• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ: ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍‌ କଲେଣି । ପ୍ରତ୍ୟେକ ଦିନ ଏବେ ନବୀନ ନିବାସଠାରୁ ଆରମ୍ଭ କରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘରେ ଆଗରେ ବିକ୍ଷୋଭ ଓ ପ୍ରଦିବାଦ କରୁଛନ୍ତି ବିରୋଧୀ । ଏହି ଆନ୍ଦୋଳନ ଏବେ କେବଳ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ସୀମିତ ନାହିଁ । ଏହା ଏବେ ସାରା ରାଜ୍ୟକୁ ବ୍ୟାପି ସାରିଲାଣି । ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ହଲ୍ଲାବୋଲ କରୁଥିବା ବେଳେ ବିଜେପି ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ଚକା ଜାମ୍‌ କରୁଛି । ଏସ୍‌ପି ଅଫିସ୍‌ ଘେରାଉ କରି ପୋଲିସକୁ ନୟାନ୍ତ କଲାଣି ବିଜେପି । ଖାଲି ସେତିକି ନୁହେଁ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛି ବିଜେପି ।

ତେବେ ଆଜି ମଧ୍ୟ ବିଜେପି ପକ୍ଷରୁ ହଲ୍ଲାବୋଲ ଡାକରା ଦିଆଯାଇଛି । ପୁରୀରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ଏସ୍‌ପି ଅଫିସ୍‌ ଘେରାଉ କରାଯାଇଛି । ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ପୁରୀରେ ବି ଜୋର ଧରୁଛି ପ୍ରତିବାଦର ସ୍ୱର । କ୍ରମାଗତ ଭାବେ ଜାରି ରହିଥିବା ଧାରଣା ଏବଂ ଆନ୍ଦୋଳନ ଭିତରେ ଆଜି ପୁଣି ଥରେ ପୁରୀରେ ଗର୍ଜିଛି ବିଜେପି ଯୁବମୋର୍ଚ୍ଚା । ପୁରୀ ଏସ୍‌ପି ଅଫିସ୍‌କୁ ଧସେଇ ପଶିବା ସହ ଦୀର୍ଘ ସମୟ ଧରି ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ ଯୁବମୋର୍ଚ୍ଚା କର୍ମୀ । ଏସ୍‌ପି ଅଫିସ୍ ନିକଟରେ ଥିବା ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଥିଲେ ଯୁବମୋର୍ଚ୍ଚାର କର୍ମୀ । ଏଭଳି ମୁହାଁମୁହିଁ ସ୍ଥିତି ଭିତରେ ଏସ୍‌ପି ଅଫିସ୍ ଆଗରେ ପୋଲିସକୁ ଅଣ୍ଡାମାଡ଼ ମଧ୍ୟ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଖୋର୍ଦ୍ଧାରେ ମଧ୍ୟ ଆଜି ବିଜେପି ପକ୍ଷରୁ ହଲ୍ଲାବୋଲ୍ ଡାକରା ଦିଆଯାଇଛି । ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଶୀଘ୍ର ମନ୍ତ୍ରୀ ପଦରୁ ହଟାଇ ତଦନ୍ତ ପରିସରକୁ ଆଣିବା ପାଇଁ ଦାବି କରିଛି ବିଜେପି । ଏନେଇ ଖୋର୍ଦ୍ଧା ଏସ୍‌ପି ଅଫିସ ଆଗରେ ମହିଳା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମହିଳା ମୋର୍ଚ୍ଚା କର୍ମୀ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡଠାରୁ ବାହାରି ଏସ୍‌ପି ଅଫିସକୁ ଶୋଭାଯାତ୍ରାରେ ଆସିଥିଲେ ।