• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭୁଶୁଡ଼ିଲା ତଥାକଥିତ ଗୁରୁଜୀ ମାନସ ଦାସଙ୍କ ଆତଙ୍କରାଜର ସାମ୍ରାଜ୍ୟ ।

  • ମାନବବାଦ ସଂଗଠନର ମୁଖ୍ୟ ଓ ତାଙ୍କ ପୁଅ ଏବେ ଖୋର୍ଦ୍ଧା ଜେଲ୍‌ରେ ।

  • ଉଭୟଙ୍କୁ ରିମାଣ୍ଡରେ ନେଇପାରେ ଖୋର୍ଦ୍ଧା ପୋଲିସ । 

ଭୁବନେଶ୍ୱର: ଭୁଶୁଡ଼ିଲା ତଥାକଥିତ ଗୁରୁଜୀ ମାନସ ଦାସଙ୍କ ଆତଙ୍କରାଜର ସାମ୍ରାଜ୍ୟ । ମାନବବାଦ ସଂଗଠନର ମୁଖ୍ୟ ଓ ତାଙ୍କ ପୁଅ ଏବେ ଖୋର୍ଦ୍ଧା ଜେଲ୍‌ରେ । ସେମାନେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଉଭୟଙ୍କୁ ରିମାଣ୍ଡରେ ନେଇପାରେ ଖୋର୍ଦ୍ଧା ପୋଲିସ । ରିମାଣ୍ଡରେ ନେଇ ହତ୍ୟା ଓ ବିଭିନ୍ନ ନିର୍ଯାତନା ଅଭିଯୋଗ ନେଇ ଅଧିକ ପଚରାଉଚରା କରିବାକୁ ଖୋର୍ଦ୍ଧା ପୋଲିସ ଯୋଜନା କରୁଥିବା ଜଣାପଡ଼ିଛି । ତେବେ ଏଯାଏ କୋର୍ଟରେ ରିମାଣ୍ଡ ଆବେଦନ ହୋଇନାହିଁ ।

ଆଦିବାସୀ ଯୁବକ ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଅଗଷ୍ଟ ୩ରେ ଅଭିମାନପୁରର ବସନ୍ତ ନାଏକଙ୍କ ଏତଲା ଆଧାରରେ ପୋଲିସ ମାନସ ଦାସ ଓ ତାଙ୍କ ପୁଅଙ୍କୁ ଗିରଫ କରିଛି । ଏହି ମାମଲାରେ ଆଗରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା ।  ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ରିମାଣ୍ଡରେ ଆଣି ଜେରା କରାଯାଇଥିଲା । ଜେରା ବେଳେ ଘଟଣା ସହ ମାନସଙ୍କ ସଂପୃକ୍ତି ପ୍ରମାଣ ମିଳିବା ପରେ ମାନସ ଗିରଫ ହୋଇଥିବା କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି । ହତ୍ୟାକାଣ୍ଡ ସ୍ଥଳରେ ମାନସ ନଥିଲେ ବି ପରୋକ୍ଷରେ ଅପରାଧ ଘଟାଇଥିଲେ ।

ସେପଟେ ମାନସଙ୍କ ନାଁରେ ଅପହରଣ, ହତ୍ୟା, ପୋଡ଼ି ପ୍ରମାଣ ନଷ୍ଟ ଭଳି ଅଭିଯୋଗରେ ପୋଲିସ ସଙ୍ଗୀନ ଦଫା ଲଗାଇଛି । ମାନସଙ୍କ ନାଁରେ ୩୦୨, ୩୬୩, ୩୬୪, ୨୦୧, ୧୨୦ବି, ୩୪ IPC ଦଫା ଲାଗିଛି । ତାଙ୍କ ନାଁରେ ଆଉ ଯାହା ଅଭିଯୋଗ ଅଛି, ତାର ତଦନ୍ତ ଚାଲିଥିବା IG କହିଛନ୍ତି । ସେପଟେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ପୁଅ ମନୋରଂଜନ ଦାସଙ୍କୁ କଡ଼ବ ଗାଁର ବାପା, ପୁଅଙ୍କୁ ମାଡ଼ ମାମଲାରେ ଗିରଫ କରାଯାଇଛି । ମନୋରଞ୍ଜନଙ୍କ ବିରୋଧରେ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା ।

ଗତକାଲି ଗିରଫ ହେବା ପରେ ତଥାକଥିତ ଗୁରୁଜୀ ମାନସ ଦାସ ଜେଲର ଚାରି କାନ୍ଥ ଭିତରେ ରାତି କାଟିଛନ୍ତି । ଯିଏ ଦିନେ ରାସ୍ତାରେ ଚାଲୁଥିବା ବେଳେ ଫୁଲର ବର୍ଷା ହେଉଥିଲା, ଆଗ ପଛରେ ବଡିଗାର୍ଡ ରହୁଥିଲେ, ଲୋକେ ନତମସ୍ତକ ହୋଇ ଯାହାଙ୍କ ପାଦସ୍ପର୍ଶ କରୁଥିଲେ । ଦିନ କେଇଟାରେ ସେସବୁ କୁଆଡ଼େ ଉଭେଇଗଲା । ପାପ କର୍ମ କରି ଯେଉଁ ସାମ୍ରାଜ୍ୟର ଆଧିପତ୍ୟ ବିସ୍ତାର କରିଥିଲେ, ତାହା ଧ୍ୱଂସ ହୋଇଗଲା ।