ଡ୍ରେନ୍ ପାଣିରେ ଭାସି ନିଖୋଜ ଥିବା ଶିରିପୁର ଶତାବ୍ଦୀ ନଗରର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରିନି। ୧୮ ଘଣ୍ଟା ଧରି ରେସ୍କ୍ୟୁ ଟିମ୍ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଛାତ୍ରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।
ରାଜ୍ୟରେ କରୋନା ପ୍ରକୋପ କମିନଥିବା ବେଳେ ଚିନ୍ତା ବଢ଼ାଇଲାଣି ଅଣ-ସଂକ୍ରାମକ ରୋଗ ବା-NCD । ମଧୁମେହ, ରକ୍ତଚାପ, ବଦହଜମି, କିଡନୀ, ହୃଦରୋଗ ଭଳି ଏକାଧିକ ସ୍ୱାସ୍ଥ୍ୟଗତ ସମସ୍ୟା ଏବେ ରାଜ୍ୟରେ ଚିନ୍ତା ବଢ଼ାଇଛି । ଆସୋସିଏସେଟ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ-ଆସୋଚାମର ସଦ୍ୟତମ ସର୍ଭେ ରିପୋର୍ଟ ନନ୍ କମ୍ୟୁନିକେବଲ୍ ଡିଜିଜେସ୍ ଇନ୍ ଇଣ୍ଡିଆରେ ଏଭଳି କିଛି ଉଦବେଗଜନକ ଚିତ୍ର ସାମ୍ନାକୁ ଆସିଛି
ଧୀରେ ଧୀରେ କମୁଛି ସବୁ ନଦୀର ଜଳସ୍ତର, ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । କେଉଁଠି ବନ୍ୟାପାଣିରେ ବୁଡ଼ିଥିବା ଘରୁ ନିଜ ଜିନିଷ ସାଉଁଟୁଛନ୍ତି ଲୋକେ ତ କେଉଁଠି ଝାଟି ମାଟି ଘରକୁ କାଦୁଅ ବୋଳି ପୁଣି ଠିଆ କରିବାରେ ଲାଗିଛନ୍ତି । ଏପରିକି ବନ୍ୟାରେ ଘର ହରାଇଥିବା ଲୋକେ ଏବେ ବି ସ୍କୁଲ ଘରେ ନେଇଛନ୍ତି ଆଶ୍ରୟ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ମାଆ ରୋଗିଣା ହୋଇଗଲା ବୋଲି ଜଙ୍ଗଲରେ ଛାଡ଼ିଦେଲା ସନ୍ତାନ । ଭୁଲିଗଲା ନିଜ ମାଆର ମମତା । କେତେ ଅଝଟ ସହିଥିଲା ସେହି ମାଆ । ହେଲେ ଆଜି ସାମାନ୍ୟ ରୋଗ ପାଇଁ ମାଆର ମମତାକୁ ଭୁଲି, ଜଙ୍ଗଲରେ ଛାଡ଼ିଦେଲା ନିଷ୍ଠୁର ସନ୍ତାନ ।
ଚଢାଉ ପାଇଁଁ ଯାଇଥିବା ଖୋଦ୍ ବିଏମସି ଜୋନାଲ ଡେପୁଟି କମିଶନର ଅଶୁମାନ ରଥଙ୍କ ସହ ଲିଫ୍ଟରେ ଫସିଗଲେ ଆଉ ଜଣେ ବିଏମସି ସ୍ୱାସ୍ଥ୍ୟ ଅଧିକାରୀ।ଏମିତିକି ଲିଫ୍ଟର ଥିବା ଏମର୍ଜେନ୍ସି ଆଲାର୍ମ ଦେବା ସତ୍ତ୍ୱେ ସେଥିରୁ ମଧ୍ୟ ପାୱାର ବନ୍ଦ କରିଦେଇଥିଲେ ବାର କର୍ମଚାରୀ। ଫଳରେ ୪୦ମିନିଟ୍ ଧରି ଲିଫ୍ଟରେ ଫସିରହିଲେ ଚଢାଉ କରିବାକୁ ଯାଇଥିବା ସ୍କ୍ୱାଡ୍।
ପଙ୍କଳବାଡି ଗାଁର ଗାଣ୍ଡୁ ବେହେରା ଗତ ଏକ ମାସ ହେଲା କୋମାରେ ଥାଇ ଡାକ୍ତରଖାନାରୁ ଡାକ୍ତରଖାନା ବୁଲୁଛନ୍ତି। କିନ୍ତୁ ଉପଯୁକ୍ତ ଚିକିତ୍ସା ପାଉ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। କିଛି ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସହାୟତାରେ ଗାଣ୍ଡୁ ସୁରଟରୁ ଓଡିଶା ଆସିଥିଲେ। କିନ୍ତୁ ଏଠି ଅବସ୍ଥା ସାଂଘାତିକ ଥିବା କହିଛନ୍ତି ତାଙ୍କ ପରିବାର ଲୋକେ।
କୋଟିଆରେ ଆନ୍ଧ୍ରପ୍ରଦେଶ କରାଇଥିବା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଗଞ୍ଜେଇପଦର ପଞ୍ଚାୟତ ପାଇଁ ହୋଇଥିବା ନିର୍ବାଚନରେ YSR କଂଗ୍ରେସର ପ୍ରାର୍ଥୀ ମାଜି ଆପ୍ପାଲମ୍ମା ବିଜୟୀ ହୋଇଛନ୍ତି ।
