ଜଳପ୍ରପାତରେ ୫୦ ଫୁଟ୍ ଉପରୁ ପାଣି ପଡ଼ି ନଦୀକୁ ପ୍ରଖର ବେଗରେ ଚାଲି ଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସ୍ଥାନୀୟ ଲୋକଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନାହିଁ।
କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ ପୁଣି ଥରେ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ଏଯାଏଁ ୩୧ ହଜାର ଶିଶୁ ଅଭିଭାବକଙ୍କୁ ହରାଇଥିବାବେଳେ ଆଶିର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ମାତ୍ର ୧୦ ହଜାର। ବଳକା ୨୧ ହଜାର ପିଲାଙ୍କୁ ଯୋଜନାରେ ସାମିଲ କରାଯାଉ ବୋଲି ଦେବାଶିଷ ଦାବି କରିଛନ୍ତି।
୨୫ ଫେବ୍ରୁଆରୀ ୨୦୧୧, ସିଂହଦ୍ୱାର ସମ୍ମୁଖ ଏମଆର ମଠରୁ ମିଳିଥିଲା ୫୨୨ ଖଣ୍ଡ ମୂଲ୍ୟବାନ ରୁପା ଇଟା, ଯାହାର ଆନୁମାନିକ ମୂଲ୍ୟ ସେତେବେଳେ ପ୍ରାୟ ୯୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଥିଲା। ମଠରୁ ଗୋଟିଏ ଇଟା ଚୋରି କରି ବିକ୍ରି ଉଦ୍ୟମ କରୁଥିବା ଏକ ଚୋରର ଚେର ଖୋଜୁ ଖୋଜୁ ଆସି ପହଞ୍ଚିଥିଲା ଏହି ଏମ୍ଆର ମଠରେ। ଯାହାକି ସେତେବେଳେ ହଇଚଇ ସୃଷ୍ଟି କରିଥିଲା।
ବଢି ଚାଲିଛି ସାଇବର ଅପରାଧ। ଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା। ଏମିତିକି ସାଇବର ଅପରାଧ ହାରରେ ରାଜ୍ୟର ସ୍ଥାନ ଅଷ୍ଟମ ରହିଛି। ୨୦୨୦ରେ ରାଜ୍ୟରେ ପ୍ରତି ୧ ଲକ୍ଷ ଲୋକରେ ୪ ଜଣ ଲୋକ ସାଇବର ଅପରାଧର ଶିକାର ହୋଇଛନ୍ତି।
ହୀରାକୁଦ ଉପର ମୁଣ୍ଡରେ ମହାନଦୀର ବ୍ୟାକ୍ ଓ୍ୱାଟର୍ ବା ପଛୁଆ ପାଣି ଯୋଗୁଁ ଜଳମଗ୍ନ ହୋଇଛି ଗାଁ, ବୁଡି ଯାଇଛି ମନ୍ଦିର। ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ୍ର ଚିଖିଲି ଓ ଅନ୍ତରାଡି ଗାଁରେ ଅଣ୍ଟାଏ ପାଣି। ସେହିଭଳି ହୀରାକୁଦର ଉପର ମୁଣ୍ଡରେ ମହାନଦୀ କୂଳରେ ଥିବା ଶିବ ମନ୍ଦିର ବି ପାଣିରେ ବୁଡି ଯାଇଛି।
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଓଡ଼ିଶାରେ ୧୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ନାହିଁ। କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୭ରୁ ୧୨ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ।
ସୂଚନା ଅନୁସାରେ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗରେ ଓଡ଼ିଶା ପୋଲିସ ତଦନ୍ତ କରିଥିଲା। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ସେପ୍ଟେମ୍ବର ୧୪ରେ ୪ ଜଣଙ୍କୁ ଗିରଫ କରିଥିଲା। ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡରେ କାମ କରୁଥିଲେ।
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟିରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସଦସ୍ୟ ମନୋନୀତ ହୋଇଛନ୍ତି। ସେହିପରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ସାଂସଦ ବିନୟ ସହସ୍ରବୁଦ୍ଧେ ବି ସଦସ୍ୟ ଅଛନ୍ତି। NCCକୁ ଅଧିକ ସମୟୋପଯୋଗୀ ପାଇଁ କମିଟି ବିଶ୍ଳେଷଣ କରିବ।
ସୂଚନା ଅନୁସାରେ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ ସୃଷ୍ଟି ହୋଇଛି। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ସେପ୍ଟେମ୍ବର ୧୪ରେ ୪ ଜଣଙ୍କୁ ଗିରଫ କରିଥିଲା
ରାକୁଦରୁ ଆସୁଥିବା ଜଳ ଶନିବାର ସକାଳ ସୁଦ୍ଧା ମୁଣ୍ଡଳିରେ ବଢ଼ିବ। ଶନିବାର ସକାଳରୁ ମଧ୍ୟାହ୍ନ ଭିତରେ ୮ ଲକ୍ଷ କ୍ୟୁସେକ୍ ପାସ୍ କରିବ। ମୁଣ୍ଡଳିରେ ମଧ୍ୟାହ୍ନରେ ଗଲେ ରାତି ସୁଦ୍ଧା ତଳିଆ ଅଞ୍ଚଳରେ ପହଞ୍ଚିବ। କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲାରେ ଶନିବାର ରାତିରେ ପାସ୍ କରିବ। ସମ୍ବାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରଖାଯାଇଛି।
ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବିବାଦ ନେଇ କଟକ ବାଲୁବଜାର ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ପୁଣି ଏମାର ମଠରେ ରୂପା ଇଟା ଖୋଜା ଆରମ୍ଭ ହୋଇଯାଇଛି। ମଠରେ ଆଉ ରୂପା ଇଟା ଅଛି ନା ନାହିଁ ସେନେଇ ଯାଞ୍ଚ ଚାଲିଛି। ପୂର୍ବରୁ ୫୨୨ ଓ ପରେ ୪୨ ଖଣ୍ଡ ରୂପା ଇଟା ଏମାର ମଠରୁ ଜବତ ହୋଇଥିଲା। ଆଜି ପୁନର୍ବାର ପ୍ରଶାସନ ପକ୍ଷରୁ ଏମାରମଠ ଯାଞ୍ଚ କରାଯାଇଛି।
ନିଶାରେ ମାତାଲ ହୋଇ କିଛି ଯୁବକ ସେମାନଙ୍କର ହିତାହିତ ଜ୍ଞାନ ଭୁଲି ଏକ ଅମାନବୀୟ କାଣ୍ଡ ଘଟାଇଛନ୍ତି। ନିଶାରେ ଏତେ ମାତାଲ୍ ଥିଲେ ଯେ, ଜଣେ ଯୁବକଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରିବାକୁ ମଧ୍ୟ ପଛାଇଲେ ନାହିଁ।
ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟା ଜଳ। ମୁଣ୍ଡଳି ପରିଦର୍ଶନ ବେଳେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଏବେ ମୁଣ୍ଡଳିରେ ଜଳସ୍ତର ଖସୁଛି ଓ ତଳ ମୁଣ୍ଡରେ ଆଉ ବର୍ଷା ନାହିଁ। ମୁଣ୍ଡଳିରେ ସର୍ବାଧିକ ୬.୪୩ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା। ଏବେ ପ୍ରବାହିତ ଜଳ ପରିମାଣ ଖସି ୫.୯୬ ଲକ୍ଷ କ୍ୟୁସେକ୍ରେ ପହଞ୍ଚିଛି।’
ଧପନ୍ତରିଆ ପଡ଼ିଛି ଗ୍ରାମ ରାସ୍ତା। ବିଭାଗୀୟ ଅବହେଳା ଯୋଗୁ ରାସ୍ତା କାମ ହେଉ ନ ଥିବାବେଳେ ଆସିଯାଇଛି ବର୍ଷା। ଏକମାତ୍ର ରାସ୍ତା କାଦୁଅ ପଚପଚ ହୋଇଯାଇଛି। ତା ଭିତରେ ପଶି ଗାଁ ଲୋକ ଯିବା ଆସିବା କରୁଛନ୍ତି। ଯେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେତେ ଅସନ୍ତୋଷ ବଢୁଛି। ଏହି ଅସନ୍ତୋଷ ଶେଷରେ ବିସ୍ଫୋରକ ରୂପ ନେଇଛି।
