• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Pipili
ଲଢେଇ ଚାଲିଛି ପିପିଲିରେ: ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ସମ୍ବିତ ପାତ୍ର

ପିପିଲିରେ ଚାଲିଛି ଘମାଘୋଟ ପ୍ରଚାର। ୩୦ ତାରିଖରେ ଭୋଟ୍ ଥିବା ବେଳେ ପ୍ରଚାର ପାଇଁ ହାତଗଣତି କିଛି ଦିନ ଥିବାରୁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରଚାରରେ ଲାଗିପଡିଛନ୍ତି

Worker
ପୈତୃକ ଘରକୁ ଫେରୁଛି ଓମାନରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଦେହ

ବିଦେଶରୁ ଆସୁଛି ଓଡ଼ିଆ ଶ୍ରମିକଙ୍କ ମର ଶରୀର। ଓମାନରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ମର ଶରୀରକୁ ଏୟାର ଇଣ୍ଡିଆ ବିମାନରେ ଅଣାଯାଉଛି। ବାହାରିନ୍ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜଙ୍କ ପ୍ରୟାସରେ ତାଙ୍କର ମର ଶରୀରକୁ ଓଡ଼ିଶା ଅଣାଯାଉଛି

 Locals Perform Last Rites Of Street Dog
ଚମ୍ପିର ଏକଦଶାହ କର୍ମ : ପୋଷା କୁକୁରର ମୃତ୍ୟୁ ପରେ ଶୁଦ୍ଧି ହେବା ସହ ଲଣ୍ଡା ହେଲେ ମାଲିକ

ପୋଷା କୁକୁର ଚାଲିଯିବା ଦୁଃଖରେ ଏକଦାଶହ କ୍ରିୟା । ଭୋଜି ଭାତର ଆସର । ନିଆରା ସମ୍ପର୍କର ନିଦର୍ଶନ । ମଣିଷ ଭଳି ପଶୁର ହେଲା ଦଶାହ, କ୍ରିୟାକର୍ମ ପରେ ଭୋଜି ଭାତ । ପୋଷା କୁକୁରର ମୃତ୍ୟୁ ପରେ ଗୋଟିଏ ମାଲିକ ଜଣକ ଦୁଃଖରେ ଭାଙ୍ଗିପଡିଛନ୍ତି । କେବଳ ଦୁଃଖରେ ଭାଙ୍ଗି ପଡିନାହାଁନ୍ତି । ମଣିଷ ଭଳି କ୍ରିୟା କର୍ମ ବି ହୋଇଛି ।

Locals Stop Jana Sunani
ରଣକ୍ଷେତ୍ର ପାଲଟିଲା ଜନଶୁଣାଣି ସ୍ଥଳ, ଷ୍ଟେଜ୍‌ ଭଙ୍ଗାରୁଜା ସହ ଟେଣ୍ଟ ଓପାଡ଼ିଲେ

ରଣକ୍ଷେତ୍ର ପାଲଟିଲା ଜନଶୁଣାଣି ସ୍ଥଳ। କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ଅନ୍ତର୍ଗତ କଙ୍କଡାଆମ୍ବଠାରେ ପରିବେଶ ବିଭାଗର ଜନଶୁଣାଣିକୁ ପ୍ରବଳ ବିରୋଧ କରାଯାଇଛି।

BMC Commissioner Shri. Sanjay Kumar Singh
NGT ନିୟମରେ ଢଙ୍କା ଯାଇପାରିବନି ପ୍ରାକୃତିକ ନାଳ ! ଡ୍ରେନ୍ ସମସ୍ୟା ପ୍ରସଙ୍ଗରେ ମୁହଁ ଖୋଲିଲେ ବିଏମସି କମିଶନର 

