ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ବି. ସତ୍ୟନାରାୟଣ ପାତ୍ର ଏମିତି ଏକ ମେସିନ୍ ତିଆରି କରିଛନ୍ତି, ଯାହାକୁ ବ୍ୟବହାର କଲେ ଆପଣଙ୍କ ଶରୀର ଫିଟ୍ ରହିବ। ସତ୍ୟନାରାୟଣ ତିଆରି କରିଥିବା ଓ୍ୱାସିଂ ମେସିନରେ ଆପଣ ଲୁଗା ସଫା କରିବା ବେଳେ ସାଇକେଲ ପ୍ୟାଡଲ ମାରିବାକୁ ପଡିଥାଏ। ଏହା ଦ୍ୱାରା ଶାରିରୀକ ବ୍ୟାୟାମ ହେଉଥିବାରୁ ଶରୀର ସୁସ୍ଥ ରହିବ ବୋଲି କୁହାଯାଉଛି।
କେଉଁ କେଉଁ ତଥ୍ୟ ଏମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ପ୍ରଦାନ କରିଛନ୍ତି, ଏସବୁ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ଏୟାର ଫୋର୍ସ ଅଧିକାରୀ।ଅନ୍ୟପଟେ ଉତ୍ତରପ୍ରଦେଶରେ ରହିଥିବା ପାକିସ୍ତାନୀ ହ୍ୟାଣ୍ଡଲର ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ସୂଚନା ରହିଛି।
ରାତି ହୋଇଯାଇଥିବାରୁ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି କରିଥିଲେ ବି ପତ୍ତା ମିଳିପାରିନଥିଲା। ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବା ପରେ ତାଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ ଅବକାରୀ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।
ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସୁରଟ ଗସ୍ତ କରିଥିବା ୯ ଜଣିଆ ଟିମ ଭୁବନେଶ୍ୱର ଫେରିଛି।ଗୁଜରାଟ ବିଜେପିର କାର୍ଯ୍ୟପନ୍ଥା, ନୀତି ବିଷୟରେ ଜାଣିବା ପାଇଁ ଏହି ଟିମ୍ ସୁରଟ ଯାଇଥିଲେ।
ଏହି କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ୯.୯୪ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପରିବର୍ତ୍ତିତ ସ୍ଥାନରେ ପୁଣି ଏକ ନୂଆ କୋଠା ନିର୍ମାଣ ପାଇଁ ୧୩.୯୪ କୋଟି ଟଙ୍କାର ଆକଳନ କରାଯାଇଛି। ବିଭାଗକୁ ଅର୍ଥ ଆସିଲେ, କାମ ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ କହିଛନ୍ତି।
ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକାରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ପ୍ରଭାବରେ ଦକ୍ଷିଣ ଗାଙ୍ଗେୟ ଉପତ୍ୟକାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟିର ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବ।
ବୁର୍ଲାରୁ ଆଉ ଏକ ଆମ୍ବୁଲାନସ ଅଧଘଣ୍ଟା ବିଳମ୍ବରେ ପହଞ୍ଚିବା ଭିତରେ ଆମ୍ବୁଲାନସ ଭିତରେ ହିଁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳାଙ୍କ ସ୍ୱାମୀ। ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିଥିଲେ ତାଙ୍କ ପତ୍ନୀ ନିଶ୍ଚୟ ବଞ୍ଚିଥାନ୍ତେ ବୋଲି ସେ କହିଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଜଣେ ସରକାରୀ ମଦ ଦୋକାନ ମାଲିକ ରାତିରେ ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିଲେ। ଏହି ସମୟରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି। ଆଉ ହତ୍ୟା ପରେ ଘଟଣାସ୍ଥଳରେ ରକ୍ତରେ ଆଉ ଜଣଙ୍କ ନାଁ ଲେଖିଦେଇଥିଲା ଦୁର୍ବୃତ୍ତ। ସେଠାରେ ଲେଖାଯାଇଥିବା ବ୍ୟକ୍ତି ଜଣକ ପରବର୍ତ୍ତୀ ଟାର୍ଗେଟ୍ ଅଛନ୍ତି ବୋଲି ଲଖାଯାଇଛି।
