Advertisment

ବହିଷ୍କୃତ କନେଷ୍ଟବଲ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌

ବହିଷ୍କୃତ କନେଷ୍ଟବଲ ପ୍ରସନ୍ନ ବେହେରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପ୍ରସନ୍ନଙ୍କ ଘର, ହୋଟେଲ ଓ କିଛି ବ୍ୟବସାୟ ଅନୁଷ୍ଠାନରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛି। ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Constable Prasanna Behera

Constable Prasanna Behera

ଭୁବନେଶ୍ୱର: ବହିଷ୍କୃତ କନେଷ୍ଟବଲ ପ୍ରସନ୍ନ ବେହେରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପ୍ରସନ୍ନଙ୍କ ଘର, ହୋଟେଲ ଓ କିଛି ବ୍ୟବସାୟ ଅନୁଷ୍ଠାନରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛି। ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି। ଚଢ଼ାଉରେ ୫ଟି ଟିମ୍‌ରେ ୨ ଜଣ DSP, ୫ ଇନ୍ସିପେକ୍ଟର ସାମିଲ୍ ଅଛନ୍ତି।

Advertisment

କଳ୍ପନା ଛକରେ ଥିବା ପ୍ରମୋଦଙ୍କ ସରକାରୀ କ୍ୱାର୍ଟର୍ସ, ଡୁମଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁର ଶାନ୍ତି ବିହାର ଫର୍ଣ୍ଣିଚର ୱାର୍କସପ୍, ପାତ୍ରପଡ଼ା ସ୍ଥିତ ସାଉଥ୍‌ ସିଟି ହୋଟେଲ, ଖୋର୍ଦ୍ଧା ଜିଲ୍ଲା ନୂଆପଡ଼ା ପୈତୃକ ଗାଁରେ ଥିବା ୨ ମହଲା ଘରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଥିବା ସୂଚନା ମିଳିଛି। 

Advertisment

ସୂଚନାଥାଉ କି, ବହୁ ଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ ସାଉଥ୍‌ ସିଟି ହୋଟେଲ ନାଁ ସାମ୍ନାକୁ ଆସିଥିଲା। କୋଭିଡ୍ ନିୟମ ଉଲ୍ଲଂଘନ ଓ ବିନା ଲାଇସେନ୍ସରେ ବାର୍ ଚାଲିଥିବାରୁ ସାଉଥ୍‌ ସିଟି ହୋଟେଲ୍‌କୁ ସିଲ୍ କରାଯାଇଥିଲା। ପ୍ରସନ୍ନ ନିଜ ଭାଇଙ୍କ ନାଁରେ ସାଉଥ୍‌ ସିଟି ହୋଟେଲ ଚଲାଉଥିବା ଅଭିଯୋଗ ରହିଛି। ଏହାପରେ ପ୍ରସନ୍ନଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଗିରଫ କରାଯାଇଥିଲା। 

Vigilance Raid Hotel South City Manish Murder Case Vigilance R\aid Constable Prasanna Behera
Advertisment
Advertisment