ରାଜଧାନୀରେ କୃତ୍ରିମ ବନ୍ୟା ଓ ମୁକୁଳା ଡ୍ରେନ୍ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ପ୍ରାକୃତିକ ନାଳ କଭର ହୋଇ ପାରିବନି । ପ୍ରାକୃତିକ ନାଳକୁ କଭର ନକରିବା ନେଇ NGTଙ୍କ ନିର୍ଦ୍ଦେଶ ରହିଛି । ଏଥିସହ ସେ ସୂଚନା ଦେଇଛନ୍ତି ଯେ ଭୁବନେଶ୍ୱରରେ ପୂର୍ବରୁ ୨୭ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଥଲା । ଏବେ ସହରରେ ୭୫ଟି ପଏଣ୍ଟରେ ୱାଟର ଲଗିଂ ସମସ୍ୟା ଦେଖାଦେଇଛି । ଏହାର ସମାଧାନ ପାଇଁ ଗତବର୍ଷ ୨୦ଟି ସ୍ଥାନରେ ଏବଂ ଚଳିତ ବର୍ଷ ୩୫ଟି ସ୍ଥାନରେ ପମ୍ପ ଲାଗିଛି ।

Flood in jalaka river
ଭାଙ୍ଗିଲା ଜଳକା ନଦୀବନ୍ଧ, ୫ ଶହ ଫୁଟର ଘାଇ

ବାଲେଶ୍ୱରରେ ଗମ୍ଭର ରୂପ ନେଉଛି ବନ୍ୟା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। ବିଶେଷକରି  ବିପଦ ସଂକେତ ଉପରେ ଥିବା ଜଳକା ନଦୀର ବନ୍ଧ ଭାଙ୍ଗି ଯାଇଛି । 

Keonjhar
ଆନ୍ଦୋଳନକାରୀଙ୍କୁ ମରଣାନ୍ତକ ଆକ୍ରମଣ ! ଚମ୍ପୁଆ ବିଧାୟିକାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଚମ୍ପୁଆ ବିଧାୟିକା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ବିଧାୟିକା ମିନାକ୍ଷୀ ମହାନ୍ତ ଲୋକ ଲଗାଇ ମାଡ଼ ମାରିବା ଭଳି ଅଭିଯୋଗ ଆଣିଛି ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘ । ଏନେଇ ବମେବାରୀ ଥାନାରେ ପୃଥକ ଭାବେ ୪ଟି ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ଗୋଟିଏ ଏତଲା ଗ୍ରହଣ କରିଥିବା ଅଭିଯୋଗ ହୋଇଛି

OAS officer became farmer
ଚାଷ ପାଇଁ ଛାଡ଼ି ଦେଲେ ଓଏଏସ୍‌ ଚାକିରି; ଆଜି ସଫଳ ଚାଷୀଭାବେ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ପଦସ୍ଥ ସରକାରୀ ଅଫିସର ଥିଲେ। ହେଲେ ଚାକିରି ଭଲ ଲାଗିଲାନି। କିଛି ଭିନ୍ନ କରିବାର ଇଚ୍ଛା ତାଙ୍କୁ ଚାକିରି ଛାଡ଼ିବା ପାଇଁ ବାଧ୍ୟ କରିଥିଲା। ୧୨ ବର୍ଷର ଚାକରି ଜୀବନ ଛାଡ଼ି ଚାଷକୁ ଆପଣେଇ ନେଲେ। ଆଜି ସେ ଜଣେ ସଫଳ ବ୍ୟବସାୟୀ। ରୋଜଗାର କରୁଛନ୍ତି ମାସକୁ ଲକ୍ଷାଧିକ ଟଙ୍କା।

  • Wednesday, 22 September 2021
Miraculous Innovation
ଛୋଟ ଫ୍ରିଜ୍ ତିଆରି କରି ଚର୍ଚ୍ଚାରେ ଓଡ଼ିଆ ପୁଅ : ଖର୍ଚ୍ଚ ମାତ୍ର ୧୧୩୫ ଟଙ୍କା

