• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 21 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

ମଦ ମାଂସ ଓ ଯୁବତୀଙ୍କ ନୃତ୍ୟରେ ରଙ୍ଗୀନ ରାଜଧାନୀର ରାତି, ଉଡୁଛି କୋଭିଡ୍ ନିୟମର ଧଜ୍ଜିଆ

ବିଳମ୍ବିତ ରାତି ଯାଏଁ ଚାଲୁଛି ନାଚଗୀତ, ମଉଜମସ୍ତି । ତେବେ ୧୭ ତାରିଖରେ ରେଡ୍ ପାଇଁ ଯାଇଥିବା ବିଏମ୍‌ସି କର୍ମଚାରୀଙ୍କ ଉପରେ ଆକ୍ରମଣ ପରେ ଆକ୍ସନମୋଡ୍‌ରେ ପୋଲିସ । More
  • Satyendu Shekher Mishra
  • 3 years ago

ପୁରୁଣା ଟିଣ ଛପର ଘରେ ଫଳକ ମାରି ଲୁଟି ନେଲେ ଆବାସ ଟଙ୍କା ! ଆଦିମ ଜନଜାତିର ଲୋକେ ଜଳକା..

ମୁଣ୍ଡ ଉପରେ ଦଦରା ଟିଣ ଛପର ଛାତ । ପୁରୁଣା ମାଟି ଘରର କାନ୍ଥସବୁ ଫାଟି ଆଁ କଲାଣି । କିନ୍ତୁ ଘରର ମୁଖ୍ୟ ଦ୍ୱାର ନିକଟରେ ଲାଗିଛି ଚକାଚକ ସାଇନ୍ ବୋର୍ଡ । ଏହି ସାଇନ୍ ବୋର୍ଡକୁ ଭଲ କରି ଦେଖିଲେ ଆପଣଙ୍କ ମଥା ଘୁରିଯିବ । More
  • Satyendu Shekher Mishra
  • 3 years ago

କିଏ କାହାର କରୁଛି ନକଲ ? କେନ୍ଦ୍ରର ହେଲ୍‌ଥ ଆଇଡି ଆଗ ନା ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କାର୍ଡ ?

କେନ୍ଦ୍ର ସରକାରଙ୍କ ହେଲଥ୍ ଆଇଡି ବନାମ ରାଜ୍ୟ ସରକାରଙ୍କ BSKY ସ୍ମାର୍ଟ କାର୍ଡ । ନ୍ୟାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ- NDHM ଅନ୍ତର୍ଗତ ଦେଶର ପ୍ରତ୍ୟେକ ନାଗରିକଙ୍କ ହେଲଥ୍ ଡାଟା ବା ସ୍ୱାସ୍ଥ୍ୟ ଖାତା ପ୍ରସ୍ତୁତ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । More
  • Satyendu Shekher Mishra
  • 3 years ago

ମଣିଷଖିଆ ଡ୍ରେନ୍ ସୃଷ୍ଟିକାରୀ କିଏ ? ମୁକୁଳା ଡ୍ରେନ୍‌ ନେଲାଣି ୬ ମୁଣ୍ଡ ? ଦାୟୀ କି ?

ରାଜଧାନୀରେ ମଣିଷଖିଆ ଡ୍ରେନ୍ ସୃଷ୍ଟିକାରୀ କିଏ ? କାହା ପାଇଁ ମୁକୁଳା ଡ୍ରେନ୍‌ରେ ଗଡ଼ିଲାଣି ୬ବର୍ଷରେ ୬ ମୁଣ୍ଡ ? ବରମୁଣ୍ଡା ଡ୍ରେନ୍ ଟ୍ରାଜେଡିକୁ ଆଦୌ ସହଜରେ ଗ୍ରହଣ କରିପାରୁନଥିବା ରାଜଧାନୀବାସୀ ବାରମ୍ବାର ପଚାରୁଛନ୍ତି ଏ ପ୍ରଶ୍ନ । More
  • Satyendu Shekher Mishra
  • 3 years ago

