Advertisment

କଲେଜ କ୍ୟାମ୍ପସ୍‌ରେ ରାଜନୀତିର ବାସ୍ନା, ହେଲ୍‌ପ୍‌ ଡେସ୍କ ଖୋଲି ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରୁଛନ୍ତି ଛାତ୍ର ସଂଗଠନ

ଆସନ୍ତା ୬ ତାରିଖରୁ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଆଗକୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇପାରନ୍ତି। ତେବେ ପୂର୍ଣ୍ଣ ମାତ୍ରାରେ କ୍ୟାମ୍ପସ ଖୋଲିବା ପୂର୍ବରୁ ରାଜନୈତିକ ଉଷ୍ମତା ଆସ୍ତେ ଆସ୍ତେ ବଢିବାକୁ ଲାଗିଲାଣି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ABVP Help Desk

ABVP Help Desk

ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଆଗକୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇପାରନ୍ତି। ତେବେ ପୂର୍ଣ୍ଣ ମାତ୍ରାରେ କ୍ୟାମ୍ପସ ଖୋଲିବା ପୂର୍ବରୁ ରାଜନୈତିକ ଉଷ୍ମତା ଆସ୍ତେ ଆସ୍ତେ ବଢିବାକୁ ଲାଗିଲାଣି। ଏକକ ପିଜି ପ୍ରବେଶିକା ପରୀକ୍ଷା ଚାଲିଥିବାବେଳେ ଶିକ୍ଷାନୁଷ୍ଠାନରେ ଛାତ୍ର ସଂଗଠନ ଗୁଡିକ ହେଲ୍‌ପ୍‌ ଡେସ୍କ ଖୋଲି ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। 

Advertisment
ABVP Help DeskABVP Help Desk

କୋଭିଡ କଟକଣା ମଧ୍ୟରେ ଚାଲିଛି କମନ୍ ପିଜି ପ୍ରବେଶିକା ପରୀକ୍ଷା। ଉଚ୍ଚ ଶିକ୍ଷା ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଏଣ୍ଟ୍ରାନସ୍ ଦେବାକୁ ଛାତ୍ରଛାତ୍ରୀ ଆସୁଛନ୍ତି। ଆଉ କ୍ୟାମ୍ପସ୍‌ରେ ପ୍ରବେଶ କରୁ କରୁ ସେମାନଙ୍କୁ ସହାୟତାର ହାତ ବଢ଼ାଉଛନ୍ତି ବିଭିନ୍ନ ଛାତ୍ର ସଂଗଠନର କର୍ମୀ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବିଜୁ ଛାତ୍ର ଜନତା ଦଳ ଓ ଛାତ୍ର କଂଗ୍ରେସ ପକ୍ଷରୁ ହେଲ୍‌ପ୍‌ ଡେସ୍କ ସହ ବ୍ୟାନର୍‌ ପୋଷ୍ଟର ଜରିଆରେ ସହାୟତା ନମ୍ବର ବି ଦିଆଯାଇଛି। କ୍ୟାମ୍ପସ୍‌ର କେଉଁ ଡିପାର୍ଟମେଣ୍ଟକୁ ଯିବେ, କେଉଁ ରାସ୍ତାରେ ଯିବେ ତାହା ବତାଉଛନ୍ତି ସଂଗଠନର କର୍ମୀ। ଏପରିକି ଆବଶ୍ୟକ ହେଲେ ଏଣ୍ଟ୍ରାନ୍ସ ହଲ୍ ନିକଟରେ ପରୀକ୍ଷାର୍ଥୀଙ୍କୁ ଛାଡିବାକୁ ମଧ୍ୟ ପଛାଉ ନାହାନ୍ତି।

BCJD Help DeskBCJD Help Desk
Advertisment

ଗତ ଦୁଇ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବନ୍ଦ ରଖିଛନ୍ତି। ଚଳିତ ବର୍ଷ ଟିକାକରଣ ହୋଇଥିବାରୁ ହୁଏତ କ୍ୟାମ୍ପସ୍ ପୂର୍ବପରି ସଚଳ ହେବ ବୋଲି ପ୍ରମୁଖ ଛାତ୍ର ସଂଗଠନ ଗୁଡିକ ଆଶା ରଖିଛନ୍ତି। ଏଥିଲାଗି କ୍ୟାମ୍ପସ୍‌ରେ ଦବ୍‌ଦବା ଜାହିର କରିବା ସହ ସଂଗଠନକୁ ମଜବୁତ୍‌ କରିବାକୁ ପ୍ରମୁଖ ଛାତ୍ର ସଂଗଠନ ଗୁଡ଼ିକ ପ୍ରୟାସ ଆରମ୍ଭ କରି ଦେଇଛନ୍ତି। 

କରୋନା ପାଇଁ ଛାତ୍ର ସଂଗଠନ ଗୁଡିକ ଏବେ ନିଷ୍କ୍ରିୟ ଅବସ୍ଥାରେ ଅଛି। ଆଗକୁ କ୍ୟାମ୍ପସ ସମ୍ପୂର୍ଣ୍ଣ ଖୋଲିବା ଆକଳନ କରି ବିଭିନ୍ନ ଛାତ୍ର ସଂଗଠନ ଗୁଡିକ ଧୀରେ ଧୀରେ ଏବେ ସକ୍ରିୟ ହେବାକୁ ଆରମ୍ଭ କଲେଣି। ଆଉ କ୍ୟାମ୍ପସ ଖୋଲିବା ପୂର୍ବରୁ ସଂଗଠନକୁ ମଜବୁତ୍‌ କରିବା ଲାଗି ହେଲ୍‌ପ ଡେସ୍କ ପ୍ରମୁଖ ଅସ୍ତ୍ର ପାଲଟିଛି।

Odisha College College Campus Student's Union
Advertisment
Advertisment