ଦୁନିଆର ସବୁଠୁ SMALLEST FUNCTIONAL REFRIGERATOR ତିଆରି କରିବାରେ କମଲଙ୍କୁ ସଂପୂର୍ଣ୍ଣ ସାହାଯ୍ୟ କରିଥିଲେ ତାଙ୍କ ସାନଭାଇ। ନିର୍ମାଣ ବେଳର ଭିଡିଓ ରେକର୍ଡିଂ କରିବାଠାରୁ ଆରମ୍ଭ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ଅପଲୋଡ କରିବା ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା ସେ ଯୋଗାଇ ଦେଇଥିଲେ। କମଲଙ୍କ ନୂଆ ଉଦ୍ଧାବନକୁ ନେଇ ବେଶ ଖୁସି ପରିବାର ଲୋକେ।

Woman & Her Two Minor Daughters Found Dead
ଘର ଭିତରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ

ଘର ଭିତରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଫେରାର ଅଛନ୍ତି।

DRDO Espionage Case
DRDO କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ପକାଉଥିବା ରହସ୍ୟମୟୀ ସମ୍ପର୍କରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଚାନ୍ଦିପୁର DRDOରୁ ତଥ୍ୟ ଲିକ୍ ମାମଲା ଦିନକୁ ଦିନ ବିବାଦୀୟ ରୂପ ନେଉଛି। ତଦନ୍ତକାରୀ ଟିମ୍‌ ଯେତେ ଖୋଳୁଛି,  ସେତେ ନୂଆ ତଥ୍ୟ ହାତରେ ଲାଗୁଛି। ଏହି ଘଟଣାରେ  ଗିରଫ ୫ ଅଭିଯୁକ୍ତଙ୍କୁ ଚାଲିଛି ଜେରା ।

Ex-Tamil Nadu DGP Jalad Kumar Tripathy
ଜଳଦ ତ୍ରିପାଠୀ ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ ବୈଠକରେ ଜଳଦ ତ୍ରିପାଠୀଙ୍କ ନାଁ ଚୂଡ଼ାନ୍ତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ସୂଚନା ମିଳିଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମୁଖ୍ୟ ସୂଚନା କମିଶନର ସୁନୀଲ ମିଶ୍ର ଗତ ମାସ ୧୫ ତାରିଖରେ ଅବସର ନେବା ପରେ ଏହି ପଦବୀ ଖାଲି ପଡିଛି ।

Demolished Wall Under Construction
ନିଜର ନିର୍ମାଣାଧିନ ପାଚେରିକୁ ନିଜେ ଭାଙ୍ଗିଲା ପଶ୍ଚିମବଙ୍ଗ ପ୍ରଶାସନ

ଉଦୟପୁର ସୀମାରେ ନିଜର ନିର୍ମାଣାଧିନ ପାଚେରିକୁ ନିଜେ ଭାଙ୍ଗିଲା ପଶ୍ଚିମବଙ୍ଗ ପ୍ରଶାସନ। ତଟ ସୁରକ୍ଷା ପାଚେରିକୁ ପଶ୍ଚିମବଙ୍ଗର ଜଳ ସମ୍ପଦ ବିଭାଗ ଜେସିବି ଲଗାଇ ଭାଙ୍ଗି ଦେବା ସହ ମାଟି ପକାଇ ସମତଳ କରି ଦେଇଛି।

Odisha Man Who Donates Free Firewood
ରାୟଗଡାର ସ୍ୱେଚ୍ଛାସେବୀ ଆପୁଲୁସ୍ୱାମୀ କାଡ୍ରାକା : ଗରିବ ନିଃସହାୟ ଲୋକଙ୍କ ଶବ ସତ୍କାର ପାଇଁ ମାଗଣାରେ ଯୋଗାନ୍ତି କାଠ

