Advertisment

ନିଅଣ୍ଟିଆ ବର୍ଷା ପାଇଁ କେଉଁଠି ମରୁଡ଼ି ପରିସ୍ଥିତି ତ ଆଉ କେଉଁଠି ନଷ୍ଟ ହେବାକୁ ବସିଲାଣି ତଳି

ନିଅଣ୍ଟିଆ ବର୍ଷା ପାଇଁ କେଉଁଠି ମରୁଡ଼ି ପରିସ୍ଥିତି ତ ଆଉ କେଉଁଠି ତଳି ନଷ୍ଟ ହେବାକୁ ବସିଲାଣି। ଯଦି ଆଗକୁ ବର୍ଷା ପରିମାଣ ନ ବଢ଼େ, ତା’ହେଲେ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କା କରିଛନ୍ତି ଚାଷୀ।

author-image
Rajalaxmi Sahoo
Drought Fear In Dhenkanal

Drought Fear In Dhenkanal

ଢେଙ୍କାନାଳ: ଶ୍ରାବଣ ଯାଇ ଭାଦ୍ରବ ହେଲାଣି, କିନ୍ତୁ ବର୍ଷାର ଲୁଚକାଳି ଖେଳ ପାଇଁ ଏବେ ହତାଶ ହୋଇ ପଡିଛନ୍ତି ଚାଷୀ। ଚାଷଜମିରେ ଯେଉଁଠି ଦିନେ ଅସରାଏ ବର୍ଷା ହେଲେ ଚାଷୀ ଚାଷ କରି ସୁନାର ଫସଲ ଅମଳ କରୁଥିଲା, ଏବେ ସେଠି ଜମି ଫାଟି ଆଁ କରିଛି। ବର୍ଷାର ଲୁଚକାଳି ଖେଳ ପାଇଁ ହଇରାଣ ହେଉଛନ୍ତି ଚାଷୀ।ଢେଙ୍କାନାଳ ଜିଲ୍ଲାର ଅଧିକାଂଶ ବ୍ଲକରେ ନିଅଣ୍ଟିଆ ବର୍ଷା ପାଇଁ କେଉଁଠି ମରୁଡ଼ି ପରିସ୍ଥିତି ତ ଆଉ କେଉଁଠି ତଳି ନଷ୍ଟ ହେବାକୁ ବସିଲାଣି। ଯଦି ଆଗକୁ ବର୍ଷା ପରିମାଣ ନ ବଢ଼େ, ତା’ହେଲେ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କା କରିଛନ୍ତି ଚାଷୀ।

Advertisment

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତ ନୂଆପଡା ଗାଁର ପ୍ରାୟ ୩୦ରୁ ଅଧିକ ଚାଷୀଙ୍କ ରହିଛି ୭୦ ଏକର ଚାଷ ଜମି। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଏହି ପଞ୍ଚାୟତର ଅଧିକାଂଶ ଚାଷୀଙ୍କ ଜମି ପଡ଼ିଆ ପଡ଼ିଛି। ପୁଣି ବୋଝ ଉପରେ ନଳିତା ବିଡା ସାଜିଛି ରେଙ୍ଗାଳି କେନାଲ ଜମିକୁ ଲାଗି ରେଙ୍ଗାଳି ବାମ ପାର୍ଶ୍ୱ କେନାଲର ଏକ ଶାଖା। କେନାଲ ଯାଇଥିଲେ ମଧ୍ୟ ତାହା ଚାଷ ପାଇଁ କାମରେ ଲାଗି ପାରୁନାହିଁ। କେବଳ ସଦର ବ୍ଲକ ନୁହଁ ବରଂ ନିଅଣ୍ଟିଆ ବର୍ଷା ପାଇଁ ଓଡାପଡା ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମି ମଧ୍ୟ ପ୍ରଭାବିତ ହୋଇଛି।

Advertisment

ଯଦି ଆଗକୁ ବର୍ଷା ଆବଶ୍ୟକ ମୁତାବକ ନହୁଏ, ତେବେ ମରୁଡ଼ି ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ଚାଷୀ କହିଛନ୍ତି। ସେପଟେ ଚାଷ ଜମି ପତ୍ତନ ଠାରୁ କେନାଲଟି ତଳେ ଯାଇଥିବାରୁ ଜମିକୁ ପାଣି ମାଡ଼ି ପାରୁନି। କେନାଲ ନିର୍ମାଣରେ ଟେକ୍ନିକାଲ୍‌ ସମସ୍ୟା ଥିବା କଥାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସ୍ୱୀକାର କରିଛନ୍ତି। ଏନେଇ ଚାଷୀମାନେ ଏକାଠି ହୋଇ ଏକ ପାଣି ପଞ୍ଚାୟତ ଗଠନ କଲେ ରିଭର୍ ଲିଫ୍ଟ ଭଳି ଜଳସେଚନର ସୁବିଧା କରାଯାଇପାରିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି।

Odisha Dhenkanal Deficit Rainfall Drought Fear
Advertisment
Advertisment