ୍ୟାମ୍ପସରେ ଅସ୍ଥାୟୀ ରାତ୍ର ଜଗୁଆଳି ବନିଥିଲେ। ଏହି ସମୟରେ ସ୍ୱାମୀ ସୌମ୍ୟଙ୍କ ସହ ପତ୍ନୀ ବିଦ୍ୟାଭାରତୀ ଯେତେବେଳେ ମର୍ଣ୍ଣି ୱାର୍କରେ ଯାଆନ୍ତି, ସେତେବେଳେ ଡିଏଫ୍ଓ ଛାତ ଉପରୁ ଅନାନ୍ତି ବୋଲି ବି କହିଛନ୍ତି ଗଙ୍ଗା। ଏସବୁ ଦେଖିଥିବାରୁ ତାଙ୍କୁ କିଛି ମାସ ତଳେ ଚାକିରିରୁ ବାହାର କରିଦିଆଯାଇଥିବା ନେଇ ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ଗଙ୍ଗା।
ବର୍ଷ ବର୍ଷ ଧରି ଚିକିତ୍ସାଳୟରେ ଆବଶ୍ୟକୀୟ ଡାକ୍ତର ପଦବୀ ଖାଲି ପଡିଛି। ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ଡାକ୍ତର ଅଭାବୀ
ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲରେ ସିଇଟି କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। ଏହି ଶିକ୍ଷାଅନୁଷ୍ଠାନରେ ଇଂଜିନିୟରିଂ ଏବଂ ବିଜ୍ଞାନ ଓ କାରିଗରୀ, ବୈଷୟିକ ଜ୍ଞାନ କୌଶଳ, ସ୍ଥପତି ଓ ମ୍ୟାନେଜମେଣ୍ଟ ଏବଂ ଗବେଷଣା କ୍ଷତ୍ରରେ ଅଧିକ ସହାୟକ ହୋଇପାରିବ। ତେବେ ଗୃହରେ ଆଜି ଏହିସବୁ ବିଲ ଉପସ୍ଥାପନ ବେଳେ କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ।
ପିପିଲି ଉପନିର୍ବାଚନ ପାଇଁ ବାଜିଲା ସାନି ବିଗୁଲ୍। ସେପ୍ଟେମ୍ବର ୩୦ରେ ଭୋଟ୍, ଅକ୍ଟୋବର ୩ରେ ହେବ ଭୋଟ୍ ଗଣତି। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ହୋଇଥିବା ଆସନ ଲାଗି ହେବାକୁ ଯାଉଛି ଭୋଟ୍। ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ପାଇଁ ଘୁଞ୍ଚିଥିଲା ତେବେ ପୁଣି ଦ୍ୱିତୀୟ ଥର କୋଭିଡ୍ ଦ୍ୱିତୀୟ ଲହର ସ୍ଥିତି ପାଇଁ ସ୍ଥଗିତ ଥିଲା।
ମାନବ ଅଧତ୍କାର ସୁରକ୍ଷା ମଞ୍ଚ ସଦସ୍ୟ ଅବନୀ ଗୟା କହିଛନ୍ତି ଯେ, ଗୋପାଳପୁର ଓ ସୋନପୁର ବେଳାଭୂମିର ପ୍ରତି ୫୦ ମିଟର ଦୂରରେ ଖୋଲାଖୋଲି ମଦ ଦୋକାନ କରିବାକୁ ଚାହୁଁଛନ୍ତି। ଏହା କେଉଁ ପ୍ରକାରର ଜନମଙ୍ଗଳ କାମ? ଏହା କି ପ୍ରକାର ପର୍ଯ୍ୟଟନର ବିକାଶ? ଗଂଜାମବାସୀ ଏଭଳି ନିଷ୍ପତ୍ତିକୁ ଦୃଢ ବିରୋଧ କରୁଛି।
ସାର ପାଇଁ ଠେଲା ପେଲା, ପଥର ମାଡ଼, ଭଙ୍ଗା ରୁଜା ହୋଇଛି। ଏପରିକି ଲ୍ୟାମ୍ପ ଗେଟ ଓ ଲ୍ୟାମ୍ପ ଆଜବେଷ୍ଟେଜ ବି ଭଙ୍ଗାରୁଜା ହୋଇଛି । ଏମିତି ଚିତ୍ର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପରେ ଦେଖିବାକୁ ମିଳିଛି। ୟୁରିଆ ସାର ପାଇଁ ହାଉ ଜାଉ ହେଉଛନ୍ତି ଲୋକେ । ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସକୁ ନାକେଦାମ ହେବାକୁ ପଡିଛି