ମନି ଆଉ ହନିଟ୍ରାପ୍‌ ପରେ ହେଉଥିଲା ଡିଲ୍‌, ବାୟୁସେନା ବି କରୁଛି ଜେରା

ଡିଆରଡିଓ ତଥ୍ୟ ପ୍ରଘଟ ମାମଲାରେ ଆସିଛି ଆରବୀୟ ଲିଙ୍କ୍ । ଦୁବାଇରୁ ଡିଲ୍ ହେଉଥିଲା, ଚାନ୍ଦିପୁରରୁ ତଥ୍ୟ ପ୍ରଘଟ ହେଉଥିଲା । ଟଙ୍କା ବିନିମୟରେ ସଉଦା ହେଉଥିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ତଥ୍ୟ । More
  • Satyendu Shekher Mishra
  • 3 years ago

ମହିଳାଙ୍କୁ ବିଚ୍ ରାସ୍ତାରେ ମାଡ଼ ଘଟଣାରେ ୧୦ ମହିଳା ଗିରଫ

ଲୋନ୍ କରାଇ ଦେବାକୁ କହି ଲୋକଙ୍କଠୁ ଟଙ୍କା ଠକିଥିବା ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ମାଡ଼ ଘଟଣାରେ ୧୦ ଗିରଫ । ୧୦ ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଉପକଣ୍ଠ ବେଲତଳ ଗାଁରେ ଜଣେ ମହିଳାଙ୍କୁ କିଛି ମହିଳା ବିଚ୍ ରାସ୍ତାରେ ମାଡ଼ ମାରିବା ସହ ଲଣ୍ଡା କରି ଚୂନକାଳି ବୋଳି ଗାଁ ଦାଣ୍ଡରେ ବୁଲାଇବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପୀଡ଼ିତାଙ୍କର ଭୁଲ୍ ଏତିକି ଯେ, ସେ କିଛି ଲୋକଙ୍କୁ ଋଣ କରାଇ ଦେବାକୁ କହି ଟଙ୍କା ନେଇଥିଲେ । ପରବର୍ତ୍ତୀ ସମୟରେ ଲୋନ୍ କରାଇ ପାରିନଥିଲେ । ଏହାପରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ମହିଳା ଜଣକ ।

  • Satyendu Shekher Mishra
  • 3 years ago

ମୃତ୍ୟୁ ପରେ ଶବକୁ ଅସମ୍ମାନ । ଅନ୍ତିମ ସଂସ୍କାର ବଦଳରେ ସ୍ମଶାନରେ ଫିଙ୍ଗି ଦିଆଯାଉଛି ମୃତଦେହ

ମୃତ୍ୟୁ ପରେ ଶବକୁ ଅସମ୍ମାନ । ଅନ୍ତିମ ସଂସ୍କାର ବଦଳରେ ସ୍ମଶାନରେ ଫିଙ୍ଗି ଦିଆଯାଉଛି ମୃତଦେହ । କେନ୍ଦ୍ରାପଡ଼ା ପୌରପାଳିକା ୨୧ ନମ୍ବର ଓ୍ୱାର୍ଡ କଜଳା ସ୍ୱର୍ଗଦ୍ୱାର ଭିତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗଲା କିଛି ଦିନ ଧରି ଏଠାରେ ସଂସ୍କାର ବିନା ମୃତଦେହକୁ ଫିଙ୍ଗି ଦିଆଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଫଳରେ ପରମ୍ପରାକୁ ଅସମ୍ମାନ ସହ ପରିବେଶ ପାଇଁ ବି ସମସ୍ୟା ସୃଷ୍ଟି କରୁଛି । ସ୍ଥାନୀୟ ଲୋକେ ଏହାକୁ ପୌରପାଳିକାର ଦାୟିତ୍ୱହୀନତା ବୋଲି ଅଭିଯୋଗ କରିଥିବା ବେଳେ ବିଭାଗୀୟ ଅଧିକାରୀ କିନ୍ତୁ, ପୋଲିସ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

  • Satyendu Shekher Mishra
  • 3 years ago

ପୁଅର ଚିକିତ୍ସା ପାଇଁ ବାପା ମାଆ ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି

ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଥିବା ପୁଅର ଚିକିତ୍ସା ପାଇଁ ବାପାମାଆ ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି । ବସ୍ତା ବ୍ଲକ ବଡଗଡିଆ ଗାଁର ସୃଷ୍ଟିଧର ବେହେରା ଓ ତାଙ୍କ ପତ୍ନୀ, ପୁଅ ଭବେଶଙ୍କ ଚିକିତ୍ସା ଲାଗି ଭିକ୍ଷା ମାଗୁଛନ୍ତି । ଅଗଷ୍ଟ ୧୩ ତାରିଖରେ ୬୦ ନମ୍ବର ଜାତୀୟ ରାଜପଥ ଉପରେ ଗାଡ଼ି ଧକ୍କା ଦେବାରୁ ଭବେଶ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ପ୍ରଥମେ ବସ୍ତା ଓ ପରେ ବାଲେଶ୍ୱର ନେଇଥିଲେ ବାପାମାଆ । ମାତ୍ର ଚିକିତ୍ସା ଠିକ୍ ନ ହେବାରୁ ଏବେ କଟକରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ପୁଅକୁ । ପୁଅର ଚିକିତ୍ସା ପାଇଁ ସବୁ କିଛି ସାରି ଦେଇଛନ୍ତି ଏବେ ଚିକିତ୍ସା ଲାଗି ଆହୁରି ୫ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ ଦୁହେଁ ବୁଲି ବୁଲି ଭିକ ମାଗୁଛନ୍ତି ।

  • Satyendu Shekher Mishra
  • 3 years ago

ମୁକୁଳା ଡ୍ରେନ୍ ପ୍ରସଙ୍ଗକୁ ନେଇ କଂଗ୍ରେସର ବିକ୍ଷୋଭ; BMCକୁ ଭର୍ତ୍ସନା

ଭୁବନେଶ୍ୱରର ମୁକୁଳା ଡ୍ରେନ୍ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଆଜି ମାଷ୍ଟର କ୍ୟାଣ୍ଟିନ୍ ଛକରେ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା, ବିଏମ୍‌ସି କମିଶନରଙ୍କ ପୋଷ୍ଟର ଜାଳି ପ୍ରତିକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । More

  • Satyendu Shekher Mishra
  • 3 years ago

ସୀମାନ୍ତରେ ପୁଣି ପଶ୍ଚିମବଙ୍ଗର ଉତ୍ପାତ୍‌, ୧୪୪ ଧାରା ସତ୍ତ୍ୱେ କରୁଛି ନିର୍ମାଣ କାର୍ଯ୍ୟ

ଗୋଟିଏ ପଟେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଓଡ଼ିଶା ସୀମାରେ ଆବାଧ ପ୍ରବେଶ କରିବାକୁ ଅହରହ ଚେଷ୍ଟା ଚଳାଇଥିବା ବେଳେ ସେପଟେ ପଶ୍ଚିମବଙ୍ଗ ମଧ୍ୟ ଆରମ୍ଭ କଲାଣି ଉତ୍ପାତ୍‌ । More

  • Chandan Shishu
  • 3 years ago

ବିଷ ପଞ୍ଝାରୁ ମୁକୁଳିଲା ମଞ୍ଜୁଳା !

ମୋତେ ଡାକ୍ତର ପାଖକୁ ନିଅ ନହେଲେ ମୋତେ ମାରିଦିଅ। ସାପ କାମୁଡାରେ ଜ୍ୱାଳାରେ ଛଟପଟ ହେଉଥିବା ୯ ବର୍ଷର କୁନି ଝିଅ ମଞ୍ଜୁଳାର ଯନ୍ତ୍ରଣା ଭରା କାନ୍ଦଣା ସବୁଆଡେ ବେଶ ଚର୍ଚ୍ଚା ହୋଇଥିଲା। ନବରଙ୍ଗପୁର ଅଞ୍ଚଳର ମଞ୍ଜୁଳାର ଡାହାଣ ପଟ ହାତଟି ସମ୍ପୂର୍ଣ୍ଣ ପଚି ଯାଇଥିବା ଅବସ୍ଥାରେ ଶେଷରେ ବିଳମ୍ବରେ କଟକ ବଡ଼ ମେଡ଼ିକାଲ ଆସିଥିଲା। More

