ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ, ହୀରାକୁଦ ତଳମୁଣ୍ଡରେ ଏବେ ବର୍ଷା କମିଥିଲେ ବି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଜଳପ୍ରବେଶ ବଢୁଛି। ତେବେ ଡ୍ୟାମ୍ ଜଳସ୍ତରକୁ ୬୨୮ ଫୁଟ୍ ମଧ୍ୟରେ ସ୍ଥିର ରଖିବା ପାଇଁ ଉଦ୍ୟମ ଚାଲିଛି।
କୃଷି ଋଣରୁ ଚାଷୀମାନେ ୫୦.୨ ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟୟ କରୁଥିବା ବେଳେ କୃଷି ବ୍ୟବସାୟରେ ୪.୨ ପ୍ରତିଶତ, ଆବାସ ପାଇଁ ୧୩.୨ ପ୍ରତିଶତ, ବିବାହ ଓ ଉତ୍ସବରେ ୮.୪ ପ୍ରତିଶତ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ୯.୯ ପ୍ରତିଶତ ଏବଂ ଅନ୍ୟାନ୍ୟ ବ୍ୟବହାରିକ ଖର୍ଚ୍ଚରେ ୧୦.୨ ପ୍ରତିଶତ ବ୍ୟୟ କରିଥିବା ରିପୋର୍ଟରେ କୁହାଯାଇଛି।
ଗତକାଲି ଦିଦିଙ୍କ ଭୁବନେଶ୍ୱର କେଶୁରା ଓ ଝାରପଡ଼ାରେ ଏକାଧିକ ବହୁତଳ କୋଠା ଠାବ ହୋଇଥିଲା। ଝାରପଡ଼ାରେ ୨ଟି ୩ ମହଲା ବିଲ୍ଡିଂ ଏବଂ ଗୋଟିଏ ଏକ ମହଲା କୋଠା ମିଳିଛି। ଏଥିସହ ୧୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ।
ଏହାକୁ ନେଇ ସବୁବେଳେ ଆରୋପ-ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ ଦ୍ୱାରା ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୦ ରିପୋର୍ଟ ପ୍ରକୃତ ଚିତ୍ର ସାମ୍ନାକୁ ଆଣିଛି। କିଛି ଦିନ ପୂର୍ବରୁ ବିଧାନସଭାରେ ନାବାଳିକା ଯୌନ ନିର୍ଯାତନା, ହତ୍ୟା, ଯୌତୁକ ଜନିତ ହତ୍ୟା, ନାରୀ ନିର୍ଯାତନା ସଂଖ୍ୟା ବଢିବା ନେଇ ଉଦବେଗଜନକ ତଥ୍ୟ ସାମନାକୁ ଆସିଥିଲା। ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ
ଚାନ୍ଦିପୁର ITRରେ କିଏ ୧୦ ବର୍ଷ ଧରି କାମ କରୁଥିଲା, ତ ଆଉ କିଏ ୨୦ ବର୍ଷ ଧରି। ସ୍ଥାନୀୟ ଅଞ୍ଚଳର ଏତେ ପୁରୁଣା ଠିକା କର୍ମଚାରୀ ହେବା ସତ୍ତ୍ୱେ, ଏମାନେ କେମିତି ପଛାଇନଥିଲେ ଦେଶଦ୍ରୋହ ଭଳି ସଂଗୀନ ଅପରାଧ କରିବାକୁ? କେଉଁ ଲାଳସା ବାଧ୍ୟ କରିଥିଲା ଶତ୍ରୁରାଷ୍ଟ୍ର ଆଗରେ ନିଜ ଇମାନ୍ଦାରୀ ସହ ଦେଶର ଗୁପ୍ତ ତଥ୍ୟ ବିକିଦେବାକୁ?
ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ଗତକାଲି ୪ ଜଣଙ୍କୁ ଗିରଫ କରିଥିଲା। ଘଟଣାର ତଦନ୍ତ ଭାର ନେବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ ବାଲେଶ୍ୱର ଗସ୍ତ କରିଛି। ସେପଟେ ଗିରଫ ହୋଇଥିବା ୪ ଜଣଙ୍କର କୋଭିଡ୍ ଟେଷ୍ଟ ସହ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି।
ଆଜି ଅପରାହ୍ନ ସମୟରେ ବରୀ ବ୍ଲକ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର କୁଶ ସିଂ ଗାଈକୁ ନେଇ ଘରୁ ବାହାରି ଯାଇଥିଲେ। କିନ୍ତୁ ମାଟିଆପଦା ନିକଟରେ ଦୁଇ ଦୁଇଟା ବଡ଼ ଘାଇ ହୋଇଥିଲା। ଘାଇ ହୋଇଥିବାରୁ ରାସ୍ତା ପଟେ ପାଣି ଯାଉଥିଲା। ସେହି ରାସ୍ତାରେ ଯିବାବେଳେ କୁଶ ସିଂ ଭାସି ଯାଇଥିଲେ।
ଟାଉନ୍ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ବୁଲୁଥିବା ଦେଖିବାକୁ ପାଇଥିଲା। ପରେ ତାକୁ ଥାନାକୁ ନେଇ ଆସିଥିଲା। ପଚରାଉଚରା ପରେ ଯୁବକ ଜଣକ ଗଁନ୍ଦିଆ ଥାନା ହାଟ ବାଇଁଶିଆର ଧର୍ମେନ୍ଦ୍ର ସ୍ୱାଇଁ ବୋଲି ଜଣାପଡ଼ିଥିଲା। ଆଜି ସକାଳେ ତାକୁ ଛାଡ଼ି ଦିଆଯାଇଥିଲା। ଠିକ୍ ସେହି ସମୟରେ ଥାନା ପରିସରରେ ଥାନା ଗାଡ଼ିରେ ଚାବି ଲଗାଇ ଡ୍ରାଇଭର ପାଣି ଆଣିବାକୁ ଯାଇଥିଲେ।
ତେବେ ଲଗାଣ ବର୍ଷା ପରେ ବୈତରଣୀ ଆଖୁଆପଦାରେ ବିପଦ ସଂକେତ ଉପରେ ଥିଲେ ବି ଖସୁଛି। ବ୍ରାହ୍ମଣୀ ବିପଦ ସଂକେତ ତଳେ ଥିଲେ ବି ୩ଟି ଛୋଟ ଘାଇ ହୋଇଥିବା ସେ ସୂଚନା ଦେଇଛନ୍ତି। ଜଳକା ବିପଦ ସଂକେତ ଉପରେ ରହିଛି କିନ୍ତୁ ବନ୍ୟା ପରିସ୍ଥିତି ନାହିଁ। ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଛି।
ଭଦ୍ରକ ଜିଲ୍ଲାରେ ପାଣିରେ ବୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି। ଭଣ୍ଡାରିପୋଖରୀ ବ୍ଲକ୍ ନପଙ୍ଗ ପଞ୍ଚାୟତରେ ଜଣେ ବ୍ୟକ୍ତି ଓ ଧାମନଗର ବ୍ଲକର ପଧାନି ପଞ୍ଚାୟତ ରାମରାକୁଳରେ ଜଣେ ଯୁବକ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।
DRDOର ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି। ଏହି ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି। ଏହି ମହିଳା ଜଣକ ପାକିସ୍ତାନୀ ଏଜେଣ୍ଟ ବୋଲି ସୂଚନା ମିଳିଛି।
ଗତ କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ବେହାଲ ହୋଇଛି ଜନଜୀବନ। ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ବର୍ଷା ପାଣି ପଶିଯିବାରୁ ଜଳ ଘେରରେ ରହିଯାଇଛନ୍ତି ସ୍କୁଲ ପିଲା। ଏପରି ସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ କରଞ୍ଜିଆର ଦୁଧିଆଣି ପଞ୍ଚାୟତ ହାଇସ୍କୁଲରେ।
ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଏନେଇ SRC ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।ହୀରାକୁଦ ଓ ମହାନଦୀର ଜଳସ୍ତର ନେଇ SRC ସୂଚନା ଦେଇଛନ୍ତି, ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଛି। ହେଲେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି।
