Advertisment

ନା ମିଳିଲା ମହାପ୍ରୟାଣ ଗାଡ଼ି ନା ଆମ୍ବୁଲାନ୍ସ; ବାଇକ୍‌ରେ ୫ କି.ମି. ବୁହା ହେଲା ମୃତଦେହ

ହସ୍ପିଟାଲରେ ହେଲା ମୃତ୍ୟୁ। କିନ୍ତୁ ମୃତଦେହ ନେବା ପାଇଁ ନା ମିଳିଲା ମହାପ୍ରୟାଣ ଗାଡ଼ି ନା ଆମ୍ବୁଲାନ୍ସ। ଶେଷରେ ଉପାୟ ଶୂନ୍ୟ ହୋଇ ପରିବାର ଲୋକେ ବାଇକ୍‌ରେ ମୃତଦେହ ବୋହିକି ନେଇଥିଲେ।

author-image
Rajalaxmi Sahoo
Dead Body On Bike

Dead Body On Bike

ବାଙ୍କୀ: ହସ୍ପିଟାଲରେ ହେଲା ମୃତ୍ୟୁ। କିନ୍ତୁ ମୃତଦେହ ନେବା ପାଇଁ ନା ମିଳିଲା ମହାପ୍ରୟାଣ ଗାଡ଼ି ନା ଆମ୍ବୁଲାନ୍ସ। ଶେଷରେ ଉପାୟ ଶୂନ୍ୟ ହୋଇ ପରିବାର ଲୋକେ ବାଇକ୍‌ରେ ମୃତଦେହ ବୋହିକି ନେଇଥିଲେ। କଟକ ଜିଲ୍ଲା ବାଙ୍କୀରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

ସୂଚନା ଅନୁଯାୟୀ, ବାଙ୍କୀ ନିକଟସ୍ଥ ଢଂସର ଗାଁର ଅଜୟ ଲେଙ୍କାଙ୍କୁ ଜ୍ୱର ହୋଇଥିଲା। ଗତକାଲି ପରିବାର ଲୋକେ ତାଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ୍‌ରେ ଅଜୟଙ୍କ ମୃତ୍ୟୁ ଘଟିଥିଲା।

ଆଜି ସକାଳେ ପରିବାର ଲୋକେ ଶବ ନେବା ପାଇଁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ କହିଥିଲେ। ହେଲେ କିଛି ସୁଫଳ ମିଳିଥିଲା। ମେଡିକାଲ କର୍ତ୍ତୃପକ୍ଷ କେବଳ ଏକ ଚିଠା ଦେଇ କାମ ସାରି ଦେଇଥିବା ଅଭିଯୋଗ ହୋଇଛି। ଶେଷରେ ପରିବାର ଲୋକେ କିଛି ଉପାୟ ନ ପାଇ ବାଇକରେ ୫ କି.ମି. ପର୍ଯ୍ୟନ୍ତ ମୃତଦେହକୁ ଡାକ୍ତରଖାନାରୁ ଘର ପର୍ଯ୍ୟନ୍ତ ଆଣିଥିଲେ। 

Advertisment

ଘଟଣା ସଂପର୍କରେ ବାଙ୍କୀ ଏସ୍‌ଡିଏମ୍‌ଓ କହିଛନ୍ତି, ‘ମୋ ନଜରକୁ ଏସବୁ ଜିନିଷ ଆସି ନାହିଁ। ତଦନ୍ତ ପରେ ଜଣାପଡ଼ିବ ପ୍ରକୃତରେ କ’ଣ ହୋଇଛି’।

Dead Body On Bike
Advertisment
Advertisment