Advertisment

କୋଭିଡ୍ ନିୟମ ଉଲ୍ଲଂଘନ : କଟକଣା ଅବଧି ପରେ ବି ବାର୍-ରେଷ୍ଟୁରାଣ୍ଟରେ ଜମୁଛି ଆସର

ନର୍ଥ ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ, ସାଉଥ୍ ଇଷ୍ଟ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ସହ ନେତୃତ୍ୱରେ ବିଏମସି ସ୍କ୍ବାର୍ଡ ଚଢ଼ାଉ ପରେ ଏହି ଏହାକୁ ସିଲ୍ କରିଛନ୍ତି । ଚଢ଼ାଉ ବେଳେ କୋଭିଡ୍ ନିୟମ ଉଲ୍ଲଂଘନ ହୋଇଥିବାର ଦେଖିବା ସହ ରାତି ସାଢ଼େ ୧୦ ଯାଏ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା ।

author-image
Prangyan Parimita
ଅଦ୍ୟତନ ହୋଇଛି
bar seal

bar seal

ଭୁବନେଶ୍ୱର : କରୋନା କଟକଣାର ଧଜିଆ ଉଡ଼ାଇ ବିଳମ୍ବିତ ରାତି ଯାଏ ବାର୍ ଓ ରେଷ୍ଟୁରାଣ୍ଟ ଖୋଲିଥିବାରୁ ବିଏମସିର କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ଗଜପତି ନଗର ଅଞ୍ଚଳରେ ଥିବା ଏକ ବାର୍ ଓ ରେଷ୍ଟୁରାଣ୍ଟରେ ରେଡ୍ କରି ସିଲ୍ କରିଛି ବିଏମସି । ନର୍ଥ ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ, ସାଉଥ୍ ଇଷ୍ଟ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ସହ ନେତୃତ୍ୱରେ ବିଏମସି ସ୍କ୍ବାର୍ଡ ଚଢ଼ାଉ ପରେ ଏହି ଏହାକୁ ସିଲ୍ କରିଛନ୍ତି । ଚଢ଼ାଉ ବେଳେ କୋଭିଡ୍ ନିୟମ ଉଲ୍ଲଂଘନ ହୋଇଥିବାର ଦେଖିବା ସହ ରାତି ସାଢ଼େ ୧୦ ଯାଏ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା । ଏହା ପୂର୍ବରୁ ରାଜଧାନୀର ଅନ୍ୟ କିଛି ବାର-ରେଷ୍ଟୁରାଣ୍ଟ ଉପରେ ମଧ୍ୟ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ରେଡ୍ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

Advertisment

ସେପଟେ ଗତକାଲି ଚଢ଼ାଉ ବେଳେ ବିଏମ୍‌ସି ଅଫିସର୍‌ଙ୍କୁ ଲିପ୍ଟରେ ବନ୍ଦୀ କରିଦେଇଥିଲେ ବାର୍‌ କର୍ମଚାରୀ । କରୋନା କଟକଣାକୁ ଫୁ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରଖାଯାଇଥିଲା ବାର ଓ ରେଷ୍ଟୁରାଣ୍ଟ ଆଉ ବାରରେ ରାତି ୧୦ଟା ପରେ ବି ଭିଡ ଲଗାଇଥିଲେ ଗ୍ରାହକ। ଖବର ପାଇ ଅତର୍କିତ ଚଢ଼ାଉ କରିଥିଲେ ବିଏମସି ସ୍କ୍ୱାଡ଼୍ ଓ କମିଶନରେଟ ପୋଲିସ । ବିଏମସି ସ୍କାଡ୍ ରେଡ କରିବାକୁ ଲିଫ୍ଟରେ ଆସୁଥିବା ଜାଣିପାରି ବିଦ୍ୟୁତ୍ କାଟ କରିଦେଲେ ବାର କର୍ମଚାରୀ। ଫଳରେ ଚଢାଉ ପାଇଁ ଯାଇଥିବା ଖୋଦ୍ ବିଏମସି ଜୋନାଲ ଡେପୁଟି କମିଶନର ଅଶୁମାନ ରଥଙ୍କ ସହ ଲିଫ୍ଟରେ ଫସିଗଲେ ଆଉ ଜଣେ ବିଏମସି ସ୍ୱାସ୍ଥ୍ୟ ଅଧିକାରୀ। ଏମିତିକି ଲିଫ୍ଟର ଥିବା ଏମର୍ଜେନ୍ସି ଆଲାର୍ମ ଦେବା ସତ୍ତ୍ୱେ ସେଥିରୁ ମଧ୍ୟ ପାୱାର ବନ୍ଦ କରିଦେଇଥିଲେ ବାର କର୍ମଚାରୀ ।

Advertisment

ଫଳରେ ୪୦ମିନିଟ୍ ଧରି ଲିଫ୍ଟରେ ଫସିରହିଲେ ଚଢାଉ କରିବାକୁ ଯାଇଥିବା ସ୍କ୍ବାଡ୍। ଏନେଇ ଖବରପାଇଁ ଅନ୍ୟ ପୋଲିସ ଟିମ୍ ପହଞ୍ଚି ଏମାନଙ୍କୁ ଉଦ୍ଧାର କରିବା ସହ ଚଢାଉ ଆରମ୍ଭ କରିଥିଲେ। ବାର କର୍ମଚାରୀଙ୍କ ସହ କିଛି ଗ୍ରାହକ ମଧ୍ୟ ଉପସ୍ଥିତ ବିଏମସି ଏବଂ ପୋଲିସ କର୍ମଚାରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି।

ଏପଟେ ଡ୍ୟୁଟିରେ ଥିବା ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧାଦେବା ବାର ମାଲିକ ଓ କର୍ମଚାରୀଙ୍କୁ ମହଙ୍ଗା ପଡିଛି। ଗିରଫ ହୋଇଛନ୍ତି ବାର ମ୍ୟାନେଜର ସମେତ ୫କର୍ମଚାରୀ। ସରକାରୀ ଅଧିକାରୀଙ୍କୁ ନିଜ କର୍ତ୍ତବ୍ୟ ସମ୍ପାଦନ ବେଳେ ବାଧା ସୃଷ୍ଟି ଓ ହତ୍ୟା ଉଦ୍ୟମରେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଏମସି ଜେଡିସି। ଏପଟେ ଦୁଇଟି ବାରକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସିଲ କରିଛି ବିଏମସି।

BMC Raids
Advertisment
Advertisment