ଆଜି ଆମେ ବଳକା ରୁଟିରେ ପ୍ରସ୍ତୁତ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ରୁଟି ସମୋସା’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।
ବ୍ରିଜ ନ ଥିବାରୁ ଲୋକେ ଜୀବନକୁ ପାଣି ଛଡେଇ ରଶୀ ସାହାଯ୍ୟରେ ବଢିଲା ନଦୀ ପାର ହେଉଛନ୍ତି। ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଖୋର୍ଦ୍ଧା ବାଣପୁରର ନିକଟସ୍ଥ ସିଲିଙ୍ଗପଡ଼ା ଗାଁରୁ।
ରାଜ୍ୟରେ ୨୪ ଘଣ୍ଟାରେ ୪୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୩ ଆକ୍ରାନ୍ତ ଅଛନ୍ତି।କ୍ୱାରେଣ୍ଟିନରୁ ୨୬୫ ଓ ଲୋକାଲ କେସ୍ ୧୯୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୧୫ ତାରିଖ, ବୁଧବାର, ସିଂହ ୩୦ ଦିନ, ଭାଦ୍ରବ ମାସ , ଶୁକ୍ଳପକ୍ଷ, ନବମୀ ତିଥି, ପୂର୍ବାଷଢା ନକ୍ଷତ୍ର, ଧନୁ ଚନ୍ଦ୍ର।ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କର ଦିନ...
ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ DRDO ତଥ୍ୟ ଲିକ୍ ଘଟଣାରେ ମିଳିଛି ହନି ଟ୍ରାପ୍ ଲିଙ୍କ୍। DRDOର ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି। ଏହି ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି।
ଲଗାଣ ବର୍ଷା ଯୋଗୁ ଫୁଲୁଛି ନଦୀ। ରାଜ୍ୟରେ ୭ଟି ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ନରାଜରେ ବଢୁଛି ମହାନଦୀର ଜଳସ୍ତର। ସେହିପରି ଆଳିପିଙ୍ଗଳରେ ଦେବୀ ନଦୀ ଫୁଲିବାରେ ଲାଗିଛି। ସୁନ୍ଦରଗଡରେ ଇବ୍, ଜେନାପୁର ଓ ପାନପୋଷରେ ବ୍ରାହ୍ଣଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଅଙ୍ଗନବାଡ଼ି ଦିଦିଙ୍କର ସମ୍ପତ୍ତି ୪ କୋଟି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ୪ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର କୋରଡ଼କଣ୍ଟର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ୬ଟି ଘରେ ଭିଜିଲାନ୍ସ ରେଡ୍ କରିଥିଲା
ରାଜ୍ୟରେ ଲଗାଣ ବର୍ଷାରେ ୨୦ ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ ୩ ହଜାର ୬ଶହ ୯୬ଟି ଗାଁ ଏବଂ ୨୭ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି।
ବନ୍ଦ ହେଲା ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ଆଶୀର୍ବାଦ ସ୍କିମ୍। ମାତ୍ର ୩ ମାସ ଭିତରେ ଏହି ଯୋଜନାରେ ପଡ଼ିଛି ତାଲା। କୋଭିଡରେ ବାପା, ମାଆଙ୍କୁ ହରାଉଥିବା ପିଲାମାନଙ୍କୁ ସହାୟତା ଯୋଗାଇବା ଲାଗି ଏହି ସ୍କିମ୍ ଆଣିଥିଲେ ରାଜ୍ୟ ସରକାର
ଅପହରଣ ନୁହେଁ , ବରଂ ପୁରା ନାଟକ। ଭୁବନେଶ୍ୱରର ବହୁ ଚର୍ଚ୍ଚିତ ସ୍ୱିଗି ବୟ ଅପରହରଣ ଅଭିଯୋଗ ମାମଲାର ପର୍ଦ୍ଦାଫାସ୍ ପରେ ଏହା ଜଣାପଡ଼ିଛି। ଚୋରା ପୀରତି ପାଇଁ ଅଭିଯୁକ୍ତ ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍ ହିଁ ଏହି ଡ୍ରାମା ରଚିଥିବା କମିଶନରେଟ୍ ପୋଲିସ୍ ସ୍ପଷ୍ଟ କରିଛି