Advertisment

ଗୁଜରାଟ ମଡେଲକୁ ଓଡ଼ିଶାରେ ଆପଣେଇବ ବିଜେପି

ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସୁରଟ ଗସ୍ତ କରିଥିବା ୯ ଜଣିଆ ଟିମ ଭୁବନେଶ୍ୱର ଫେରିଛି।ଗୁଜରାଟ ବିଜେପିର କାର୍ଯ୍ୟପନ୍ଥା, ନୀତି ବିଷୟରେ ଜାଣିବା ପାଇଁ ଏହି ଟିମ୍‌ ସୁରଟ ଯାଇଥିଲେ।

author-image
Minati Mishra
 bjp leaders came back to Odisha

bjp leaders came back to Odisha

ସୁରଟ: ଗୁଜରାଟ ମଡେଲକୁ ଆପଣେଇବ ରାଜ୍ୟ ବିଜେପି।  ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସୁରଟ ଗସ୍ତ କରିଥିବା ୯ ଜଣିଆ ଟିମ ଭୁବନେଶ୍ୱର ଫେରିଛି। ବିଗତ ୨୬ ବର୍ଷ ଧରି ଗୁଜରାଟରେ ବିଜେପି ବିଭିନ୍ନ ଅନୁଭୂତି ସହ ବିଜୟ ଧାରା ଜାରି ରଖିଛି। ଗୁଜରାଟ ବିଜେପିର କାର୍ଯ୍ୟପନ୍ଥା, ନୀତି ବିଷୟରେ ଜାଣିବା ପାଇଁ ଏହି ଟିମ୍‌ ସୁରଟ ଯାଇଥିଲେ। 

Advertisment

ରାଷ୍ଟ୍ରୀୟ ସଂଯୋଜକଙ୍କ ଇଛା ଥିଲା ଗୁଜୁରାଟର ବିଜେପିର କାର୍ଯ୍ୟପନ୍ଥାକୁ ଓଡିଶା ଜାଣିବା ଆବଶ୍ୟକ ରହିଛି। ତେଣୁ ଏହି ୯ ଜଣିଆ ଟିମ ବିଭିନ୍ନ ଦିଗକୁ ଅନୁସନ୍ଧାନ କରି ଓଡିଶା ଫେରିଛି। ସୁରତ ଗସ୍ତ ବେଳେ ଅନେକ କିଛି ଶିଖିବାକୁ ମିଳିଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେପଟେ ଏହି ଟିମ ଏକ ରିପୋର୍ଟ ପ୍ରସ୍ତୁତ  କରି ରାଜ୍ୟ ସଭାପତିଙ୍କୁ ଦେବେ। ଖୁବଶୀଘ୍ର ରାଜ୍ୟ ସଭାପତି ଏହି ରିପୋର୍ଟ ଉପରେ ନିଜର ମତ ପ୍ରକାଶ କରିବେ ।ଗୁଜୁରାଟ ମଡେଲକୁ ରାଜ୍ୟ ବିଜେପି ଆପଣାଇବା ପାଇଁ ବିଚାର ବିମର୍ଷ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ।

Advertisment

ସାଂସଦ ଅପରାଜିତା ଷଡଙ୍ଗୀ ନିଜ ସୁରଟ ଅଭିଜ୍ଞତା ବିଷୟରେ ମତ ଦେଇ କହିଛନ୍ତି, ଏଠାରେ ଥିବା ବିଜେପି ନେତା କର୍ମୀଙ୍କ ସହ ଆଲୋଚନା ବୈଠକ ହୋଇହେଲା। ବିଜେପି କର୍ମୀମାନେ ଦାଣ୍ଡି ଯାତ୍ରା କରିଥିଲେ। ଦାଣ୍ଡି ପରିଦର୍ଶନ ପରେ ଗୁଜରାଟ ବିଜେପି ରାଜ୍ୟ ମୁଖ୍ୟ ସିଆର ପାଟିଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସେଠାରେ ବିଭିନ୍ନ ପ୍ରସ୍ତୁତିକରଣ ଦେଖିବା ସହ ତା  ଉପରେ ଆଲୋଚନା କରିଥିଲେ। 

ଅନ୍ୟପକ୍ଷେ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟର ବରିଷ୍ଠ ନେତାଙ୍କ ସହ ତୃଣମୂଳ କର୍ମୀଙ୍କ ପର୍ଯ୍ୟନ୍ତ ଅନେକଙ୍କୁ ଭେଟି ଆଲୋଚନା କରିବା ସହ ଅନେକ ବିଷୟ ଉପରେ ଅନୁଶୀଳନ କରାଗଲା। ଏହି ଆଲୋଚନାର ରିପୋର୍ଟ ରାଜ୍ୟ ସଭାପତିଙ୍କ ପାଖରେ ଉପସ୍ଥାପନ କରାଯିବ। ଏହି ରିପୋର୍ଟ ଆଧାରରେ ବିଜେପି ଓଡ଼ିଶାରେ ନିଜ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ତିଆରି ହେବ ଏବଂ ଏହି ବ୍ଲୁ ପ୍ରିଣ୍ଟ ଜରିଆରେ ଦଳ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।  

Gujarat Odisha BJP
Advertisment
Advertisment