• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Odia Labour Died
ବିଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୨ ଦିନ ପରେ ପରିବାର ଲୋକଙ୍କୁ ଦିଆଗଲା ଖବର

ବିଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ମୃତ୍ୟୁର ୨ ଦିନ ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। କିଛି ବର୍ଷ ତଳେ ଏଜେଣ୍ଟ ମାଧ୍ୟମରେ ସୁଦୂର ଓମାନ ଯାଇଥିଲେ ଏହି ଓଡ଼ିଆ ଶ୍ରମିକ।

mahanadi water dispute
ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା: ୬ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

ତେବେ ମହାନଦୀରେ ଜଳସ୍ତର କମିଛି କିନ୍ତୁ ସୁବର୍ଣ୍ଣରେଖା ଓ ଜଳକାରେ ବଢ଼ୁଛି ପାଣି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଫଳରେ ତଳ ଅଞ୍ଚଳରେ ଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକେ ଡଙ୍ଗା ବ୍ୟବହାର କରୁଛନ୍ତି ।

Heavy Rainfall Alert In Odisha
୨୧ ପର୍ଯ୍ୟନ୍ତ ପ୍ରବଳ କାଚିବ: ୧୬ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ

ପୂର୍ବ-କେନ୍ଦ୍ର ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷା ଆରମ୍ଭ ହୋଇଛି। ଆଜି ସକାଳ ସାଢ଼େ ୮ଟାଠାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର, ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 18 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Saturday, 18 September 2021
Heavy Rainfall Alert In Odisha
କାଲିଠୁ ପୁଣି ପ୍ରବଳ ବର୍ଷିବ: ସତର୍କ ରହିବାକୁ SRC ଦେଲେ ପରାମର୍ଶ

ପୂର୍ବ-କେନ୍ଦ୍ର ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଆଜିଠୁ ପୁଣି ବର୍ଷା ଆରମ୍ଭ ହୋଇଛି। ତେବେ ପ୍ରଭାବରେ ଆସନ୍ତାକାଲି ସକାଳ ସାଢ଼େ ୮ଟାଠାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର, ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

Honey Trap
ଗୁଇନ୍ଦାଗିରିରେ ସୀମିତ ନାହିଁ ହନି ଟ୍ରାପ୍; ଚୋରି, ଠକେଇରେ ବ୍ୟବହୃତ

ଆଗରୁ କେବଳ ଗୁଇନ୍ଦାଗିରିରେ ସୀମିତ ଥିଲା ହନି ଟ୍ରାପ୍। ଏବେ ଚୋରି, ଠକେଇ ଏବଂ ଅନ୍ୟ ଅପରାଧ ପାଇଁ ବ୍ୟବହାର ହେଲାଣି ଏହି ଟ୍ରିକ୍। ଘରେ ବସି ସୁନ୍ଦରୀ ଯୁବତୀଙ୍କ ସହାୟତାରେ କୋଟି କୋଟି ଟଙ୍କା ଚୂନ ଲଗାଇବାରେ ହନି ଟ୍ରାପକୁ ବହୁଳ ବ୍ୟବହାର ସାମ୍ନାକୁ ଆସୁଛି। ଯାହା ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୋଲିସ ପାଇଁ ସାଜିବାକୁ ଯାଉଛି ବଡ଼ ଚ୍ୟାଲେଞ୍ଜ୍।

Student
ସ୍କୁଲ ବନ୍ଦ ହେବା ପରେ ପାଠ ଭୁଲିଗଲେଣି ପିଲା। ଚିନ୍ତାରେ ଅଭିଭାବକ

ପ୍ରାଥମିକ ଓ ଅଙ୍ଗନବାଡ଼ି ସ୍କୁଲ ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି ଶିଶୁଙ୍କ ପାଠପଢ଼ା । ଏମିତିକି ଅନେକ ପିଲା ଅଙ୍ଗନବାଡି ଶିକ୍ଷା ସାରିଥିଲେ ମଧ୍ୟ ପ୍ରଥମ ଶ୍ରେଣୀ ନାଁ ଲେଖାଇ ପାରିନାହାନ୍ତି। ଯାହାକୁ ନେଇ ଚିନ୍ତାରେ ଅଭିଭାବକ ଅଛନ୍ତି

DurgaPuja2021
ମୂର୍ତ୍ତି ବିବାଦ: ହାଇକୋର୍ଟ ମନା କଲେ, ସୁପ୍ରିମକୋର୍ଟ ଯିବ କି ପୂଜା କମିଟି?

