Advertisment

ଭୁବନେଶ୍ୱରରେ ଡ୍ରେନ୍‌ ପାଣିରେ ଛାତ୍ର ଭାସିଯିବା ଘଟଣା, ମିଳିଲା ମୃତଦେହ

ଭୁବନେଶ୍ୱରରେ ଡ୍ରେନ୍‌ ପାଣିରେ ଭାସି ନିଖୋଜ ଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ପଞ୍ଚସଖା ନଗର ନିକଟ ଡ୍ରେନରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Body Recovered Of Jyoti Prakash Behera

Body Recovered Of Jyoti Prakash Behera

ଭୁବନେଶ୍ୱର: ଭୁବନେଶ୍ୱରରେ ଡ୍ରେନ୍‌ ପାଣିରେ ଭାସି ନିଖୋଜ ଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ପଞ୍ଚସଖା ନଗର ନିକଟ ଡ୍ରେନରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା। ଛାତ୍ର ଭାସିଯିବା ଘଟଣାରେ ଖୋଜାଖୋଜି ବେଳେ ଏହି ମୃତଦେହ ମିଳିଥିଲା ଓ ଏହାକୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଥିଲା। ଶେଷରେ ମୃତଦେହ ୧୫ ବର୍ଷୀୟ ଛାତ୍ର ଜ୍ୟୋତି ପ୍ରକାଶଙ୍କର ବୋଲି ଜଣାପଡ଼ିଛି।

Advertisment

ମୃତଦେହ ମିଳିବା ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ଏହି ମୃତଦେହ ଜ୍ୟୋତି ପ୍ରକାଶଙ୍କର ବୋଲି ତାଙ୍କର ଜଣେ ନିକଟ ସମ୍ପର୍କୀୟ ଚିହ୍ନଟ କରିଛନ୍ତି। ଅନ୍ୟପକ୍ଷେ, ଜ୍ୟୋତି ପ୍ରକାଶଙ୍କର ମୃତଦେହ ମିଳିବା ପରେ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ପରିବେଶ ଫାଟି ପଡ଼ୁଛି। 

ଗତକାଲି ଅପରାହ୍ଣ ୨ଟାରେ ଟ୍ୟୁସନ ଯିବା ବେଳେ ଜ୍ୟୋତି ପ୍ରକାଶ ଡ୍ରେନରେ ଭାସି ଯାଇଥିଲେ। ପ୍ରବଳ ବର୍ଷାରେ ଖୋଲା ଡ୍ରେନରେ ପ୍ରବାହିତ ପାଣିରେ ସେ ଭାସିଯାଇଥିଲେ। ଡ୍ରେନ୍ ନିକଟରୁ ତାଙ୍କର ସାଇକେଲ ଓ ଜୋତା ମିଳିଥିବା ବେଳେ ଏଯାଏ ଜ୍ୟୋତିଙ୍କର କୌଣସି ପତ୍ତା ମିଳିପାରିନଥିଲା। ୧୮ ଘଣ୍ଟା ଧରି ରେସ୍କ୍ୟୁ ଟିମ୍‌ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଛାତ୍ରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନଥିଲା।  ଜ୍ୟୋତି ପ୍ରକାଶଙ୍କୁ ଉଦ୍ଧାର କରିବା ପାଇଁ ନୂଆ ଷ୍ଟ୍ରାଟେଜି ମଧ୍ୟ କରାଯାଇଥିଲା। ଆଜି ଗଣ୍ଡମୁଣ୍ଡା ମୁଖ୍ୟ ନାଳରୁ ବୋଟ୍ ଯୋଗେ ସର୍ଚ୍ଚ ଅପରେସନ ହେବା ନେଇ ଯୋଜନା ହୋଇଥିଲା। 

Advertisment

ମୁକୁଳା ଡ୍ରେନ୍‌ରେ ଭାସି ଯାଇ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତ୍ୟୁକୁ ନେଇ BMC କାର୍ଯ୍ୟାଳୟ ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି। ଜ୍ୟୋତି ପ୍ରକାଶଙ୍କ ମୃତ୍ୟୁ ପାଇଁ BMC ଅଧିକାରୀମାନଙ୍କୁ ଦାୟୀ କରିବା ସହ ମୃତ ଛାତ୍ରଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ଲାଗି ବିଜେପି ଦାବି କରିଛି। ଅନ୍ୟପକ୍ଷେ, ମୃତ ଛାତ୍ର ଜ୍ୟୋତିପ୍ରକାଶଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା ହୋଇଛି। ରିଲିଫ କୋଡ ଅନୁସାରେ ଅନୁକମ୍ପା ଦିଆଯିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

ମୁଣ୍ଡ ନେଉଛି ମୁକୁଳା ଡ୍ରେନ୍ ମରଣଯନ୍ତାରେ ଫସି ଯାଉଛି ସ୍ମାର୍ଟସିଟି ବାସିନ୍ଦାଙ୍କ ଜୀବନ। ବିଭିନ୍ନ ସ୍ଥାନରେ ଡ୍ରେନ୍ ମୁକୁଳା ପଡ଼ିବା ଯୋଗୁ ବାରମ୍ବାର ଘଟୁଛି ଅଘଟଣ ପରେ ଅଘଟଣ। ୨୦୧୫ ମସିହା ଅଗଷ୍ଟ ୨୬ ତାରିଖରେ  ସ୍ମାର୍ଟସିଟିର ଅସଜଡା ଡ୍ରେନ୍ ଭିତରେ ଭାସି ଯାଇଥିଲେ ଜଣେ ୯ ବର୍ଷର ବାଳକ। ନୟାପଲ୍ଲୀ ବେହେରା ସାହି ନିକଟରେ ମୁକୁଳା ପଡିଥିବା ଡ୍ରେନ୍‌ରେ ପୁପୁନ ବିଶ୍ୱାଳଙ୍କ ପାଇଁ କାଳ ସାଜିଥିଲା। ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୭ରେ ଜଣେ ଟ୍ୟୁସନ୍‌ ସାର, ୨୦୧୮ରେ ଗୋଟିଏ ଛୋଟ ପିଲା ଏବଂ ୨୦୧୯ରେ ଜଣେ ବୃଦ୍ଧା ମୁକୁଳା ଡ୍ରେନ୍‌ରେ ଭାସି ଯାଇଥିଲେ। ଆଉ ଏବେ ଡ୍ରେନ୍‌ ପାଣିରେ ଭାସି ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶଙ୍କ ଜୀବନ ଚାଲି ଯାଇଛି।  ଏହା ସତ୍ତ୍ୱେ ମଧ୍ୟ ବିଏମ୍‌ସି ଚେତୁନି। ପ୍ରଶାସନର ନିଦାବିଷ୍ଣୁ ଆଚରଣ ଅଭିଯୋଗରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଘଟଣାକୁ ନେଇ ଗତକାଲି ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଥିଲେ।  ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଥିଲା।

Student Missing Flooded Drain BMC Mismanagement Student Swept Away In Drain
Advertisment
Advertisment