ଗତ ୧୬ ତାରିଖରେ ଗାଇସିଲେଟ୍ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଧମକ ଚମକ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଆଜି ମାମଲା ରୁଜୁ ହୋଇଥିବାବେଳେ ବରଗଡ଼ ଏସ୍ପି ରାହୁଲ ଜୈନ କହିଛନ୍ତି, ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଉଛି।
ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ପଢାଯିବ ଇଞ୍ଜିନିୟରିଂ ଶିକ୍ଷା । ଏନେଇ AICTE ପକ୍ଷରୁ ମିଳିଛି ଗ୍ରୀନ୍ ସିଗନାଲ୍ । ନିକଟରେ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ ଏଜୁକେସନ, AICTE ଏବଂ ରାଜ୍ୟ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବିଜେଡି, ବିଜେପି ଓ କଂଗ୍ରେସ୍ ନିଜ ନିଜର ୨୦ ଜଣିଆ ଷ୍ଟାର କ୍ୟାମ୍ପେନର୍ ତାଲିକା ପ୍ରକାଶ କରିସାରିଛନ୍ତି। ସବୁ ଦଳର ଷ୍ଟାର କ୍ୟାଂପେନର୍ ଓ ହେଭିେଓ୍ୱଟ୍ ନେତାମାନେ ପ୍ରଚାର ମୈଦାନକୁ ଖୁବ୍ ଶୀଘ୍ର ଓହ୍ଲାଇବେ କିନ୍ତୁ ପ୍ରଚାରରେ ଏଥର କଟକଣା ଥିବାରୁ ଫୋକସରେ ରହିଛି ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଓ କର୍ମୀ ସମ୍ମିଳନୀ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଗୁଲାପଡା ମହାନଦୀର ବଢି ପାଣିରେ ନଷ୍ଟ ହୋଇଯାଇଛି ଏକର ଏକର ଧାନ ଚାଷ ସହ ପରିବା ଫସଲ। ବର୍ଷା ଯୋଗୁ ଗତ ୩ ଦିନ ଧରି ଚାଷ ଜମିରେ ଲହଡି ମାରୁଥିଲା ବଢି ପାଣି। ତାହାରି ଭିତରେ ପୋତି ହୋଇ ରହିଥିଲା ବାଇଗଣ, ଭେଣ୍ଡି, ଟମାଟୋ, କଲରା ଆଦି ପନି ପରିବା। ଏବେ ବର୍ଷା ଛାଡ଼ିବା ସହ ପାଣି କମିିଯିବା ପରେ ଦାଉ ଦାଉ ହୋଇ ଦେଖାଯାଉଛି କ୍ଷୟକ୍ଷତି।
ରାଜଧାନୀରେ ଡ୍ରେନ୍ ପାଣିରେ ଭାସିଗଲେ ଛାତ୍ର। ଭୁବନେଶ୍ୱର ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀରେ ଜଣେ ୧୫ ବର୍ଷୀୟ ଛାତ୍ର ଡ୍ରେନ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ପ୍ରବଳ ବର୍ଷାରେ ଖୋଲା ଡ୍ରେନ୍ ପାଣିରେ ଛାତ୍ର ଜଣକ ଭାସି ଯାଇଛନ୍ତି।
ଭଲ ପାଇ ବାହା ହୋଇଥିଲେ, ହେଲେ ଚାରି ମାସ ବି ତିଷ୍ଠି ପାରିଲାନି ପ୍ରେମ ବିବାହ। ବିବାହର ୪ ମାସ ପରେ ନବବଧୂଙ୍କ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ନବବଧୂଙ୍କ ମୃତଦେହ।
ସିଲ୍ ହେଲା ଭୁବନେଶ୍ୱରରେ ଆଉ ୨ଟି ବାର୍। କୋଭିଡ୍ କଟକଣା ଉଲ୍ଲଂଘନ କରି ବାର୍ରେ ନାଚ, ଗୀତ ଓ ମଦର ଆସର ଚାଲିଥିବା ଖବର ପାଇ ବିଏମ୍ସି ଅଧିକାରୀ ଓ କମିଶନରେଟ୍ ପୋଲିସ ଚଢ଼ାଉ କରିଥିଲା।
ପ୍ରଥମ ପତ୍ନୀ ଥାଇ ଦ୍ୱିତୀୟ ବିବାହ କରିଥିଲେ ଓ ଦ୍ୱିତୀୟ ପତ୍ନୀଙ୍କ ସହ ଅନ୍ୟ ଏକ ସ୍ଥାନରେ ଲୁଚିକି ରହୁଥିଲେ। ପ୍ରଥମ ପତ୍ନୀ ଏହା ଜାଣିପାରି ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ସମ୍ପୃକ୍ତ ଯୁବକଙ୍କୁ ଘରୁ ଉଠାଇ ନେଇଥିଲା।