  • Pallipuspa Samal
  • 3 years ago

ସଂଧ୍ୟା ଜଳଖିଆରେ ପ୍ରସ୍ତୁତ କରନ୍ତୁ ‘ମସରୁମ୍ ଚପ୍’

ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମସରୁମ୍ ଚପ୍’। ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

  • Prangyan Parimita
  • 3 years ago

ସାବାସ୍ ପଦ୍ମିନୀ . . . ଜଣେ ଦକ୍ଷ ରାଜମିସ୍ତ୍ରୀ, କଅଁଳ ହାତରେ ଗଢ଼ୁଛନ୍ତି ବଡ଼ ବଡ଼ ଅଟ୍ଟାଳିକା

ନୂଆପଡା ଜିଲ୍ଲା କୋମନା ବ୍ଲକ ନୂଆଗାଁ ଗାଁର ପଦ୍ମିନୀ ରଣା । ବାପା ଅନେକ ଦିନ ହେଲାଣି ଆର ପାରିରେ । ଘରେ ବୁଢ଼ୀ ମା’ । ମା ବଡ କଷ୍ଟରେ ଦୁଇ ଝିଅଙ୍କୁ ବାହା କରି ଦେଇଛନ୍ତି । ପଦ୍ମିନୀ ଫୁଟବଲ, ଭଲିବଲ, କବାଡି, ଦୌଡ ଆଦି ଖେଳରେ ପାରଙ୍ଗମ । ଆଶା କରି ଥିଲା ଭଲ ଚାକିରୀଟିଏ କରିବ । କିନ୍ତୁ ଚାକିରୀ ପାଇଲା ନାହିଁ । More

  • Chandan Shishu
  • 3 years ago

ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ଟିକାକରଣ

ରାଜ୍ୟରେ ୨୨ ଲକ୍ଷ ଡୋଜ ଟିକା ମହଜୁଦ ରହିଛି। ଡିସେମ୍ବର ସୁଦ୍ଧା ପ୍ରଥମ, ଆଉ ୩ ମାସ ଭିତରେ ୨ୟ ଡୋଜ ଶେଷ ହେବ। ସେହିପରି ଗତ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦେଶରେ ଦୈନିକ ଟିକାକରଣ ୧ କୋଟି ଡୋଜ୍‌ ପାର କରିଥିଲା। More

  • Prangyan Parimita
  • 3 years ago

୮୩ ବର୍ଷ ବୟସରେ ପଡିନି ବୟସର ଛାପ : ଦୀର୍ଘ ୨୩ ବର୍ଷ ହେଲା ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ମାୟାଧର ସାର୍

ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଗଁପୁର ପଞ୍ଚାୟତର ଅଙ୍ଗାରୁଆ ଗାଁ । ଗାଁ କଜଳେଇ ମନ୍ଦିରର ଶାନ୍ତ ଓ ଶୁଦ୍ଧ ବାତାବରଣରେ ପାଠ ପଢୁଛନ୍ତି ପିଲାଏ । ପ୍ରଥମ ଶ୍ରେଣୀରୁ କଲେଜ୍ ପିଲାମାନଙ୍କୁ ଏଠାରେ ପାଠ ପଢାଉଛନ୍ତି ମାୟାଧର ସାର୍ । ଏଥିପାଇଁ ପିଲାଙ୍କଠାରୁ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ ମାୟାଧର ସାର୍ । More