ଆନ୍ଧ୍ର ପରେ କୋଟିଆରେ ଓଡ଼ିଶା କରିବ ନିର୍ବାଚନ । ଗତ ଏପ୍ରିଲ ୮ରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ କୋଟିଆରେ ପ୍ରବେଶ କରି ନିର୍ବାଚନ କରାଇଥିଲେ । ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ପଞ୍ଚାୟତ ନିର୍ବାଚନ କରାଯିବା ନେଇ ଘୋଷଣା କରାଯାଇଛି ।
ପୂର୍ବତନ ମହିଳା କମିଶନ ସଦସ୍ୟାଙ୍କ ମତରେ, ଯୁବ ସମାଜ ଏବେ ବାଟହୁଡ଼ା ହୋଇଛି। ଯୌଥ ପରିବାର ପରିବର୍ତ୍ତେ ଛୋଟ ପରିବାରରେ ରହଣୀ, ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ଏଭଳି କାଣ୍ଡ ଭିଆଇବାରେ ସହଯୋଗ କରୁଛି।
ଯେଉଁ ଏକେ ୪୭ ରାଇଫଲ୍କୁ ଧରି ସେ ପୋଲିସ୍ ବିରୋଧରେ ଲଢୁଥିଲେ। ତାକୁ ମୁହାଁଇଦେଲେ ନିଜ ସାଥୀ ମାଓବାଦୀଙ୍କ ଆଡ଼େ। ବଦଳିଗଲା ଟାର୍ଗେଟ୍, ନିଜ ପୁରୁଣା ସଂଗଠନର ସବୁ ଗୁପ୍ତ ଠିକଣା, ନେଟ୍ଓ୍ୱର୍କ, ଯୋଜନା ସଂପର୍କରେ ଅବଗତ ଥିବାରୁ ପୋଲିସ୍ର ଗୋଟିକ ପରେ ଗୋଟିଏ ସଫଳ ଅପରେସନ୍ରେ ସାମିଲ ହୋଇ ମାଓବାଦୀଙ୍କୁ ଧୂଳି ଚଟାଇ ଚାଲିଲେ।
ଗତ ୨୪ ଘଣ୍ଟାରେ ଓଡ଼ିଶା ଉପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଅନେକ ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣରେ ବର୍ଷା ଅନୁଭୁତ ହୋଇଛି। ସର୍ବାଧିକ ବର୍ଷା କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ହୋଇଛି।
ସରକାରଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୧ ତାରିଖରୁ ୧୧ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଅଫ୍ ଲାଇନ ପରୀକ୍ଷା ହେବ। ତେବେ ଏତେ କମ୍ ସମୟ ଭିତରେ ପ୍ରସ୍ତୁତ ହେବା ସମ୍ବବପର ନୁହେଁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଥିଲେ। ଏହା ସହ ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ କରିବାକୁ ଦାବି କରିଥିଲେ।
ସତେ ଯେମିତି ଡ୍ରେନ୍ ମୁକୁଳା ରଖିବା ହେଉଛି ସହର ଯୋଜନାର ଅଂଶବିଶେଷ! ଆଉ ପ୍ରତି ବର୍ଷ ମରାମତି ଆଳରେ ଡ୍ରେନରେ ଲକ୍ଷଲକ୍ଷ ଟଙ୍କା ଭସେଇଦେବା ମଧ୍ୟ ବିଏମସିର ଏକ ସେବା!
ଇଟା, ପଥର ବାଲି ଏବଂ ସିମେଣ୍ଟରେ ତିଆରି ଘରେ ସମସ୍ତେ ରହୁଛନ୍ତି କିନ୍ତୁ ଆପଣ କେବେ ଭାବିଛନ୍ତି କି ଫାଇବରରେ ମଧ୍ୟ ଘର ର୍ନିମାଣ ହୋଇପାରିବ ଏବଂ ମଣିଷ ସେହି ଘରେ ରହିପାରିବ । ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ଘରଟି ମୁଭେବୁଲ ଅର୍ଥାତ୍ କୌଣସି ଏକ ଟ୍ରକରେ ଘରଟିକୁ ନେଇ ଅନ୍ୟ ସ୍ଥାନରେ ରଖିହେବ ।
ପୂର୍ବରୁ ଚିକେନରେ ଅନେକ ରେସିପି ବିଷୟରେ ଆପଣଙ୍କୁ କହିଛୁ । ଆଜି ଆମେ ଆପଣଙ୍କୁ ମରାଠୀ ଷ୍ଟାଇଲରେ ଚିକେନର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମରାଠୀ ସ୍ପାଇସି ଚିକେନ୍’ ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ରାଜଧାନୀରେ ମୁକୁଳା ଡ୍ରେନକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ବିଏମସି କାର୍ଯ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ବିଜେପି କର୍ମୀ । ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ବିକ୍ଷୋଭ ଶୋଭାଯାତ୍ରାରେ ଆସିବା ପରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।