ନିର୍ଣ୍ଣାୟକ ମୋଡ଼ରେ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ବିବାଦ। ବାଲୁବଜାର ପୂଜା କମିଟି ପକ୍ଷରୁ ଉଚ୍ଚତା ବୃଦ୍ଧି ଦାବି ନେଇ ହୋଇଥିବା ମାମଲାକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏଥିସହ ସ୍ପଷ୍ଟ କରିଛନ୍ତି ୟେ ମହାମାରୀ ସମୟରେ ସରକାରୀ ନିଷ୍ପତ୍ତିରେ ହସ୍ତକ୍ଷେପ କରି ହେବନି।

ITR
କେତେ ସୁରକ୍ଷିତ ଆମ କ୍ଷେପଣାସ୍ତ୍ର ଘାଟି ?

ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ୫ ଜଣ ଜେଲ୍ ଯିବା ପରେ ଏବେ ପ୍ରଶ୍ନ କେତେ ସୁରକ୍ଷିତ ଏ କ୍ଷେପଣାସ୍ତ୍ର ଘାଟି। ଖାଲି ଏଇଠୁ ତଥ୍ୟ ଲିକ୍ ହୋଇଛି ନା ପଡ଼ୋଶୀ ଜିଲ୍ଲାର ହ୍ୱିଲର ଦ୍ୱୀପରେ ବି ଏଭଳି ଚାଲୁଛି।

Flood
ବଢି ଆସୁଛି, ଡର ବଢୁଛି। ଖସୁଛି ମହାନଦୀ, ଉଛୁଳୁଛି ସୁବର୍ଣ୍ଣରେଖା

ମହାନଦୀ ସିଷ୍ଟମରେ କମୁଛି ହେଲେ ସୁବର୍ଣ୍ଣରେଖାରେ ବଢୁଛି ବନ୍ୟାଜଳ। ଛତିଶଗଡ଼ରେ ବର୍ଷା କମିଥିବାରୁ ହୀରାକୁଦକୁ ଜଳ ପ୍ରବାହ ହ୍ରାସ ପାଇଛି। ଏବେ ୨୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ଫଳରେ ଡ୍ୟାମର ତଳମୁଣ୍ଡ ସୁବର୍ଣ୍ଣପୂର, ବାଙ୍କି, ଆଠଗଡ ଓ ଖୋର୍ଦ୍ଧ ଜିଲ୍ଲାର କିଛି ଗାଁରେ ପାଣି ପଶିଛି

Corona
ଆସୁଛି ପାର୍ବଣ ଋତୁ, ସତର୍କ ରହିବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସମସ୍ତେ କରୋନା କଟକଣା ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣ ଜାରି ରହିଛି।

Sainik School
ସୈନିକ ସ୍କୁଲରେ ପଢିବେ ଛାତ୍ରୀ: ପ୍ରଥମ ପର୍ଯ୍ୟାୟରେ ୧୦ ଛାତ୍ରୀ ଲେଖାଇଲେ ନାମ

ଭୁବନେଶ୍ୱର ସୈନିକ ସ୍କୁଲରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ ମିଳିଥିବାବେଳେ ଆଗମୀ ଦିନରେ ଏହି ସଂଖ୍ୟା ବଢ଼ିପାରେ । ସ୍କୁଲ ପାଇଁ ୧୦୦ ବେଡ଼ ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଅନୁମୋଦନ ମିଳିସାରିଛି । ଆଜି ଏହି ସୂଚନା ଦେଇଛନ୍ତି ମଧ୍ୟ ଭାରତ GOC ବା ଜେନେରାଲ ଅଫିସର କମାଣ୍ଡିଙ୍ଗ, ଲେଫଟାଣ୍ଟ ଜେନେରାଲ ଏସ. ମୋହନ।

Man Kills Son
ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲା ବାପା, ମାଟି ଖୋଳିବା ପରେ ମିଳିଲା...

ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଲା ବାପା। ମଦ୍ୟପ ପୁଅର ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ବାପା ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍‌ ହତ୍ୟାକାରୀ ବାପା ଓ ତାଙ୍କର ଆଉ ୨ ପୁଅଙ୍କୁ ଅଟକ ରଖିଛି। 

Durga Puja
ମୂର୍ତ୍ତି ଉଚ୍ଚତା ବିବାଦ: ଆବେଦନ ଖାରଜ କଲେ ହାଇକୋର୍ଟ

କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ଶୁଣାଇଛନ୍ତି ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ୪ ଫୁଟ ଉଚ୍ଚତାକୁ ନେଇ କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Baitarani Barrage
ଲୋଭ ହେଲା କାଳ ! ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ଭାସିଗଲେ

ଲୋଭ ହେଲା କାଳ !  ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ୩ ଜଣ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରି ଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। ଆଜି ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ ଏହି ଘଟଣା ଘଟିଛି।

Mundali
‘ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା’

ଆଜି ରାତି ୧୨ଟା ସୁଦ୍ଧା ସାଢ଼େ ୭ ଲକ୍ଷ କ୍ୟୁସେକ୍‌ ଜଳ ପାସ୍ କରିବ। ତେଣୁ ମହାନଦୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆସୁଛି। ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

egg korma
ଘରେ ବନାନ୍ତୁ ‘ଅଣ୍ଡା କୋରମା’