ରାୟଗଡା ସହର ଆମ୍ବାଗୁଡା ଅଞ୍ଚଳର ଯୁବକ ଆପୁଲୁସ୍ୱାମୀ କାଡ୍ରାକା । ଜଣେ ପରୋପକାରୀ ମଣିଷ ହିସାବରେ ସାରା ରାୟଗଡା ସହରରେ ସୁପରିଚିତ । ଲୋକଙ୍କ ବିପଦ ଆପଦ ସମୟରେ ସବୁବେଳେ ସହାୟତାର ହାତ ବଢାଇଥାନ୍ତି ଆପାଲୁସ୍ୱାମୀ । ଗତ ଦୁଇ ବର୍ଷ ହେଲାଣି ସେ ଆରମ୍ଭ କରିଛନ୍ତି ଏକ ନିଆରା ଅଭିଯାନ ।

Daily Horoscope
Daily Horoscope, 22 Sept 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୨ ତାରିଖ, ବୁଧବାର, କନ୍ୟା ୬ ଦିନ, ଆଶ୍ୱିନ ମାସ, କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ରେବତୀ ନକ୍ଷତ୍ର । ଜାଣନ୍ତୁ, ଆଜି କେମତି କଟିବ ଆପଣଙ୍କ ଦିନ....

corona virus
ରାଜ୍ୟରେ ପୁଣି ୭୩୪ ପଜିଟିଭ ଚିହ୍ନଟ, ୪ ମୃତ

ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ । ଆଜି ପୁଣି ୭୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତ ଅଛନ୍ତି ୧୦୧ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଚିହ୍ନଟ ହୋଇଥିବା ଷ୍ଟେଟପୁଲରୁ ୮୧ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୨୪ ଓ ଲୋକାଲ କେସ୍- ୩୧୦ ଚିହ୍ନଟ ହୋଇଛନ୍ତି ।

Weather forecast today
୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଏସବୁ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ୪ ଜିଲ୍ଲା ନୂଆପଡା, ନବରଙ୍ଗପୁର, କଳାହାଣ୍ଡି ଓ ବଲାଙ୍ଗିର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏପଟେ ସମସ୍ତ ଜିଲ୍ଲାର ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

Drowning Death
ପୋଖରୀରେ ବୁଡ଼ି ୨ ଶିଶୁ ମୃତ

କଳାହାଣ୍ଡି ବିଶ୍ୱନାଥପୁର ଥାନା କୁଟୁରୁଗୁଡ଼ା ଗାଁରେ ଦୁଃଖଦ ଘଟଣା । ପୋଖରୀରେ ବୁଡି ଦୁଇ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।  କୁଟ୍ରୁଗୁଡା ଗାଁର ସୁଶାନ୍ତ ଏବଂ କୁସ୍ମିତା ନାମକ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । 

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 22 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Wednesday, 22 September 2021
Bhubaneswar Bar
ମଦ ମାଂସ ଓ ଯୁବତୀଙ୍କ ନୃତ୍ୟରେ ରଙ୍ଗୀନ ରାଜଧାନୀର ରାତି, ଉଡୁଛି କୋଭିଡ୍ ନିୟମର ଧଜ୍ଜିଆ

ବିଳମ୍ବିତ ରାତି ଯାଏଁ ଚାଲୁଛି ନାଚଗୀତ, ମଉଜମସ୍ତି । ତେବେ ୧୭ ତାରିଖରେ ରେଡ୍ ପାଇଁ ଯାଇଥିବା ବିଏମ୍‌ସି କର୍ମଚାରୀଙ୍କ ଉପରେ ଆକ୍ରମଣ ପରେ ଆକ୍ସନମୋଡ୍‌ରେ ପୋଲିସ ।

Dangaria
ପୁରୁଣା ଟିଣ ଛପର ଘରେ ଫଳକ ମାରି ଲୁଟି ନେଲେ ଆବାସ ଟଙ୍କା ! ଆଦିମ ଜନଜାତିର ଲୋକେ ଜଳକା..