ବାରମ୍ବାର ଗୁହାରୀ ପରେ ବି ଶୁଣିଲାନି BSNL । ଶେଷରେ ନିଜ ଖର୍ଚ୍ଚରେ କେବୁଲ ଖୋଳି ଟାୱାରରେ ଲିଙ୍କ୍ କଲେ ଗ୍ରାମବାସୀ। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ପଞ୍ଚାୟତ ସମେତ ୮ ଗ୍ରାମର ଲୋକେ ନିଜ ଖର୍ଚ୍ଚରେ ୨୦ କିଲୋମିଟର କେବୁଲ୍ ଖୋଳି ବିଏସ୍ଏନ୍ଏଲ୍ ଟାୱାରକୁ ଲିଙ୍କ୍ ଦେଇଛନ୍ତି।
ଡିଏଫ୍ଓଙ୍କୁ ସେ ଜାଣିଥିଲେ କି ନାହିଁ ? ସୌମ୍ୟ କିପରି ଭାବେ ଜଳିଗଲେ ? ଘଟଣା ସଂପର୍କରେ କିଏ ପ୍ରଥମେ ଜଣାଇଥିଲା ? କାହାର ନିଷ୍ପତ୍ତି କ୍ରମେ ସୌମ୍ୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ? ବୈବାହିକ ଜୀବନରେ କିଛି ବିବାଦ ଥିଲା କି ? ମିଳିଥିବା ରିଲେସନସିପ୍ ଏଗ୍ରିମେଣ୍ଟ କଣ ସତ ନା ମିଛ ? କିଏ ଏବଂ କେତେବେଳେ ସେହି ଏଗ୍ରିମେଣ୍ଟ କରିଥିଲା ? ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରା ଯାଇପାରେ ଲାଏ ଡିଟେକ୍ସନ ଟେଷ୍ଟ ବେଳେ ।
ଭୁବନେଶ୍ୱରରେ ଡ୍ରେନ୍ ପାଣିରେ ଭାସି ନିଖୋଜ ଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ପଞ୍ଚସଖା ନଗର ନିକଟ ଡ୍ରେନରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା।
ପଞ୍ଚସଖା ନଗର ପାଖ ଡ୍ରେନରୁ ଏକ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଛାତ୍ର ଭାସିଯିବା ଘଟଣାରେ ଖୋଜାଖୋଜି ବେଳେ ଏହି ମୃତଦେହ ମିଳିଛି । ବର୍ତ୍ତମାନ ମୃତଦେହକୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି । ମୃତଦେହଟିକୁ ଏମ୍ସ ଅଭିମୁଖେ ନିଆଯାଉଥିବା ସୂଚନା ମିଳିଛି । ସେପଟେ ମୃତଦେହ ଚିହ୍ନଟ ପାଇଁ ଏମ୍ସ ଯାଉଛନ୍ତି ନିକଟ ସମ୍ପର୍କୀୟ । ଉଦ୍ଧାର ମୃତଦେହରେ କ୍ଷତ ଚିହ୍ନ ଥିବା କହିଲେ ଉଦ୍ଧାରକାରୀ ଦଳ ।
ଧୀରେ ଧୀରେ ଦୁର୍ବଳ ହେଉଛି କରୋନାର ଦ୍ୱିତୀୟ ଲହରୀ । ଗତ ୨୪ ଘଣ୍ଟା ମଧ୍ୟରେ ୫୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୦୭୫୪ରେ ପହଞ୍ଚିଛି ।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତିରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତ ଯୁବକ ହେଲେ ବିନାୟକ ପ୍ରଧାନ । ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିବା ବେଳେ ବିନାୟକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି ।
ନର୍ଥ ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ, ସାଉଥ୍ ଇଷ୍ଟ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ସହ ନେତୃତ୍ୱରେ ବିଏମସି ସ୍କ୍ବାର୍ଡ ଚଢ଼ାଉ ପରେ ଏହି ଏହାକୁ ସିଲ୍ କରିଛନ୍ତି । ଚଢ଼ାଉ ବେଳେ କୋଭିଡ୍ ନିୟମ ଉଲ୍ଲଂଘନ ହୋଇଥିବାର ଦେଖିବା ସହ ରାତି ସାଢ଼େ ୧୦ ଯାଏ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା ।