• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 19 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Sunday, 19 September 2021
Spy
ଗୁପ୍ତଚରଙ୍କୁ ଘାଣ୍ଟିବ କ୍ରାଇମବ୍ରାଞ୍ଚ, ୭ଦିନ ଯାଏଁ କରିବ ମାରାଥନ୍ ଜେରା

ଚାନ୍ଦିପୁର ଗୁପ୍ତଚରଙ୍କୁ ଘାଣ୍ଟିବ କ୍ରାଇମବ୍ରାଞ୍ଚ । କଟକରେ କରିବ ମାରାଥନ୍ ଜେରା । ୭ଦିନ ଧରି ୫ ଜଣଙ୍କଠୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ସଉଦାର ସତ୍ୟ ଉଗାଳିବ । ଏଥିପାଇଁ ବାଲେଶ୍ୱରରୁ କଡ଼ା ସୁରକ୍ଷା ଭିତରେ ସିଧାସଳଖ କଟକ ଧରି ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।

Ananta Basudev Temple
କାଲି ଅନନ୍ତ ବାସୁଦେବ ମନ୍ଦିର ଆସିବା ମନା

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଥିବା ଅନନ୍ତ ବାସୁଦେବ ମନ୍ଦିରରେ ଅନନ୍ତବ୍ରତରେ ପୂଜାର୍ଚ୍ଚନା ପାଇଁ ପ୍ରବଳ ଭିଡ଼ ହୋଇଥାଏ। କୋଭିଡ୍ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଅନନ୍ତ ବାସୁଦେବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଉପରେ କଟକଣା ଜାରି ହୋଇଛି। ବିଏମସି ପକ୍ଷରୁ କୁହାଯାଇଛି ଯେ, ଅନନ୍ତବ୍ରତ ପାଇଁ ଅନନ୍ତ ବାସୁଦେବ ମନ୍ଦିରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି।

AIIMS Doctor Team
ଇକ୍‌ମୋ ଚିକିତ୍ସାରେ ଶିଶୁକନ୍ୟାର ସଫଳ ଅସ୍ତ୍ରୋପଚାର

ଏମ୍‌ସର ଶିଶୁ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ଅକ୍ସିଜେନ୍ ସପୋର୍ଟ ଦିଆଯାଇଥିଲା। ତେବେ ଫୁସଫୁସ୍‌ରେ ଗଭୀର ସଂକ୍ରମଣ ସନ୍ଦେହ କରି ଏମ୍ସର ଏକ ବିଶେଷଜ୍ଞ ଡାକ୍ତର କମିଟି ଦ୍ୱାରା ଇକମୋ ଚିକିତ୍ସା କରାଯାଇଥିଲା।

Sim Swap
ସାବଧାନ ! ଆପଣଙ୍କ ଅଜାଣତରେ ମୋବାଇଲ୍ ନମ୍ବର ଚୋରି ହୋଇନାହିଁ ତ ?

ସାବଧାନ ! ଆପଣଙ୍କ ଅଜାଣତରେ ଆପଣଙ୍କ ମୋବାଇଲ୍ ନମ୍ବର ଚୋରି ହୋଇଯାଇ ନାହିଁ ତ ? ଆପଣଙ୍କ ମୋବାଇଲ୍ ନମ୍ବର ଗୋଟିଏ ଟେଲିକମ୍ କଂପାନୀରୁ ଅନ୍ୟ ଟେଲିକମ୍ କମ୍ପାନୀରେ ପଞ୍ଜୀକୃତ ହୋଇନି ତ ?

Allegation by Victim
ବେଡରୁମ୍‌ର ଭିଡିଓ ଭାଇରାଲ କରିଦେଲା ବ୍ୟାଡ୍‌ ବଏ !