ଲେମନ ଟି ଅର୍ଥାତ ଲେମ୍ବୁ ଚା ସବୁ ଭାରତୀୟ ମାନଙ୍କର ଗୋଟିଏ ପ୍ରିୟ ପାନୀୟ । ଲେମନ ଟିରେ ଅଣ୍ଟିବ୍ୟାକ୍ଟେରିଆଲ ପ୍ରପର୍ଟିଜ ରହିଛି l ଯାହା ଆମକୁ ସଂକ୍ରମଣ ଠାରୁ ରକ୍ଷା କରିଥାଏ । ଲେମ୍ବୁ ଚା କୁ ସେବନ କରିବା ଦ୍ୱାରା ଗଳାର ଯନ୍ତ୍ରଣା ଦୂର ହୋଇଥାଏ ।
ଓଡ଼ିଆ ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ ଫାଇନାଲରେ ଆରମ୍ଭରୁ ପ୍ରମୋଦଙ୍କ ପଲ୍ଲା ଭାରି ରହିଥିଲା। ପ୍ରଥମ ସେଟ୍ରେ ବ୍ରିଟେନ୍ ଖେଳାଳି ଡାନ୍ ବେଥେଲଙ୍କୁ ହରାଇ ଆଗୁଆ ରହିଥିଲେ ପ୍ରମୋଦ। ପ୍ରମୋଦ ଭଗତ ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି SL -3 ରେ ଫାଇନାଲରେ ପହଞ୍ଚିଥିଲେ।
ଚିକେନରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଆପଣମାନଙ୍କୁ ଚିକେନର ଏକ ସ୍ନାକ୍ସ ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନା ହେଉଛି ‘ଚିକେନ କଟଲେଟ୍’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍ ଆସିଛି। DFO ସଂଗ୍ରାମ ବେହେରାଙ୍କ ଅଫିସ୍ର ଜଣେ ପୂର୍ବତନ ରାତ୍ରୀ ଜଗୁଆଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।
ଏବେ ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧା ଓ କଟକରେ ଲୋକଙ୍କ ସଂଖ୍ୟା ଅଧିକ। ତେଣୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି ।
ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ। ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।
ଲାଞ୍ଚ ନେବାବେଳେ ଭିଜିିଲାନ୍ସ ଜାଲରେ ପଡ଼ିଲେ ଦୁଇ ସରକାରୀ କର୍ମଚାରୀ। ସେମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିରିର ବିଇଓ ସୁରେନ୍ଦ୍ର କୁମାର ସାହୁ ଓ କିରାଣୀ ବିରଞ୍ଚି ଖିଲେଇ।
ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଶନିବାର ମଧ୍ୟାହ୍ନରେ କମିଶନ ଏହି ଘୋଷଣା କରିଛନ୍ତି ।