  • Minati Mishra
  • 3 years ago

ବତୀଙ୍କୁ ନିଶାସକ୍ତ କରି ଅସଦାଚରଣ ଅଭିଯୋଗ

ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି।  ଟାଉନ ଥାନା ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାସ୍ତାରୁ ସଂପୃକ୍ତ ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ପିସିଆର ଭ୍ୟାନରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସୁସ୍ଥ ହେବା ପରେ ପୀଡ଼ିତାଙ୍କ ବୟାନକୁ ରେକର୍ଡ କରିବା ସହ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଯୁବତୀ ଜଣକ ବୀରମହାରାଜପୁର ଥାନା ଅଞ୍ଚଳର ଏବଂ ସେ ସ୍ୱାଧାର ଗୃହରେ ଆଶ୍ରୟ ନେଇଥିଲେ। ସେ ସମ୍ବଲପୁର ଯାଉଥିବାବେଳେ ତାଙ୍କୁ ନିଶାସକ୍ତ କରି ଏକ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅତ୍ୟଧିକ ନିଶାରୁ ଯୁବତୀ ଜଣକ ଘରୁ ପଦାକୁ ଆସି ହଙ୍ଗାମା କରିବା ପରେ ପୋଲିସ ଖବର ପାଇ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଅଭିଯୁକ୍ତ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଗଣେଶ ସାହୁ ଏବଂ ଅନ୍ୟ ଜଣେ ବିଦ୍ୟୁତ୍‌  ବିଭାଗର ଯନ୍ତ୍ରୀ ଶଶିକାନ୍ତ ସେଠୀ ବୋଲି ପୋଲିସ ସୂଚନା ଦେଇଛି॥

  • Pallipuspa Samal
  • 3 years ago

ନବମ ଶ୍ରେଣୀ ଛାତ୍ରଙ୍କ କରାମତି,ଗଢିଲେ ୱାସିଂ ମେସିନ୍

ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ବି. ସତ୍ୟନାରାୟଣ ପାତ୍ର ଏମିତି ଏକ ମେସିନ୍ ତିଆରି କରିଛନ୍ତି, ଯାହାକୁ ବ୍ୟବହାର କଲେ ଆପଣଙ୍କ ଶରୀର ଫିଟ୍ ରହିବ। ସତ୍ୟନାରାୟଣ ତିଆରି କରିଥିବା ଓ୍ୱାସିଂ ମେସିନରେ ଆପଣ ଲୁଗା ସଫା କରିବା ବେଳେ ସାଇକେଲ ପ୍ୟାଡଲ ମାରିବାକୁ ପଡିଥାଏ। ଏହା ଦ୍ୱାରା ଶାରିରୀକ ବ୍ୟାୟାମ ହେଉଥିବାରୁ ଶରୀର ସୁସ୍ଥ ରହିବ ବୋଲି କୁହାଯାଉଛି। More

  • Chandan Shishu
  • 3 years ago

ଭିଜିଲାନ୍ସ ଜାଲରେ ନେସ୍କୋ କର୍ମଚାରୀ

ଭିଜିଲାନ୍ସ ଜାଲରେ ନେସ୍କୋ କର୍ମଚାରୀ। କେନ୍ଦୁଝର ନେସ୍କୋର SDO ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଆଜି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍। କେନ୍ଦୁଝର କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଚଢ଼ଉ କରାଯାଇଛି। SDO ମହେଶ୍ୱର ସେଠୀଙ୍କ କେନ୍ଦୁଝର ସ୍ପଞ୍ଜ କଲୋନୀ ଓ ଘଟଗା ଘରେ ଭିଜିଲାନ୍ସ ଟିମ୍ ପହଞ୍ଚି କାଗଜପତ୍ର ଓ ସମ୍ପତ୍ତି ତାଲିକାକୁ ନେଇ ଖୋଲତାଡ଼ କରୁଛି। ସେହିପରି ଘଟଗାଁରେ ଥିବା ଭାଇଙ୍କ ଘର, ରିମୁଳିରେ ଥତ୍ବା ଶ୍ୱଶୁର ଘରେ ମଧ୍ୟ ଯାଞ୍ଚ କରାଯାଉଛି।

  • Chandan Shishu
  • 3 years ago

ଚାନ୍ଦିପୁର ଆଇଟିଆରକୁ ଆସୁଛି ପାକିସ୍ତାନ ଟଙ୍କା !