ଯୁବତୀ ଜଣକ ପ୍ରଥମେ ଏ ସମ୍ପର୍କରେ ଜାଣିନଥିଲେ। ଆଉ ଯେତେବେଳେ ଜାଣିଲେ, ସେତେବେଳେ ଯୁବତୀ ଜଣକ ନିଜ ମୋବାଇଲ ମାଗିଥିଲେ। ମାତ୍ର ଜୁନେସ୍‌ ତାଙ୍କୁ ମୋବାଇଲ ଦେଇନଥିଲେ। ସାଥୀରେ ସେହି ମୋବାଇଲ୍‌କୁ ଧରି ପଳାଇ ଆସିଲା। ପରବର୍ତ୍ତୀ ସେହି ଭିଡିଓ ଦେଖାଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲା ଜୁନେସ।

Begging for last rites
ଦିଅରଙ୍କ ଶୁଦ୍ଧିକ୍ରିୟା ପାଇଁ ଭିକ ମାଗୁଛନ୍ତି ଦୁଇ ଭାଉଜ

ଏଭଳି ଦାରୁଣ ଦୁଃଖ ସାଙ୍ଗକୁ ମାସାଧିକ କାଳ ଘରେ କେହି ରୋଜଗାରିଆ ନଥିବାରୁ, ପରିବାର ଭୋକ ଉପାସରେ ରହୁଛନ୍ତି। ଏଭଳି ସ୍ଥିତିରେ ମୃତ ରବୀନ୍ଦ୍ରଙ୍କ ଶୁଦ୍ଧିକ୍ରିୟା ପାଇଁ ଘରର ମହିଳା ଓ ଶିଶୁଙ୍କୁ ଭିକ୍ଷାବୃତ୍ତି ଆପଣେଇବାକୁ ପଡ଼ିଛି।

Manorama Mohapatra
ଆଉ ନାହାଁନ୍ତି ବରିଷ୍ଠ ସାହିତ୍ୟିକା ମନୋରମା ମହାପାତ୍ର

ମନୋରମା ମହାପାତ୍ର ଏକାଧାରରେ ଜଣେ କବୟିତ୍ରୀ, ଲେଖିକା, ସ୍ତମ୍ଭକାର, ସାମ୍ବାଦିକା ଓ ଅବସରପ୍ରାପ୍ତ ଅଧ୍ୟାପିକା ଥିଲେ। ୧୯୩୪ ମସିହା ଜୁନ୍‌୧୦ ତାରିଖରେ କଟକ ଆଠଗଡ ରାଧାଥପୁର ଶାସନରେ ସେ ଜନ୍ମଗ୍ରହଣ କରିଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କର ସେ ଝିଅ ଥିଲେ।

ଡିଏଫ୍‌ଓ ଓ ରୋଷେୟା
ମିଛ ଧରା ପରୀକ୍ଷା ଦେଲେ ଡିଏଫ୍‌ଓ: କ୍ରାଇମବ୍ରାଞ୍ଚ୍ ଉପରେ ଭରସା ନଥିବା କହିଲେ ସୌମ୍ୟଙ୍କ ପରିବାର

ପୂର୍ବରୁ ହୋଇଥିବା ଦୁଇ ଦୁଇ ଥର ଜେରାରେ ଉଭୟେ କେତେ ସତ କହିଛନ୍ତି, କେତେ ସତ ଢୋକିଛନ୍ତି, ସେସବୁ ଧରିବାକୁ ଦୁହିଁଙ୍କର ଅଲଗା ହୋଇଥିଲା ଲାଇଡିଟେକ୍ସନ୍ ଟେଷ୍ଟ। ପାଖାପାଖି ୩ ଘଣ୍ଟାର ପରୀକ୍ଷା କୁହାଯାଉଛି, ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ପ୍ରଶ୍ନାବଳୀ ଆଧାରରେ ଡିଏଫ୍ଓଙ୍କୁ ଗୋଳେଇ, ଘାଣ୍ଟି ଶହେରୁ ଅଧିକ ପ୍ରଶ୍ନ ପଚାରିଥିଲେ।

College class
୨୦ରୁ ୟୁଜି କ୍ଲାସରୁମ୍ ପାଠପଢ଼ା

କରୋନା ପ୍ରକୋପ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିବାରୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। ଗତ ଜୁଲାଇ  ମାସରେ ଦଶମ, ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୯ ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି। 

Odisha Citizens Award Meeting
OCA 2021: ଓଡ଼ିଶା ସିଟିଜେନ୍ସ ଆୱାର୍ଡ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟ ଜୁରୀ ବୈଠକ

ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଜୁରୀ ବୈଠକରେ ସମସ୍ତ ୯ଟି ବର୍ଗରୁ ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ୪ଜଣ ଲେଖାଏଁଙ୍କୁ ସର୍ଟଲିଷ୍ଟ କରାଯାଇଥିଲା। ଏବେ ଅନଲାଇନ୍ ଭୋଟିଂ ମାଧ୍ୟମରେ ଲୋକଙ୍କଠାରୁ ମତାମତ ଲୋଡାଯିବ।

Subash Singh
ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ସୁବାସ ସିଂହଙ୍କ ସମାଲୋଚନା

କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତୀ ଉଚ୍ଚତାକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ଏହି ପ୍ରସଙ୍ଗରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ସୁବାସ ସିଂହ ସମାଲୋଚନା କରିଛନ୍ତି । ପ୍ରଥମେ ଦେବାଶିଷ ସାମନ୍ତରାୟ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଥିବା ବେଳେ ଏବେ ସୁବାସ ସିଂହ ମଧ୍ୟ ବିରୋଧ କରିଛନ୍ତି ।

DFO
DFOଙ୍କ ଲାଇ ଡିଟେକ୍ସନ ଟେଷ୍ଟ, ପଚରାଗଲା ୧୦୦ ପ୍ରଶ୍ନ

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ DFOଙ୍କ ଲାଇ ଡିଟେକ୍ସନ ଟେଷ୍ଟ । ଭୁବନେଶ୍ୱର ଫୋରେନସିକ ଲ୍ୟାବରେ ତାଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି ।

Heavy Rainfall Alert
ପ୍ରବଳ ବର୍ଷା ସମ୍ଭାବନା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Prisoner on parole found dead
ଜେଲ୍‌ରୁ ପାରୋଲରେ ଆସିଥିବା କଏଦୀଙ୍କ ଆତ୍ମହତ୍ୟା !

ଜେଲ୍‌ରୁ ପାରୋଲରେ ଆସିଥିବା ଜଣେ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ୧୨ ବର୍ଷ ଜେଲ୍‌ରେ ରହିବା ପରେ ସେ ୪ ମାସ ପାଇଁ ପାରୋଲରେ ଆସିଥିଲେ।

Puri Srimandir
ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେଉଛି ସୁନିଆଁ ପର୍ବ

ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେଉଛି ସୁନିଆଁ ପର୍ବ। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୨୯ ସାଲ ୬୪ ଅଙ୍କର ପ୍ରବେଶ। ଏହି ଅବସରରେ ଆଜି ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେଉଛି ସୁନିଆଁ ଉତ୍ସବ।

DRDO 'Intel Leak' Case
DRDOରୁ ତଥ୍ୟ ଲିକ୍ ମାମଲା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ମିଳିଲା ଅନୁମତି

ଚାନ୍ଦିପୁର DRDOରୁ ତଥ୍ୟ ଲିକ୍ ଅଭିଯୋଗ ମାମଲାରେ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍। ସମସ୍ତ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ହୋଇଥିବା ଆବେଦନକୁ ବାଲେଶ୍ୱର SDJM କୋର୍ଟ ଅନୁମତି ଦେଇଛନ୍ତି।

Youth Found Hanging Inside Kalyan Mandap
କଲ୍ୟାଣ ମଣ୍ଡପ ରୁମ୍‌ ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ସୁଇସାଇଡ୍‌ ନୋଟ୍‌ ଜବତ

ଭୁବନେଶ୍ୱରରେ ଏକ କଲ୍ୟାଣ ମଣ୍ଡପର ରୁମ୍‌ ଭିତରୁ ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଜଣାପଡ଼ି ନଥିବାବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।  

 Ravenshaw Student Provides Free Tuition
ସାବାସ୍ ରାଜେଶ୍ ! ଷ୍ଟାଇପେଣ୍ଡ ଟଙ୍କାରେ ନିଜ ଅଞ୍ଚଳର ପିଲାଙ୍କୁ ପାଠ ପଢାଉଛନ୍ତି M.Phil ଛାତ୍ର

କୋଭିଡ଼ କଟକଣା ପାଇଁ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ କେବଳ ୯ ଏବଂ ୧୦ମ ଶ୍ରେଣୀର ପିଲାମାନେ ସ୍କୁଲ ଯାଉଛନ୍ତି । ଏଭଳି ସ୍ଥିତିରେ ପଛୁଆ ଗାଁରେ ଶିକ୍ଷାର ଦୂତ ହୋଇ ଗାଁ ପିଲାଙ୍କ ନିକଟରେ ଛିଡ଼ା ହୋଇଛନ୍ତି ରାଜେଶ । ନିଜ ଘର ବାରଣ୍ଡାରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ବସାଇ ପାଠ ପଢାଉଛନ୍ତି ।

