Advertisment

ନବମ ଶ୍ରେଣୀ ଛାତ୍ରଙ୍କ କରାମତି,ଗଢିଲେ ୱାସିଂ ମେସିନ୍

ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ବି. ସତ୍ୟନାରାୟଣ ପାତ୍ର ଏମିତି ଏକ ମେସିନ୍ ତିଆରି କରିଛନ୍ତି, ଯାହାକୁ ବ୍ୟବହାର କଲେ ଆପଣଙ୍କ ଶରୀର ଫିଟ୍ ରହିବ। ସତ୍ୟନାରାୟଣ ତିଆରି କରିଥିବା ଓ୍ୱାସିଂ ମେସିନରେ ଆପଣ ଲୁଗା ସଫା କରିବା ବେଳେ ସାଇକେଲ ପ୍ୟାଡଲ ମାରିବାକୁ ପଡିଥାଏ। ଏହା ଦ୍ୱାରା ଶାରିରୀକ ବ୍ୟାୟାମ ହେଉଥିବାରୁ ଶରୀର ସୁସ୍ଥ ରହିବ ବୋଲି କୁହାଯାଉଛି।

author-image
Pallipuspa Samal
ଅଦ୍ୟତନ ହୋଇଛି
Boy Designs Washing Machine

Boy Designs Washing Machine

 ବ୍ରହ୍ନପୁର: ଲୁଗା ସଫା କର। ଶରୀର ସୁସ୍ଥ ରହିବ। ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ବି. ସତ୍ୟନାରାୟଣ ପାତ୍ର ଏମିତି ଏକ ମେସିନ୍ ତିଆରି କରିଛନ୍ତି, ଯାହାକୁ ବ୍ୟବହାର କଲେ ଆପଣଙ୍କ ଶରୀର ଫିଟ୍ ରହିବ। ସତ୍ୟନାରାୟଣ ତିଆରି କରିଥିବା ଓ୍ୱାସିଂ ମେସିନରେ ଆପଣ ଲୁଗା ସଫା କରିବା ବେଳେ ସାଇକେଲ ପ୍ୟାଡଲ ମାରିବାକୁ ପଡିଥାଏ। ଏହା ଦ୍ୱାରା ଶାରିରୀକ ବ୍ୟାୟାମ ହେଉଥିବାରୁ ଶରୀର ସୁସ୍ଥ ରହିବ ବୋଲି କୁହାଯାଉଛି। ତେବେ ଆସନ୍ତୁ ଜାଣିବା କେମିତି ତିଆରି ହୋଇଛି ଏହି ଓ୍ୱାସିଂ ମେସିନ୍।

Advertisment

ସତ୍ୟନାରାୟଣଙ୍କ ହାତ ତିଆରି ଓ୍ୱାସିଂ ମେସିନଟି ଏକ ପ୍ଲାଷ୍ଟିକ ଡ୍ରମ୍ ଓ ସାଇକେଲରେ ହିଁ ତିଆରି ହୋଇଛି। ଓ୍ୱାସିଂ ମେସିନ ବକ୍ସ ଭଳି ଏଥିରେ ଲାଗିଛି ଗୋଟିଏ ଏକ୍ସିଲ ଯାହା ସାଇକେଲର ଫ୍ରି ୱିଲ୍ ସହ ସଂଯୋଗ ହୋଇଛି। ସାଇକେଲର ଆଗ ଓ ପଛ ଚକକୁ ବାହାର କରି ଏଥିରେ ଓ୍ୱାସିଂ ମେସିନ ବକ୍ସ ଖଞ୍ଜି ଦିଆଯାଇଛି। ଏକ ଷ୍ଟାଣ୍ଡ ସହ ପ୍ଲାଷ୍ଟିକ ଡ୍ରମ୍ ଭିତରେ ଲାଗିଛି ଏକ ଜାଲି। ଯାହା ଭିତରେ ସଫା ହେବାକୁ ଥିବା କପଡ଼ା ରହିବ। ସାଇକେଲ ପ୍ୟାଡଲ ମାରିବା ମାତ୍ରେ ପଛ ଫ୍ରି ୱିଲ୍ ଘୁରିବା ସହ ଏକ୍ସଲଟି ଘୁରିବ। ଫଳରେ ପ୍ଲାଷ୍ଟିକ ଡ୍ରମ୍ ଭିତରେ ଥିବା ଡିଟରଜେଣ୍ଟ ଓ ପାଣି ଫେଣ ସୃଷ୍ଟି କରି ଲୁଗା ସଫା କରିବ।

ଚଳିତ ବର୍ଷ ଇନ୍ସପାୟାର ଆଓ୍ୱାର୍ଡ ପାଇଁ ବିଜ୍ଞାନ ପ୍ରକଳ୍ପ ଚୟନ ବେଳେ ସେ ଏହି ମେସିନଟିକୁ ତିଆରି କରିବାର ଆଇଡିଆ ଆସିଥିବା କହିଛନ୍ତି ସତ୍ୟନାରାୟଣ । ଏଥିରେ ସତ୍ୟନାରାୟଣଙ୍କ ଭଉଣୀ ଓ ପରିବାର ଲୋକେ ସହାୟତା କରିଥିଲେ। ଅନ୍ୟପକ୍ଷରେ ଏହି ମେସିନ୍ ଚଳାଇଲେ ଲୁଗା ସଫା ହେବା ସହ ସାଇକେଲିଂ କରିବା ଦ୍ୱାରା ଭଲ ବ୍ୟାୟାମ ହେଉଥିବାରୁ ମଣିଷ ସୁସ୍ଥ ରହିବ ବୋଲି କହିଛନ୍ତି ସତ୍ୟନାରାୟଣଙ୍କ ବିଜ୍ଞାନ ଶିକ୍ଷୟିତ୍ରୀ ।

Advertisment

ସତ୍ୟନାରାୟଣଙ୍କ ଅତି ଶସ୍ତା ଓ ସାଧାରଣ ଲୋକଙ୍କ ବ୍ୟବହାର ଉପଯୋଗୀ ପ୍ରକଳ୍ପଟି ଇନ୍ସପାୟାର ପୁରସ୍କାର ପାଇଥିବା ବେଳେ ରାଜ୍ୟ ପୁରସ୍କାର ପାଇଁ ଚୟନ ହୋଇଥିବା କହିଛନ୍ତି ସ୍କୁଲ ଇନଚାର୍ଜ ପ୍ରଧାନ ଶିକ୍ଷୟିତ୍ରୀ ।

Berhampur School Boy Designs Washing Machine
Advertisment
Advertisment