Advertisment

ରଙ୍ଗଶାଳାର ରଙ୍ଗ ଛାଡ଼ିଗଲା, ବାରରେ ଝୁଲିଲା ତାଲା

ଚାଲିଥିଲା ନାଚଗୀତ। ଖୁଲମଖୁଲା ହେଉଥିଲା ବେପାର। ମସଗୁଲ ହୋଇ ମଦ ପିଉଥିଲେ ମଦ୍ୟପ। ହଠାତ ରଙ୍ଗଶାଳାର ଝକିମିକି ଲାଇଟ ଲିଭିଗଲା। କେହି କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଗଲା ଚଢାଉ। ମନୀଷ ହତ୍ୟାକାଣ୍ଡ ପରେ ସ୍କାନରରେ ବାର। ରାଜଧାନୀ ଭୁବନେଶ୍ୱରରେ ଘନ ଘନ ହେଉଛି ଚଢାଉ। କେତେବେଳେ ପୋଲିସ ତ ଆଉ କେତେବେଳେ ଅବକାରୀ ବିଭାଗ କରିଛି ରେଡ।

author-image
Sarbeswar
Bar

Bar

ଭୁବନେଶ୍ୱର : ଚାଲିଥିଲା ନାଚଗୀତ। ଖୁଲମଖୁଲା ହେଉଥିଲା ବେପାର। ମସଗୁଲ ହୋଇ ମଦ ପିଉଥିଲେ ମଦ୍ୟପ। ହଠାତ ରଙ୍ଗଶାଳାର ଝକିମିକି ଲାଇଟ ଲିଭିଗଲା। କେହି କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଗଲା ଚଢାଉ। ମନୀଷ ହତ୍ୟାକାଣ୍ଡ ପରେ ସ୍କାନରରେ ବାର। ରାଜଧାନୀ ଭୁବନେଶ୍ୱରରେ ଘନ ଘନ ହେଉଛି ଚଢାଉ। କେତେବେଳେ ପୋଲିସ ତ ଆଉ କେତେବେଳେ ଅବକାରୀ ବିଭାଗ କରିଛି ରେଡ। ‘ସାଉଥ୍‌ ସିଟି’ ହୋଟେଲର ଅନୈତିକ କାର୍ଯ୍ୟକଳାପ ପଦାକୁ ଆସିବା ପରେ ହଠାତ ଚିଇଁକି ଉଠିଛି ଅବକାରୀ ବିଭାଗ। କଟକ ଫ୍ଲାଇଙ୍ଗ ସ୍କ୍ୱାଡ ସହ ମିଶି ରାଜଧାନୀର ବିଭିନ୍ନ ବାର ଉପରେ କରିଛି ବଡ଼ ଧରଣର ଚଢ଼ଉ। କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ ଖୋଲାଖୋଲି ଉଲଂଘନ କରି ମଦ୍ୟପଙ୍କୁ ମଦ ପରସୁଥିବା ୩ ବାରରେ ଝୁଲାଇଛି ତାଲା। ଖାଲି ଏତିକି ନୁହେଁ, ୪ଟି ବାର୍‌ ମାଲିକଙ୍କଠୁ ଜରିମାନା ଆଦାୟ କରାଯିବା ସହ ସେମାନଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍‌।

Advertisment

କଟକ ଫ୍ଲାଇଙ୍ଗ ସ୍କ୍ୱାଡ୍‌, ଅବକାରୀ ଗୁଇନ୍ଦା ବ୍ୟୁରୋ ଓ ଭୁବନେଶ୍ୱର ଅବକାରୀ ଶାଖାର ମିଳିତ ଟିମ୍‌ ଭୁବନେଶ୍ୱରର ମଦ ବାର୍‌ରେ ଅଚାନକ କରିଥିଲା ଚଢ଼ଉ। କଟକ ରୋଡ୍‌ରେ ବିନା ଲାଇସେନ୍‌ସରେ ଚାଲୁଥିବା ଲିଭ୍‌-ଇଟ୍‌ ଅପ୍‌, ନଶା ଓ ଏକାମ୍ର ଡ୍ୟାନ୍ସ ବାର୍‌କୁ ସିଲ୍‌ କରାଯାଇଛି। ଲାଇସେନ୍ସ ନଥିବା ସତ୍ତ୍ୱେ ବାରରେ ଗାର୍ଲଙ୍କୁ ନଚା ଯାଉଥିଲା ବୋଲି କୁହାଯାଉଛି।

Advertisment

ସେହିପରି ଚନ୍ଦ୍ରଶେଖରପୁର ପେଟ୍ରୋଲ ଟାଙ୍କି ପଛ ଏମ୍‌ବାସି ଏବଂ ୟୁନିଟ୍‌-୮ସ୍ଥିତ ଅଜିତ ବାର୍‌ ସହ କଟକ ରୋଡ୍‌ରେ ଥିବା ସେଲ୍‌ଫି, ଅଶୋକାରେ ମଧ୍ୟ ଅବକାରୀ ସ୍କ୍ୱାଡ୍‌ ଚଢ଼ଉ କରିଥିଲା। ସେଠାରେ ବିଳମ୍ବିତ ରାତି ଯାଏଁ ବାର୍‌ ଖୋଲାଯିବା ସହ କୋଭିଡ୍‌ ନିୟମ ଭାଙ୍ଗି ଗ୍ରାହକମାନେ ମଦ ପିଉଥିବା ଦେଖିଥିଲା ଅବକାରୀ ଟିମ।

ଚଢ଼ଉ ବେଳେ କିଛି ବାର୍‌ରେ ଝିଅମାନେ ନାଚୁଥିବା ନଜରକୁ ଆସିଥିଲା। ୨୫ରୁ ଅଧିକ ବଙ୍ଗୀୟ ଯୁବତୀଙ୍କୁ ପଚରାଉଚରା କରି ଅବକାରୀ ବିଭାଗ ଛାଡ଼ି ଦେଇଛି। ରାଜଧାନୀର ଛାତି ଉପରେ ସବୁ ନିୟମକୁ ଗିଳି ବେପାର କରୁଥିଲେ ବାର୍‌ ମାଲିକ। କେତେବେଳେ କେମିତି କମିଶନରେଟ୍‌ ପୁଲିସ୍‌ ଚଢ଼ାଉ କରୁଥିଲେ ମଧ୍ୟ ଅବକାରୀ ବିଭାଗ ହାତ ବାନ୍ଧି ବସିଥିଲା। ଖୋର୍ଦ୍ଧା ଜିଲ୍ଳାପାଳଙ୍କ ତାଗିଦ ପରେ ଏବେ ଅବକାରୀ ବିଭାଗର ନିଦ ଭାଙ୍ଗିଛି।

Bhubaneswar Bars & Pubs
Advertisment
Advertisment