Karanjia
ଫୋର୍ଡ ମଡେଲ କାର୍ ତିଆରି କଲେ ଚାଷୀ, ଥରେ ଚାର୍ଜ ହେଲେ ଗଡ଼ିବ ୪ଶହ କିମି

କାର୍ ତିଆରି କଲେ ଚାଷୀ । ଇଞ୍ଜିନିୟରିର ପାଠ ପଢ଼ିନାହାନ୍ତି କିନ୍ତୁ କାମ ଇଂଜିନିୟରିର ଠାରୁ ବଳି । ସଫଳ ବ୍ୟବସାୟୀ ତଥା ଚାଷୀ ସୁଶୀଲ କୁମାର ଅଗ୍ରୱାଲ ଗତ ଲକଡାଉନରେ ମଧ୍ୟ ଏକ ଗାଡ଼ି ତିଆରି କରିଥିବା ବେଳେ ଏଥର ଲକଡାଉନରେ ମଧ୍ୟ ଆଉ ଏକ ନୂଆ ଉଦ୍ଭାବନ କରି କରଞ୍ଜିଆ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି

Mundali
ମହାନଦୀରେ ଟଳିଲା ବନ୍ୟା ଆଶଙ୍କା

ମହାନଦୀରେ ଟଲିଲା ବନ୍ୟା ଆଶଙ୍କା। ମହାନଦୀରେ ଜଳସ୍ତର କମିବା ପରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଛି। କେବଳ ଛୋଟରୁ ସାମାନ୍ୟ ଧରଣର ବନ୍ୟା ହୋଇପାରେ। ହେଲେ ଏଥିରେ କୌଣସି ବିପଦ ନଥିବା ଜଳ ସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି।

Mutton Besara Recipe
ଘରେ ପ୍ରସ୍ତୁତ କରନ୍ତୁ ‘ମଟନ୍ ବେସର’

ଆଜି ଆମେ ଆପଣଙ୍କୁ ମଟନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମଟନ୍ ବେସର’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ। ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

Corona Testing
୨୪ ଘଣ୍ଟାରେ ରାଜ୍ୟରେ ୬୯୫ କରୋନା ସଂକ୍ରମିତ ଚିହ୍ନଟ, ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

ରାଜ୍ୟରେ ୨୪ ଘଣ୍ଟାରେ ୬୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୩ ଜଣ ଆକ୍ରାନ୍ତ ଅଛନ୍ତି। କ୍ୱାରେଣ୍ଟିନରୁ ୪୦୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୯୪ ରହିଛି।

Blasting In Stone Quarry
ପାହାଡ଼ରେ ଚାଲିଛି ବ୍ଲାଷ୍ଟିଂ: ଫାଟୁଛି ଘର, ଭୟଭୀତ ଲୋକେ

ଦିନେ ସବୁଜ ବନାନୀରେ ଭରପୁର ଥିବା ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ବାଘୁଆପଲ୍ଲୀ ନିକଟ କାଶିଆ ପାହାଡ଼ ଏବେ ଲଣ୍ଡା ପାହାଡ଼ରେ ପରିଣତ ହେଲାଣି। ଦିନ ରାତି ଏଠାରେ ହେଉଛି ବ୍ଲାଷ୍ଟିଂ। ଆଉ ଫାଇଦା ଉଠାଉଛନ୍ତି ଏଠାରେ ଥିବା କ୍ରସର।

Odia Labour Died
ବିଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୨ ଦିନ ପରେ ପରିବାର ଲୋକଙ୍କୁ ଦିଆଗଲା ଖବର

ବିଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ମୃତ୍ୟୁର ୨ ଦିନ ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। କିଛି ବର୍ଷ ତଳେ ଏଜେଣ୍ଟ ମାଧ୍ୟମରେ ସୁଦୂର ଓମାନ ଯାଇଥିଲେ ଏହି ଓଡ଼ିଆ ଶ୍ରମିକ।