ବର୍ଷାଦିନେ ସଂଧ୍ୟାରେ ଚଟପଟା ଜଳଖିଆ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ଆଜି ଆମେ ଏକ ଦେଶୀ ସ୍ନାକ୍ସ ରେସିପି ବିଷୟରେ କହିବାକୁ ଯାଉଛୁ ଯାହା ଆପଣମାନେ ଆପଣଙ୍କର ସଂଧ୍ୟା ଜଳଖିଆ ଭାବେ ବନେଇ ପାରିବେ। ଏହି ସ୍ନାକ୍ସର ନାଁ ହେଉଛି ‘କଦଳୀ ମଞ୍ଜା ବରା’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଜଳସ୍ତର କମିବା ପରେ ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍। ଏବେ ୮ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟାପାଣି ନିଷ୍କାସିତ ହେଉଛି। ମହାନଦୀରେ ମଧ୍ୟ ଜଳସ୍ତର କମୁଛି। ଉପରମୁଣ୍ଡରେ ବର୍ଷା କମି ଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମିଛି।
ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା। ଯୁବକଙ୍କୁ ହତ୍ୟା ପରେ ଅଭିଯୁକ୍ତଙ୍କ ଘର ଜାଳିଦେଲେ ଗାଁ ଲୋକେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।
ରାଜ୍ୟରେ ପୁଣି ୬୦୦ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ରାଜ୍ୟରେ ୬୨୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୫ ଜଣ ଅଛନ୍ତି।
ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ଆଜିର ମହିଳା । ମହିଳା ମାନେ ସିଲେଇ କରିବା, ପାର୍ଲରେ କାମ କରିବା ଏପରିକି ନିଜର କାର ଚଲାଉଥିବା ଦେଖିଥିବେ ହେଲେ ମହିଳା ଡ୍ରାଇଭିଂ କରି ପରିବାର ପୋଷୁ ଥିବା କଥା ଜାଣି ନଥିବେ । ଭୁବନେଶ୍ୱର ମହାନଗର ନିଗମର ଅଳିଆ ଉଠା ଗାଡି ଚଳାଇ ପରିବାର ପୋଷୁଛନ୍ତି ଏଭଳି କିଛି ମହିଳା
ଶିଶୁ ହୁଅନ୍ତୁ ଅବା ବୟସ୍କ କି ଗର୍ଭବତୀ, ଭରା ନଇରେ ପଶି ଯାତାୟାତ କରନ୍ତି ଅଞ୍ଚଳବାସୀ । ପୋଲ ନିର୍ମାଣ ଦାବି ନେଇ ସରକାରୀ ବାବୁଙ୍କଠାରୁ ଜନ ପ୍ରତିନିଧି ସମସ୍ତଙ୍କୁ ନେହୁରା ହୋଇଛନ୍ତି, ହେଲେ କେହି ଶୁଣିନାହାନ୍ତି । ସେପଟେ ଅଭିଯୋଗ ପରେ କନ୍ଧମାଳ ଜିଲ୍ଲା ଗୁଞ୍ଜିବାଡି ପଞ୍ଚାୟତର ବଗାଡି ନଦୀ ଉପରେ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଛି ।
ପୁରୀ ଜିଲ୍ଲା କଣାସ ବ୍ଲକ ଦୋକନ୍ଦା ଗାଁରେ ନଈ କୂଳିଆ ବାସିନ୍ଦାଙ୍କ ପ୍ରତି ନିର୍ଦ୍ଦୟ ହୋଇଛି ଦୟା ନଦୀ । ଗାଁର ଯୁଆଡ଼େ ଆଖି ବୁଲାଇ ଆଣିବେ ଖାଲି ପାଣି ଆଉ ପାଣି । ବର୍ଷା ଛାଡ଼ିବାର ୩ ଦିନ ହେଲା ଗାଁରେ ଲହଡ଼ି ମାରୁଛି ନଈ ପାଣି । ବତୁରି ଗଲାଣି ଝାଟି ମାଟି ଘର । କେଉଁ ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବ କିଏ କହିବ ।
ଓଡ଼ିଶା ଉପକୂଳ ନିକଟତର ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଆସନ୍ତା କିଛି ଘଣ୍ଟା ଭିତରେ ଏହା ବଙ୍ଗୋପ ସାଗରର ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।