ଲଗାତର ୩ ଦିନର ହଙ୍ଗାମା ଓ ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ବିଧାନସଭା ସ୍ଥିତି । ଶାନ୍ତିଶୃଙ୍ଖଳାର ସହ ପ୍ରଶ୍ନକାଳ ଶେଷ ହୋଇଛି ।ନେତାଙ୍କ ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ।
ଅପମାନଜନକ ଖବର ପ୍ରସାରଣ କରିଥିବା ଅଭିଯୋଗରେ ଗତକାଲି ୱେବ ଚ୍ୟାନେଲର ସଂପାଦକ ସୁଧାଂଶୁ ରାଉତ ଓ ଆଜି ରିପୋର୍ଟର ସ୍ମୃତିରଂଜନ ବେହେରାଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ ।
ସୋନପୁର ବିନିକାରୁ ତିନି ଟ୍ରକ୍ ୟୁରିଆ ସାର ଜବତ । ସନ୍ଧ୍ୟାରେ ବିନିକା ସହରର ନୂଆ ବଜାରରେ ଚୋରା ୟୁରିଆ ସାର ଯାଉଥିବା ସନ୍ଦେହ କରି କଂଗ୍ରେସ କର୍ମୀମାନେ ତିନିଟି ଟ୍ରକକୁ ଅଟକାଇ ଥିଲେ ।
ଗଣେଶ ଚତୁର୍ଥୀ ଦିନ ଲୋକମାନେ ନିଜ ଘରେ ଗଣପତିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରନ୍ତି । ୧୦ ଦିନ ପାଇଁ ଘରେ ବିରାଜମାନ କରନ୍ତି ପ୍ରଭୁ ଶ୍ରୀଗଣେଷ । ଏହାସହ ଅନନ୍ତ ଚତୁର୍ଦଶୀ ପାଇଁ ଗଣପତିଙ୍କୁ ବିଦାୟ ଦିଆଯାଏ । ବିଶେଷ ଭାବରେ ମହାରାଷ୍ଟ୍ରରେ ଅତି ଧୁମଧାମରେ ପାଳନ ହୁଏ ଗଣେଷ ପୂଜା । ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଗଣପତି ବାପ୍ପାଙ୍କ ଦର୍ଶନ ପାଇଁ ମହାରାଷ୍ଟ୍ରକୁ ଧାଇଁ ଆସନ୍ତି
କୃଷି ଓ କୃଷକର ଉନ୍ନତି ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଉଛି। ମାତ୍ର ବାସ୍ତବରେ ଏହି ଯୋଜନା କେତେ କାମରେ ଲାଗୁଛି, ତାକୁ ତଦାରଖ କରିବାପାଇଁ ପ୍ରଶାସନିକ ସ୍ତରରେ ଇଚ୍ଛାଶକ୍ତିର ଅଭାବ ରହୁଛି। ଚାଷୀଙ୍କ କ୍ଷେତକୁ ସହଜରେ ପାଣି ଯୋଗାଇଦେବା ପାଇଁ ବସା ଯାଇଥିବା ଉଠାଜଳସେଚନ ପଏଣ୍ଟ ଅକାମୀ ହୋଇ ପଡିଛି।
ମାଲକାନଗିରି ମୋଟୁ ତହସିଲ୍ର କୁନନପାଲୀ ଗାଁ ନିକଟରେ ମୋରମ ଖାଦାନ ଭିତରେ ଥିବା ଧଳା କ୍ୱାର୍ଟଜ ପଥର ଉପରେ ଲୋଲୁପ ଦୃଷ୍ଟି ପଡିଛି ତେଲେଙ୍ଗାନା ମାଫିଆଙ୍କର । ଆଦିବାସୀ ଲୋକଙ୍କୁ ଅଳ୍ପ କିଛି ପ୍ରଲୋଭନ ଦେଖାଇ ମାଫିଆ ମୂଲ୍ୟବାନ ପଥରକୁ ଭାଙ୍ଗିବା ସହ ଟ୍ରକ ଯୋଗେ ବୋହି ନେଉଛନ୍ତି।
ଗତକାଲି ତୁଳନାରେ ଆଜି ରାଜ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୮ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟରୁ ଜଣାଯାଇଛି ।