ଆଜି ଆମେ ଆପଣଙ୍କୁ ଅଣ୍ଡାର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଅଣ୍ଡା କୋରମା’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

Bhubaneswar Sub Collector Office
ଭୁବନେଶ୍ୱର ସବ୍‌କଲେକ୍ଟର ଅଫିସ ଓ ତହସିଲ ଅଫିସ ୫ ଦିନ ବନ୍ଦ

ଆଜିଠୁ ୫ ଦିନ ଯାଏ ଭୁବନେଶ୍ୱର ସବ୍‌କଲେକ୍ଟର ଅଫିସ ଓ ତହସିଲ ଅଫିସ ବନ୍ଦ। ଉଭୟ ଅଫିସ୍‌ର ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଫଳରେ ଆଜିଠୁ ୨୧ ତାରିଖ ଯାଏ ଉଭୟ ଅଫିସ୍ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। 

Srimandir
ଆଜି ଶ୍ରୀମନ୍ଦିର ବନ୍ଦ

ଆଜି ଶ୍ରୀମନ୍ଦିର ବନ୍ଦ। ଆଜି ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କାରେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଆଜି ବିଶ୍ୱକର୍ମା ପୂଜା ସହ ବାମନ ଜନ୍ମ, ପାର୍ଶ୍ୱ ପରିବର୍ତ୍ତନ ବା ବଡ଼ ଏକାଦଶୀ, ସଂକ୍ରାନ୍ତି ମଧ୍ୟ ପଡ଼ିଛି।

Coronavirus
ପୁଣି ଧୀରେ ଧୀରେ ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୬୨୮ ପଜିଟିଭ୍‌ ଚିହ୍ନଟ

ଗତ କିଛିଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ସଂକ୍ରମଣ ପୁଣି ଧୀରେ ଧୀରେ ବଢ଼ୁଥିବା ଦେଖିବାକୁ ମିଳିଛି। ଜୁଲାଇ ୧୬ରି ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ରାଜ୍ୟରେ ୬୨୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  

daily horoscope
Daily Horoscope, 17 Sept 2021: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୧ ମସିହା, ସେପ୍ଟେମ୍ୱର ମାସ ୧୭ ତାରିଖ, ଶୁକ୍ରବାର, କନ୍ୟା ୧ ଦିନ, ଭାଦ୍ରବ ମାସ , ଶୁକ୍ଳପକ୍ଷ ଏକାଦଶୀ ତିଥି, ଶ୍ରାବଣା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Road Accident
ନାଳକୁ ଯାଉଥିବା ବେଳେ ୨ ମହିଳାଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି

ଅଜଣା ଗାଡ଼ି ଧକ୍କାରେ ୨ ମହିଳା ମୃତ। ଗାଧୋଇବା ପାଇଁ ନାଳକୁ ଯାଉଥିବା ବେଳେ ଏମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିବା ସୂଚନା ମିଳିଛି। ଆଜି ଭୋର ସମୟରେ ଗାଁ ନିକଟ ଏକ ନାଳକୁ ଗାଧୋଇବା ପାଇଁ ଯାଉଥିଲେ।

Mahanadi River
କାଲି ମହାନଦୀରେ ଆସିପାରେ ବନ୍ୟା, ୬ ଜିଲ୍ଲାକୁ ଆଲର୍ଟ; ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା

ମହାନଦୀରେ ଆସିପାରେ ବନ୍ୟା। ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏକ ମଧ୍ୟମ ଧରଣର ବନ୍ୟା ହୋଇପାରେ। ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି। ଆସନ୍ତାକାଲି ସକାଳୁ ୮ ଲକ୍ଷ କ୍ୟୁସେକ୍‌ ଜଳ ମହାନଦୀରେ ମୁଣ୍ଡଳିରୁ ପାସ୍ କରିବ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 17 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Friday, 17 September 2021
ବିନୋଦ ଚନ୍ଦ୍ର ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ
କାର୍ଯ୍ୟନିର୍ବାହୀ ଅଧିକାରୀ ଏବେ ଗୃହବନ୍ଦୀ ! ଅଫିସ୍‌ ନ ଆସିବାକୁ ପ୍ରଭାବଶାଳୀ ଲୋକଙ୍କ ଧମକ

୧୦ରୁ ୧୫ ଲୋକ ଅଫିସ ଭିତରକୁ ଆସିଥିଲେ। ଅଫିସ୍‌କୁ ନ ଆସିବା ଓ ବାହାରି ଯିବା ପାଇଁ ମୋତେ ଧମକ ଦେଇଥିଲେ। ଆମେ କଥା ନମାନିଲେ ଆମେ ଗଣ୍ଡଗୋଳ କରିବୁ ବୋଲି ସେମାନେ କହିଥିଲେ। ମୋ ଜୀବନକୁ ଏବେ ବିପଦ ଅଛି।