କେଉଁ କେଉଁ ତଥ୍ୟ ଏମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ପ୍ରଦାନ କରିଛନ୍ତି, ଏସବୁ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ଏୟାର ଫୋର୍ସ ଅଧିକାରୀ।ଅନ୍ୟପଟେ ଉତ୍ତରପ୍ରଦେଶରେ ରହିଥିବା ପାକିସ୍ତାନୀ ହ୍ୟାଣ୍ଡଲର ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ସୂଚନା ରହିଛି। More

  • Prangyan Parimita
  • 3 years ago

ସନ୍ଦେହ ଘେରରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ? ରହସ୍ୟ ବଢ଼ାଉଛନ୍ତି ସୁଇସାଇଡ୍ ନୋଟ୍

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ମହନ୍ତ ଶିଷ୍ୟମାନଙ୍କ ସହ ଅପରାହ୍ନ ୧ଟାରେ ରାତ୍ରୀ ଭୋଜନ କରିଥିଲେ । ତା’ପରେ ପ୍ରତିଦିନ ବିଶ୍ରାମ କରିବା ପାଇଁ ନିଜ କୋଠରୀକୁ ପ୍ରବେଶ କରିଥିଲେ । ତବେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହନ୍ତ ବାହାରକୁ ନଆସିବାରୁ ଚିନ୍ତିତ ହୋଇପଡ଼ିଥିଲେ ତାଙ୍କ ଶିଷ୍ୟମାନେ । ଶେଷରେ କବାଟ ଭାଙ୍ଗି ମହନ୍ତଙ୍କ କୋଠରୀରେ ପ୍ରବେଶ କରିଥିଲେ । More

  • Chandan Shishu
  • 3 years ago

ଗିରଫ ଭୟରେ ନଦୀକୁ ଡେଇଁ ମଦ ବେପାରୀଙ୍କ ଜୀବନ ଗଲା

ରାତି ହୋଇଯାଇଥିବାରୁ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି କରିଥିଲେ ବି ପତ୍ତା ମିଳିପାରିନଥିଲା। ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବା ପରେ ତାଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ ଅବକାରୀ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି । More

  • Minati Mishra
  • 3 years ago

ଗୁଜରାଟ ମଡେଲକୁ ଓଡ଼ିଶାରେ ଆପଣେଇବ ବିଜେପି

ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସୁରଟ ଗସ୍ତ କରିଥିବା ୯ ଜଣିଆ ଟିମ ଭୁବନେଶ୍ୱର ଫେରିଛି।ଗୁଜରାଟ ବିଜେପିର କାର୍ଯ୍ୟପନ୍ଥା, ନୀତି ବିଷୟରେ ଜାଣିବା ପାଇଁ ଏହି ଟିମ୍‌ ସୁରଟ ଯାଇଥିଲେ।  More

  • Chandan Shishu
  • 3 years ago

ରାସ୍ତା ପାଇଁ ବଳି ପଡ଼ିବ ନୂଆ ମଡେଲ ଡିଗ୍ରୀ କଲେଜ !

ଏହି କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ୯.୯୪ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପରିବର୍ତ୍ତିତ ସ୍ଥାନରେ ପୁଣି ଏକ ନୂଆ କୋଠା ନିର୍ମାଣ ପାଇଁ ୧୩.୯୪ କୋଟି ଟଙ୍କାର ଆକଳନ କରାଯାଇଛି। ବିଭାଗକୁ ଅର୍ଥ ଆସିଲେ, କାମ ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ କହିଛନ୍ତି। More

  • Chandan Shishu
  • 3 years ago

୯ ଜିଲ୍ଲାରେ ଦୁଇ ଦିନ ବର୍ଷିବ !

ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକାରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ପ୍ରଭାବରେ ଦକ୍ଷିଣ ଗାଙ୍ଗେୟ ଉପତ୍ୟକାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟିର ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବ। More

  • Chandan Shishu
  • 3 years ago

ଅଧାବାଟରେ ଅଟକିଗଲା ଆମ୍ବୁଲାନ୍ସ, ଆଖି ବୁଜିଲେ ରୋଗୀ

ବୁର୍ଲାରୁ ଆଉ ଏକ ଆମ୍ବୁଲାନସ ଅଧଘଣ୍ଟା ବିଳମ୍ବରେ ପହଞ୍ଚିବା ଭିତରେ ଆମ୍ବୁଲାନସ ଭିତରେ ହିଁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳାଙ୍କ ସ୍ୱାମୀ। ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିଥିଲେ ତାଙ୍କ ପତ୍ନୀ ନିଶ୍ଚୟ ବଞ୍ଚିଥାନ୍ତେ ବୋଲି ସେ କହିଛନ୍ତି।  More

  • Chandan Shishu
  • 3 years ago

ଷ୍ଟୋନ୍‌ ମ୍ୟାନର ଦ୍ୱିତୀୟ ଟାର୍ଗେଟ୍‌ କିଏ?