୧୮ ତାରିଖ ସନ୍ଧ୍ୟା ପରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ବିଶେଷକରି ଉତ୍ତର ଓଡ଼ିଶାର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଆମ ଓଡ଼ିଆ ଖାଦ୍ୟର ଏକ ନିଆରା ସ୍ୱାଦ ଥାଏ । ଆଜି ଆମେ ଆପଣଙ୍କୁ ଓଡ଼ିଶାର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚାଉଳ ଦିଆ ଚୁନା ମାଛ ବରା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ଦେଶୀ ଉପାୟରେ ଘରେ ବନେଇ ପାରିବେ ।
ରାଜ୍ୟରେ କରୋନା କମିଥିଲେ ମଧ୍ୟ ଢିଲା ନ ମାରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯଦିଓ ପଜିଟିଭିଟି ରେଟ୍ କମ୍ ଅଛି ଓ ଆମେ ଭଲ ସ୍ଥିତିରେ ଅଛୁ, ହେଲେ ବିପଦ ଏ ପର୍ଯ୍ୟନ୍ତ ପୁରାପୁରି ଟଳି ନାହିଁ। କେଉଁ ସମୟରେ ସଂକ୍ରମଣ ବଢ଼ିପାରେ।
ନିଜ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ଚିକୁନ ଭୁବନେଶ୍ୱର ଫେରିଛନ୍ତି । ଚିକୁନ ଓ ତାଙ୍କ ବାନ୍ଧବୀକୁ ମଧ୍ୟପ୍ରଦେଶର କଟ୍ନିରୁ ଭୁବନେଶ୍ୱରକୁ ଆଣିଛି ଧଉଳି ଥାନା ପୋଲିସ । ଧଉଳି ଥାନାରେ ଉଭୟଙ୍କୁ ପଚରା ଉଚରା କରାଯାଉଛି ।
ଗତ କିଛିଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ସଂକ୍ରମଣ ପୁଣି ବଢ଼ିଛି। ରାଜ୍ୟରେ ୨୪ ଘଣ୍ଟାରେ ୫୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୧୬ ତାରିଖ, ଗୁରୁବାର, ସିଂହ ୩୧ ଦିନ, ଭାଦ୍ରବ ମାସ, ଶୁକ୍ଳପକ୍ଷ, ଦଶମୀ ତିଥି, ଉତ୍ତରାଷାଢା ନକ୍ଷତ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ହୀରାକୁଦ ଡ୍ୟାମ୍ରୁ ଗତକାଲି ରାତି ସୁଦ୍ଧା ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଜି ସକାଳ ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସନ ହେଉଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ, ହୀରାକୁଦ ତଳମୁଣ୍ଡରେ ଏବେ ବର୍ଷା କମିଥିଲେ ବି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଜଳପ୍ରବେଶ ବଢୁଛି। ତେବେ ଡ୍ୟାମ୍ ଜଳସ୍ତରକୁ ୬୨୮ ଫୁଟ୍ ମଧ୍ୟରେ ସ୍ଥିର ରଖିବା ପାଇଁ ଉଦ୍ୟମ ଚାଲିଛି।
କୃଷି ଋଣରୁ ଚାଷୀମାନେ ୫୦.୨ ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟୟ କରୁଥିବା ବେଳେ କୃଷି ବ୍ୟବସାୟରେ ୪.୨ ପ୍ରତିଶତ, ଆବାସ ପାଇଁ ୧୩.୨ ପ୍ରତିଶତ, ବିବାହ ଓ ଉତ୍ସବରେ ୮.୪ ପ୍ରତିଶତ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ୯.୯ ପ୍ରତିଶତ ଏବଂ ଅନ୍ୟାନ୍ୟ ବ୍ୟବହାରିକ ଖର୍ଚ୍ଚରେ ୧୦.୨ ପ୍ରତିଶତ ବ୍ୟୟ କରିଥିବା ରିପୋର୍ଟରେ କୁହାଯାଇଛି।