Advertisment

ଶୁଣିଲାନି କାଉନ୍‌ସିଲ ! ଶେଷରେ ହାତ କାଟି ଦେଲେ ଛାତ୍ରୀ

ସରକାରଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୧ ତାରିଖରୁ ୧୧ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଅଫ୍ ଲାଇନ ପରୀକ୍ଷା ହେବ। ତେବେ ଏତେ କମ୍ ସମୟ ଭିତରେ ପ୍ରସ୍ତୁତ ହେବା ସମ୍ବବପର ନୁହେଁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଥିଲେ। ଏହା ସହ ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ କରିବାକୁ ଦାବି କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Student Cut Hand

Student Cut Hand

ଭୁବନେଶ୍ୱର: ଉଚିତ୍ ମୂଲ୍ୟାୟନ ଦାବିରେ ହାତ କାଟିଲେ ଛାତ୍ରୀ। ଭୁବନେଶ୍ୱର CHSE ଅଫିସ୍ ସାମ୍ନାରେ ଆଜି କିଛି ଏଭଳି ଘଟଣା ଘଟିଛି।  ଛାତ୍ରୀ ଜଣଙ୍କ ଗଞ୍ଜାମ ଜିଲ୍ଲାର। ତାଙ୍କ ନାଁ ନନ୍ଦୀନି ବେହେରା। ମୂଲ୍ୟାୟନକୁ ନେଇ ଅସନ୍ତୋଷ ଥିବା ଛାତ୍ରୀ ଆଜି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ତେବେ ବାରମ୍ବାର ଅଫିସ୍‌ରେ ମାର୍କିଂକୁ ନେଇ ଅଭିଯୋଗ କରିବା ପରେ ବି କୌଣସି ଫଳ ନହେବାରୁ ଶେଷରେ ହାତ କାଟିଥିବା ସେ କହିଛନ୍ତି। ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେପଟେ ଛାତ୍ରୀଙ୍କ ଅଭିଯୋଗ ନେଇ  CHSEର ପ୍ରତିକ୍ରିୟା ମିଳିପାରିନି।

Advertisment

ସରକାରଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୧ ତାରିଖରୁ ୧୧ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଅଫ୍ ଲାଇନ ପରୀକ୍ଷା ହେବ। ତେବେ ଏତେ କମ୍ ସମୟ ଭିତରେ ପ୍ରସ୍ତୁତ ହେବା ସମ୍ବବପର ନୁହେଁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଥିଲେ। ଏହା ସହ ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ କରିବାକୁ ଦାବି କରିଥିଲେ। ତାହାର ଜବାବ ମାଗିବା ପାଇଁ ଆଜି ସକାଳେ ଡ଼୍ରପ ଆଉଟ୍ ଯୁକ୍ତ ୨ ଏକ୍ସ ରେଗୁଲାରର ଏକାଧିକ ଛାତ୍ରଛାତ୍ରୀ ସିଏଚଏସଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି ଧାରଣା ଦେବା ପରେ କାଉସିଲ କର୍ତ୍ତୃପକ୍ଷ  ବା କେହି ଅଧିକାରୀ ସେମାନଙ୍କ ଦାବି ବିଷୟରେ ବୁଝିବାକୁ ଆସିନଥିଲେ। ପରେ ପୁଲିସ ଉପସ୍ଥିତିରେ ଏହି ଛାତ୍ରୀ ଜଣଙ୍କ ତାଙ୍କ ହାତ କାଟି ଦେଇଥିଲେ। ଛାତ୍ରୀ ଜଣଙ୍କ ହାତ କାଟିଦେବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀମାନେ ଆସି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

Advertisment
Offline Exam Plus Two CHSE
Advertisment
Advertisment