ମୁଣ୍ଡ ଉପରେ ଦଦରା ଟିଣ ଛପର ଛାତ । ପୁରୁଣା ମାଟି ଘରର କାନ୍ଥସବୁ ଫାଟି ଆଁ କଲାଣି । କିନ୍ତୁ ଘରର ମୁଖ୍ୟ ଦ୍ୱାର ନିକଟରେ ଲାଗିଛି ଚକାଚକ ସାଇନ୍ ବୋର୍ଡ । ଏହି ସାଇନ୍ ବୋର୍ଡକୁ ଭଲ କରି ଦେଖିଲେ ଆପଣଙ୍କ ମଥା ଘୁରିଯିବ ।

Health Card
କିଏ କାହାର କରୁଛି ନକଲ ? କେନ୍ଦ୍ରର ହେଲ୍‌ଥ ଆଇଡି ଆଗ ନା ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କାର୍ଡ ?

କେନ୍ଦ୍ର ସରକାରଙ୍କ ହେଲଥ୍ ଆଇଡି ବନାମ ରାଜ୍ୟ ସରକାରଙ୍କ BSKY ସ୍ମାର୍ଟ କାର୍ଡ । ନ୍ୟାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ- NDHM ଅନ୍ତର୍ଗତ ଦେଶର ପ୍ରତ୍ୟେକ ନାଗରିକଙ୍କ ହେଲଥ୍ ଡାଟା ବା ସ୍ୱାସ୍ଥ୍ୟ ଖାତା ପ୍ରସ୍ତୁତ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା ।

Bhubaneswar Open Drain
ମଣିଷଖିଆ ଡ୍ରେନ୍ ସୃଷ୍ଟିକାରୀ କିଏ ? ମୁକୁଳା ଡ୍ରେନ୍‌ ନେଲାଣି ୬ ମୁଣ୍ଡ ? ଦାୟୀ କିଏ ?

ରାଜଧାନୀରେ ମଣିଷଖିଆ ଡ୍ରେନ୍ ସୃଷ୍ଟିକାରୀ କିଏ ? କାହା ପାଇଁ ମୁକୁଳା ଡ୍ରେନ୍‌ରେ ଗଡ଼ିଲାଣି ୬ବର୍ଷରେ ୬ ମୁଣ୍ଡ ? ବରମୁଣ୍ଡା ଡ୍ରେନ୍ ଟ୍ରାଜେଡିକୁ ଆଦୌ ସହଜରେ ଗ୍ରହଣ କରିପାରୁନଥିବା ରାଜଧାନୀବାସୀ ବାରମ୍ବାର ପଚାରୁଛନ୍ତି ଏ ପ୍ରଶ୍ନ ।

Chandipur Deal
ମନି ଆଉ ହନିଟ୍ରାପ୍‌ ପରେ ହେଉଥିଲା ଡିଲ୍‌, ବାୟୁସେନା ବି କରୁଛି ଜେରା

ଡିଆରଡିଓ ତଥ୍ୟ ପ୍ରଘଟ ମାମଲାରେ ଆସିଛି ଆରବୀୟ ଲିଙ୍କ୍ । ଦୁବାଇରୁ ଡିଲ୍ ହେଉଥିଲା, ଚାନ୍ଦିପୁରରୁ ତଥ୍ୟ ପ୍ରଘଟ ହେଉଥିଲା । ଟଙ୍କା ବିନିମୟରେ ସଉଦା ହେଉଥିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ତଥ୍ୟ ।

Congress Protest
ମୁକୁଳା ଡ୍ରେନ୍ ପ୍ରସଙ୍ଗକୁ ନେଇ କଂଗ୍ରେସର ବିକ୍ଷୋଭ; BMCକୁ ଭର୍ତ୍ସନା

ଭୁବନେଶ୍ୱରର ମୁକୁଳା ଡ୍ରେନ୍ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଆଜି ମାଷ୍ଟର କ୍ୟାଣ୍ଟିନ୍ ଛକରେ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା, ବିଏମ୍‌ସି କମିଶନରଙ୍କ ପୋଷ୍ଟର ଜାଳି ପ୍ରତିକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ ।