Advertisment

ବସ୍ ଡ୍ରାଇଭରଙ୍କ ମାନବିକତା, ଦୁର୍ଘଟଣାସ୍ଥଳରୁ ଚମ୍ପଟ ନମାରି ରକ୍ଷା କଲେ ଯାତ୍ରୀଙ୍କ ଜୀବନ

ବସ୍ ଡ୍ରାଇଭରଙ୍କ ମାନବିକତା । ସାଧାରଣତଃ ବସ୍‌ ଦୁର୍ଘଟଣା ହେବା ମାତ୍ରେ, ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥାଏ । କାରଣ ତା ମନରେ ଭୟ ଥାଏ, ଦୁର୍ଘଟଣା ଯୋଗୁଁ ବସ୍ ଯାତ୍ରୀ ହୁଅନ୍ତୁ କିମ୍ବା ସ୍ଥାନୀୟ ଲୋକ, ପ୍ରଥମେ ଚାଳକକୁ ହିଁ ଦୋଷ ଦେଇଥାନ୍ତି ।

author-image
Satyendu Shekher Mishra
Bus Accident

Bus Accident

ମୟୂରଭଞ୍ଜ: ବସ୍ ଡ୍ରାଇଭରଙ୍କ ମାନବିକତା । ସାଧାରଣତଃ ବସ୍‌ ଦୁର୍ଘଟଣା ହେବା ମାତ୍ରେ, ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥାଏ । କାରଣ ତା ମନରେ ଭୟ ଥାଏ, ଦୁର୍ଘଟଣା ଯୋଗୁଁ ବସ୍ ଯାତ୍ରୀ ହୁଅନ୍ତୁ କିମ୍ବା ସ୍ଥାନୀୟ ଲୋକ, ପ୍ରଥମେ ଚାଳକକୁ ହିଁ ଦୋଷ ଦେଇଥାନ୍ତି । ଆଉ ଚାଳକ ହିଁ ଆକ୍ରମଣର ଶିକାର ହୋଇଥାଏ । ହେଲେ ଆଜି ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଚାଳକ ଜଣକ ସବୁ ପରିସ୍ଥିତିକୁ ଭୁଲି ନିଜ ଜୀବନକୁ ବାଜି ଲଗାଇ, ଆହତଙ୍କୁ ଉଦ୍ଧାର କରିଥିଲେ । ଆଉ ମେଡିକାଲରେ ଭର୍ତ୍ତି କରିଥିଲେ । ଯାହା କି ସମସ୍ତ ବସ୍‌ ଚାଳକଙ୍କ ପାଇଁ ଏକ ପ୍ରେରଣା ହୋଇପାରେ । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରୁ ।

Advertisment

ଆଜି ଅପରାହ୍ନରେ ମୟୂରଭଞ୍ଜ ବାଙ୍ଗିରିପୋଷି ଘାଟିରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଟ୍ରକଟି ରାସ୍ତାକଡ଼କୁ ଓଲଟି ପଡ଼ିବା ସହ ବସର ମଝି ଅଂଶ ପୁରା ଛିନଛତ୍ର ହୋଇଯାଇଥିଲା । ଏଥିରେ ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ତେବେ ବସ ଡ୍ରାଇଭର ସୁନୀଲ କୁମାର ମାହନ୍ତ ଦୁର୍ଘଟଣା ପରେ ଉପସ୍ଥିତ ବୁଦ୍ଧି ଖଟାଇ ଘାଟି ରାସ୍ତାରୁ ସିଧା ବାଙ୍ଗିରିପୋଷି ମେଡିକାଲକୁ ନେଇଥିଲେ ବସ୍ ।

Advertisment

ସେଠାରେ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ଏହି ଦୁର୍ଘଟଣାରେ ଓଲଟି ପଡ଼ିଥିବା ଟ୍ରକ୍ ଡ୍ରାଇଭର ଟ୍ରକ୍ ଭିତରେ ଚାପି ହୋଇ ରହିଥିବା ବେଳେ ତାଙ୍କର ଗୋଟିଏ ହାତ କଟିଯାଇଥିବା ସୂଚନା ମିଳିଛି । ଜେସିବି ମେସିନ୍ ସହ ଅଗ୍ନିଶମ ବାହିନୀ ଟ୍ରକ୍ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଗତ କିଛି ବର୍ଷ ହେବ ବାଙ୍ଗିରିପୋଷି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଯେଉଁପାଇଁ ଅନେକ ଧନ ଜୀବନ ହାନୀ ଘଟୁଛି। ସଂକୀର୍ଣ୍ଣ ରାସ୍ତା ପାଇଁ ଦୁର୍ଘଟଣା ଘଟୁଥିବା ଆଲୋଚନା ହେଉଛି। ତେଣୁ ଏହି ରାସ୍ତାକୁ ସଂପ୍ରସାରଣ କରିବା ପାଇଁ ବାରମ୍ୱାର ଦାବି ହେଉଛି। ମାତ୍ର ଏଥିପ୍ରତି ତିଳେ ମାତ୍ର ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହେଉଛି ।

Odisha Mayurbhanj Bus Accident Road Accident
Advertisment
Advertisment