ଜଣେ ସରକାରୀ ମଦ ଦୋକାନ ମାଲିକ ରାତିରେ ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିଲେ। ଏହି ସମୟରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି। ଆଉ ହତ୍ୟା ପରେ ଘଟଣାସ୍ଥଳରେ ରକ୍ତରେ ଆଉ ଜଣଙ୍କ ନାଁ ଲେଖିଦେଇଥିଲା ଦୁର୍ବୃତ୍ତ। ସେଠାରେ ଲେଖାଯାଇଥିବା ବ୍ୟକ୍ତି ଜଣକ ପରବର୍ତ୍ତୀ ଟାର୍ଗେଟ୍‌ ଅଛନ୍ତି ବୋଲି ଲଖାଯାଇଛି। More

  • Satyendu Shekher Mishra
  • 3 years ago

କୋଟିଆର ସବୁ ଗାଁରେ ପଞ୍ଚାୟତ ନିର୍ବାଚନ କରିବେ ଓଡ଼ିଶା ସରକାର !

ଆନ୍ଧ୍ର ପରେ କୋଟିଆରେ ଓଡ଼ିଶା କରିବ ନିର୍ବାଚନ । ଗତ ଏପ୍ରିଲ ୮ରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ କୋଟିଆରେ ପ୍ରବେଶ କରି ନିର୍ବାଚନ କରାଇଥିଲେ । ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ପଞ୍ଚାୟତ ନିର୍ବାଚନ କରାଯିବା ନେଇ ଘୋଷଣା କରାଯାଇଛି । More

  • Chandan Shishu
  • 3 years ago

ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ଓଡ଼ିଶାର ସ୍ଥାନ ସପ୍ତମ

ପୂର୍ବତନ ମହିଳା କମିଶନ ସଦସ୍ୟାଙ୍କ ମତରେ, ଯୁବ ସମାଜ ଏବେ ବାଟହୁଡ଼ା ହୋଇଛି। ଯୌଥ ପରିବାର ପରିବର୍ତ୍ତେ ଛୋଟ ପରିବାରରେ ରହଣୀ, ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ଏଭଳି କାଣ୍ଡ ଭିଆଇବାରେ ସହଯୋଗ କରୁଛି। More

  • Chandan Shishu
  • 3 years ago

ମାଓ କମାଣ୍ଡର ଏବେ ପୋଲିସ ଇନ୍ସପେକ୍ଟର

ଯେଉଁ ଏକେ ୪୭ ରାଇଫଲ୍‌କୁ ଧରି ସେ ପୋଲିସ୍ ବିରୋଧରେ ଲଢୁଥିଲେ। ତାକୁ ମୁହାଁଇଦେଲେ ନିଜ ସାଥୀ ମାଓବାଦୀଙ୍କ ଆଡ଼େ। ବଦଳିଗଲା ଟାର୍ଗେଟ୍, ନିଜ ପୁରୁଣା ସଂଗଠନର ସବୁ ଗୁପ୍ତ ଠିକଣା, ନେଟ୍ଓ୍ୱର୍କ, ଯୋଜନା ସଂପର୍କରେ ଅବଗତ ଥିବାରୁ ପୋଲିସ୍‌ର ଗୋଟିକ ପରେ ଗୋଟିଏ ସଫଳ ଅପରେସନ୍‌ରେ ସାମିଲ ହୋଇ ମାଓବାଦୀଙ୍କୁ ଧୂଳି ଚଟାଇ ଚାଲିଲେ। More

  • Chandan Shishu
  • 3 years ago

୨୬ରୁ ରାଜ୍ୟରେ ପୁଣି ଛେଚିବ !

ଗତ ୨୪ ଘଣ୍ଟାରେ ଓଡ଼ିଶା ଉପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଅନେକ ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣରେ ବର୍ଷା ଅନୁଭୁତ ହୋଇଛି। ସର୍ବାଧିକ ବର୍ଷା କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ହୋଇଛି। More