• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଡ୍ରେନରେ ଭାସିଯାଇ ପ୍ରାଣ ହରାଇବା ପରେ ବିକ୍ଷୋଭ ପ୍ରଦର୍ଶନ

  • ବିଏମସି କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର : ରାଜଧାନୀରେ ମୁକୁଳା ଡ୍ରେନକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ବିଏମସି କାର୍ଯ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ବିଜେପି କର୍ମୀ । ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ବିକ୍ଷୋଭ ଶୋଭାଯାତ୍ରାରେ ଆସିବା ପରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ବିଏମସି ଓ ରାଜ୍ୟ ସରକାରଙ୍କ ଖାମଖିଆଲ ମନୋଭବ ଯୋଗୁଁ ପ୍ରତିବର୍ଷ ନୀରିହଙ୍କ ଜୀବନ ଯାଉଥିବା ବିଜେପି ଅଭିଯୋଗ କରିଛି । ତୁରନ୍ତ ବିଏମସି କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ପୀଡ଼ିତଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ରାଶି ଦେବାକୁ ଦାବି କରିଛି ବିଜେପି ।

ସେପଟେ ଭୁବନେଶ୍ୱର ଶତାବ୍ଦୀ ନଗରର ଏକ ମୁକୁଳା ଡ୍ରେନରେ୍ ଭାସିଯାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି । ୧୮ ଘଣ୍ଟା ଧରି ଖୋଜାଖୋଜି ପରେ ଅଗ୍ନିଶମ ବାହିନୀର ଯବାନ ଭୁବନେଶ୍ୱର ପଞ୍ଚସଖା ନଗର ନିକଟ ଡ୍ରେନରୁ ମୃତଦେହ ଉଦ୍ଧାର ହୋଇଛି । ଏହାପରେ ତୁରନ୍ତ ମୃତଦେହକୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପରିବାର ଲୋକେ ପହଞ୍ଚି ଜ୍ୟୋତି ପ୍ରକାଶଙ୍କ ମୃତଦେହ ଚିହ୍ନଟ କରିଥିଲେ ।ପରିବାର ଲୋକେ ଏମ୍ସରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା ।

ଅନ୍ୟପଟେ ଜ୍ୟୋତିଙ୍କ ପରିବାର ପାଇଁ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା ହୋଇଛି। ରିଲିଫ କୋଡ ଅନୁସାରେ ଅନୁକମ୍ପା ଦିଆଯିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ଗତକାଲି ଅପରାହ୍ଣରେ ସାଇକେଲ ଯୋଗେ ଟ୍ୟୁସନ ଯାଉଥିବା ବେଳେ ବରମୁଣ୍ଡା ନିକଟ ଶତାବ୍ଦୀ ନଗରରେ ମୁକୁଳା ଡ୍ରେନରେ ପଡ଼ିଯାଇଥିଲେ । ସ୍ରୋତ ଅଧିକ ଥିବାରୁ ଆଖି ପିଛୁଳାକେ ସେ ପାଣି ସୁଅରେ ଭାସି ଯାଇଥିଲେ । ଖବର ମିଳିବା ପରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ବି ଗତକାଲି ପତ୍ତା ମିଳିନଥିଲା । ତେବେ ରାତିରେ ଉଦ୍ଧାର କାଯର୍ୟ ବନ୍ଦ ରଖାଯାଇ ପୁଣି ସକାଳୁ ଆରମ୍ଭ ହୋଇଥିଲା । ତେବେ ଆଜି ସର୍ଚ୍ଚ ଅପରେସନ ବେଳେ ଜ୍ୟୋତିପ୍ରକାଶଙ୍କ ମୃତଦେହ ମିଳିଛି ।